Posted inଫୁରସତ

ଅଜବ ଫେସ୍‌ ମାସ୍କ

କରୋନା ମହାମାରୀ ତଥା ବିଭିନ୍ନ ପ୍ରକାର ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଏବେ ମୁହଁରେ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ତେବେ ଏହି ମାସ୍କର ବ୍ୟବହାରକୁ ଆଉ ଟିକେ ଟ୍ରେଣ୍ଡି କରିବା ପାଇଁ ଆଜିକାଲି ମାର୍କେଟରେ କେତେ ନୂଆ ନୂଆ ଡିଜାଇନ୍‌ର ମାସ୍କ ବିକ୍ରି ହେଲାଣି। ହେଲେ ଏହି ମାସ୍କଗୁଡ଼ିକୁ କିଣିବା ପୂର୍ବରୁ ତାହା କେତେ ସୁରକ୍ଷିତ ପ୍ରଥମେ ଜାଣିବା ନିହାତି ଆବଶ୍ୟକ। ସେମିତି କେତୋଟି ଅଜବ ଫେସ୍‌ ମାସ୍କ ସମ୍ପର୍କରେ….
ଟ୍ରାନ୍ସପାରେଣ୍ଟ ଫେସ୍‌ ମାସ୍କ: ଫ୍ୟାଶନ ପ୍ରିୟ ଯୁବପିଢ଼ିମାନଙ୍କର ବେଳେବେଳେ ମନରେ ଦୁଃଖ ଆସୁଥିବ ଯେ, ମୁହଁରେ ମାସ୍କ ପିନ୍ଧିବା ଦ୍ୱାରା ଭାଇରସ୍‌ ଆକ୍ରମଣରୁ ସିନା ବର୍ତ୍ତି ହୋଇଯିବ, ହେଲେ ତାଙ୍କର ସୁନ୍ଦର ମୁହଁକୁ କେହି ଦେଖିପାରୁ ନଥିବେ। ଖାସ୍‌ ସେମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଏବେ ମାର୍କେଟରେ ଟ୍ରାନ୍ସପାରେଣ୍ଟ ଫେସ୍‌ ମାସ୍କ ମିଳିଲାଣି, ଯାହାକୁ ପିନ୍ଧିଲେ ପ୍ରଦୂଷଣରୁ ମୁକ୍ତି ମିଳିବା ସହ ଆପଣଙ୍କର ସୁନ୍ଦର ଚେହେରାକୁ ମଧ୍ୟ ଅନ୍ୟମାନେ ଦେଖିପାରିବେ।

ସ୍ମାଇଲ୍‌ ଫେସ୍‌ ମାସ୍କ: ହସିବା ଓ ଅନ୍ୟମାନଙ୍କୁ ହସାଇବା ବି ହେଉଛି ଏକ କଳା। ଏବେ ଏହି କାମ ମୁହଁରେ ଲଗାଯାଉଥିବା ମାସ୍କ ବି କରିପାରିବ। କାରଣ ଏବେ ମାର୍କେଟକୁ ଆସିଗଲାଣି ସ୍ମାଇଲ୍‌ ଫେସ୍‌ ମାସ୍କ। ଏହି ମାସ୍କ ଉପରେ ରହିଛି ଆକର୍ଷଣୀୟ ହସର ଏକ ପ୍ରତିଛବି, ଯାହାକୁ ପିନ୍ଧିଲେ ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ ହେବା ସହ ହସର ପ୍ରତିଛବି ଦେଖି ସେମାନଙ୍କ ମୁହଁରେ ବି ହସର ଫୁଆରା ସୃଷ୍ଟି ହେବ।

