କାଳବୈଶାଖୀ ତାଣ୍ଡବ: ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ଏସ୍‌ଆର୍‌ସି

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ସକାଳୁ ପାରଦ ଉପରମୁହଁା ହେଲା। ପୂର୍ବାହ୍ନ ୧୧ଟା ୩୦ ବେଳକୁ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରୀ ଛୁଇଁଲା। ଧୀରେ ଧୀରେ ଗ୍ରୀଷ୍ମର ପ୍ରକୋପ ବଢ଼ିଚାଲିଲା। ମଧ୍ୟାହ୍ନରେ ତାତି ୪୦ ଡିଗ୍ରୀ ଅତିକ୍ରମ କରିଗଲା। ତେବେ ଅପରାହ୍ନରେ ହଠାତ୍‌ ପାଗ ବଦଳିଲା। ପ୍ରାୟ ୨ଟା ୩୦ ବେଳକୁ ଘୋଟିଆସିଲା କଳାହାଣ୍ଡିଆ ମେଘ। ଆରମ୍ଭ ହୋଇଗଲା ତୁହାକୁ ତୁହା ବଜ୍ରପାତ। ୪୦ରୁ ୫୦ କି.ମି. ବେଗରେ ପବନ ବୋହିବା ସହ ମୂଷଳ ଧାରାରେ ବର୍ଷା ହେଲା। ଅସହ୍ୟ ଗୁଳୁଗୁଳି, ଗରମରେ ଆଉଟୁପାଉଟୁ ହେଉଥିବା ଲୋକେ ସାମାନ୍ୟ ଆଶ୍ୱସ୍ତ ହେଲେ। ତେବେ ଝଡ଼ତୋଫାନ ଉପକୂଳ ଓଡ଼ିଶାର ଚିତ୍ର ବଦଳାଇ ଦେଇଛି। ରାଜଧାନୀ ସମେତ କଟକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ଯାଜପୁର ଓ କଟକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଭିନ୍ନ ସ୍ଥାନରେ ଟିଣଛପର ଉଡ଼ିଯାଇଥିବାବେଳେ ଗଛ ପଡ଼ି ରାସ୍ତା ଜାମ୍‌ ହୋଇଛି। କୁଆପଥର ମାଡ଼ରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ତାର ଛିଣ୍ଡିବା, ଖୁଣ୍ଟ ଉପୁଡ଼ି ପଡ଼ିବା କାରଣରୁ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହୋଇଛି। ଅନ୍ୟପଟେ ତୁରନ୍ତ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲାପାଳମାନଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିଶନର(ଏସ୍‌ଆର୍‌ସି) ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟୁତ୍‌ ସରବରାହ ତୁରନ୍ତ ପୁନଃ ସଂଯୋଗ କରିବା, ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଗଛ କାଟି ରାସ୍ତା ସଫା କରିବା, ମୃତାହତଙ୍କ ସମ୍ପର୍କରେ ଠିକ୍‌ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଆଠଗଡ଼-ମୁଣ୍ଡଳୀ ରାସ୍ତାର ରାଜନଗର ଛକରେ ଝଡ଼ବର୍ଷାର ଭୟଙ୍କର ରୂପ ଦେଖିବାକୁ ମିଳିଛି। ଏଠାରେ ଥିବା ମହାରାଜା ହୋଟେଲରେ ଲୋକେ ବସି ଖାଉଥିବା ବେଳେ ଟିଣଛପର ୨୦୦ ମିଟର ଉଡ଼ିଯାଇଥିଲା। ଫଳରେ ହୋଟେଲର ସମସ୍ତ ଖାଦ୍ୟ ସହ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ପାଖରେ ଥିବା ଅଞ୍ଜଳି ହୋଟେଲର ପାଚେରି ମଧ୍ୟ ଭାଙ୍ଗିପଡ଼ିଛି। ରାଜା ଆଠଗଡ଼-ନରସିଂହପୁର ୬୫ନଂ. ରାଜ୍ୟ ରାଜପଥର ଗୋପୀନାଥପୁର ଓ ସେହି ବ୍ଲକର କଟକ-ସମ୍ବଲପୁର ରାସ୍ତାରେ ଗଛ ଭାଙ୍ଗିପଡ଼ିଛି। ଏଥିଯୋଗୁ ଯାନବାହନ ଚଳାଚଳ ସାମୟିକ ବାଧାପ୍ରାପ୍ତ ହୋଇଥିଲା। ପୁରୀ ଜିଲାର ବିଭିନ୍ନ ବ୍ଲକରେ ଝଡ଼ବର୍ଷାରେ ବହୁ ନଡ଼ିଆ, ଗୁଆ, କଦଳୀ, ଆମ୍ବ ଗଛ ଭାଙ୍ଗିଛି। ଚାଳଛପର ଓ ଆଜବେଷ୍ଟସ୍‌ ଛପର ଉଡ଼ିଯାଇଛି। ପିପିଲି ଦେଇ ଯାଇଥିବା ରାସ୍ତାରେ ବିଦ୍ୟୁତ୍‌ ତାର ଛିଣ୍ଡିପଡ଼ିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶତାଧିକ ଯାନବାହନ ଅଟକି ରହିଥିଲା। କାଳବୈଶାଖୀ ବେଳେ ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ୨୪,୭୭୬ ଥର ବିଜୁଳି ମାରିଛି। ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରିରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ତେବେ କାଳବେଶାଖୀ ପ୍ରଭାବ ରହିଲେ ମଧ୍ୟ ତାତିରେ ବ୍ରେକ୍‌ ଲାଗିବାର ସମ୍ଭାବନା କ୍ଷୀଣ।
କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା ଉପକୂଳ ଓଡ଼ିଶାକୁ ଶୀତଳ କରିଥିଲେ ମଧ୍ୟ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ପ୍ରଚଣ୍ଡ ତାତିରୁ ନିସ୍ତାର ମିଳିନାହିଁ। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ତାଳଚେରରେ ସର୍ବୋଚ୍ଚ ତାପମାତ୍ର ୪୨.୮ ଡିଗ୍ରୀ ଛୁଇଁଛି। ସେହିପରି ସମ୍ବଲପୁର ୪୨.୭, ନୂଆପଡ଼ା ୪୨.୪, ଝାରସୁଗୁଡ଼ା ୪୨.୨, ସୁନ୍ଦରଗଡ଼ ୪୨.୨, ବୌଦ୍ଧ ୪୧.୬, ସୋନପୁର ୪୧.୪, ବରଗଡ଼ ୪୧.୨, ଅନୁଗୋଳ ୪୧.୨, ବଲାଙ୍ଗୀର ୪୧.୧, ହୀରାକୁଦ ୪୧.୧ ଏବଂ ନୟାଗଡ଼ରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ସମ୍ବଲପୁର, ବୌଦ୍ଧ, ସୋନପୁର, ନୂଆପଡ଼ା ଜିଲାରେ ପାରଦ ୪୦ରୁ ୪୪ ଡିଗ୍ରୀ ଯାଏ ପହଞ୍ଚତ୍ବା ସମ୍ଭାବନା ରହିଛି। ଅପରପକ୍ଷେ ଖୋର୍ଦ୍ଧା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ ସମ୍ପୃକ୍ତ ସ୍ଥାନରେ ମଧ୍ୟାହ୍ନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିବ। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟରେ ୨୩ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୫।୧୧(ବ୍ୟୁରୋ): ରାଜ୍ୟରେ ଶନିବାର ୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ...

ସାଥୀଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ଯବାନ

ମାଲକାନଗିରି,୨୯ା୧: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବସ୍ତର ଜିଲା ସେଡବା ସିଆର୍‌ପିଏଫ୍‌ କ୍ୟାମ୍ପରେ ୨୪୧ ବାଟାଲିୟନର ଜଣେ ଯବାନ ଅନ୍ୟ ଦୁଇ ଯବାନଙ୍କୁ ଗୁଳିକରି ନିଜକୁ...

ବୁକ୍‌ ସର୍କୁଲାର-୪୭କୁ ମାନୁନାହାନ୍ତି ଅଫିସର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉନାହାନ୍ତି। ୧୫ ଦିନ ଭିତରେ ଉତ୍ତର...

ଓଡ଼ିଶାରେ ସ୍ବାସ୍ଥ୍ୟସେବା…

ବର୍ତ୍ତମାନର ସ୍ବାସ୍ଥ୍ୟ ସଙ୍କଟ ପରିପ୍ରେକ୍ଷୀରେ ଡାକ୍ତରମାନଙ୍କର ଭୂମିକା ଓ ଗୁରୁତ୍ୱ ସବୁ ବିଭାଗ ଶୀର୍ଷରେ ପହଞ୍ଚତ୍ଛି। ‘ଜାନ୍‌ ହେ ଜହାନ୍‌ ହେ’ ଅର୍ଥାତ୍‌ ଜୀବନ ଅଛି...

କଂଗ୍ରେସରେ ପୁଣି ପିସିସି ପରିବର୍ତ୍ତନ ମେଳି

ଭୁବନେଶ୍ୱର, ୧୧ା୨(ବ୍ୟୁରୋ):ରାଜ୍ୟ କଂଗ୍ରେସରେ ପିସିସି ପରିବର୍ତ୍ତନ ପାଇଁ ପୁଣିଥରେ ମେଳି ବାନ୍ଧିଛନ୍ତି ଅସନ୍ତୁଷ୍ଟ ନେତା। ପିସିସିର ଆମୂଳଚୂଳ ପରିବର୍ତ୍ତନ ପାଇଁ ଗୋଟିଏ ଗୋଷ୍ଠୀ ପୁଣିଥରେ ଅଣ୍ଟାଭିଡ଼ିଛି।...

୧୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮୫୯କୁ ବୃଦ୍ଧି ହୋଇଛି। ଏ ନେଇ...

କନ୍ୟାଯାତ୍ରୀଙ୍କ ଉପରେ ମାଡିଗଲା ସ୍କର୍ପିଓ: ୩ ମୃତ,୧୨ ଆହତ

ଗୋପାଳପୁର,୧୫।୨(ଡି.ଏନ.ଏ.): ଗଞ୍ଜାମ ଜିଲା ଗୋପାଳପୁର ଥାନା ଅଧୀନ ମାଣ୍ଡିଆପଲ୍ଲୀ ଗ୍ରାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ...

କୋର୍ଟରେ ପ୍ରୋଟେଷ୍ଟ ପିଟିଶନ ଦାଖଲ

ଭୁବନେଶ୍ୱର,୮।୭(ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁର ବର୍ଷେ ପରେ ବି କ୍ରାଇମବ୍ରାଞ୍ଚର ତଦନ୍ତ ଶେଷ ହୋଇନାହିଁ। ଏପରି କି କ୍ରାଇମବ୍ରାଞ୍ଚ ଆଦିତ୍ୟଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ...

Advertisement
Archives

Model This Week