ରାମରାଜ୍ୟର ବାସ୍ତବ ଲକ୍ଷ୍ୟ

ଏବେ ‘ସନାତନ ଧର୍ମ’ ବାକ୍ୟାଂଶ ବା ସ୍ଲୋଗାନ ଅତି ସାଧାରଣ ଭାବରେ ବ୍ୟବହାର ହେଉଛି। ଏହାକୁ ଏକ ପ୍ରାଚୀନ ହିନ୍ଦୁ ଜୀବନଶୈଳୀ ରୂପେ ଉପସ୍ଥାପନ କରାଯାଉଛି, ଯାହା ଇହୁଦୀ ଓ ଇସାଇ ନୈତିକ ମୂଲ୍ୟବୋଧ ଉପରେ ଆଧାରିତ ସିଦ୍ଧାନ୍ତ ସହ ସମାନ ନୁହେଁ ବୋଲି କୁହାଯାଉଛି। ଏହି ଦାବି ମିଥ୍ୟା । ବାସ୍ତବରେ ପାଶ୍ଚାତ୍ୟର ବୈଶ୍ୱିକ ଦୃଷ୍ଟିକୋଣ ସମସ୍ତଙ୍କ ପାଇଁ ନୈତିକ ମୂଲ୍ୟବୋଧର ନିୟମ ସ୍ପଷ୍ଟଭାବରେ ଘୋଷଣାକରେ। ପୁନର୍ଜନ୍ମ, ବିବିଧତା ଏବଂ କିଛି ସ୍ଲୋଗାନ ଦ୍ୱାରା ଆକୃଷ୍ଟ ହିନ୍ଦୁ ଚିନ୍ତାଧାରା ବୈଶ୍ୱିକ ସ୍ତରରେ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୀତି ବା ମାର୍ଗଦର୍ଶନକୁ ନେଇ ସବୁବେଳେ ଅସନ୍ତୁଷ୍ଟ। କିନ୍ତୁ ‘ସନାତନ ଧର୍ମ’ ସ୍ଲୋଗାନ କିପରି ଚତୁର ରାଜନୈତିକ ସାଧନ ଭାବରେ ଅଳ୍ପ କେତେଜଣଙ୍କ ହାତରେ ସମ୍ୱଳ ଏବଂ ଶକ୍ତି ଭାବରେ ସର୍ୱତ୍ର ବ୍ୟବହାର କରାଯାଉଛି। ହେଲେ ଏହା ଭଲ ପରିବେଶ ବଦଳରେ ଏକଚ୍ଛତ୍ରବାଦ ସୃଷ୍ଟି କରୁଛି ବୋଲି ଖୋଲାଖୋଲି ଭାବେ କୁହାଯାଉ ନାହିଁ।
ଏକଦା ଭାରତୀୟଙ୍କ ମାନସିକତାରେ ଥିବା ରାମରାଜ୍ୟର ଅର୍ଥ କ’ଣ ବୁଝିବାକୁ ହେଲେ ଆମକୁ କୌଣସି ସ୍ଲୋଗାନକୁ ଦେଖିଲେ ହେବ ନାହିଁ, ବରଂ ମୂର୍ତ୍ତି କିମ୍ୱା ଛବିଗୁଡ଼ିକୁ ଅନୁଧ୍ୟାନ କରିବାକୁ ପଡ଼ିବ। ମଦୁରାଇ, ଚିଦାମ୍ୱରମ, କାଞ୍ଚିପୁରମ ଏବଂ ଗିଙ୍ଗିର ମନ୍ଦିରଗୁଡ଼ିକରେ ଥିବା ସପ୍ତଦଶରୁ ଊନବିଂଶ ଶତାବ୍ଦୀ ମଧ୍ୟର ନାୟକା ପେଣ୍ଟିଂ ବା ଚିତ୍ରକଳାଗୁଡ଼ିକ ସେବକାର ଶାସନର ଧର୍ମୀୟ ତଥା ଆଧ୍ୟାତ୍ମିକ ବିଶ୍ୱାସକୁ ପ୍ରତିପାଦିତ କରେ। ଏହିସବୁ ଚିତ୍ରକଳା ଉତ୍ତର ଭାରତରେ ଆଦୌ ଦେଖାଯାଏ ନାହିଁ। ସେଠାରେ ରାମଲୀଳା ମାଧ୍ୟମରେ ରାମ ଦୃଶ୍ୟମାନ ହୁଅନ୍ତି। ଏହି ରାମଲୀଳା ରଙ୍ଗମଞ୍ଚରେ ପ୍ରଦର୍ଶନ କରାଯାଉଥିଲା କିମ୍ୱା ରାଜପୁତଙ୍କ ଦ୍ୱାରା ପ୍ରାସାଦ କାନ୍ଥରେ ଜଣେ ଯୋଦ୍ଧା ଭାବେ ରାମଙ୍କୁ ଚିତ୍ରଣ କରାଯାଇଥିଲା। ଏଭଳି ବିଚାର ଦକ୍ଷିଣ ଭାରତୀୟଙ୍କ କ୍ଷେତ୍ରରେ ଭିନ୍ନ।
ପୃଥିବୀ ପୃଷ୍ଠରେ ବର୍ଷା ପରେ ଗଛର ପତ୍ର ଗାଢ଼ ସବୁଜ ରଙ୍ଗ ହୋଇଯାଏ। ନାୟକା ଚିତ୍ରକଳାରେ ରାମଙ୍କୁ ଏଭଳି ସବୁଜ ରଙ୍ଗରେ ଚିତ୍ରିତ କରାଯାଇଛି। ସବୁଜ ଭୟ କିମ୍ୱା ପ୍ରଭୁତ୍ୱର ରଙ୍ଗ ନୁହେଁ; ଏହା ହେଉଛି ନବୀକରଣ, ଉତ୍ପାଦନ ଓ ଶାନ୍ତିର ଶକ୍ତି। ଏହି ଚିତ୍ରକଳାରେ ରାମ ଏକୁଟିଆ ଦେଖାଯାଆନ୍ତି ନାହିଁ। ରାମଙ୍କ ଚାରିପାଖରେ ଅଛନ୍ତି ଋଷିମୁନି ଓ ଯୋଦ୍ଧା, ହସ୍ତଶିଳ୍ପୀ ଓ କଳାକାର,ନର୍ତ୍ତକୀ ଓ ସଙ୍ଗୀତଜ୍ଞ ଏବଂ ମାଙ୍କଡ଼ ଓ ରାକ୍ଷସ ଘେରି ରହିଛନ୍ତି। ରାମଙ୍କ ଦରବାର କାହାକୁ ବାଦ୍‌ ଦେଇନାହିଁ, ବରଂ ତାହା ସମ୍ମିଳିତ ଭାବକୁ ଦର୍ଶାଇଛି। ରାମଙ୍କ ପାରିପାର୍ଶ୍ୱିକ ଦୁନିଆରେ କବିତା, ସଙ୍ଗୀତ, ରଙ୍ଗମଞ୍ଚ ଏବଂ କଳାର ବିକଶିତ ହୋଇଛି। ପ୍ରକୃତରେ ଭୟପୂର୍ଣ୍ଣ ପରିବେଶରେ ଏଭଳି ସଂସ୍କାର ସମ୍ଭବ ନୁହେଁ। ଏହା ଆନନ୍ଦ, ଅବକାଶ, ସୁରକ୍ଷା ଏବଂ ପୃଷ୍ଠପୋଷକତା ଆବଶ୍ୟକ କରେ। ଯେଉଁଠି ସ୍ୱାଧୀନତା ଥାଏ ସେହିଠାରେ ସୃଜନଶୀଳତା ତିଷ୍ଠିରହେ। କଳାକାରମାନେ ଖାଦ୍ୟ, ନିରାପତ୍ତା ଏବଂ ସମ୍ମାନ ଆବଶ୍ୟକ କରନ୍ତି। ସ୍ୱାଧୀନତା ରହିଲେ ହିଁ ସୃଜନଶୀଳତାର ବିକାଶ ଘଟିଥାଏ । ସଂସ୍କୃତ ମନ୍ତ୍ରକୁ ମୁଖସ୍ଥକରି ତାହାର ଅର୍ଥ ବୁଝି ନ ଥିବା ଲୋକଙ୍କ ଦ୍ୱାରା ନିୟନ୍ତ୍ରିତ ସମାଜରେ ଏହି ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ଭିନ୍ନ। ଭୟ ଆଜ୍ଞାପାଳନ ପ୍ରବୃତ୍ତିକୁ ସାମ୍ନାକୁ ଆଣିପାରେ,କିନ୍ତୁ ଏହା ଏକ ଉନ୍ନତ ସଂସ୍କୃତି ସୃଷ୍ଟି କରିପାରେ ନାହିଁ । ଏକ ଭୟଭୀତ ସମାଜ ନୀରବତା ସୃଷ୍ଟିକରେ, ସ୍ୱର ଉଠାଇ ପାରେନାହିଁ।
ଧର୍ମୀୟ ଧାରଣାକୁ କୌଣସି ନିୟମ ମାଧ୍ୟମରେ ନୁହେଁ, ବରଂ କାହାଣୀ ମାଧ୍ୟମରେ ଭଲ ଭାବରେ ବ୍ୟାଖ୍ୟା କରାଯାଇଥାଏ। ଏହିପରି ଗୋଟିଏ କାହାଣୀ ଅଛି। ଜଣେ ବ୍ୟକ୍ତି ଗୋଟିଏ ବଡ଼ ମାଛ କବଳରୁ ଏକ ଛୋଟ ମାଛକୁ ଉଦ୍ଧାରକରିବା ପରେ ହାଣ୍ଡିରେ ରଖିଲେ। ସୁରକ୍ଷିତ ଭାବରେ ରହିଥିବା ମାଛଟି ଧୀରେ ଧୀରେ ବଢ଼ିବାକୁ ଲାଗିଲା। ମାଛ ପାଇଁ ହାଣ୍ଡି ଛୋଟ ହେବାରୁ ମାଛକୁ ଏକ ଜଳାଶୟକୁ ସ୍ଥାନାନ୍ତର କରାଗଲା। ପରେ ମାଛ କ୍ରମଶଃ ବଡ଼ ହେବାକୁ ଲାଗିଲା। ଯେତେବେଳେ ଏକ ପ୍ରଳୟଙ୍କରୀ ବନ୍ୟା ଦୁନିଆକୁ ଧ୍ୱଂସକରିବା ଭଳି ବିପଦ ସୃଷ୍ଟିକଲା, ସେତେବେଳେ ମାଛ ସେହି ବ୍ୟକ୍ତିଙ୍କୁ ଉଦ୍ଧାରକଲା, ଯିଏ ତାହାକୁ ସୁରକ୍ଷା ଦେଇଥିଲା। ଏହା ହେଉଛି ବିଶ୍ୱଧର୍ମର ନୈତିକ ସିଦ୍ଧାନ୍ତ। ଶକ୍ତିଶାଳୀମାନେ ଦୁର୍ୱଳଙ୍କୁ ସୁରକ୍ଷା ଦିଅନ୍ତି। ଯେଉଁମାନେ ଅନ୍ୟଙ୍କୁ ସଶକ୍ତ କରିଥାନ୍ତି ଠିକ୍‌ ସମୟରେ ସେହି ସଶକ୍ତମାନେ ସେହିମାନଙ୍କୁୁ ରକ୍ଷା କରିଥାନ୍ତି। ଦୁର୍ୱଳଙ୍କୁ ଆଗକୁ ବଢ଼ାଇବାରେ ସକ୍ଷମ କରିବା ପାଇଁ ଏହିପରି ଏକ ବ୍ୟବସ୍ଥାରେ ନିୟମ ସବୁ ଅଛି। ସେହିସବୁ ନିୟମ ସୁଯୋଗ ସୃଷ୍ଟି କରନ୍ତି, କାହାକୁ ବାଦ୍‌ ଦିଅନ୍ତି ନାହିଁ। ଶକ୍ତିହୀନଙ୍କୁ କିଭଳି ଶକ୍ତିଶାଳୀମାନେ ଆୟତ୍ତ ନ କରିବେ ସେଥିପାଇଁ ଏହିସବୁ ନିୟମ ରହିଛି। ଅନେକଙ୍କୁ ବାଦ୍‌ଦେଇ କେତେଜଣ ଲୋକଙ୍କ ପାଇଁ ସ୍ୱର୍ଗ ସଦୃଶ ସୀମିତ ସମ୍ପ୍ରଦାୟ ଗଠନ କରିବା ନିମନ୍ତେ ଧର୍ମ ଉଦ୍ଦିଷ୍ଟ ନୁହେଁ; ତାହା ହେଉଛି ସାମ୍ରାଜ୍ୟର ସିଦ୍ଧାନ୍ତ ବା ସାମ୍ରାଜ୍ୟବାଦ।
ରୋମାନ ସାମ୍ରାଜ୍ୟ ରାଜଧାନୀରେ ସମ୍ରାଟ ଏବଂ ପ୍ରତିଷ୍ଠିତବର୍ଗଙ୍କ ଅଧିକ ବିଳାସମୟ ଜୀବନ ପାଇଁ ଭୂମଧ୍ୟସାଗରୀୟ ଅଞ୍ଚଳରୁ ଧନସମ୍ପତ୍ତି ଆଣୁଥିଲା। ଏବେ ଯେଉଁମାନେ ନିଜକୁ ସନାତନୀ ବୋଲି ଦାବି କରନ୍ତି, ସେମାନେ ଭାରତରେ ସମାନ ଭାବେ ଏକ ରୋମ ସାମ୍ରାଜ୍ୟ ଚାହୁଁଥିବା ମନେହୁଏ । ବିଶେଷ ଅଧିକାର ପ୍ରାପ୍ତ ତଥା ଆକର୍ଷଣୀୟ ପଦବୀରେ ଅସୁରକ୍ଷିତ ଏବଂ ନିୟନ୍ତ୍ରଣ ହରାଇ ଭୟଭୀତ ହୋଇ ବସିଥିବା ଦେବତା (ନେତା)ଙ୍କ ପାଇଁ ଏକ କ୍ଷୁଦ୍ର ଇନ୍ଦ୍ରଲୋକ ସୃଷ୍ଟିକରିବା ସକାଶେ କୃଷକ, ଶ୍ରମିକ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଧନ ଶୋଷଣକରି ନିଆଯାଉଛି। ଏହା ନା ବୈକୁଣ୍ଠ ନା ରାମ ରାଜ୍ୟ। ଏହା ହେଉଛି ଏକ ଭୟର ପ୍ରାସାଦ । ଆଧୁନିକ ରାଜନୀତିରେ ଆମେ ଏହି ଅସଙ୍ଗତିିକୁ ସ୍ପଷ୍ଟଭାବରେ ଦେଖିପାରୁଛୁ। ନିକଟରେ କାନାଡାର ପ୍ରଧାନମନ୍ତ୍ରୀଙ୍କ ବିବୃତି ଖୋଲାଖୋଲି ଭାବେ ସ୍ୱୀକାର କରିଛି ଯେ ଶକ୍ତିଶାଳୀ ଏବଂ ଦୁର୍ୱଳଙ୍କ ପାଇଁ ଅନ୍ତର୍ଜାତୀୟ ଆଇନ ସମାନ ଭାବେ ପ୍ରଯୁଜ୍ୟ ନୁହେଁ। ତଥାକଥିତ ମୂଲ୍ୟ ଆଧାରିତ ବୈଶ୍ୱିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ମିଥ୍ୟା ପ୍ରମାଣିତ ହୋଇଛି। ଏହାର ବାସ୍ତବତା ବି ଭାରତରେ ଦେଖାଯାଇଛି। ଏଠାରେ ଗରିବ ଏବଂ ବିରୋଧୀଙ୍କ ପାଇଁ ଆଇନ ଶୀଘ୍ର ପ୍ରୟୋଗ କରାଯାଉଥିବାବେଳେ ଧନୀ ଏବଂ ଶକ୍ତିଶାଳୀ ବ୍ୟକ୍ତିଙ୍କ ପାଇଁ ବିଳମ୍ୱରେ କିମ୍ୱା ଆଦୌ କାର୍ଯ୍ୟକାରୀ କରାଯାଏ ନାହିଁ । ଏଠାରେ ଆଇନ ନ୍ୟାୟର ନୁହେଁ, ନିୟନ୍ତ୍ରଣର ଏକ ଉପକରଣ। ତଥାପି ଅନେକେ ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତିଗଣ ଏବଂ ଶି’,ଏଡ୍ରୋଗାନ ଓ ଟ୍ରମ୍ପ୍‌ଙ୍କୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରନ୍ତି। ଏମାନେ ଆଇନରେ ବିଶ୍ୱାସ କରନ୍ତି ନାହିଁ, ହେଲେ ଏହାକୁ କିପରି ଅସ୍ତ୍ରରୂପେ ବ୍ୟବହାର କରିବେ ତାହା ଭଲ ଭାବେ ଜାଣନ୍ତି। ଏଭଳି ଆଗ୍ରହ ପୁରାତନ ଭାରତୀୟ ଚିନ୍ତାଧାରାରେ କଳ୍ପିତ ରାମ ରାଜ୍ୟ କିମ୍ୱା ବାମପନ୍ଥୀ କାର୍ଯ୍ୟକର୍ତ୍ତା (ଯାହାଙ୍କ ସିଦ୍ଧାନ୍ତ ବାହାରେ ସବୁକିଛି ଫାସିବାଦ)ଙ୍କ ଦ୍ୱାରା ସୃଷ୍ଟି ବ୍ୟଙ୍ଗଚିତ୍ର ସହ କୌଣସି ସମ୍ପର୍କ ନାହିଁ। ଉଭୟ ପକ୍ଷ ପ୍ରସଙ୍ଗରୁ ଦୂରେଇ ରହନ୍ତି।
ସତପଥ ବ୍ରାହ୍ମଣର କାହାଣୀ ଏବଂ ଅନ୍ୟାନ୍ୟ ପ୍ରାଚୀନ ଗ୍ରନ୍ଥଗୁଡ଼ିକ ଅତ୍ୟାଚାର କିମ୍ୱା ଅରାଜକତା ସୃଷ୍ଟିର କାରଣ ନୁହନ୍ତି। ସେଗୁଡ଼ିକ ହେଉଛନ୍ତି ସନ୍ତୁଳନ, ପାରସ୍ପରିକ ସମ୍ପର୍କ ଏବଂ ଉତ୍ତରଦାୟିତ୍ୱର ପ୍ରତିଫଳନ। ଯେତେ ପ୍ରାଚୀନ ସ୍ଲୋଗାନ ଶୁଣନ୍ତୁ ନା କାହିଁକି, ସେମାନେ ଆମକୁ ସ୍ମରଣ କରାଇଦିଅନ୍ତି ଯେ, ଦୟା ବିନା ଶକ୍ତି ବା କ୍ଷମତା ହେଉଛି ଅଧର୍ମ। ଯଦି ଆମେ ସଂସ୍କୃତ ଉଚ୍ଚାରଣ କରୁଥିବା ବ୍ୟକ୍ତିମାନଙ୍କୁ ରାଷ୍ଟ୍ର ଶବ୍ଦର ବ୍ୟାଖ୍ୟା କରିବାକୁ ଅନୁମତି ଦେଉ, ତେବେ ଆମେ ଧର୍ମ କିମ୍ୱା ସନାତନ ମୂଲ୍ୟବୋଧର ଉତ୍ତରାଧିକାରୀ ହୋଇପାରିବୁ ନାହିଁ । ଆମେ କେବଳ ଭୟ, ଭେଦଭାବ ଏବଂ ସନ୍ତୋଷହୀନ ଜୀବନ ଲାଭ କରିବୁ। ରାମ ରାଜ୍ୟ କେବେ ବି ଶକ୍ତିଶାଳୀଙ୍କ ଶାସନ ନ ଥିଲା। ଏହା ଶକ୍ତିଶାଳୀଙ୍କ କର୍ତ୍ତବ୍ୟ ସୂଚିତ କରିଥିଲା ଏହାର ଲକ୍ଷ୍ୟ ଥିଲା ଦୁର୍ୱଳମାନଙ୍କୁ ସୁରକ୍ଷା ଦେବା; ଯାହାଦ୍ୱାରା ସମାଜ ସବୁ ଦିଗରୁ ବିକଶିତ ହେବ, ଯେଭଳି ବର୍ଷା ପରେ ପତ୍ରର ରଙ୍ଗ ଗାଢ଼ ସବୁଜ ପାଲଟିଯାଏ।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?