ମରାମତି ଅବଧି ସରିନି, କ୍ଷୟକ୍ଷତି ଦର୍ଶାଇଲା ବିଭାଗ

ଚଣ୍ଡିଖୋଲ,୮।୧୦(ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଚଣ୍ଡିଖୋଲ ଉପଖଣ୍ଡର ବାଲିଚନ୍ଦ୍ରପୁର-ଦେକୁରି ରାସ୍ତାକୁ ନେଇ ବିବାଦ ଥମୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜାନରେ କରାଯାଇଥିବା ଏହି ରାସ୍ତାର ନିର୍ମାଣ ସମୟରେ ୩୦୦ ମିଟର ଗାଡ୍‌ୱାଲ ଭୁଶୁଡ଼ି ପଡ଼ିଥିଲା। ନିର୍ମାଣ ଶେଷ ହେବାର ୩ ମାସ ପରେ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟ କରାଯାଇଥିବା ଅଭିଯୋଗ କରିଥିଲେ। ବହୁବାର ତଦନ୍ତ ପରେ ମଧ୍ୟ ରାସ୍ତା ଅବସ୍ଥା ସୁଧାରିବାକୁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା ବରଂ ବିଭିନ୍ନ ବାହାନାରେ ବିଭାଗ ପକ୍ଷରୁ ଠିକା ସଂସ୍ଥାକୁ ସୁରକ୍ଷା ଦିଆଯାଇଥିଲା। ତେବେ ଏହି ରାସ୍ତାର ବାର୍ଷିକ ମରାମତି ଅବଧି ସରି ନ ଥିବାବେଳେ ଏବେ ବିଭାଗ ପକ୍ଷରୁ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଲଗାଣ ବର୍ଷାରେ ରାସ୍ତା ଧୋଇଯାଇ କ୍ଷତି ହୋଇଥିବା ଦର୍ଶାଯାଇଛି। ତେଣୁ ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ଗତ ମାସ ୨୪ ତାରିଖରେ ୫୦ ଲକ୍ଷ ଟଙ୍କା ମଞ୍ଜୁର ପାଇଁ ବିଭାଗ ମୁଖ୍ୟଯନ୍ତ୍ରୀ(ନିର୍ମାଣ)ଙ୍କୁ ପତ୍ର ଲେଖିଛନ୍ତି। ତୁରନ୍ତ ୨୦ ଲକ୍ଷ ଟଙ୍କା ରାସ୍ତା ମରାମତି ନିମନ୍ତେ ଯୋଗାଇ ଦେବାକୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟପକ୍ଷେ ରାସ୍ତା ବର୍ଷାର ବହୁ ପୂର୍ବରୁ ଶୋଚନୀୟ ହୋଇପଡ଼ିଛି ବୋଲି ଅଭିଯୋଗ ହୋଇଛି। ତେବେ ଠିକା ସଂସ୍ଥାର ମରାମତି ଅବଧି ସରି ନ ଥିବାବେଳେ ପୁଣି ବିଭାଗ ପକ୍ଷରୁ ମରାମତି ପାଇଁ ଆବେଦନ କରିବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।
ବାଲିଚନ୍ଦ୍ରପୁରଠାରୁ ଦେକୁରି ୧୧ କି.ମି. ଏହି ରାସ୍ତା କାମ ୨୦୧୮ ଏପ୍ରିଲରେ ୪ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା। ଏକ ବର୍ଷ ମଧ୍ୟରେ ନିର୍ମାଣ ଶେଷ ପାଇଁ ଠିକା ସଂସ୍ଥା ଚୁକ୍ତି କରିଥିଲେ ମଧ୍ୟ ମାର୍ଚ୍ଚ ୨୦୨୦ରେ କାର୍ଯ୍ୟ ଶେଷ କରାଯାଇଥିଲା। ଏହାପରେ ରାସ୍ତା ଶୋଚନୀୟ ହୋଇପଡ଼ିଥିଲା। ୧୬/୧୧/୨୦ରେ ମୁଖ୍ୟଯନ୍ତ୍ରୀ ରାସ୍ତା ପରିଦର୍ଶନରେ ଆସି ତୁରନ୍ତ ମରାମତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶର ୫ ମାସ ପରେ ଠିକା ସଂସ୍ଥା ପକ୍ଷରୁ କେତେକ ସ୍ଥାନରେ ତାଳି ପକାଯାଇଥିଲା। ଏହାପରେ ୨୬/୭/୨୧ରେ ରାଜ୍ୟ ଗୁଣବତ୍ତା ନିରୀକ୍ଷକ ବିଭାଗର ଦୁଇ ଜଣିଆ ଟିମ୍‌ ଆସି ରାସ୍ତା ଉଭୟ ପାର୍ଶ୍ୱ କେନାଲ ଯୋଗୁ କେତେକ ସ୍ଥାନରେ ଖାଲ ସୃଷ୍ଟି ହୋଇଥିବା ଦର୍ଶାଇବା ସହ ରାସ୍ତା ମଧ୍ୟରେ ଥିବା ଦୁଇ ବିଦ୍ୟୁତ୍‌ ଖୁଣ୍ଟ ହଟାଇବାକୁ ପରାମର୍ଶ ଦେଇଥିଲେ। ମାତ୍ର ଆଜି ଯାଏ ବିଦ୍ୟୁତ୍‌ ଖୁଣ୍ଟ ଉଠାଯାଇ ନାହିଁ କିମ୍ବା ଖାଲଖମା ମରାମତି କରାଗଲା ନାହିଁ। କିନ୍ତୁ ବର୍ଷାରେ ରାସ୍ତା ନଷ୍ଟ ହୋଇଯାଇଥିବା ଦର୍ଶାଯାଇ ଅର୍ଥ ଦାବି କରାଗଲା। ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ ଶେଷ ହେବାର ୫ ବର୍ଷ ଯାଏ ସମ୍ପୃକ୍ତ ଠିକା ସଂସ୍ଥା ମରାମତି ଦାୟିତ୍ୱ ନେବା କଥା। ମାତ୍ର ଏଠାରେ ବ୍ୟତିକ୍ରମ ଦେଖାଯାଇଛି। ମରାମତି ପାଇଁ ଅର୍ଥ ମହଜୁଦ ଥିଲେ ମଧ୍ୟ ବିଭାଗ ପକ୍ଷରୁ ଅର୍ଥ ଦାବିକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ଚଣ୍ଡିଖୋଲ ଉପଖଣ୍ଡ ସହକାରୀ ଯନ୍ତ୍ରୀ କେ.ତୁଳସୀ ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ରାସ୍ତା ଖରାପ ହୋଇଥିବାରୁ ଆମେ ମରାମତି ପାଇଁ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri