ନଦୀ ଶୁଖିଲା,୧୫ଦିନ ଜଳଯୋଗାଣ ଠପ

ସମ୍ବଲପୁର, ୧୫।୬ (ଶୁଭାଶିଷ ପାଢୀ) ଘରେ ଘରେ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ସମ୍ବଲପୁର ମହାନଗର ନିଗମ ୪୦ ନମ୍ବର ୱାର୍ଡ ମାନେଶ୍ୱର ବାସୀଙ୍କ ପାଇଁ ଅପହଞ୍ଚ ହୋଇରହିଛି। ପ୍ରାୟ ୧୫ବର୍ଷ ଧରି ମାନେଶ୍ୱର ମାଳତୀ ନଦୀରେ ଏକ ବ୍ୟାରେଜ ନିର୍ମାଣ କରି ମାନେଶ୍ୱର ସମେତ ସହରକୁ ଜଳ ଯୋଗାଣ କରିବାକୁ ଯୋଜନା କରଯାଇଥିଲା। ହେଲେ ଏହା ଶୀତଳ ଭଣ୍ଡାରରେ ରହିଛି।
ୱାର୍ଡବାସୀଙ୍କ ଅଭିଯୋଗ କ୍ରମେ ମାନେଶ୍ୱର ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ଲାଗିରହିଛି। ଭୂତଳଜଳ ହ୍ରାସ ଯୋଗୁ ବୋରୱେଲ ଖୋଳିଲେ ସଫଳ ହେଉ ନାହିଁ। ତେଣୁ ପିଏଚ୍‌ଡି ପାଣି ଉପରେ ଲୋକଙ୍କ ଭରସା। ମାନେଶ୍ୱର, ହାଲିପାଲି, ବ୍ରାହ୍ମଣିପାଲି, ମିର୍ଗାମୁଣ୍ଡା, ମାନେଶ୍ୱର ହରିଜନପଡା, ପୂଜାରୀପଡା, ସୁଡୁଙ୍ଗା ଭଳି ଗ୍ରାମ ଗୁଡିକରେ ପାଣି ସମସ୍ୟା ସଙ୍ଗିନ। ମାଳତୀ ନଦୀରେ ଇନ୍‌ଟେକ୍‌ ୱେଲ କରାଯାଇ ପିଏଚ୍‌ଡି ବିଭାଗ ପକ୍ଷରୁ କେତେକ ଗ୍ରାମକୁ ପାଣି ଦିଆଯାଉଥିଲା। ବୃହତ ପାନୀୟ ଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇ ନାହିଁ। ହେଲେ ମଧ୍ୟ ଲୋକମାନଙ୍କ ସୁବିଧା ପାଇଁ ପାଣି ଛଡାଯାଉଥିଲା। ଏବେ ମାଳତୀ ନଦୀ ଶୁଖିଲା ପଡିଥିବାରୁ ପାଣି ଯୋଗାଣ ବନ୍ଦ ହୋଇଯାଇଛି। କେବଳ ମାନେଶ୍ୱର ନୁହେଁ, ଏହି ଇନ୍‌ଟେକ ୱେଲରୁ ନକ୍ସାପାଲି, ଭତରା, ମଠପାଲି ପର୍ଯ୍ୟନ୍ତ ପାଣି ଯୋଗାଣ ହେଉଥିଲା। ଏବେ ନିର୍ଭର କରୁଥିବା ସମସ୍ତ ଅଞ୍ଚଳରେ ଜଳକଷ୍ଟ ଦେଖାଦେଇଛି। ଏହି ପ୍ରକଳ୍ପ ଆରମ୍ଭ ସମୟରେ ପିଏଚ୍‌ଡି ପକ୍ଷରୁ ଗୋଟିଏ ପମ୍ପ୍‌ ହାଉସ ଖରାପ ହେଲେ କିମ୍ବା ପାଣି ସମସ୍ୟା ହେଲେ ନିକଟସ୍ଥ ପମ୍ପ ହାଉସରୁ ପାଣି ପମ୍ପିଂ କରି ଯୋଗାଣ କରାଯିବ ବୋଲି କୁହାଯାଇଥିଲା। ହେଲେ ନଦୀ ଶୁଖିଲା ଯୋଗୁ ଏବେ ମାନେଶ୍ୱର ଇନ୍‌ଟେକ ୱେଲରୁ ପାଣି ଯୋଗାଣ ବନ୍ଦ ହୋଇଛି। ଏପରି ସମୟରେ ନିକଟସ୍ଥ ପମ୍ପହାଉସରୁ କିଭଳି ପାଣି ଯୋଗାଇ ଦିଆଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଏସବୁକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ଅନୁଦାନ ଦେଇ ମାଳତୀ ନନୀରେ ଏକ ବ୍ୟାରେଜ ନିର୍ମାଣ କରି ପାନୀୟ ଜଳ ସମସ୍ୟା ଦୂର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ପିଏଚ୍‌ଡି ନିର୍ବାହୀଯନ୍ତ୍ରୀ ପରମେଶ୍ୱର ଦାସ କହିଛନ୍ତି, ନଦୀ ଶୁଖିଲା ଥିବାରୁ ଜଳ ଯୋଗାଣ ବନ୍ଦ ହୋଇଛି। ଏବେ ଗାଡି ଯୋଗେ ପାନୀୟ ଜଳ ଦିଆଯାଉଛି। ୨ଦିନ ଭିତରେ ଅନ୍ୟ ପମ୍ପହାଉସରୁ ପମ୍ପିଂ କରି ପାଣି ଦିଆଯିବାକୁ ଯୋଜନା ରହିଛି ବୋଲି ସେ କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?