ବଳାତ୍କାରୀଙ୍କୁ ୨୦ବର୍ଷ କାରାଦଣ୍ଡ

ସୁୁନ୍ଦରଗଡ଼,୩୦।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଏଡିଜେ ପାର୍ଥସାରଥି ପଟ୍ଟନାୟକ ଶୁକ୍ରବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ ରାଜକୁମାର ଲୋହାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୋକ୍‌ସୋ ଆକ୍ଟ ସେକ୍ସନ-୬ରେ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ୧ବର୍ଷ ଅଧିକ କାରାବାସ ଆଦେଶ ଦେଇଛନ୍ତି।

ମାମଲାରରୁ ପ୍ରକାଶ ଯେ, ୨୦୧୩ରେ ପୀଡିତା ନାବାଳିକାଙ୍କୁ ଅଭିଯୁକ୍ତ ନିଜ ଘରେ ୩ମାସ ଧରି ବଳାତ୍କାର କରିଥିଲେ। ଏ ସମ୍ପର୍କରେ ପୀଡିତାଙ୍କ ଜେଜେମା ଗତ ୨୦୧୩ ମାର୍ଚ୍ଚ ୬ରେ ରଘୁନାଥପାଲୀ ଥାନାରେ ଏତଲା ଦେଇଥିଲେ। ପୋଲିସ ଏତଲା ପରେ ଭାରତୀୟ ଦଣ୍ଡବିଧି ଧାରା ୩୭୬ (୨) (ଏଫ୍‌)/ ୩୨୩ / ୩୪୧ /୫୦୬ / ୬ପୋକ୍‌ସୋ ଆକ୍ଟ ଅନୁଯାୟୀ ଏକ ମାମଲା (ନଂ. ୫୭/୨୦୧୩) ରୁଜୁ କରାଯାଇଥିଲା। ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ନାବାଳିକାଙ୍କ ବୟାନ୍‌ ଏବଂ ଅନ୍ୟ ୧୧ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଓ ପୋଲିସର ସବିଶେଷ ତଦନ୍ତ ରିପୋର୍ଟକୁ ଆଧାର କରି ବିଚାରପତି ରାୟ ପ୍ରକାଶ କରିଛନ୍ତି। ବିଚାରପତି ତାଙ୍କ ରାୟରେ ପୀଡିତାଙ୍କୁ ୭ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏହି ମାମଲାକୁ ରଘୁନାଥପାଲିର ତତ୍କାଳୀନ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ତଦନ୍ତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମିମ୍‌ ଅଖତାର ମାମଲା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାର ସୁଯୋଗ୍ୟ ସନ୍ତାନ ଥିଲେ ସୁଭାଷ ଚନ୍ଦ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ୧୮୯୭ ଜାନୁୟାରୀ ୨୩ରେ କଟକରେ ଜନ୍ମଗ୍ରହଣ କରିଥିଲେ ସୁଭାଷ ବୋଷ। ସେହିପରି ଆଜି ହେଉଛି...

ସିକ୍ୟୁରିଟି ଗାର୍ଡ ହତ୍ୟା ଘଟଣାର ପର୍ଦ୍ଦାଫାଶ: ପରକୀୟା ସମ୍ପର୍କ ମୁଖ୍ୟ କାରଣ

ସଜନାଗଡ଼, ୧୨।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ କେଶୁରା ଗ୍ରାମରେ ବିଜୟ କୁମାର ସିଂହ (୪୦) ନାମକ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରାଯିବା ଘଟଣାର...

‘ଆଧୁନିକ ଗଳ୍ପରେ ଜନଜୀବନ, ଯନ୍ତ୍ରଣାର ସ୍ବର’

ସୋନପୁର,୨୩।୧(ନି.ପ୍ର.) ଗଳ୍ପ ସାହିତ୍ୟ ସମାଜରେ ସୁଧାର ଆଣେ। ସତ୍ୟ ଘଟଣା ଉପରେ ଗାଳ୍ପିକଙ୍କ ରୁଚିସମ୍ପନ୍ନ ଲେଖା ବିପ୍ଳବ ସୃଷ୍ଟି କରେ। ସାମ୍ପ୍ରତିକ ଜନଜୀବନର ଯନ୍ତ୍ରଣାର ସ୍ବର...

ବ୍ରହ୍ମପୁରରେ ଆଂଶିକ ଶଟ୍‌ଡାଉନ୍‌

ବ୍ରହ୍ମପୁର ଅଫିସ,୫ା୪-ରାଜ୍ୟରେ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସମଗ୍ର ଜିଲାରେ ଆଂଶିକ ଶଟ୍‌ଡାଉନ୍‌...

ଆଜି ପୁଣି ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ରାଜ୍ୟରେ ଏବେ କରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଯାହାକୁ ନେଇ ଆକ୍ସନ ମୋଡକୁ ରାଜ୍ୟ ସରକାର ଆସିଛନ୍ତି । ପୁଣି ମୁଖ୍ୟମନ୍ତ୍ରୀ ନବୀନ...

ସ୍କୁଟିକୁ ପଛରୁ ଧକ୍କାଦେଲା ଟ୍ରକ୍‌

ବଅଁରପାଳ,୬।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନମ୍ବର ଜାତୀୟ ରାଜପଥ କାଣ୍ଡସର ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ଧକ୍କାରେ ଜଣେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି। ତେବେ ଗୁରୁତରଙ୍କ...

ରାଜକୋଟ, ତିରୁପତିରେ ଫଶିଛନ୍ତି ୪୩ ଦାଦନ ଶ୍ରମିକ

ବଲାଙ୍ଗୀର ଅଫିସ/ଟିକ୍ରାପଡା/ଟିଟିଲାଗଡ, ୨୭ା୩ (ଡି.ଏନ୍‌.ଏ.):କରୋନା ଭାଇରସ୍‌ ସଂକ୍ରମଣ କାରଣରୁ ସମଗ୍ର ଦେଶରେ ୨୧ଦିନର ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ା ଏଭଳି ସମୟରେ ରାଜ୍ୟ ବାହାରକୁ...

ବର୍ଷେ ହେବ ସୋଲାର ପାନୀୟ ଜଳ ପ୍ରକଳ୍ପ ଅଚଳ

କୋକସରା, ୨୭।୧୧ (ଡି.ଏନ.ଏ.) – କଳାହାଣ୍ଡି ଜିଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପାଣିଗାଁ ଶବରପଡାରେ ଥିବା ସୋଲାର ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆଜକୁ...

Advertisement
Archives

Model This Week