Posted inଖେଳ

ଆଇପିଏଲ୍‌ ଶେଷ ହେବା ପୂର୍ବରୁ ଫେରିବେ ଷ୍ଟୋକ୍ସ

ଓ୍ବେଲିଂଟନ, ୨୩ା୨ (ପି.ଟି.): ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବେ। ଆୟର୍ଲାଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟରେ ସେ ତାଙ୍କ ଦଳର ନେତୃତ୍ୱ ନେବେ ଏବଂ ଆଶେସ ସିରିଜ ଲାଗି ସେ ନିଜକୁ ପ୍ରସ୍ତୁତ କରିବେ। ଆଇପିଏଲ୍‌ ଫାଇନାଲ ମେ ୨୮ରେ ହେବ। ଏହାର ୪ଦିନ ପରେ ଅର୍ଥାତ ଜୁନ ୧ରେ ଲଡର୍‌ସଠାରେ ଏକ ମାତ୍ର ଆୟର୍ଲାଣ୍ଡ ଟେଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ଜୁନ୍‌ ୧୬ରୁ ହେବ। ଷ୍ଟୋକ୍ସ ବିଭିନ୍ନ କାରଣରୁ ଆଇପିଏଲ୍‌ର ଗତ ଦୁଇଟି ସଂସ୍କରଣରେ ଖେଳି ନ ଥିଲେ। ଗତ ଡିସେମ୍ବରରେ ହୋଇଥିବା ଆଇପିଏଲ୍‌ ନିଲାମିରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ କ୍ରୟ କରିଛି। ସିଏସ୍‌କେ ଯଦି ଆଇପିଏଲ୍‌ ଫାଇନାଲ ପର୍ଯ୍ୟାୟରେ ପହଞ୍ଚେ ତଥାପି ସେ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଫେରିଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ମାମଲାରେ ତରୁଣ ତେଜପାଲଙ୍କୁ ୧୦ ବର୍ଷ ଜେଲଦଣ୍ଡ

ମୁମ୍ବାଇ,୬।୮: ବମ୍ବେ ହାଇକୋର୍ଟ ତେହେଲକା ପତ୍ରିକାର ପୂର୍ବତନ ସମ୍ପାଦକ ତରୁଣ ତେଜପାଲଙ୍କୁ ଏକ ବଳାତ୍କାର ମାମଲାରେ ୧୦ ବର୍ଷ ଜେଲଦଣ୍ଡ ଦେଇଛନ୍ତି। ନିମ୍ନ ଅଦାଲତର ରାୟକୁ ପ୍ରତ୍ୟାଖ୍ୟାନ…

ଏହି ମନ୍ଦିରରେ ୩୦୦ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ, ଦିନକୁ ୩ ଥର ହୋଇଥାଏ ଶିବଲିଙ୍ଗର ରଙ୍ଗ ପରିବର୍ତ୍ତନ

ଶ୍ରାବଣ ମାସରେ ଭଗବାନ ଶିବଙ୍କ ପୂଜା କରିବାର ବହୁତ ମହତ୍ତ୍ୱ ରହିଛି। ସାରା ଦେଶରେ ଅନେକ ଶିବ ମନ୍ଦିର ଅଛି। ଏହି ମନ୍ଦିରଗୁଡ଼ିକ ମଧ୍ୟରୁ ଅନେକକୁ ଚମତ୍କାର…

ବୁମ୍‌ରାଙ୍କୁ ବର୍ଷେ ଯାଏ ବିଦା କରିଦିଅ….ପୂର୍ବତନ କ୍ରିକେଟର୍‌ଙ୍କ ଆଶ୍ଚର୍ଯ୍ୟଜନକ ମନ୍ତବ୍ୟ

ନୂଆଦିଲ୍ଲୀ,୬।୮: ଭାରତୀୟ ପେସ୍‌ ବୋଲର୍‌ ଜସପ୍ରିତ ବୁମରା ନିଜ ବୋଲିଂ ଆକ୍ସନକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ବୁମରା ଆଣ୍ଠୁ ଆଘାତ ସହିତ ସଂଘର୍ଷ କରୁଛନ୍ତି। ଫଳରେ…

ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା, ସରକାର ଅନୁଧ୍ୟାନ କରି….

ଭୁବନେଶ୍ୱର,୬।୮: ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଦ୍ୱନ୍ଦ୍ବ ଭିତରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ବଡ଼ ସୂଚନା ଦେଇଛନ୍ତି । ଏନେଇ ସରକାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।…

ମା’ଙ୍କ ପାଇଁ ଔଷଧ ଆଣିବାକୁ ଯାଇ ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ୨୪ ଘଣ୍ଟା ପରେ…

ଆଳି,୬ା୮(ବନମାଳୀ ସେନାପତି): ମା’ଙ୍କ ଔଷଧ ପାଇଁ ସିଂହପୁର ଯିବା ସମୟରେ ମାନପୁର ଘୋଷରାରେ ପ୍ରବାହିତ ବନ୍ୟା ସ୍ରୋତରେ ଜଣେ ଯୁବକ ମଙ୍ଗଳବାର ସନ୍ଧ୍ୟାରେ ଭାସି ଯାଇଥିଲେ। ବୁଧବାର…

ଶ୍ରାବଣରେ ବିରଳ ମହାସଂଯୋଗ! ୧୮ ବର୍ଷ ପରେ ଲାଗିବ ସୂର୍ଯ୍ୟଗ୍ରହଣ-ଚନ୍ଦ୍ରଗ୍ରହଣ, ଜାଣନ୍ତୁ କ’ଣ କରିବେ ନ କରିବେ…

ଚଳିତ ବର୍ଷ ଶ୍ରାବଣ ମାସର ଅମାବାସ୍ୟା ଓ ପୂର୍ଣ୍ଣିମାରେ ଗ୍ରହଣ ପଡ଼ିବ। ପ୍ରାୟ ୧୮ ବର୍ଷ ପରେ ଏଭଳି ଏକ ବିରଳ ସଂଯୋଗ ସୃଷ୍ଟି ହେଉଛି, ଯେତେବେଳେ…

୧୬ ବର୍ଷ ପରେ ଭଞ୍ଜନଗର କେଭି ପାଳିଲା ପ୍ରତିଷ୍ଠା ଦିବସ, ବିଧାୟକ କହିଲେ ଆତ୍ମନିର୍ଭର ଭାରତର ସ୍ବପ୍ନ…

ଭଞ୍ଜନଗର,୬ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସ୍ଥାପନାର ୧୬ ବର୍ଷ ପରେ ଗୁରୁବାର ପ୍ରଥମ ଥର ପାଇଁ ପ୍ରତିଷ୍ଠା ଦିବସ ଧୂମ୍‌ଧାମରେ ପାଳନ କରିଛି।…

ଅବସର ପରେ ରାହାଣେଙ୍କ ବଡ଼ ବୟାନ, ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଦେଲେ ବଡ଼ କଥା

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଭାରତ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିବା ସବୁଠାରୁ କନିଷ୍ଠ ଖେଳାଳି। ସେ ସେହି ଚୟନିତ କ୍ରିକେଟରଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri