ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା
ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ। କଲିକତା ବ୍ୟବସାୟୀମାନେ ଆସି ଏ ଅଞ୍ଚଳରୁ ଗୁଡ଼ ନେଇ ଯାଆନ୍ତି। ଯେହେତୁ ଜିଲାରେ ଚିନିକଳଟିଏ ଏଯାବତ ହୋଇପାରିଲା ନାହିଁ ଚାଷୀମାନେ ଆଉ ଚାଷ କରିବାକୁ ମନ ବଳାଉନାହାନ୍ତି। ଜିଲାରେ ଆଖୁଚାଷ କମି କମି ଚାଲିଛି। କେବଳ କୋରାପୁଟ, କଳାହାଣ୍ଡି, ରାୟଗଡ଼ା କ’ଣ ପାଇଁ, ଭଦ୍ରକ ବି ଚାଷ କ୍ଷେତ୍ରରେ ସମୃଦ୍ଧ ହେବାର ଯଥେଷ୍ଟ ସୁଯୋଗ ଆଉ ସମ୍ଭାବନା ଅଛି। ଧାନ, ମୁଗ, ବିରି, ବାଦାମ ସହ ଭଦ୍ରକ ଜିଲାରେ ଆଖୁଚାଷ ଏକ ପ୍ରମୁଖ ଫସଲ ଭାବେ ଚାଷ କରାଯାଉଥିଲା। ବାବା ମଣିଙ୍କ ପୀଠକୁ ଯାଉଥିବା ବେଳେ ସାତଭଉଣୀ ପରେ ପରେ ଅସୁରାଳୀଠାରୁ ଆରମ୍ଭ କରି ଧୁଷୁରୀ, କୋଠାର ପ୍ରମୁଖ ବିଭିନ୍ନ ସ୍ଥାନରେ ଆଖୁଚାଷ କରାଯାଉଥିବା ଦେଖିବାକୁ ମିଳେ।
ଧାନ ଆମ ଜୀବନ ଜୀବିକାକୁ ପ୍ରତିଫଳନ କରେ ବୋଲି ଅନେକ କହନ୍ତି। କିନ୍ତୁ ଆପଣ ଦଶନ୍ଧିର ପଛକୁ ଫେରିଗଲେ ଭଦ୍ରକର ଜନଜୀବନ ଆଖୁଚାଷକୁ ନେଇ ସଂଗଠିତ ହେଉଥିଲା। ସମୟ ପରିବର୍ତ୍ତନ ହେବା ସହ କ୍ରମେ କ୍ରମେ ଏହାର ପରିସଂଖ୍ୟାନ ମଧ୍ୟ କମିବାକୁ ଲାଗିଲା। ଏକଦା ସମୟ ଥିଲା ଜିଲାରେ ପାଖାପାଖି ୨୫,୦୦୦ରୁ ୩୦,୦୦୦ ହେକ୍ଟର ଚାଷ ଜମିରେ ଆଖୁଚାଷ ହେଉଥିଲା। ଜିଲାର ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ଏହି ଚାଷ ଅଧିକ ପରିମାଣରେ ହେଉଥିଲା। ଏବେ ୨୦୦ରୁ ୨୫୦ ହେକ୍ଟର ଚାଷ ଜମିରେ ଆଖୁଚାଷ କରାଯାଉଛି। ଯେଉଁ ଅଳ୍ପ କେତେକ ଚାଷୀ ଏହାକୁ କରୁଛନ୍ତି ବେପାରୀମାନେ କମ୍‌ ଦରରେ କିଣି ବଜାରରେ ଚଢ଼ା ଦରରେ ବିକୁଛନ୍ତି। ଫଳରେ ଚାଷୀର ଆୟ କମିବାରେ ଲାଗିଛି। ୧୯୯୨ରେ ଧାମନଗରରେ ଚିନିକଳ ପ୍ରତିଷ୍ଠା କରିବା ପାଇଁ ତକତ୍ାଳୀନ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଜି ଯାଏ ଜିଲାରେ ଚିନିକଳ ହୋଇପାରିଲା ନାହିଁ। ୩୫ ବର୍ଷ ଭିତରେ ଏହା ହୋଇପାରି ନ ଥିବା ହେତୁ ଚାଷୀଙ୍କ ଆଗ୍ରହ କମିଗଲାଣି। ତେବେ ଚାଷୀମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ନୂଆ ପଦ୍ଧତିରେ ଚାଷ କଲେ ଲାଭ ପାଇପାରିବେ। କେନ୍ଦ୍ର ସରକାର ଆଖୁର ଏଫ୍‌ଆର୍‌ପି ମୂଲ୍ୟ କୁଇଣ୍ଟାଲ ପିଛା ୩୬୫ ଟଙ୍କା ସ୍ଥିର କରିଛନ୍ତି। ଆଖୁ ଅମଳକରଣ ଯନ୍ତ୍ର ପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗର ଆପିକଲ ତରଫରୁ ସବ୍‌ସିଡି ପ୍ରଦାନ କରାଯାଉଛି। ପ୍ରଥମରେ ଭଦ୍ରକ ଜିଲାରେ ପ୍ରସ୍ତାବିତ ଏହି ଚିନିକଳର କାର୍ଯ୍ୟକ୍ଷମ ଉପରେ ସରକାର ଧ୍ୟାନ ଦେବା ସହ ଜିଲାର ଆଖୁଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ। ଚିନିକଳ ପ୍ରତିଷ୍ଠା ହେଲେ ଭଦ୍ରକ ଆଖୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିପାରନ୍ତା। ଦ୍ୱିତୀୟରେ ଆମ ଜିଲାରେ ଗୁଡ଼ର ଚାହିଦା ଅନେକ। ଆମର ପ୍ରସିଦ୍ଧ ପାଳୁଅ ଲଡ଼ୁରେ ଏହାକୁ ବ୍ୟବହାର କରାଯାଇ ଅନେକ ନୂଆ ରୋଜଗାର ସୃଷ୍ଟି କରିହେବ। ଜିଲାର ଧାମନଗର, ବନ୍ତ, ଭଣ୍ଡାରିପୋଖରୀ, ତିହିଡ଼ି ପ୍ରଭୃତି ବ୍ଲକର ଚାଷୀଙ୍କ ଆୟ ବଢ଼ିପାରନ୍ତା । ତୃତୀୟରେ ଆଖୁଚାଷ ଉପରେ ସ୍ୱତନ୍ତ୍ର କର୍ମଶାଳା ପୂର୍ୱକ ଚିନିକଳର ବିଭିନ୍ନ ଉପାଦେୟତା ବିଷୟରେ ଚାଷୀଙ୍କୁ ପରାମର୍ଶ ଦିଆଯିବା ଉଚିତ। ନାଲି ସଢ଼ା ସହନଶୀଳ କିସମ ଯଥା-ସବିତା ତଥା ଅନ୍ୟ କିସମ ନୀଳଚକ୍ର, ନୀଳମାଧବ, ଚର୍ଚ୍ଚିକା ପ୍ରଭୃତି ବ୍ୟବହାର କରିବା ଦିଗରେ ପ୍ରୋସତ୍ାହିତ କରାଯାଇପାରେ। ଚତୁର୍ଥରେ ବୈଜ୍ଞାନିକ ପଦ୍ଧତିରେ ଆଖୁଚାଷ କରି କିପରି ଅଧିକ ଅମଳ କରିହେବ ସେ ଦିଗରେ କୃଷି ଅଧିକାରୀମାନେ ଚାଷୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିପାରିବେ। ଏକ ଦୀର୍ଘମିଆଦୀ ଜଳସେଚନ ପ୍ରକଳ୍ପକୁ ପାଇଲଟ ମୋଡ଼ରେ କାର୍ଯ୍ୟକାରୀ କରି ଧାନ ଆଉ ଆଖୁ ଚାଷ ସହ ଅଣଧାନ ଚାଷ ଦିଗରେ ଚାଷୀମାନଙ୍କୁ ନିୟୋଜିତ କରାଯାଇପାରିବ।
ଭଦ୍ରକ ଜିଲା ଯେହେତୁ ପର୍ଯ୍ୟଟନ ଦିଗରେ ଆଗୁଆ ତେଣୁ ଆଖୁରୁ ବିଭିନ୍ନ ଉପତ୍ାଦଗୁଡ଼ିକୁ ମୂଲ୍ୟ ସଂଯୋଗ ପୂର୍ୱକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀରେ ବିକ୍ରୟ କରାଯାଇପାରିବ। ଏହା ଦ୍ୱାରା ଅନେକ ଲୋକ ରୋଜଗାର ପାଇପାରନ୍ତେ। ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ଯୋଡ଼ାଯାଇପାରନ୍ତା।
ସାଳନ୍ଦୀରୁ ମନ୍ତେଇ ଯାଏ ଭଦ୍ରକର ଚାଷୀ ବିକାଶର କଥା କହିବା ଦରକାର। ପର୍ଯ୍ୟାପ୍ତ ସମ୍ୱଳ ଅଛି। ପ୍ରୋତ୍ସାହନର ସୁବିଧା ସୁଯୋଗ କରାଗଲେ ଚାଷୀ ନିଶ୍ଚିତ ଉପକୃତ ହୋଇପାରିବେ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ : ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?