କରୋନା ସଂକ୍ରମଣର ଭୟ କମ୍‌

କରୋନା ପାଇଁ ବେଶ୍‌ କିଛି ଦିନର ଲକ୍‌ ଡାଉନ୍‌, ସଟ୍‌ ଡାଉନ୍‌ ପରେ ଏବେ ପରିସ୍ଥିତିରେ ଟିକେ ସୁଧାର ଆସିଥିବାରୁ ପୁଣିଥରେ ଭ୍ରମଣପ୍ରିୟ ଲୋକେ ବୁଲିବାକୁ ମନ ବଳାଇଲେଣି। ତେବେ ସତ୍ତର୍କତା ଅବଲମ୍ବନ କରି ବୁଲିଲେ ସଂକ୍ରମଣର ଭୟ
ଟିକେ କମ୍‌ ରହିଥାଏ…
ନୋଭେଲ କରୋନା ଭାଇରସ ଭଳି ମହାମାରୀରୁ ମୁକ୍ତି ପାଇବା ପାଇଁ ଭାରତ ସମେତ ଅନ୍ୟ ଦେଶଗୁଡ଼ିକ ଆଜି ବି ନିଜର ସଂଘର୍ଷ ଜାରି ରଖିଛନ୍ତି। ଆଉ ଏହି ସଂଘର୍ଷକୁ ସଫଳ କରିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ, ପରିଚ୍ଛନ୍ନ ବିଭାଗ, ପୋଲିସ ବିଭାଗ ତଥା ଅନ୍ୟ ଜରୁରିକାଳୀନ ବିଭାଗର କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗେଇ ନିଷ୍ଠାର ସହ ସେମାନଙ୍କର ଦାୟିତ୍ୱ ପ୍ରତିପାଦନ କରିଚାଲିଛନ୍ତି। ଏପରି କି ସର୍ବସାଧାରଣ ଲୋକ ବି ନିଜକୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଲକ୍‌ଡାଉନ ନିୟମକୁ ମଧ୍ୟ ସମ୍ମାନର ସହ ମାନିଛନ୍ତି, ଯାହାର ଫଳ ସ୍ବରୂପ ଏବେ ପରିସ୍ଥିତିରେ କିଛିଟା ସୁଧାର ଆସୁଥିବା ଦେଖିବାକୁ ମିଳୁଛି। ଦେଶରେ ଜାରି କରାଯାଇଥିବା ଲକ୍‌ଡାଉନ୍‌ ନିୟମରେ ମଧ୍ୟ ଅନେକ କିଛି ଢିଲା ଦିଆଗଲାଣି। ଏପରି କି ଗୋଟିଏ ସହରରୁ ଅନ୍ୟ ସହରକୁ ବୁଲିଗଲାବେଳେ ୧୪ ଦିନ କ୍ୱାରେଣ୍ଟାଇନ ରହିବାର କଡାକଡି ନିୟମକୁ ମଧ୍ୟ କେତେକ ସ୍ଥାନରେ କୋହଳ କରିଦିଆ ଯାଇଛି। ଫଳରେ ଭ୍ରମଣପ୍ରିୟ ପର୍ଯ୍ୟଟକଙ୍କ ପାଇଁ ପୁଣି ଥରେ ବୁଲିବାର ସୁଯୋଗ ଆସିଯାଇଛି। କିନ୍ତୁ ଏହି ଭ୍ରମଣ ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କିଛିଟା ସାବଧାନତା ଅବଲମ୍ବନ କରିବା ଏବେ ସମସ୍ତଙ୍କ ପାଇଁ ଜରୁରୀ ହୋଇପଡିଛି। ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ପରିସ୍ଥିତିରେ କେଉଁ କେଉଁ ସ୍ଥାନକୁ ବୁଲିଗଲେ ସଂକ୍ରମଣର ଭୟ ଟିକେ କମ୍‌ ରହିଛି।
ଗୋଆ: ଆକର୍ଷଣୀୟ ବିଚ୍‌ ପାଇଁ ଲୋକପ୍ରିୟତା ହାସଲ କରିଥିବା ଗୋଆ ଏବେ ପର୍ଯ୍ୟଟକଙ୍କୁ ପୁଣିଥରେ ସ୍ବାଗତ କରିବା ଆରମ୍ଭ କଲାଣି। ତେବେ ଶୁଣିବାକୁ ମିଳୁଛି ଏଠାକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଏବେ ଆଉ କୋଭିଡ ଟେଷ୍ଟ କିମ୍ବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ ବାଧ୍ୟ କରାଯାଉ ନାହିଁ। କାରଣ ଏଠାରେ ମହାମାରୀର ପରିସ୍ଥିତି ପ୍ରାୟ ନିୟନ୍ତ୍ରଣରେ ରହିଥିବା ସୂଚନା ମିଳୁଛି । ତଥାପି ଏଠାରେ ସାବଧାନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ହିମାଚଳ ପ୍ରଦେଶ: ଯେଉଁମାନଙ୍କୁ ଟ୍ରେକିଂ, ସ୍କିଂ ଅବା ମାଉଣ୍ଟେନିଂର ମଜା ନେବାକୁ ଭଲ ଲାଗେ ସେମାନଙ୍କ ପାଇଁ ଏହି ସ୍ଥାନ ପୂରା ପରଫେକ୍ଟ କହିଲେ ଚଳେ। ଦେଶରେ କିଛି ଦିନର ବ୍ୟବଧାନ ପରେ ଏବେ ହିମାଚଳ ପ୍ରଦେଶ ପୁନର୍ବାର ତା’ର ପର୍ଯ୍ୟଟକଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇଗଲାଣି। ଏପରି କି ସ୍ଥାନୀୟ ସରକାର ମଧ୍ୟ ପର୍ଯ୍ୟଟକଙ୍କ ନିମନ୍ତେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ରହିବାର ନିୟମକୁ କୋହଳ କରିଥିବା ଶୁଣିବାକୁ ମିଳୁଛି।
ଉତ୍ତରାଖଣ୍ଡ: ଏଠାରେ ମଧ୍ୟ ଆଗନ୍ତୁକ ଟ୍ରେକିଂ କିମ୍ବା ପାହାଡ ଉପରେ ବୁଲାବୁଲି କରିବାର ଭରପୂର ମଜା ନେଇପାରିବେ। କାରଣ ସରକାର ଏବେ ପର୍ଯ୍ୟଟକଙ୍କ ଆଗମନକୁ ନେଇ କରୋନା ପାଇଁ ଲାଗୁ ହୋଇଥିବା ଅନେକ କଡାକଡି ନିୟମକୁ ଏଠାରୁ ଉଠାଇ ନେଇଛନ୍ତି। ହେଲେ ଯେଉଁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସୁଛନ୍ତି ସେମାନଙ୍କୁ ପ୍ରଥମେ ସରକାରୀ ପୋର୍ଟାଲରେ ସେମାନଙ୍କ ନାମକୁ ରେଜିଷ୍ଟ୍ରେଶନ କରିବାର ନିୟମ ଏଠାରେ ପାଳନ କରାଯାଉଛି।

ପଣ୍ଡିଚେରୀ: ସୂଚନା ଅନୁଯାୟୀ ଏଠାରେ ବି ଏବେ ପର୍ଯ୍ୟଟକଙ୍କୁ କରୋନା ଟେଷ୍ଟ କିମ୍ବା କ୍ୱାରେଣ୍ଟାଇନରେ ରହିବା ପାଇଁ ବାଧ୍ୟ କରାଯାଉ ନାହିଁ। ଯଦି କାୈଣସି ପର୍ଯ୍ୟଟକଙ୍କଠାରେ ସଂକ୍ରମଣର କିଛିଟା ଲକ୍ଷଣ ଦେଖାଯାଉଛି , ତା’ହେଲେ ତାଙ୍କୁ ତୁରନ୍ତ ସରକାରଙ୍କ ଦ୍ୱାରା ପରିଚାଳିତ ଡାକ୍ତରଖାନା କିମ୍ବା କୋଭିଡ ସେଣ୍ଟରରେ ପରୀକ୍ଷା କରିବା ପାଇଁ ପଠାଇ ଦିଆଯାଉଛି। ଏସବୁ ସତ୍ତ୍ୱେ ଏଠାରେ ସ୍ବଚ୍ଛତା ଓ ସାବଧାନତା ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ଗୁଜରାଟ: ଏଠାରେ ପର୍ଯ୍ୟଟକଙ୍କୁ କେବଳ ଥର୍ମାଲ ସ୍କ୍ରିନିଂ ଟେଷ୍ଟ ଦେଇ ଗତି କରିବାକୁ ହୋଇଥାଏ। ଯଦି କାହାଠାରେ ସଂକ୍ରମଣର ଲକ୍ଷଣ ନ ଥାଏ ତା’ହେଲେ ତାଙ୍କୁ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ପଡେନାହିଁ।
ଏସବୁ ସ୍ଥାନ ନୁହେଁ ଅରୁଣାଚଳ ପ୍ରଦେଶ, କର୍ଣ୍ଣାଟକ, ଲଦାଖ୍‌ ଭଳି ସ୍ଥାନରେ ମଧ୍ୟ ପର୍ଯ୍ୟଟକଙ୍କ ପାଇଁ କୋଭିଡ୍‌ ନିୟମ କୋହଳ ହେବା ସହିତ ସେଠାରେ ସଂକ୍ରମଣର ସମ୍ଭାବନା ବି ଯଥେଷ୍ଟ କମ୍‌ ରହିଛି।
ଜରୁରୀ ସୂଚନା
– ନିୟମ କୋହଳ ହେବାରୁ ବୁଲାବୁଲି କରିବାକୁ ଇଚ୍ଛା ହେଉଥିଲେ ବି ଅତି ଜରୁରୀ ନ ହେଲେ କୁଆଡେ ଯାଆନ୍ତୁ ନାହିଁ। କାରଣ ପରିସ୍ଥିତିରେ ସାମାନ୍ୟ ମାତ୍ର ସୁଧାର ଆସିଛି, ହେଲେ ବିପଦ ସମ୍ପୂର୍ଣ୍ଣ ଟଳି ନାହିଁ।
– ତଥାପି ବି ଯଦି ଆପଣ ବୁଲିବାକୁ ବାହାରୁଛନ୍ତି, ତାହେଲେ ମାସ୍କର ବ୍ୟବହାର, ସାମାଜିକ ଦୂରତା ରକ୍ଷା କରିବା ପରି ଅତି ଜରୁରୀ କଥାଗୁଡିକୁ ମାନିବା ଅନିବାର୍ଯ୍ୟ।

 


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri