ସନ୍ଦେହରେ ଜମିକୁ ଜଳସେଚନ ଲକ୍ଷ୍ୟ

ଯୋଡ଼ା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ଯୋଜନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ୟାମ୍‌ ପାଣି ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ ନା ଶିଳ୍ପ ପାଇଁ ଲାଭଦାୟକ, ଏହାକୁ ନେଇ ଏବେଠୁ ଦ୍ୱନ୍ଦ୍ୱ ଉପୁଜିଲାଣି। କାରଣ ବୈତରଣୀ ନଦୀ ଉପରେ କାନପୁର ନଦୀବନ୍ଧ ଯୋଜନା ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ସମେତ ଯୋଡ଼ା ବ୍ଲକ୍‌ର ୨୯, ୫୭୮ହେକ୍ଟର ଚାଷଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ବିଭିନ୍ନ ଶିଳ୍ପ କମ୍ପାନୀ ଜିଲାରେ ପ୍ରବାହିତ ନଦୀରୁ ପାଣି ନେବା ସହ ସ୍ଲରି ପାଇପ ମାଧ୍ୟମରେ ମାଲ ପରିବହନ କରୁଛନ୍ତି। ଏପରି କି କାନପୁର ନଦୀବନ୍ଧ ପ୍ରକଳ୍ପ ଶେଷ ହୋଇ ନ ଥିବାବେଳେ ଦୁଇ କମ୍ପାନୀ ଜଳ ନେବା ପାଇଁ ଅନୁମୋଦନ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନ୍‌ଜିଟି ନିକଟରେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ, ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ୍‌ ୨୬ ଇଞ୍ଚ ମୋଟେଇ ପାଇପ୍‌ରେ ୨୩ .୦ କ୍ୟୁସେକ ଜଳ ଓ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ କମ୍ପାନୀ ୩୨ ଇଞ୍ଚ ମୋଟେଇ ପାଇପ୍‌ରେ କାନପୁର ନଦୀବନ୍ଧରୁ ଜଳ ନେବା ପାଇଁ ଅନୁମୋଦନ ପାଇଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ଅପେକ୍ଷାରେ ରହିଛି। ଅପରପକ୍ଷରେ ୨୦୧୩ରୁ ବିଆର୍‌ପିଏଲ୍‌ କମ୍ପାନୀ ୧୩ ଇଞ୍ଚ ମୋଟେଇ ପାଇପ୍‌ ଜରିଆରେ ୪.୭୦ କ୍ୟୁସେକ୍‌ ଜଳ କାନପୁର ବୈତରଣୀ ନଦୀରୁ ନେଉଛି। ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ୨୦୦୯ରୁ ବସନ୍ତପୁର ନିକଟ ବୈତରଣୀ ନଦୀ ଉପର ମୁଣ୍ଡରୁ ୨୦ ଇଞ୍ଚ ମୋଟେଇ ପାଇପ୍‌ରେ ୧୧.୭୭ କ୍ୟୁସେକ୍‌ ଜଳ ନେଉଛି। ଏତଦ୍‌ ବ୍ୟତୀତ ୪.୩ ମେଗାୱାଟ ଜଳବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବାର ପ୍ରସ୍ତାବ ରହିଛି। କିନ୍ତୁ ଯଦି ନଦୀବନ୍ଧରୁ କମ୍ପାନୀଗୁଡ଼ିକୁ ଉପରୋକ୍ତ ପରିମାଣର ଜଳ ଦିଆଯାଏ, ତେବେ ଚାଷ ଜମିକୁ ଜଳ ନିଅଣ୍ଟ ପଡ଼ିବାର ସମ୍ଭାବନା ରହିଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ଏଥିସହ ସ୍ଲରି ପାଇପ୍‌ରେ ମାଲ୍‌ ପରିବହନ ସମୟରେ ଏହା ଫାଟିବା ଦ୍ୱାରା ଜଳ ପ୍ରଦୂଷଣ ହେବାର ମଧ୍ୟ ଆଶଙ୍କା ରହିଛି। କାରଣ ୨୦୨୧ରେ ଏକ ସ୍ଲରି ପାଇପ୍‌ଲାଇନ ସୁନାନଦୀ ଉପରେ ଫାଟିଥିଲା। ଏ ନେଇ କାନପୁର ପ୍ରକଳ୍ପ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି କହିଛନ୍ତି, ପାଇପ୍‌ ଲାଇନରେ ପାଣି ଯିବା କଥା ମୁଁ କିଛି ଜାଣି ନାହିଁ, ଆପଣମାନେ ଏସବୁ ଖବର କେଉଁଠାରୁ ପାଉଛନ୍ତି। ଏ ପର୍ଯ୍ୟନ୍ତ କେଉଁଠି ଆପ୍ରୁଭାଲ ହୋଇନାହିଁ। ପାଣି ଯିବା ତ ବହୁ ଦୂରର କଥା, ଓଲଟା କେଉଁଠି ହେଲାଣି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ କ’ଣ ପାଣି ଦେଉଛି ବୋଲି ପ୍ରଶ୍ନ କରିବା ସହ ତଳ ମୁଣ୍ଡରୁ ପାଣି ନେଲେ କେନାଲ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଥିଲେ।
ପ୍ରକାଶଯୋଗ୍ୟ, ୨୦୨୨ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯୋଡ଼ାସ୍ଥିତ ସୁନାନଦୀର ପ୍ରଦୂଷଣ ସମ୍ପର୍କରେ ଏକ ଜନସ୍ବାର୍ଥ ମାମଲା ଉପରେ ରାୟ ଶୁଣାଇଥିଲେ। ଏଥିରେ ସୁନାନଦୀ ଶଯ୍ୟାରେ ଖଣିଜ ସ୍ଲରି ପାଇପ୍‌ଲାଇନ ସଂଯୋଗୀକରଣ ହେଲେ ଏହାଦ୍ବାରା ପ୍ରଦୂଷଣ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ୨୦୨୨ରେ ଜଏଣ୍ଟ କମିଟି ଦ୍ବାରା ଏହାର ଅନୁସନ୍ଧାନ କରାଯାଇଥିଲା। ଏଥିରେ କେନ୍ଦୁଝର ଏଡିଏମ୍‌ ଯଦୁମଣି ମହଲା, ସିପିସିବି, କୋଲକାତାର ବୈଜ୍ଞାନିକ ଡ. ଜି.ପି. ସିଂ, ଭୁବନେଶ୍ୱର ଏମ୍‌ଓଇଏଫ୍‌ର ବୈଜ୍ଞାନିକ ସନ୍ଦୀପ ନନ୍ଦୀ, ବୈତରଣୀ ଇରିଗେଶନ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଣବ ନାୟକ, କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସର ପ୍ରଶାନ୍ତ କରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କମ୍ପାନୀ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?