ସନ୍ଦେହରେ ଜମିକୁ ଜଳସେଚନ ଲକ୍ଷ୍ୟ

ଯୋଡ଼ା,୨୬ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ରେ ନିର୍ମାଣାଧୀନ ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀବନ୍ଧ ଯୋଜନା କାନପୁର ପ୍ରକଳ୍ପ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମାତ୍ର ଯୋଜନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡ୍ୟାମ୍‌ ପାଣି ଚାଷୀମାନଙ୍କ ପାଇଁ ଉପଯୋଗୀ ହେବ ନା ଶିଳ୍ପ ପାଇଁ ଲାଭଦାୟକ, ଏହାକୁ ନେଇ ଏବେଠୁ ଦ୍ୱନ୍ଦ୍ୱ ଉପୁଜିଲାଣି। କାରଣ ବୈତରଣୀ ନଦୀ ଉପରେ କାନପୁର ନଦୀବନ୍ଧ ଯୋଜନା ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ସମେତ ଯୋଡ଼ା ବ୍ଲକ୍‌ର ୨୯, ୫୭୮ହେକ୍ଟର ଚାଷଜମି ଜଳସେଚିତ ହେବାର ଲକ୍ଷ୍ୟ ରହିଥିବାବେଳେ ବର୍ତ୍ତମାନ ବିଭିନ୍ନ ଶିଳ୍ପ କମ୍ପାନୀ ଜିଲାରେ ପ୍ରବାହିତ ନଦୀରୁ ପାଣି ନେବା ସହ ସ୍ଲରି ପାଇପ ମାଧ୍ୟମରେ ମାଲ ପରିବହନ କରୁଛନ୍ତି। ଏପରି କି କାନପୁର ନଦୀବନ୍ଧ ପ୍ରକଳ୍ପ ଶେଷ ହୋଇ ନ ଥିବାବେଳେ ଦୁଇ କମ୍ପାନୀ ଜଳ ନେବା ପାଇଁ ଅନୁମୋଦନ ପାଇଥିବା ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନ୍‌ଜିଟି ନିକଟରେ ଦାଖଲ କରିଥିବା ରିପୋର୍ଟ ଅନୁଯାୟୀ, ଜିନ୍ଦଲ ଷ୍ଟିଲ ଆଣ୍ଡ୍‌ ପାୱାର ଲିମିଟେଡ୍‌ ୨୬ ଇଞ୍ଚ ମୋଟେଇ ପାଇପ୍‌ରେ ୨୩ .୦ କ୍ୟୁସେକ ଜଳ ଓ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ କମ୍ପାନୀ ୩୨ ଇଞ୍ଚ ମୋଟେଇ ପାଇପ୍‌ରେ କାନପୁର ନଦୀବନ୍ଧରୁ ଜଳ ନେବା ପାଇଁ ଅନୁମୋଦନ ପାଇଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ଅପେକ୍ଷାରେ ରହିଛି। ଅପରପକ୍ଷରେ ୨୦୧୩ରୁ ବିଆର୍‌ପିଏଲ୍‌ କମ୍ପାନୀ ୧୩ ଇଞ୍ଚ ମୋଟେଇ ପାଇପ୍‌ ଜରିଆରେ ୪.୭୦ କ୍ୟୁସେକ୍‌ ଜଳ କାନପୁର ବୈତରଣୀ ନଦୀରୁ ନେଉଛି। ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ୨୦୦୯ରୁ ବସନ୍ତପୁର ନିକଟ ବୈତରଣୀ ନଦୀ ଉପର ମୁଣ୍ଡରୁ ୨୦ ଇଞ୍ଚ ମୋଟେଇ ପାଇପ୍‌ରେ ୧୧.୭୭ କ୍ୟୁସେକ୍‌ ଜଳ ନେଉଛି। ଏତଦ୍‌ ବ୍ୟତୀତ ୪.୩ ମେଗାୱାଟ ଜଳବିଦ୍ୟୁତ୍‌ ଶକ୍ତି ଉତ୍ପନ୍ନ ହେବାର ପ୍ରସ୍ତାବ ରହିଛି। କିନ୍ତୁ ଯଦି ନଦୀବନ୍ଧରୁ କମ୍ପାନୀଗୁଡ଼ିକୁ ଉପରୋକ୍ତ ପରିମାଣର ଜଳ ଦିଆଯାଏ, ତେବେ ଚାଷ ଜମିକୁ ଜଳ ନିଅଣ୍ଟ ପଡ଼ିବାର ସମ୍ଭାବନା ରହିଛି ବୋଲି ପରିବେଶବିତ୍‌ ମତ ଦେଉଛନ୍ତି। ଏଥିସହ ସ୍ଲରି ପାଇପ୍‌ରେ ମାଲ୍‌ ପରିବହନ ସମୟରେ ଏହା ଫାଟିବା ଦ୍ୱାରା ଜଳ ପ୍ରଦୂଷଣ ହେବାର ମଧ୍ୟ ଆଶଙ୍କା ରହିଛି। କାରଣ ୨୦୨୧ରେ ଏକ ସ୍ଲରି ପାଇପ୍‌ଲାଇନ ସୁନାନଦୀ ଉପରେ ଫାଟିଥିଲା। ଏ ନେଇ କାନପୁର ପ୍ରକଳ୍ପ ଯନ୍ତ୍ରୀ ପ୍ରସନ୍ନ କୁମାର ପାଣି କହିଛନ୍ତି, ପାଇପ୍‌ ଲାଇନରେ ପାଣି ଯିବା କଥା ମୁଁ କିଛି ଜାଣି ନାହିଁ, ଆପଣମାନେ ଏସବୁ ଖବର କେଉଁଠାରୁ ପାଉଛନ୍ତି। ଏ ପର୍ଯ୍ୟନ୍ତ କେଉଁଠି ଆପ୍ରୁଭାଲ ହୋଇନାହିଁ। ପାଣି ଯିବା ତ ବହୁ ଦୂରର କଥା, ଓଲଟା କେଉଁଠି ହେଲାଣି କି ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ କ’ଣ ପାଣି ଦେଉଛି ବୋଲି ପ୍ରଶ୍ନ କରିବା ସହ ତଳ ମୁଣ୍ଡରୁ ପାଣି ନେଲେ କେନାଲ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ସେ କହିଥିଲେ।
ପ୍ରକାଶଯୋଗ୍ୟ, ୨୦୨୨ରେ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯୋଡ଼ାସ୍ଥିତ ସୁନାନଦୀର ପ୍ରଦୂଷଣ ସମ୍ପର୍କରେ ଏକ ଜନସ୍ବାର୍ଥ ମାମଲା ଉପରେ ରାୟ ଶୁଣାଇଥିଲେ। ଏଥିରେ ସୁନାନଦୀ ଶଯ୍ୟାରେ ଖଣିଜ ସ୍ଲରି ପାଇପ୍‌ଲାଇନ ସଂଯୋଗୀକରଣ ହେଲେ ଏହାଦ୍ବାରା ପ୍ରଦୂଷଣ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ୨୦୨୨ରେ ଜଏଣ୍ଟ କମିଟି ଦ୍ବାରା ଏହାର ଅନୁସନ୍ଧାନ କରାଯାଇଥିଲା। ଏଥିରେ କେନ୍ଦୁଝର ଏଡିଏମ୍‌ ଯଦୁମଣି ମହଲା, ସିପିସିବି, କୋଲକାତାର ବୈଜ୍ଞାନିକ ଡ. ଜି.ପି. ସିଂ, ଭୁବନେଶ୍ୱର ଏମ୍‌ଓଇଏଫ୍‌ର ବୈଜ୍ଞାନିକ ସନ୍ଦୀପ ନନ୍ଦୀ, ବୈତରଣୀ ଇରିଗେଶନ ଡିଭିଜନର ସୁପରିଣ୍ଟେଣ୍ଡେଣ୍ଟ ଇଞ୍ଜିନିୟର ପ୍ରଣବ ନାୟକ, କେନ୍ଦୁଝର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିଜିଓନାଲ ଅଫିସର ପ୍ରଶାନ୍ତ କରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କମ୍ପାନୀ ଅଧିକାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri