ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର; ଆରବ ରାଷ୍ଟ୍ରଗୁଡ଼ିକରେ ଥିବା ଏହାର ସାମରିକ ଘାଟିକୁ ହଟାଇବା ଉଚିତ; ଲେବାନନ ଉପରେ ଇସ୍ରାଏଲର ଦଖଲ ଶେଷ କରିବାକୁ ହେବ; ଏବଂ ଇରାନକୁ ଅନେକ ବର୍ଷ ଧରି ଓ ଏହି ଯୁଦ୍ଧରେ ହୋଇଥିବା କ୍ଷତିର ଭରଣା କରିବାକୁ ପଡ଼ିବ। ଯଦିଓ ଆମେରିକା ଏବଂ ଇସ୍ରାଏଲ ବୋମା ମାଡ଼ରେ ହଜାରରୁ ଊର୍ଦ୍ଧ୍ୱ ଇରାନୀଙ୍କ ମୃତ୍ୟୁ ହେବା ସହ ଅଧିକ ମୃତ୍ୟୁର ସମ୍ଭାବନା ରହିଛି, ତଥାପି ଇରାନ ଯଦି ଏସବୁ ବିଷୟକୁ ହାସଲ କରେ ତେବେ ଏହାର ସମ୍ପୂର୍ଣ୍ଣ ବିଜୟ ଘଟିବ। କମ୍‌ କ୍ଷମତାସମ୍ପନ୍ନ ଇରାନ ଦୁଇ ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ପ୍ରତିଦ୍ୱନ୍ଦ୍ୱୀ ଇସ୍ରାଏଲ ଏବଂ ଆମେରିକା ବିରୋଧରେ ଲଢ଼େଇ କରୁଛି। ହଁ, ଏହା ସାମରିକ ଦୃଷ୍ଟିରୁ ସେମାନଙ୍କ ତୁଳନାରେ ଦୁର୍ୱଳ, କିନ୍ତୁ ଫେବୃଆରୀ ୨୮ରୁ ବିଶ୍ୱ ଯାହା ଦେଖୁଛି ସେଥିରୁ ସ୍ପଷ୍ଟ ଯେ ଏହା ଶକ୍ତିହୀନ ନୁହେଁ। ଅନ୍ୟ ରାଷ୍ଟ୍ର ତୁଳନାରେ ଏହାର ସଙ୍କଳ୍ପ ଅଧିକ ଦୃଢ଼ ରହିଛି। ଇରାନକୁ ପାଶ୍ଚାତ୍ୟ ନଷ୍ଟ କରିଦେଇଥିବାରୁ ମୋର ତା’ପ୍ରତି ସମର୍ଥନ ଅଛି। ମୂଳ କଥା ହେଉଛି, ଯେଉଁ ଦେଶଗୁଡ଼ିକ ଇସ୍ରାଏଲ ଏବଂ ଆମେରିକାକୁ ଚାହଁୁନାହାନ୍ତି ବା ସମର୍ଥନ କରୁନାହାନ୍ତି ସେମାନଙ୍କ ଉପରେ ନିଷ୍ଠୁର ଭାବରେ ବଳ ପ୍ରୟୋଗ କରୁଛନ୍ତି। ଏହି ଦୁଇ ଦେଶ ଓ ସେମାନଙ୍କ କାର୍ଯ୍ୟକୁ ପ୍ରତିରୋଧ କରାଯିବା ଉଚିତ। ଇରାନ ଉପରେ ଆମେରିକାର କଟକଣା ଏହାକୁ ବିଶ୍ୱ ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥାରୁ ବିଚ୍ଛିନ୍ନ କରିଛି, ଯାହା ତାହାର ବାଣିଜ୍ୟକୁ ଜଟିଳ କରିଦେଇଛି। ଇରାନକୁ ଦୁର୍ୱଳ କରିବା ସହ ଇରାନୀଙ୍କୁ ଗରିବ ରଖିବା ପାଇଁ ଆମେରିକା ଏହା କରିଛି। ଏସବୁ ଜାତିସଂଘର କଟକଣା ନୁହେଁ, ବରଂ ଆମେରିକା ଏକପାଖିଆ ଭାବରେ ଲାଗୁ କରିଛି। ଆମେରିକା ଯେଉଁ ଦେଶକୁ ପସନ୍ଦ କରିନାହିଁ ତାହାକୁ ଆର୍ଥିକ କ୍ଷମତା ବ୍ୟବହାର କରି ହଇରାଣ କରିଛି। ଭେନେଜୁଏଲା ଏବଂ କ୍ୟୁବା କ୍ଷେତ୍ରରେ ଏଭଳି ସ୍ଥିତି ଦେଖିବାକୁ ପାଉଛୁ। ଇରାନ ସେହିସବୁ କଟକଣାକୁ ହଟାଇବା ପାଇଁ ଦାବି କରିବା ଯଥାର୍ଥ। ମୁଁ ମଧ୍ୟ ଚାହେଁ, ସେଗୁଡ଼ିକୁ ହଟାଇବା ପାଇଁ ଇରାନକୁ ଯୁଦ୍ଧରେ ଜିତିବାକୁ ପଡ଼ିବ।
ବାହାରିନ, କୁଏଟ୍‌, ୟୁଏଇ, ଜୋର୍ଡାନ, ଇରାକ ଏବଂ ସାଉଦି ଆରବରେ ଆମେରିକାର ସାମରିକ ଘାଟି ଅଛି। ସେଠାରେ ତାହାର ଅସ୍ତ୍ରଶସ୍ତ୍ର ଏବଂ ଏତେ ସୈନିକ କାହିଁକି ଅଛନ୍ତି? ଆମେରିକା ଏସବୁ ଦେଶରେ ଏକ ସାମ୍ରାଜ୍ୟ ଚଳାଇଛି। ଇରାନ ଏବେ କହୁଛି, ଆମେରିକୀୟ ସେନା ବିଶ୍ୱକୁ ଧମକାଇବା ଉଚିତ ନୁହେଁ ଏବଂ ନିଜ ଦେଶ ଉପରେ ଧ୍ୟାନ ଦେବା ଆବଶ୍ୟକ। ୪୦ ବର୍ଷ ପୂର୍ୱେ ଦକ୍ଷିଣ ଆଫ୍ରିକା ଯେପରି ଥିଲା ଏବେ ଇସ୍ରାଏଲ ସେମିତି ଅଛି, କହିବାକୁ ଗଲେ ତା’ଠାରୁ ଆହୁରି ଖରାପ। ଏହା ଏକ ବର୍ଣ୍ଣବୈଷମ୍ୟବାଦୀ ରାଷ୍ଟ୍ର (ଏହା ଅନେକ ଲକ୍ଷ ଲୋକଙ୍କୁ ନିୟନ୍ତ୍ରଣ କରେ ଯେଉଁମାନଙ୍କର ଭୋଟ ଦେବା ଏବଂ ଅନ୍ୟ କୌଣସି ଅଧିକାର ନାହିଁ)। ଆମେରିକାଠାରୁ ପର୍ଯ୍ୟାପ୍ତ ଅସ୍ତ୍ରଶସ୍ତ୍ର ଓ ପାଣ୍ଠି ପାଇ ମଧ୍ୟପ୍ରାଚ୍ୟକୁ ଆତଙ୍କିତ କରିବା ପାଇଁ ଇସ୍ରାଏଲ ତାହାର ସାମରିକ ଶକ୍ତି ପ୍ରୟୋଗ କରିଛି, ଯାହାକୁ ବନ୍ଦ କରିବାକୁ ପଡ଼ିବ। ପ୍ରତିବନ୍ଧକ ଯୋଗୁ ଇରାନ ଅନେକ ଶହ ବିଲିୟନ ଡଲାରର କ୍ଷତି ସହିଆସୁଛି ଏବଂ ଏବର ଯୁଦ୍ଧ ପରଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଇରାନ କ୍ଷତିପୂରଣ ପାଇବା ପାଇଁ ହକଦାର ଏବଂ ଏହାକୁ ଆମେରିକା ଓ ଏହାର ସହଯୋଗୀମାନଙ୍କୁ ଦେବାକୁ ପଡ଼ିବ। ଏହିସବୁ କାରଣ ପାଇଁ ଇରାନ ଜିତୁ ବୋଲି ମୁଁ ଚାହୁଁଛି। ଇରାନ ଜିତିବାର ସମ୍ଭାବନା ଅଛି କାରଣ ଯୁଦ୍ଧ ଏହାର ନିୟନ୍ତ୍ରଣରେ ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନର ସ୍କୁଲ ଝିଅମାନଙ୍କୁ ହତ୍ୟା ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ କରି ଇରାନ ଏବଂ ଏହାର ଲୋକଙ୍କୁ କଠୋର ଦଣ୍ଡ ଦେଇଛନ୍ତି। ଇରାନର ନେତାମାନଙ୍କୁ ହତ୍ୟା କରିଛନ୍ତି ଏବଂ ସମ୍ଭବତଃ ଅଧିକ ନେତାଙ୍କୁ ହତ୍ୟା କରି ପାରନ୍ତି। କିନ୍ତୁ ଦୁଇ ଦେଶ ଇରାନରେ ଶାସନ ପରିବର୍ତ୍ତନ କରିବାରେ ବିଫଳ ହୋଇଛନ୍ତି, ଯାହା ଯୁଦ୍ଧର ଲକ୍ଷ୍ୟ ଥିଲା। ଇରାନ ସେମିତି ଇସ୍‌ଲାମିକ ଗଣରାଜ୍ୟ ହୋଇ ରହିଛି। ଇରାନ ପ୍ରତିକ୍ରିୟା ସ୍ୱରୂପ ତେଲ, ଗ୍ୟାସ କିମ୍ୱା କୌଣସି ଯୋଗାଣକୁ ସମୁଦ୍ର ଦେଇ ମଧ୍ୟପ୍ରାଚ୍ୟରୁ ବାହାରକୁ କିମ୍ୱା ମଧ୍ୟପ୍ରାଚ୍ୟକୁ ପ୍ରବେଶ ନ କରାଇବା ଉପରେ ଧ୍ୟାନ ଦେଇଛି। ଏହାର ଜଳପଥ ଉପରେ ନିୟନ୍ତ୍ରଣ ଅଛି ଓ ବାଣିଜି୍ୟକ ଜାହାଜଗୁଡ଼ିକୁ ହର୍ମୁଜ ଷ୍ଟ୍ରେଟ ପାର ହେବାରେ ବାଧା ଉପୁଜାଇଛି। ଆମେ ଦେଖୁଛୁ, ଆମେରିକୀୟ ଘାଟିଗୁଡ଼ିକ ଥିବା ଦେଶଗୁଡ଼ିକ ଉପରେ ଆକ୍ରମଣ ଜାରି ରଖିଛି। ଏହି ଦୁଇଟି ବିଷୟ ଇରାନକୁ ବିଜୟୀ ହେବା ପାଇଁ ଆବଶ୍ୟକ।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାରସ୍ୟ ଉପସାଗରରେ ଜାହାଜ ଯିବା ଆସିବା ଉପରେ ନିୟନ୍ତ୍ରଣ ନ ରଖିପାରିଲେ ଅଶୋଧିତ ତେଲ ଏବଂ ଗ୍ୟାସ ମୂଲ୍ୟ ବୃଦ୍ଧି ପାଇବ, ଯାହା ଯୁଦ୍ଧ ପରଠାରୁ ବଢ଼ିଚାଲିଛି। ଆମେରିକୀୟମାନେ ପେଟ୍ରୋଲ ଏବଂ ଡିଜେଲ ପାଇଁ ଅଧିକ ଦେୟ ଦେଉଛନ୍ତି ଏବଂ ଯୁଦ୍ଧ ଜାରି ରହିଲେ ଆହୁରି ଅଧିକ ଦେବେ। ଦୁର୍ଭାଗ୍ୟବଶତଃ, ସମଗ୍ର ବିଶ୍ୱ ମଧ୍ୟ ଏହି ସମସ୍ୟାରେ ପଡ଼ିଛନ୍ତି ଏବଂ କ୍ଷତିଗ୍ରସ୍ତ ହେବେ। କିନ୍ତୁ ବିଶ୍ୱ ସମୁଦାୟ ଏପର୍ଯ୍ୟନ୍ତ ମୂଳ ଅପରାଧୀ ତଥା ପ୍ରକୃତ ଖଳନାୟକ ଆମେରିକା ଏବଂ ଇସ୍ରାଏଲକୁ ଯୁଦ୍ଧ ଶେଷ କରିବାକୁ ଆହ୍ୱାନ ଦେଇନାହିଁ। କାରଣ ବିଶ୍ୱସମୁଦାୟ ସେମାନଙ୍କୁ ଭୟ କରନ୍ତି ଏବଂ ସେଥିପାଇଁ ଇରାନ ବିଜୟୀ ହେଉ ମୁଁ ଚାହୁଁଛି। ତେବେ ଏବେଠୁ ଆଗକୁ ଆମେରିକାକୁ ଯୁଦ୍ଧ ସ୍ଥିତିରେ ନାଟକୀୟ ପରିବର୍ତ୍ତନ କରିବାକୁ ପଡ଼ିବ, ଯାହା ଇରାନ ସପକ୍ଷରେ ଅଛି। ହତ୍ୟା ଏବଂ ବୋମା ମାଡ଼ କାମ କରିନାହିଁ। ଆଶା କରାଯାଏ, ଆମେରିକା ହିଂସା ବନ୍ଦ କରୁ ଏବଂ ଇରାନର ଅତି କମ୍‌ରେ ଦୁଇଟି ଦାବିରେ ରାଜି ହେଉ। ସେହି ଦାବି ହେଉଛି, ଭବିଷ୍ୟତରେ କୌଣସି ହିଂସା ନ କରିବା ଏବଂ ସ୍ଥାୟୀ ପ୍ରତିବନ୍ଧକ ଉଠାଇବାର ଗ୍ୟାରେଣ୍ଟି ଦେଉ। ଇସ୍ରାଏଲଠାରୁ ମୋର କୌଣସି ଆଶା ନାହିଁ, କାରଣ ବର୍ଷ ବର୍ଷ ଧରି ତାହା ବିଚାରହୀନ ଭାବରେ ବିନାଶ ଘଟାଇଛି। ମୁଁ ଚାହୁଁଛି ଇରାନ ଜିତୁ ଏବଂ ଏହା ହେବା ପାଇଁ ଆମେରିକାକୁ ହାରିବାକୁ ପଡ଼ିବ ନାହିଁ, ବରଂ ଏହାକୁ କେବଳ ଠିକ୍‌ କାମ କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?