ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ ସତ୍ତ୍ୱେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଥିଲା। ତେବେ ଏହାକୁ ଶିକ୍ଷାବିତ୍‌ମାନେ ବିରୋଧ କରିବାରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି ) ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ସ୍ଥଗିତ ରଖାଯାଇଛି। ଓପିଏସ୍‌ସି ପକ୍ଷରୁ ଶୁକ୍ରବାର ୨ଟି ନୋଟିସ ଜାରି ହୋଇଛି। ଫିଜିକ୍ସରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଆସନ୍ତା ଜୁନ ୪ ତାରିଖରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖା ଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।
ସେହିପରି ବାଣିଜ୍ୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଜୁନ ୬ ତାରିଖରେ ହେବାକୁ ଥିବା ଡକ୍ୟୁମେଣ୍ଟ ଯାଞ୍ଚ କାର୍ଯ୍ୟକ୍ରମକୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେବେ ଆୟୋଗଙ୍କ ପକ୍ଷରୁ ଏହି ନିଯୁକ୍ତି ପ୍ରକ୍ରିୟା ସ୍ଥଗିତ ରଖାଯିବା ସମ୍ପର୍କରେ କିଛି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ସୂଚନାଯୋଗ୍ୟ, ବିଭିନ୍ନ ବିଷୟରେ ମୋଟ ୬୦୬ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ନିମନ୍ତେ ଓପିଏସସି ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏଥିରୁ କେତେକ ବିଷୟର ପରୀକ୍ଷା ଓ ଡକ୍ୟୁମେଣ୍ଟ ଯାଞ୍ଚ ଆଦି ପ୍ରକ୍ରିୟା ଶେଷ ହୋଇ ସାରିଥିବାବେଳେ ବାଣିଜ୍ୟ ଓ ଫିଜିକ୍ସ ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତିକୁ ସ୍ଥଗିତ ରଖିବାକୁ ଆୟୋଗ ନିଷ୍ପତ୍ତି ନେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ନିଷ୍ପତ୍ତି ନେଲେ ସରକାର; ଅଫିସ୍‌ରେ ବଦଳିବ ମେନ୍ୟୁ! ହଟିବ ଜଙ୍କ ଫୁଡ୍‌

ମୁମ୍ବାଇ,୩ା୯: ଆଧୁନିକ ଜୀବନଶୈଳୀରେ ଜଙ୍କ ଫୁଡ୍‌ର ବଢ଼ୁଥିବା ଚାହିଦା ମଧ୍ୟରେ ମହାରାଷ୍ଟ୍ର ସରକାର ଏବେ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ସରକାରୀ କାର୍ଯ୍ୟାଳୟର କ୍ୟାଣ୍ଟିନ୍‌ରେ…

ଆକ୍ସନ ମୋଡ୍‌ରେ ବିଇଓ: ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ, ଦୁଇ ଶିକ୍ଷକଙ୍କ ଦରମା ବନ୍ଦ

ଉଦଳା,୩ା୯(ସନ୍ତୋଷ ବାଛିନୀ): ଆକ୍ସନ ମୋଡ୍‌ରେ କପ୍ତିପଦା ବିଇଓ। କାର୍ଯ୍ୟରେ ଅବହେଳା ଏବଂ ନିୟମ ଉଲ୍ଲଂଘନ ପାଇଁ ଜଣେ ପ୍ରଧାନଶିକ୍ଷକଙ୍କୁ ନିଲମ୍ବନ କରିବା ସହିତ ଦୁଇ ଜଣଙ୍କ ଦରମା…

ପୁଣି ଫୁଲିଲା ହୀରାକୁଦ, ଏବେ ୪ ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ

ସମ୍ବଲପୁର,୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଜଳସ୍ତର କ୍ରମଶଃ ବୃଦ୍ଧି ପାଇ ୬୨୭ ଫୁଟ ଟପିଯାଇଛି। ଫଳରେ ଗୁରୁବାର ସକାଳେ ପୁଣି ୨ଟି ସ୍ଲୁଇସ ଗେଟ୍‌ ଖୋଲି ଦିଆଯାଇଛି।…

୩ ରାଶିଙ୍କ ପାଇଁ ଆରମ୍ଭ ହେଲା ଗୋଲ୍ଡେନ ଟାଇମ୍‌, ୬୪ ଦିନ ଯାଏ ସଫଳତା ସହ ଅପାର ଧନଲାଭ!

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଙ୍କୁ ଅତ୍ୟନ୍ତ ଶୁଭ ଗ୍ରହ ଭାବେ ବିବେଚନା କରାଯାଏ। ଶୁକ୍ର ଭୌତିକ ସୁଖ, ବିଳାସିତା, ପ୍ରେମ, ସୌନ୍ଦର୍ଯ୍ୟ ଓ ଆକର୍ଷଣର କାରକ ଗ୍ରହ। କୁହାଯାଏ,…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ଶିକ୍ଷୟିତ୍ରୀ ପୂରବୀ ପରିଡ଼ା

ନବରଙ୍ଗପୁର,୩ା୯(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାର ଶିକ୍ଷାକ୍ଷେତ୍ର ପାଇଁ ଆସିଛି ଆଉ ଏକ ଗୌରବର ଖବର। ଜିଲାର ଶାରୀରିକ ଶିକ୍ଷା ଶିକ୍ଷୟିତ୍ରୀ ପୂରବୀ ପରିଡ଼ା ଚଳିତବର୍ଷ ଗୁରୁଦିବସ ଅବସରରେ…

ଭାରତକୁ ମାଡି ଆସୁଛି ଭୟଙ୍କର ବିପଦ! ବଡ଼ ଚେତାବନୀ ଦେଲା UN

ନୂଆଦିଲ୍ଲୀ,୩।୯: ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନକୁ ନେଇ ପୁଣିଥରେ ଚେତାବନୀ ଦେଇଛି ମିଳିତ ଜାତିସଂଘ। ବିଶ୍ୱ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ସୀମାକୁ…

‘ଅଭିଜିତ ଦୀପକେଙ୍କ ସହ ଡିଲ୍ କରିଛନ୍ତି କେଜ୍ରିୱାଲ୍’, ବଡ଼ ଅଭିଯୋଗ ଆଣିଲେ ମନୀଷ

ନୂଆଦିଲ୍ଲୀ,୩।୯: କକରୋଚ୍ ଜନତା ପାର୍ଟି (CJP) ପରେ ଏବେ ‘କକରୋଚ୍ ଜନତା ପାର୍ଟି ଡେମୋକ୍ରାଟିକ’ (CJPD) ଘୋଷଣା ହୋଇଛି । ମନୀଷ ବ୍ରହ୍ମଭଟ୍ଟ ଗୁରୁବାର ଏହି ଘୋଷଣା…

ମୋଦିଙ୍କ ପଦାଙ୍କ ଅନୁସରଣ କଲେ ଯୋଗୀ! ଇନଷ୍ଟାଗ୍ରାମରେ ରିଲ ପୋଷ୍ଟ କରି କହିଲେ…

ଲକ୍ଷ୍ନୌ,୩।୯: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏକ ରିଲ ପୋଷ୍ଟ କରିଛନ୍ତି। ଏହି ସେଲଫି-ଶୈଳୀର ରିଲ୍ସରେ ବାବା ନୀବ କରୋରିଙ୍କ ପବିତ୍ର ଭୂମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri