Posted inଭଦ୍ରକ

ଯୁବ ବ୍ୟବସାୟୀଙ୍କ ମୃତ୍ୟୁ, ଜଣେ ଗୁରୁତର

ବାସୁଦେବପୁର, ୨୯।୩ (ଡି.ଏନ୍‌.ଏ.) ଭଦ୍ରକ ଜିଲା ବାସୁଦେବପୁର-ଜାମୁଝାଡ଼ି ରାସ୍ତାର ଗୁଆଗଁା ଛକଠାରେ ସୋମବାର ଏକ ନିର୍ମାଣାଧୀନ ପୋଲ ତଳକୁ ଖସିପଡ଼ି ଜଣେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବପୁର ବ୍ଲକ ବାଷଠୀ ଗ୍ରାମର ବିପିନ କୁମାର ବେହେରା(୩୦)। ଏହି ଦୁର୍ଘଟଣାରେ ବିପିନଙ୍କ ସହ ଥିବା ତାଙ୍କ ବନ୍ଧୁ ବ୍ରହ୍ମପୁରର ବାଲିଗଡ଼ ଗଁାର ମୁକେଶ କୁମାର ପ୍ରଧାନ ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନା ଓ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ଥାନୀୟ ଲୋକେ ଏହି ଦୁର୍ଘଟଣା ପାଇଁ ନିର୍ମାଣକାରୀ ସଂସ୍ଥାକୁ ଦାୟୀ କରିବା ସହ କ୍ଷତିପୂରଣ ଦାବିରେ ରାସ୍ତାରୋକୋ କରିଥିଲେ।
ଅନୁଯାୟୀ, ସୋମବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଛି। ବିପିନଙ୍କ ବାପା ନବକିଶୋର ରବିବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଚିକିତ୍ସା ପାଇଁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ବିପିନ ସେଠାରୁ ବାଇକ୍‌ରେ ବାସୁଦେବପୁର ଅଭିମୁଖେ ଆସୁଥିବା ବେଳେ ଉକ୍ତ ପୋଲ ନିକଟରେ ଭାରସାମ୍ୟ ହରାଇବା ଫଳରେ ଗାଡ଼ିଟି ତଳକୁ ଖସି ପଡ଼ିଥିଲା। ଫଳରେ ସେ ପୋଲ କଂକ୍ରିଟ ପିଲରରେ ପିଟି ହୋଇଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ରାସ୍ତା ନିର୍ମାଣକାରୀ ସଂସ୍ଥା ଦୀର୍ଘଦିନ ଧରି ଏହି ପୋଲ କାର୍ଯ୍ୟ ସମ୍ପୂର୍ଣ୍ଣ କରୁ ନ ଥିବାରୁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀ, କଂଗ୍ରେସ ନେତା ଅଶୋକ କୁମାର ଦାସ, କାଉନ୍‌ସିଲର ଭକ୍ତରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ଖିଲାର ପ୍ରମୁଖ ଉକ୍ତ ପୋଲଠାରେ ରାସ୍ତା ଅବରୋଧ କରିଥିଲେ। ପୋଲ ଓ ରାସ୍ତା ନିର୍ମାଣ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେମାନେ ଦାବି କରିଥିଲେ। ସ୍ଥାନୀୟ ପୋଲିସ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ମୃତଦେହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବିରେ ଭଦ୍ରକ-ଧାମରା ରେଳପଥ ଅବରୋଧ, ବେକାର ଯୁବକମାନଙ୍କୁ ନିଯୁକ୍ତି ପ୍ରଦାନ ସହ…

ତିହିଡ଼ି,୯ା୧୦(ସଞ୍ଜିତ ବଳ): ଭଦ୍ରକ -ଧାମରା ରେଳପଥର ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ସାହାପୁର ଲେଭଲକ୍ରସିଂଠାରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ରେଳପଥ ଅବରୋଧ କରାଯାଇଛି। ଧାମରା ପୋର୍ଟ…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ନାଆମୀ କଲେଜ

ଭଦ୍ରକ,୯ା୧୦(ସନାତନ ରାଉତ): କଲେଜ ପରିସରରେ ବ୍ୟାପକ ଆନ୍ଦୋଳନ ଓ ଅଶାନ୍ତି ଯୋଗୁ ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ନାଆମୀ ଡିଗ୍ରୀ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ…

ଭଦ୍ରକର ଏହି ଦୁଇ କଲେଜର ନିର୍ବାଚନ ବାତିଲ

ଭଦ୍ରକ,୯ା୧୦(ସନାତନ ରାଉତ): ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିବା ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶୁକ୍ରବାର ଭଦ୍ରକ ଜିଲାର ଦୁଇଟି କଲେଜରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?