ଫନି କ୍ୟାଟ୍‌ ମାସ୍କ: ଏହି ମାସ୍କ ଉପରେ ଗୋଟିଏ ସୁନ୍ଦର ବିଲେଇର ପ୍ରତିଛବି ଏମିତି ରହିଛି ଯେ, ଲାଗିବ ସତେ ଯେମିତି ଏକ ସତସତିକା ବିଲେଇ ମାସ୍କ ଭିତରୁ ଆମକୁ ଚାହିଁଛି। ଏହା ଦେଖିବାକୁ ଯେପରି ଆକର୍ଷଣୀୟ ଲାଗିଥାଏ, ଏହାର ଗଠନଶୈଳୀ ବି ସେପରି ଆଶ୍ଚର୍ଯ୍ୟକର ହୋଇଥାଏ।
ଆଙ୍ଗ୍ରି ମୋନଷ୍ଟର୍‌ ମାସ୍କ: ରାକ୍ଷସମାନଙ୍କର ଯେମିତି ବଡ଼ ବଡ଼ ଦାନ୍ତ ଥାଏ, ଅବିକଳ ସେହି ଡିଜାଇନ୍‌ରେ ଏହି ମାସ୍କଟିକୁ ତିଆରି କରାଯାଇଛି। ଏହାକୁ ମୁହଁରେ ପିନ୍ଧିଲେ ବି ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ ନିଶ୍ଚୟ ହେବ।
ଆଶ୍ଚର୍ଯ୍ୟ କରିଦେଲା ଭଳି ମାସ୍କ: ଏହି ମାସ୍କରେ ଗୋଟିଏ ଛୋଟ ଛୁଆ ଭୟରେ ଆଶ୍ଚର୍ଯ୍ୟ ହୋଇଯିବା ଭଳି ଏକ ପ୍ରତିଛବି ରହିଛି। ତେଣୁ ଏହାକୁ ପିନ୍ଧିଲେ ଦୂରରୁ ଯିଏ ଦେଖିବ ସିଏ ଦ୍ବନ୍ଦ୍ୱରେ ପଡ଼ିଯିବ ଯେ, ଏହା ମାସ୍କ ନା ସତରେ କିଏ ଜଣେ ଏମିତି ଆଶ୍ଚର୍ଯ୍ୟ ହୋଇ ଚାହଁିଛି।
ଫେସ୍‌ ମାସ୍କ ଡ୍ରେସ୍‌: ଏହି ଡ୍ରେସ୍‌ ଦେଖିବାକୁ ଯେମିତି ଫ୍ୟାଶନେବଲ୍‌ ସେମିତି ଉପକାରୀ ମଧ୍ୟ। କାରଣ ଏହି ଡ୍ରେସ୍‌ର ଡିଜାଇନ୍‌ ଏମିତି କରାଯାଇଛି ଯେ, ଯାହାକୁ ପିନ୍ଧିଲେ ପାଟି ଓ ନାକ ଘୋଡ଼େଇ ହୋଇ ରହିବା ସହ ଦେହର ଲଜ୍ଜା ନିବାରଣ ମଧ୍ୟ କରିହେବ। କହିବାକୁ ଗଲେ ଏହା ଉଭୟ ଡ୍ରେସ୍‌ ଓ ମାସ୍କ ଦୁଇଟି ଯାକ ଜିନିଷର କାମ ଆରାମରେ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିୟୁଟି ପାର୍ଲର

ଉନ୍ନାଓ: କୌଣସି ମଧ୍ୟ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପଦ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ବିଦ୍ୟାଳୟକୁ ଠିକ୍‌ ଭାବେ ଚଳାଇବା ସହ ଅନୁଶାସନ ବଜାୟ ରଖିବାର ସମ୍ପୂର୍ଣ୍ଣ...

ଅଫିସରେ ବସି ଲଞ୍ଚ କରୁଥିଲେ ବାପା, ୟୁପିଏସ୍‌ସିରେ କୃତକାର୍ଯ୍ୟ ହୋଇଥିବା ଖବର ଜଣାଇବାକୁ ପହଞ୍ଚିଲେ ପୁଅ, ପରେ ଯାହା ଘଟିଲା…

ନିଜ ସନ୍ତାନର ଖୁସିରେ ନିଜ ଖୁସି ଖୋଜିଥାନ୍ତି ମା’ବାପା। ଯଦି କାହାର ପୁଅ ନଚେତ ଝିଅ ଦେଶର ସବୁଠାରୁ ବଡ଼ ପରୀକ୍ଷା ୟୁପିଏସ୍‌ସି ପାସ୍‌ କରିଦିଏ...

ଡୁଡ୍‌ଲ ପରିବର୍ତ୍ତନ କଲା ଗୁଗ୍‌ଲ

ଗୁଗ୍‌ଲ ଡୁଡ୍‌ଲ ଭାରତରେ ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ୍‌ ଆରମ୍ଭକୁ ସ୍ମରଣ କରି ଡୁଡ୍‌ଲରେ କାଳି ସହିତ ଏକ ଇଣ୍ଡେକ୍ସ ଆଙ୍ଗୁଠି ଚିତ୍ରଣ...

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri