Posted inଫୁରସତ

ଅଜବ ଫେସ୍‌ ମାସ୍କ

କରୋନା ମହାମାରୀ ତଥା ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ତେବେ ଏହି ମାସ୍କର ବ୍ୟବହାରକୁ ଆଉ ଟିକେ ଟ୍ରେଣ୍ଡି କରିବା ପାଇଁ ଆଜିକାଲି ମାର୍କେଟରେ କେତେ ନୂଆ ନୂଆ ଡିଜାଇନ୍‌ର ମାସ୍କ ବିକ୍ରି ହେଲାଣି। ହେଲେ ଏହି ମାସ୍କଗୁଡ଼ିକୁ କିଣିବା ପୂର୍ବରୁ ତାହା କେତେ ସୁରକ୍ଷିତ ପ୍ରଥମେ ଜାଣିବା ନିହାତି ଆବଶ୍ୟକ। ସେମିତି କେତୋଟି ଅଜବ ଫେସ୍‌ ମାସ୍କ ସମ୍ପର୍କରେ….
ଟ୍ରାନ୍ସପାରେଣ୍ଟ ଫେସ୍‌ ମାସ୍କ: ଫ୍ୟାଶନ ପ୍ରିୟ ଯୁବପିଢ଼ିମାନଙ୍କର ବେଳେବେଳେ ମନରେ ଦୁଃଖ ଆସୁଥିବ ଯେ, ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ଭାଇରସ୍‌ ଆକ୍ରମଣରୁ ସିନା ବର୍ତ୍ତି ହୋଇଯିବ, ହେଲେ ତାଙ୍କର ସୁନ୍ଦର ମୁହଁକୁ କେହି ଦେଖିପାରୁ ନଥିବେ। ଖାସ୍‌ ସେମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ମାର୍କେଟରେ ଟ୍ରାନ୍ସପାରେଣ୍ଟ ଫେସ୍‌ ମାସ୍କ ମିଳିଲାଣି, ଯାହାକୁ ପିନ୍ଧିଲେ ପ୍ରଦୂଷଣରୁ ମୁକ୍ତି ମିଳିବା ସହ ଆପଣଙ୍କର ସୁନ୍ଦର ଚେହେରାକୁ ମଧ୍ୟ ଅନ୍ୟମାନେ ଦେଖିପାରିବେ।

ସ୍ମାଇଲ୍‌ ଫେସ୍‌ ମାସ୍କ: ହସିବା ଓ ଅନ୍ୟମାନଙ୍କୁ ହସାଇବା ବି ହେଉଛି ଏକ କଳା। ଏବେ ଏହି କାମ ମୁହଁରେ ଲଗାଯାଉଥିବା ମାସ୍କ ବି କରିପାରିବ। କାରଣ ଏବେ ମାର୍କେଟକୁ ଆସିଗଲାଣି ସ୍ମାଇଲ୍‌ ଫେସ୍‌ ମାସ୍କ। ଏହି ମାସ୍କ ଉପରେ ରହିଛି ଆକର୍ଷଣୀୟ ହସର ଏକ ପ୍ରତିଛବି, ଯାହାକୁ ପିନ୍ଧିଲେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ହେବା ସହ ହସର ପ୍ରତିଛବି ଦେଖି ସେମାନଙ୍କ ମୁହଁରେ ବି ହସର ଫୁଆରା ସୃଷ୍ଟି ହେବ।

ଫନି କ୍ୟାଟ୍‌ ମାସ୍କ: ଏହି ମାସ୍କ ଉପରେ ଗୋଟିଏ ସୁନ୍ଦର ବିଲେଇର ପ୍ରତିଛବି ଏମିତି ରହିଛି ଯେ, ଲାଗିବ ସତେ ଯେମିତି ଏକ ସତସତିକା ବିଲେଇ ମାସ୍କ ଭିତରୁ ଆମକୁ ଚାହିଁଛି। ଏହା ଦେଖିବାକୁ ଯେପରି ଆକର୍ଷଣୀୟ ଲାଗିଥାଏ, ଏହାର ଗଠନଶୈଳୀ ବି ସେପରି ଆଶ୍ଚର୍ଯ୍ୟକର ହୋଇଥାଏ।
ଆଙ୍ଗ୍ରି ମୋନଷ୍ଟର୍‌ ମାସ୍କ: ରାକ୍ଷସମାନଙ୍କର ଯେମିତି ବଡ଼ ବଡ଼ ଦାନ୍ତ ଥାଏ, ଅବିକଳ ସେହି ଡିଜାଇନ୍‌ରେ ଏହି ମାସ୍କଟିକୁ ତିଆରି କରାଯାଇଛି। ଏହାକୁ ମୁହଁରେ ପିନ୍ଧିଲେ ବି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ନିଶ୍ଚୟ ହେବ।
ଆଶ୍ଚର୍ଯ୍ୟ କରିଦେଲା ଭଳି ମାସ୍କ: ଏହି ମାସ୍କରେ ଗୋଟିଏ ଛୋଟ ଛୁଆ ଭୟରେ ଆଶ୍ଚର୍ଯ୍ୟ ହୋଇଯିବା ଭଳି ଏକ ପ୍ରତିଛବି ରହିଛି। ତେଣୁ ଏହାକୁ ପିନ୍ଧିଲେ ଦୂରରୁ ଯିଏ ଦେଖିବ ସିଏ ଦ୍ବନ୍ଦ୍ୱରେ ପଡ଼ିଯିବ ଯେ, ଏହା ମାସ୍କ ନା ସତରେ କିଏ ଜଣେ ଏମିତି ଆଶ୍ଚର୍ଯ୍ୟ ହୋଇ ଚାହଁିଛି।
ଫେସ୍‌ ମାସ୍କ ଡ୍ରେସ୍‌: ଏହି ଡ୍ରେସ୍‌ ଦେଖିବାକୁ ଯେମିତି ଫ୍ୟାଶନେବଲ୍‌ ସେମିତି ଉପକାରୀ ମଧ୍ୟ। କାରଣ ଏହି ଡ୍ରେସ୍‌ର ଡିଜାଇନ୍‌ ଏମିତି କରାଯାଇଛି ଯେ, ଯାହାକୁ ପିନ୍ଧିଲେ ପାଟି ଓ ନାକ ଘୋଡ଼େଇ ହୋଇ ରହିବା ସହ ଦେହର ଲଜ୍ଜା ନିବାରଣ ମଧ୍ୟ କରିହେବ। କହିବାକୁ ଗଲେ ଏହା ଉଭୟ ଡ୍ରେସ୍‌ ଓ ମାସ୍କ ଦୁଇଟି ଯାକ ଜିନିଷର କାମ ଆରାମରେ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?