ସମୁଦ୍ରପଥରେ ଡ୍ରଗ୍ସ ଚାଲାଣ ଆଶଙ୍କା ବଢୁଛି

ପୁରୀ ଅଫିସ,୬।୧୦: ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ ଓଡ଼ିଶାର ଲିଙ୍କ୍‌ ପ୍ରସଙ୍ଗ ସାମ୍ନାକୁ ଆସିବା ସହ ରାଉରକେଲାର ଦୁଇଜଣ ଗିରଫ ହେବା ପରେ ସମୁଦ୍ର ତଟବର୍ତ୍ତୀ ପୁରୀ ସହର ଉପରେ ସଭିଁଙ୍କ ନଜର ପଡ଼ିଛି। ପୁରୀକୁ ଦେଶ ବିଦେଶର ଲୋକେ ଆସୁଥିବାବେଳେ କେବଳ ଯାଞ୍ଚ ପ୍ରକ୍ରିୟା ସମୟରେ ବା ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିକୋଣରୁ ବେଳାଭୂମିରେ ପୋଲିସ ମୁତୟନ କରାଯାଇଥାଏ। ଅନ୍ୟ ସମୟରେ ବେଳାଭୂମି ପ୍ରାୟତଃ ମୁକୁଳା ପଡ଼ିଥାଏ। ତେଣୁ ଏହାର ସୁଯୋଗ ନେଇ ନିଶା ବେପାରୀ ସମୁଦ୍ର ପଥ ଦେଇ ପୁରୀରେ ପ୍ରବେଶ କରିବାର ଆଶଙ୍କା ରହିଛି। ପୁରୀ ସହରରେ ବ୍ରାଉନସୁଗାର ଓ ଗଞ୍ଜେଇ କାରବାର ବଢି ଚାଲିଥିବାବେଳେ ବେଳାଭୂମିକୁ ଲାଗିରହିଥିବା ପେଣ୍ଠକଟା ଅଞ୍ଚଳରେ ମଧ୍ୟ ନିଶା କାରବାର ନେଇ ପୂର୍ବରୁ ଅଭିଯୋଗ ରହିଛି। ପଶ୍ଚିମବଙ୍ଗରୁ ସଡ଼କ ପଥ ଦେଇ ବାଲେଶ୍ୱର ଜିଲାର ଜଳେଶ୍ୱର ଏବଂ ସେଠାରୁ ପୁରୀକୁ ବ୍ରାଉନସୁଗାର ଚାଲାଣ ହେଉଥିବା ଜଣାପଡ଼ିଛି। ତେବେ ସମୁଦ୍ରପଥରେ ବ୍ରାଉନସୁଗାର କିମ୍ବା ଡ୍ରଗ୍ସ ଆସୁଥାଇପାରେ ବୋଲି ଏବେ ଆଶଙ୍କା ସୃଷ୍ଟି ହେଲାଣି, ଯାହାକି ପୁରୀବାସୀଙ୍କୁ ଚିନ୍ତାରେ ପକାଇଛି।
ପୁରୀର କେତେକ ସ୍ଥାନରେ ଗଞ୍ଜେଇ, ମଦ ଓ ବ୍ରାଉନସୁଗାର କାରବାର ହେଉଛି। ତେଣୁ ଏଠାକୁ ଡ୍ରଗ୍ସ ବି ଆସୁଥାଇପାରେ ବୋଲି କେତେଜଣ ବ୍ୟକ୍ତି ଆଶଙ୍କା ପ୍ରକାଶ କରିଛନ୍ତି। ସତ୍ୟବ୍ରତ ପରିଡ଼ା କହିଛନ୍ତି, ପୁରୀରେ ବ୍ରାଉନସୁଗାର ଓ ଅନ୍ୟ ନିଶା କାରବାର ବନ୍ଦ କରିବା ପାଇଁ ପୋଲିସ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିବା ଦରକାର। ତୃଣମୂଳ ସ୍ତରକୁ ଯାଇ ପୋଲିସ ତଦନ୍ତ କଲେ ଏହାର ଉତ୍ସ ସମ୍ପର୍କରେ ଜଣାପଡ଼ିବ। ଏସବୁ ଦୃଷ୍ଟିରୁ ସମୁଦ୍ର ପଥ ଉପରେ ପୋଲିସ ସତର୍କ ଦୃଷ୍ଟି ରଖିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି। ଏ ନେଇ ପୁରୀ ସିଟି ଡିଏସ୍‌ପି ଜନାର୍ଦ୍ଦନ ପାଢ଼ୀ କହିଛନ୍ତି, ଜଳପଥ ବା ସମୁଦ୍ରପଥ ଉପରେ ପୋଲିସ କଡ଼ା ନଜର ରଖିଛି। କୌଣସି ନିଶା ବେପାରୀ ଯେଭଳି ଜଳପଥକୁ ମାଧ୍ୟମ ଭାବେ ବ୍ୟବହାର ନ କରିବେ ସେନେଇ ଆମେ ସତର୍କ ଦୃଷ୍ଟି ରଖିଛୁ। ଏଯାବତ୍‌ ଏଭଳି କୌଣସି ମାମଲା ସାମ୍ନାକୁ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri