ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ରହିଥିବା ବେଳେ ରବିବାର ସକାଳ ୬ ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୫.୯୮ ମିଟରରେ ପ୍ରବାହିତ ହେଉଥିଲା। ଦିନ ୯ଟା ସୁଦ୍ଧା ୬.୨୨ ମିଟରରେ ଜଳସ୍ତର ପ୍ରବାହିତ ହେଉଛି । ନଦୀର ଏବେ ବିପଦ ସଙ୍କେତ ରହିଛି ୬.୫୦ ମିଟର । ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କାରେ ଭୟଭୀତ ଅଛନ୍ତି ନଦୀ କୁଳିଆ ବାସିନ୍ଦା ।

ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର । ଗତ ଦୁଇଦିନ ଧରି ବାଲେଶ୍ବର ସମେତ ପଡୋଶୀ ମୟୁରଭଞ୍ଜ ଜିଲାରେ ପ୍ରବଳ ବର୍ଷା ହୋଇଛି l ଫଳରେ ବସ୍ତା ଦେଇ ପ୍ରବାହିତ ହେଉଥିବା ଜଳକା ନଦୀ ଅବବାହିକା ସମେତ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର,ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବୃଦ୍ଧି ପାଉଛି ନଦୀର ଜଳସ୍ତର । ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରା ଯାଉଛି । ଯଦି ବନ୍ୟା ହୁଏ ତେବେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଶନିବାର ରାସଗୋବିନ୍ଦପୁର ଅଞ୍ଚଳରେ ୮୨ ମିଲିମିଟର,ମୋରଡାରେ ୩୦.୨ ମିଲିମିଟର ଏବଂ ଶୁଳିଆପଦା ଅଞ୍ଚଳରେ ୭୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଯାଇଛି । ତେବେ ମୟୂରଭଞ୍ଜ, ବାଲେଶ୍ବର ଏବଂ କେନ୍ଦୁଝରକୁ ପାଣିପାଗ ବିଭାଗ ରବିବାର ରେଡ ଆଲର୍ଟ ଜାରି କରିଥିବାରୁ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ଶୁଭିଲା ପ୍ରଚଣ୍ଡଶବ୍ଦ: ଦେଖୁଦେଖୁ ଟଳିପଡ଼ିଲେ ମିସ୍ତ୍ରୀ

ଖୋର୍ଦ୍ଧ,୯।୧୦: ଟାୟାର ପ୍ରେସର୍‌ ଟାଙ୍କି ଫାଟି ଜଣେ ମୃତ, ଦୁଇ ଆହତ। ଏଭଳି ଘଟଣାଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ...

ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ

ଭବାନୀପାଟଣା,୯।୧୦(ଉତ୍ତମ କୁମାର ଦାଶ/ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା ନର୍ଲା ନିର୍ବାଚନ ମଣ୍ଡଳୀର ପୁର୍ବତନ ବିଧାୟକ ତଥା ରାଜ୍ୟ ସଭା ସଦସ୍ୟ ଧନେଶ୍ୱର ମାଝୀ (୮୩)ବର୍ଷରେ ବୁଧବାର ପରଲୋକ...

ମା’ ନିଜ ବାଙ୍କେଶ୍ୱରୀଙ୍କ ପୀଠରେ ଦିଗପହଣ୍ଡି ପୂଜାକଲେ ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୯।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମଙ୍ଗଳବାର ଦିଗପହଣ୍ଡି ବ୍ଲକ ବି. ତୁରୁବୁଡି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରେ ଥିବା ଅଧିଷ୍ଠାତ୍ରୀ...

ଧାମନଗର ଏନଏସିରୁ ହଟିଲା ୧୬୩ କଟକଣା

ଭଦ୍ରକ,୯।୧୦: ଧାମନଗର ଏନଏସିରୁ ହଟିଲା ୧୬୩ କଟକଣା। ଧୋବଲ ସହ ଆଖପାଖ ଅଞ୍ଚଳରୁ ମଧ୍ୟ ୧୬୩ ଧାରା ହଟିଛି। ଆଜି ଠାରୁ କଟକଣା ହଟିବା ନେଇ...

ଷ୍ଟାଇପେଣ୍ଡ ଟଙ୍କା ଖାଇ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ନିଲମ୍ବିତ

ସିମୁଳିଆ, ୯।୧୦(ସନ୍ତୋଷ ନାୟକ): ୬୨ ଛାତ୍ରୀଛାତ୍ରଙ୍କ ଷ୍ଟାଇପେଣ୍ଡ ଅର୍ଥ ହେରଫେର ଓ ବିଭିନ୍ନ ଅନିୟମିତତାକୁ ନେଇ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ବାଡୁଳି ଖଜୁରେଶ୍ୱର ସରକାରୀ...

ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ସାକ୍ଷୀଗୋପାଳ,୯।୧୦ (ପ୍ରଶାନ୍ତ କୁମାର ବାରିକ୍‌/ କିଶୋର ମହାପାତ୍ର/ ଭରତ ରାଉତ):ଗତ କିଛିଦିନ ହେବ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ଜଣେ ଯୁବତୀଙ୍କ ଭିଡିଓ...

ଚଞ୍ଚକତା କରି ସରପଞ୍ଚ ହାତେଇନେଲେ ରାଶନ କାର୍ଡ

ଚାନ୍ଦବାଲି, ୯।୧୦ (କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଜଳେଶରପୁର ପଞ୍ଚାୟତ ସରପଞ୍ଚ ରାଶନ କାର୍ଡ ହାତେଇଥିବା ନେଇ ଭାଜପା ପକ୍ଷରୁ ସୋମବାର ବିଡିଓଙ୍କ...

ଆତ୍ମସମର୍ପଣ କଲେ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି

ବଡ଼ବିଲ,୯ା୧୦(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟରେ ମଙ୍ଗଳବାର ଓଡ଼ିଆ ସିନେ ଅଭିନେତା ତଥା ପୂର୍ବତନ ଏମ୍‌ପି ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri