ପୁରୀ-ବଡ଼ବିଲ ଇଣ୍ଟରସିଟି ଶୀଘ୍ର ଚାଲିବ

କେନ୍ଦୁଝର, ୨୯।୩ ଦକ୍ଷିଣ ପୂର୍ବ ଓ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର(ଜି.ଏମ୍‌) ଅର୍ଚ୍ଚନା ଯୋଶୀ ଓ ଖୋର୍ଦ୍ଧା ରୋଡସ୍ଥିତ ଡିଭିଜନାଲ ମ୍ୟାନେଜର ରିଙ୍କେଶ ରାୟ ଏକ ମିଳିତ ପରିଦର୍ଶନରେ ସୋମବାର କେନ୍ଦୁଝର ରେଳ ଷ୍ଟେଶନକୁ ଆସିଥିଲେ। ଏହି ଗସ୍ତ ସମୟରେ କେନ୍ଦୁଝର ସିଟିଜେନ ଫୋରମର ବରିଷ୍ଠ ସଦସ୍ୟ ଇଂ ଅଜୟ କୁମାର ସାହୁଙ୍କ ନେତୃତ୍ୱରେ ଏକ ଦଳ ସହିତ ଜିଲାର ବିଭିନ୍ନ ସମସ୍ୟା ଏବଂ ଫୋରମ ପକ୍ଷରୁ ଦିଆଯାଇଥିବା ଦାବି ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
ସ୍ମାରକପତ୍ର ଅନୁସାରେ କେନ୍ଦୁଝର ସିଟିଜେନ ଫୋରମ ଅଗ୍ରାଧିକାର ଭିତ୍ତିରେ ପୁରୀ-ବଡବିଲ ଇଣ୍ଟରସିଟି ଟ୍ରେନ୍‌ ଚଳାଇବାର ଅନୁରୋଧ କରିଥିଲେ ଏବଂ ବରିଷ୍ଠ ଅଧିକାରୀଗଣ ୭ ଦିନ ମଧ୍ୟରେ ପୁରୀ-ବଡବିଲ ଇଣ୍ଟରସିଟି ଟ୍ରେନ୍‌ ଚଳାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଇଂ ଅଜୟ ସାହୁ ଅଧିକାରୀଗଣଙ୍କୁ ଅନୁରୋଧ କରି କହିଥିଲେ କି କେନ୍ଦୁଝର ସିଟିଜେନ ଫୋରମ କେନ୍ଦୁଝର ରେଳବାଇ ଉପରେ ଦାବି କରିଥିବା ଦୂରଦୃଷ୍ଟି ସମ୍ପନ୍ନ କଳ୍ପନା ପତ୍ରକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏହି ଦାବି କାର୍ଯ୍ୟକ୍ଷମ ହେଲେ କେନ୍ଦୁଝର ଜିଲାରେ ଅନେକ ଶିଳ୍ପାୟନ ହୋଇପାରିବ। ଯେଉଁଥିରେ କେନ୍ଦୁଝରର ଆର୍ଥିକ ଉତ୍ସ ବଳବତ୍ତର ହେବା ସହ ନିଯୁକ୍ତି ସୃଷ୍ଟି ହେବ। ଉକ୍ତ ଅଧିକାରୀଙ୍କୁ ଦିଆଯାଇଥିବା ବିଭିନ୍ନ ଦାବିଗୁଡିକ ମଧ୍ୟରେ ଯଖପୁରା ବାଂଶପାଣି ରେଳପଥର ଦୋହରୀକରଣ ଓ ବୈଦ୍ୟୁତିକରଣ କାର୍ଯ୍ୟର ଶୀଘ୍ର ସମାପ୍ତି, କେନ୍ଦୁଝର ଦେଇ ଭୁବନେଶ୍ୱର-ଦିଲ୍ଲୀ ମଧ୍ୟରେ ଦୁଇଟି ପାସେଞ୍ଜର ଟ୍ରେନ୍‌ ଚଳାଚଳ, ବଡ଼ବିଲ-ବାଂଶପାଣି ସଂଯୋଗୀକରଣ କାର୍ଯ୍ୟ ଶୀଘ୍ର ଆରମ୍ଭ, କେନ୍ଦୁଝର-ବାଦାମପାହାଡ ସଂଯୋଗୀକରଣ, କେନ୍ଦୁଝରଠାରୁ ହରିଚନ୍ଦନପୁର ଓ ଆନନ୍ଦପୁର ଦେଇ ଭଦ୍ରକକୁ ନୂତନ ରେଳପଥ ଶୁଭାରମ୍ଭ, ଅନୁଗୋଳଠାରୁ କେନ୍ଦୁଝର ରାସ୍ତା ଦେଇ ଖଡଗପୁର ପର୍ଯ୍ୟନ୍ତ ନୂତନ ରେଳପଥର ବିକାଶ, କେନ୍ଦୁଝରଠାରୁ ହାୱଡା ଏକ ଦୈନିକ ଇଣ୍ଟରସିଟି ଚଳାଚଳର ବ୍ୟବସ୍ଥା, ସର୍ବୋପରି କେନ୍ଦୁଝରଠାରେ ଏକ ରେଳଡବା କାରଖାନାର ଭିତ୍ତିିପ୍ରସ୍ତର ସ୍ଥାପନ କରିବା ଏବଂ କେନ୍ଦୁଝର ରେଳ ଷ୍ଟେଶନଠାରୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ପର୍ଯ୍ୟନ୍ତ ଏକ କଙ୍କ୍ରିଟ ରାସ୍ତାା ନିର୍ମାଣ କରିବା ଆଦି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

୩ ଜିଲା ଲକ୍ଷ୍ମୀ ବସ୍‌ ସେବାରେ ବାଧକ ସାଜିଛନ୍ତି ଧର୍ମେନ୍ଦ୍ର: ବିଜେଡି

ଭୁବନେଶ୍ୱର,୨୦ା୪(ଅନିଲ ଦାସ): ଓଡ଼ିଶାର ଲକ୍ଷ୍ମୀ ବସ୍‌ ସେବା ଭାରତର ଏକନମ୍ବର ଗ୍ରାମୀଣ ଯୋଗାଯୋଗ କାର୍ଯ୍ୟକ୍ରମ, ଯାହା ରାଜ୍ୟର ୧୦୦% ଜିଲାକୁ ସଂଯୋଗ କରୁଛି। ଯେଉଁଥିରେ ବ୍ଲକ୍‌...

ଟିକେଟ ଆଶା କରିଥିଲି, ମତେ ବି ଦୁଃଖ ଲାଗୁଛି

ଜଗତ୍‌ସିଂହପୁର, ୨୦ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଲା ପରେ ଟିକେଟ ନ ପାଇ ସବୁଠାରୁ ଦୁଃଖରେ...

ଡଙ୍ଗାବୁଡ଼ି ୨ ମୃତ, ୭ ନିଖୋଜ

ଝାରସୁଗୁଡ଼ା, (ସଞ୍ଜୟ ମାଲି) / ଭୁବନେଶ୍ୱର,(ଅନିଲ ଦାସ) ୨୦ା୪: ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଶୁକ୍ରବାର ଅପରାହ୍ନରେ ଏକ ଡଙ୍ଗା ବୁଡ଼ିଯାଇଛି। ଏହି...

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri