ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା
ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ। କଲିକତା ବ୍ୟବସାୟୀମାନେ ଆସି ଏ ଅଞ୍ଚଳରୁ ଗୁଡ଼ ନେଇ ଯାଆନ୍ତି। ଯେହେତୁ ଜିଲାରେ ଚିନିକଳଟିଏ ଏଯାବତ ହୋଇପାରିଲା ନାହିଁ ଚାଷୀମାନେ ଆଉ ଚାଷ କରିବାକୁ ମନ ବଳାଉନାହାନ୍ତି। ଜିଲାରେ ଆଖୁଚାଷ କମି କମି ଚାଲିଛି। କେବଳ କୋରାପୁଟ, କଳାହାଣ୍ଡି, ରାୟଗଡ଼ା କ’ଣ ପାଇଁ, ଭଦ୍ରକ ବି ଚାଷ କ୍ଷେତ୍ରରେ ସମୃଦ୍ଧ ହେବାର ଯଥେଷ୍ଟ ସୁଯୋଗ ଆଉ ସମ୍ଭାବନା ଅଛି। ଧାନ, ମୁଗ, ବିରି, ବାଦାମ ସହ ଭଦ୍ରକ ଜିଲାରେ ଆଖୁଚାଷ ଏକ ପ୍ରମୁଖ ଫସଲ ଭାବେ ଚାଷ କରାଯାଉଥିଲା। ବାବା ମଣିଙ୍କ ପୀଠକୁ ଯାଉଥିବା ବେଳେ ସାତଭଉଣୀ ପରେ ପରେ ଅସୁରାଳୀଠାରୁ ଆରମ୍ଭ କରି ଧୁଷୁରୀ, କୋଠାର ପ୍ରମୁଖ ବିଭିନ୍ନ ସ୍ଥାନରେ ଆଖୁଚାଷ କରାଯାଉଥିବା ଦେଖିବାକୁ ମିଳେ।
ଧାନ ଆମ ଜୀବନ ଜୀବିକାକୁ ପ୍ରତିଫଳନ କରେ ବୋଲି ଅନେକ କହନ୍ତି। କିନ୍ତୁ ଆପଣ ଦଶନ୍ଧିର ପଛକୁ ଫେରିଗଲେ ଭଦ୍ରକର ଜନଜୀବନ ଆଖୁଚାଷକୁ ନେଇ ସଂଗଠିତ ହେଉଥିଲା। ସମୟ ପରିବର୍ତ୍ତନ ହେବା ସହ କ୍ରମେ କ୍ରମେ ଏହାର ପରିସଂଖ୍ୟାନ ମଧ୍ୟ କମିବାକୁ ଲାଗିଲା। ଏକଦା ସମୟ ଥିଲା ଜିଲାରେ ପାଖାପାଖି ୨୫,୦୦୦ରୁ ୩୦,୦୦୦ ହେକ୍ଟର ଚାଷ ଜମିରେ ଆଖୁଚାଷ ହେଉଥିଲା। ଜିଲାର ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ବନ୍ତ ବ୍ଲକରେ ଏହି ଚାଷ ଅଧିକ ପରିମାଣରେ ହେଉଥିଲା। ଏବେ ୨୦୦ରୁ ୨୫୦ ହେକ୍ଟର ଚାଷ ଜମିରେ ଆଖୁଚାଷ କରାଯାଉଛି। ଯେଉଁ ଅଳ୍ପ କେତେକ ଚାଷୀ ଏହାକୁ କରୁଛନ୍ତି ବେପାରୀମାନେ କମ୍‌ ଦରରେ କିଣି ବଜାରରେ ଚଢ଼ା ଦରରେ ବିକୁଛନ୍ତି। ଫଳରେ ଚାଷୀର ଆୟ କମିବାରେ ଲାଗିଛି। ୧୯୯୨ରେ ଧାମନଗରରେ ଚିନିକଳ ପ୍ରତିଷ୍ଠା କରିବା ପାଇଁ ତକତ୍ାଳୀନ ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଜି ଯାଏ ଜିଲାରେ ଚିନିକଳ ହୋଇପାରିଲା ନାହିଁ। ୩୫ ବର୍ଷ ଭିତରେ ଏହା ହୋଇପାରି ନ ଥିବା ହେତୁ ଚାଷୀଙ୍କ ଆଗ୍ରହ କମିଗଲାଣି। ତେବେ ଚାଷୀମାନେ ପାରମ୍ପରିକ ଚାଷ ପରିବର୍ତ୍ତେ ନୂଆ ପଦ୍ଧତିରେ ଚାଷ କଲେ ଲାଭ ପାଇପାରିବେ। କେନ୍ଦ୍ର ସରକାର ଆଖୁର ଏଫ୍‌ଆର୍‌ପି ମୂଲ୍ୟ କୁଇଣ୍ଟାଲ ପିଛା ୩୬୫ ଟଙ୍କା ସ୍ଥିର କରିଛନ୍ତି। ଆଖୁ ଅମଳକରଣ ଯନ୍ତ୍ର ପାଇଁ ରାଜ୍ୟ ସରକାରଙ୍କ କୃଷି ବିଭାଗର ଆପିକଲ ତରଫରୁ ସବ୍‌ସିଡି ପ୍ରଦାନ କରାଯାଉଛି। ପ୍ରଥମରେ ଭଦ୍ରକ ଜିଲାରେ ପ୍ରସ୍ତାବିତ ଏହି ଚିନିକଳର କାର୍ଯ୍ୟକ୍ଷମ ଉପରେ ସରକାର ଧ୍ୟାନ ଦେବା ସହ ଜିଲାର ଆଖୁଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରନ୍ତୁ। ଚିନିକଳ ପ୍ରତିଷ୍ଠା ହେଲେ ଭଦ୍ରକ ଆଖୁ ରାଜ୍ୟ ଓ ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିପାରନ୍ତା। ଦ୍ୱିତୀୟରେ ଆମ ଜିଲାରେ ଗୁଡ଼ର ଚାହିଦା ଅନେକ। ଆମର ପ୍ରସିଦ୍ଧ ପାଳୁଅ ଲଡ଼ୁରେ ଏହାକୁ ବ୍ୟବହାର କରାଯାଇ ଅନେକ ନୂଆ ରୋଜଗାର ସୃଷ୍ଟି କରିହେବ। ଜିଲାର ଧାମନଗର, ବନ୍ତ, ଭଣ୍ଡାରିପୋଖରୀ, ତିହିଡ଼ି ପ୍ରଭୃତି ବ୍ଲକର ଚାଷୀଙ୍କ ଆୟ ବଢ଼ିପାରନ୍ତା । ତୃତୀୟରେ ଆଖୁଚାଷ ଉପରେ ସ୍ୱତନ୍ତ୍ର କର୍ମଶାଳା ପୂର୍ୱକ ଚିନିକଳର ବିଭିନ୍ନ ଉପାଦେୟତା ବିଷୟରେ ଚାଷୀଙ୍କୁ ପରାମର୍ଶ ଦିଆଯିବା ଉଚିତ। ନାଲି ସଢ଼ା ସହନଶୀଳ କିସମ ଯଥା-ସବିତା ତଥା ଅନ୍ୟ କିସମ ନୀଳଚକ୍ର, ନୀଳମାଧବ, ଚର୍ଚ୍ଚିକା ପ୍ରଭୃତି ବ୍ୟବହାର କରିବା ଦିଗରେ ପ୍ରୋସତ୍ାହିତ କରାଯାଇପାରେ। ଚତୁର୍ଥରେ ବୈଜ୍ଞାନିକ ପଦ୍ଧତିରେ ଆଖୁଚାଷ କରି କିପରି ଅଧିକ ଅମଳ କରିହେବ ସେ ଦିଗରେ କୃଷି ଅଧିକାରୀମାନେ ଚାଷୀଙ୍କ ସହ ପ୍ରତ୍ୟକ୍ଷ ଭାବେ ଆଲୋଚନା କରିପାରିବେ। ଏକ ଦୀର୍ଘମିଆଦୀ ଜଳସେଚନ ପ୍ରକଳ୍ପକୁ ପାଇଲଟ ମୋଡ଼ରେ କାର୍ଯ୍ୟକାରୀ କରି ଧାନ ଆଉ ଆଖୁ ଚାଷ ସହ ଅଣଧାନ ଚାଷ ଦିଗରେ ଚାଷୀମାନଙ୍କୁ ନିୟୋଜିତ କରାଯାଇପାରିବ।
ଭଦ୍ରକ ଜିଲା ଯେହେତୁ ପର୍ଯ୍ୟଟନ ଦିଗରେ ଆଗୁଆ ତେଣୁ ଆଖୁରୁ ବିଭିନ୍ନ ଉପତ୍ାଦଗୁଡ଼ିକୁ ମୂଲ୍ୟ ସଂଯୋଗ ପୂର୍ୱକ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀରେ ବିକ୍ରୟ କରାଯାଇପାରିବ। ଏହା ଦ୍ୱାରା ଅନେକ ଲୋକ ରୋଜଗାର ପାଇପାରନ୍ତେ। ସ୍ଥାନୀୟ ମହିଳା ଗୋଷ୍ଠୀଙ୍କୁ ମଧ୍ୟ ଏଥିରେ ଯୋଡ଼ାଯାଇପାରନ୍ତା।
ସାଳନ୍ଦୀରୁ ମନ୍ତେଇ ଯାଏ ଭଦ୍ରକର ଚାଷୀ ବିକାଶର କଥା କହିବା ଦରକାର। ପର୍ଯ୍ୟାପ୍ତ ସମ୍ୱଳ ଅଛି। ପ୍ରୋତ୍ସାହନର ସୁବିଧା ସୁଯୋଗ କରାଗଲେ ଚାଷୀ ନିଶ୍ଚିତ ଉପକୃତ ହୋଇପାରିବେ।
ଜୈବ ନିରୀକ୍ଷକ, ଓଡ଼ିଶା ରାଜ୍ୟ ଜୈବ ପ୍ରମାଣନ ସଂସ୍ଥା, ଭୁବନେଶ୍ୱର
ମୋ : ୯୪୩୮୪୬୭୦୭୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସବୁଜ ଶକ୍ତି ଜୀବନର ଆଧାର ବୋଲି ଉପଲବ୍ଧି କରିଛନ୍ତି ବ୍ୟାଙ୍କର ରାଜଶ୍ରୀ ନାମ୍ବିୟାର। ସେ ଇକୋଫାଇ ଷ୍ଟାର୍ଟଅପ୍‌ର ସହପ୍ରତିଷ୍ଠାତା ଭାବେ ଦୁଇ କିମ୍ବା ତିନି ଚକିଆ ବିଦ୍ୟୁତ୍‌ଚାଳିତ…

ତଥ୍ୟର କୋଳାହଳରେ କାହାଣୀ

ଜିର ସମୟକୁ ଯଦି ‘ଡାଟା’ ବା ‘ତଥ୍ୟ’ର ଯୁଗ ବୋଲି କୁହାଯାଏ, ତାହା ଭୁଲ ହେବ ନାହିଁ। ପ୍ରତି ମୁହୂର୍ତ୍ତରେ ଯେତେ ତଥ୍ୟ ସୃଷ୍ଟି ହେଉଛି, ସବୁକୁ…

ଉତ୍ତରଦାୟିତ୍ୱକୁ ଉପେକ୍ଷା

ସବୁଠି ଆଲୋଚନା ହେଉଛି ମଣିଷ ନିକଟରେ ନୈତିକ ମୂଲ୍ୟବୋଧ ଆଉ ଦେଖିବାକୁ ମିଳୁନାହିଁ। କିନ୍ତୁ ବିଚିତ୍ର କଥା ହେଉଛି ନୈତିକତା ସପକ୍ଷରେ ସଭିଏଁ କହୁଛନ୍ତିି, କେହି ଜଣେ…

ଫାଇଲ ଗାଏବ

ଓଡ଼ିଶାରେ ଗତ ସପ୍ତାହର ଏକ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେବା କଥା। ଦୁଇଟି ଘଟଣା ଖୋଦ୍‌ ସରକାରଙ୍କ ଦ୍ୱାରା ଲୋକଲୋଚନକୁ ଅଣାଗଲା। ରାଜ୍ୟ ସରକାରଙ୍କ ଗୃହ…

ନୂଆ ଭାରତରେ ନୂଆ ଆଇନ

ନୂଆ ଭାରତ ଆମ ପାଖରେ ଏତେ ଶୀଘ୍ର ଆସିଛି ଯେ, ଆମେ କେଉଁଠି ପହଞ୍ଚିଛୁ ତାହା ଆକଳନ କରିବା ପାଇଁ ପଛକୁ ଟିକେ ଫେରି ଚାହିଁବା ଗୁରୁତ୍ୱପୂର୍ଣ୍ଣ…

ରାମରାଜ୍ୟକୁ ରାସ୍ତା

ପ୍ରସଙ୍ଗଟି ଆରମ୍ଭ କରୁଛି ରାମାୟଣ କଥାରୁ। ଚଉଦବର୍ଷ ବନବାସ ପରେ ଅଯୋଧ୍ୟାର ରାଜା ପ୍ରଭୁ ରାମଚନ୍ଦ୍ର ଏକ ସ୍ବତନ୍ତ୍ରସଭା ଡାକି ଉପସ୍ଥିତ ଗରୁ ବଶିଷ୍ଠ, ବ୍ରାହ୍ମଣଗଣ ଓ…

ହାଜତ ହିଂସା ଗଣତନ୍ତ୍ର ପାଇଁ କଳଙ୍କ

ଗତ ଏକ ମାସ ମଧ୍ୟରେ ଆମ ରାଜ୍ୟର ବିଭିନ୍ନ ଥାନା ହାଜତରେ ପୋଲିସ ଦ୍ୱାରା ବର୍ବରୋଚିତ ଅତ୍ୟାଚାର ବା ତଥାକଥିତ ଥାର୍ଡ ଡିଗ୍ରୀ ପ୍ରୟୋଗର ଖବର ଚର୍ଚ୍ଚାର…

ଶାସ୍ତ୍ରୀ ଭବନ ସ୍ଥିତି ଦୃଢ଼

ବର୍ଷ ବର୍ଷ ଧରି ଶାସ୍ତ୍ରୀ ଭବନ ସରକାରୀ ଅବହେଳାର ଏକ ଜ୍ୱଳନ୍ତ ଉଦାହରଣ ହୋଇ ରହିଥିଲା। ଦିଲ୍ଲୀର ବାବୁ ଭିତ୍ତିଭୂମି ତାହାର ଉପାଦେୟତା ହରାଇ ସାରିଥିବାର ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri