ଅନ୍ୟ ଗ୍ରହରେ ବସତି ସମସ୍ୟା

ପ୍ରଥମେ ସୌର ଗ୍ରହମାନଙ୍କ ତଥ୍ୟାବଳୀ ସମ୍ପର୍କରେ ଜ୍ଞାତ ହେବା ପ୍ରାସଙ୍ଗିକ ହେବ। ଗ୍ରହଗୁଡିକରେ ବସତି ସ୍ଥାପନ ନେଇ ଅନେକ ଆଲୋଚନା ଚାଲିଛି। ତେବେ ଏ ବିଷୟରେ କେତେକ ବିଷୟକୁ ଧ୍ୟାନକୁ ନେବା ନିହାତି ଦରକାର। ସେ ସମ୍ପର୍କରେ ବିଶଦ ଭାବରେ ନିମ୍ନରେ ଆଲୋଚନା କରାଯାଉଛି।
ବୁଧ : ପ୍ରଥମେ ସୂର୍ଯ୍ୟର ଅତିଶୟ ନିକଟବର୍ତ୍ତୀ ବୁଧ ଗ୍ରହ ପ୍ରତି ଦୃଷ୍ଟି ଦିଆଯାଉ। ଏହା ପାଖରେ ଥିବାରୁ ଅନେକାଂଶରେ ବାସୋପଯୋଗୀ ନୁହେଁ। ଦୈନିକ ପରିବର୍ତ୍ତନ ଅତ୍ୟଧିକ। ଦିନବେଳେ ବୁଧ ଗ୍ରହର ତାପମାତ୍ରା ୪୩୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ହୋଇଥିବାବେଳେ ରାତିରେ ଏହା ମାଇନସ ୧୮୦ ଡିଗ୍ରୀକୁ ଖସିଯାଏ। ଏହାର ବାୟୁର ବାହ୍ୟମଣ୍ଡଳ ପତଳା ହୋଇଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ପାଇଁ ସ୍ବଚ୍ଛନ୍ଦ ନୁହେଁ। ପଟାସିୟମ ଓ ହିଲିୟମର ଆସ୍ତରଣ ପତଳା ହୋଇଥିବାରୁ ଉଲ୍‌କାପିଣ୍ଡର ପ୍ରବେଶ ଓ ଭୂପାତରୁ ସୁରକ୍ଷା ଦିଏ ନାହିଁ। ତତ୍‌ ସହ ଏହା ସୌର ବିକିରଣର କୁପ୍ରଭାବକୁ ରୋକିପାରେ ନାହିଁ। ଅତ୍ୟଧିକ ଉଷ୍ଣତା ଯୋଗୁ ଜଳ ତରଳ ଅବସ୍ଥାରେ ଅନୁପସ୍ଥିତ। ପୁଣି ବୁଧର ଗୋଟିଏ ଦିନ ପୃଥିବୀର ୫୮ ଦିନ ସହ ସମାନ। ଏହାର କାରଣ ତା’ର ଘୂର୍ଣ୍ଣନ ଗତି ଧିମା। ଫଳରେ ଏକାଦିକ୍ରମେ ଦୀର୍ଘ ସମୟ ଧରି ଦିନର ଉଜ୍ଜ୍ୱଳ ଏବଂ ତା’ପରେ ସମଅବଧିର ଅନ୍ଧାରର ସମ୍ମୁଖୀନ ହେବାକୁ ପଡ଼େ। ଏହା କେବଳ ନିକଟତମ ନୁହେଁ, କ୍ଷୁଦ୍ରତମ ସୌର ଗ୍ରହ ମଧ୍ୟ।
ଶୁକ୍ର : ଶୁକ୍ର ଗ୍ରହରେ ଅନ୍ୟ କାରଣ ଯୋଗୁ ଅସୁବିଧା ହୁଏ। ଯଥା ଏହା ଅତ୍ୟଧିକ ଉତ୍ତପ୍ତ। (ପ୍ରାୟ ୪୬୫ ଡିଗ୍ରୀ ସେଲସିୟସ ଯାହା ସୀସାକୁ ତରଳାଇ ଦେଇପାରିବ), ଘନ କାର୍ବନ ଡାଇଅକସାଇଡ଼ ଯୋଗୁ ପ୍ରବଳ ସବୁଜ ଗ୍ରହ ପ୍ରଭାବ, ସେଠାରେ ଉପସ୍ଥିତ ଥିବା ସାନ୍ଦ୍ର ସଲଫ୍ୟୁରିକ ଏସିଡ଼ ଭୂ-ଭାଗର ଅତ୍ୟଧିକ ଉତ୍ତାପ ଯୋଗୁ ବାଷ୍ଫୀଭୂତ ଏସିଡ – ବର୍ଷା, ପୃଥିବୀ ଓ ଅନ୍ୟଗ୍ରହ ପରି ନ ଘୂରି ବିପରୀତ ଧିମା ଘୂର୍ଣ୍ଣନ, ଯାହା ଫଳରେ ସେଠାକାର ଗୋଟିଏ ଦିନ ଆମର ୨୪୩ ଦିନ ପରି ଲମ୍ବିଯାଏ। ଏହି ଗ୍ରହରେ ସୂର୍ଯ୍ୟ ପୂର୍ବ ବଦଳେ ପଶ୍ଚିମ ଦିଗରେ ଉଦୟ ହୁଏ। ଏତାଦୃଶ ଅସ୍ବାଭାବିକତା ଓ ଅଡ଼ୁଆ ସେଠାରେ ରହିଥିବାରୁ ଜନବସତି ଅସମ୍ଭବ ପରି ବର୍ତ୍ତମାନ ପ୍ରତୀତ ହୁଏ।
ମଙ୍ଗଳ : ମଙ୍ଗଳ ଗ୍ରହର ପତଳା ବାୟୁମଣ୍ଡଳ। ପୃଥିବୀ ଅପେକ୍ଷା ଭୂପୃଷ୍ଠରେ ବାୟୁ ଚାପ ଶହେ ଗୁଣ କମ। ବହୁମାତ୍ରାରେ କାର୍ବନ ଡାଇ ଅକସାଇଡ଼ ଅତି କମ୍‌ ଅକ୍ସିଜେନ, ଅସହନୀୟ ଥଣ୍ଡା (ମାଇନସ ୬୦ ଡିଗ୍ରୀରୁ ମାଇନସ ୧୫୩ ଡିଗ୍ରୀ ସେଣ୍ଟିଗ୍ରେଡ଼) ବିଷାକ୍ତ ରାସାୟନିକ ଥିବା ମୃତ୍ତିକା (ପରକ୍ଲୋରେଟ ଯୌଗିକ), ତରଳ ଜଳାଭାବ, ବ୍ୟାପକ ଓ ଦୀର୍ଘସ୍ଥାୟୀ ଧୂଳି ଝଡ଼, ସୁରକ୍ଷାତ୍ମକ ଚୁମ୍ବକୀୟ କ୍ଷେତ୍ର ନ ଥିବାରୁ ସୌର ବିକିରଣ ଓ ମହାଜାଗତିକ ରଶ୍ମିର ହାନିକାରକ ପ୍ରଭାବ ମଧ୍ୟ ରହିଛି। ଅବଶ୍ୟ ଚାରି ବିଲିଅନ ବର୍ଷ ପୂର୍ବେ ସେଠାରେ ଥିବା ଭୂଚୁମ୍ବକତ୍ୱ ତା’ର କେନ୍ଦ୍ର ସ୍ଥିତ ବସ୍ତୁ (କୋର୍‌) ତରଳି ଯିବାରୁ ନଷ୍ଟ ହୋଇଗଲା।
ବୃହସ୍ପତି : ଏହା ଏକ ଗ୍ୟାସୀୟ ଗ୍ରହ। ସେଠାରେ ଦୃଢ଼ ଭାବେ ରହିବା ପାଇଁ କଠିନ ସ୍ଥଳ (ସଲିଡ଼ ସର୍ଫେସ) ନାହିଁ। ସେଠାକୁ ଗଲେ ଗ୍ୟାସ ମଧ୍ୟରେ ବୁଡ଼ି ରହିବା ସାର ହେବ। ଅତିଶୟ ମାଧ୍ୟାକର୍ଷଣ ବଳ (ସୌର ଗ୍ରହମାନଙ୍କ ମଧ୍ୟରେ ସର୍ବାଧିକ), ଘଣ୍ଟା ପ୍ରତି ୩୦୦ କିଲୋମିଟରରୁ ଅଧିକ ପ୍ରବଳ ବେଗରେ ବହୁଥିବା ବାୟୁ ଓ ତୋଫାନ ସୂର୍ଯ୍ୟଠାରୁ ଦୂରରେ ଥିବାରୁ ବାୟୁମଣ୍ଡଳର ଉପର ଭାଗ ଅତି ଥଣ୍ଡା (ମାଇନସ ୧୪୫ ଡିଗ୍ରୀ ସେଣ୍ଟିଗ୍ରେଡ଼)। ତା’ର ଅନ୍ତର୍ନିହିତ ଶକ୍ତିଶାଳୀ ଚୁମ୍ବକୀୟ କ୍ଷେତ୍ର ପୃଥିବୀଠାରୁ କୋଡ଼ିଏ ଗୁଣ ଅଧିକ ହେବା କାରଣରୁ ନିଜେ ବିକିରଣ ଜାତ କରେ, ଯାହା ଜୀବର ମାରକ ହୋଇଥାଏ। ଏହି ଗ୍ରହର ଯେତେ ଭିତରକୁ ଯିବ, ତଦନୁସାରେ ବାୟୁମଣ୍ଡଳର ଚାପ ଓ ତାପ ବଢ଼ି ଜୀବନ ଦୁର୍ବିସହ ହୋଇଯିବ।
ଶନି : ଏହି ଗ୍ରହ ଅତୀବ ଥଣ୍ଡା (ମାଇନସ ୧୭୬ ଡିଗ୍ରୀ ସେଲସିୟସ)। ପୃଥିବୀ ପରି କୌଣସି କଠିନ ଜାଗା (ଫ୍ଲୋର) ବଦଳରେ ଗ୍ୟାସ ଓ ତରଳ ସ୍ଥାନ ମୁଖ୍ୟତଃ ଅତ୍ୟଧିକ ହାଇଡ୍ରୋଜେନରେ ପୂର୍ଣ୍ଣ। ଏଠାରେ ପ୍ରତି ଘଣ୍ଟାରେ ବାୟୁ ସ୍ରୋତ ୧୭୭୦ କିମି। ଭୀଷଣ ବାୟୁମଣ୍ଡଳୀୟ ଚାପ ଦ୍ୱାରା ଜଣେ ବ୍ୟକ୍ତି ଚାପି ହୋଇଯିବ। ଏଥିପାଇଁ ହାଇଡ୍ରୋଜେନ ଗ୍ୟାସ ତରଳ ରୂପେ ଦେଖାଯାଏ। କ୍ଷତିକାରକ ଆମୋନିଆ ଇତ୍ୟାଦି କାରଣରୁ ତାହା ଆମ ପାଇଁ ଆତିଥେୟତା ପ୍ରଦାନ କରିବ ନାହିଁ। ଏହାର ସାନ୍ଧ୍ରତା ଅନନ୍ୟ ପୁଣି ଜଳ ଠାରୁ କମ୍‌। ସୌର ଗ୍ରହମାନଙ୍କ ମଧ୍ୟରେ ନୂନ୍ୟତମ ସାନ୍ଦ୍ର ଯୋଗୁ ଏହି ବୃହତ ଗ୍ରହଟି ପାଣିରେ ଭାସିବ।
ୟୁରାନସ : ଏହି ଗ୍ରହ ଏକ ବରଫ ଦାନବ। ତାପମାନ ମାଇନସ ୨୧୪ ଡିଗ୍ରୀ ସେଣ୍ଟିଗ୍ରେଡ଼। ସୌର ଗ୍ରହ ମଧ୍ୟରେ ସର୍ବାଧିକ ଥଣ୍ଡା। ନିଜ ଅକ୍ଷ ସହ ୯୮ ଡିଗ୍ରୀ ନଇଁ (ଟିଲ୍ଟ ବା ଅଭିନମନ) ଥିବାରୁ ଏହା ଏକ ଗଡ଼ୁଥିବା ଗୋଲକ (ରୋଲିଂ ସ୍ପିଅର) ପରି ସୂର୍ଯ୍ୟ ଚାରିପଟେ ଘୂରେ। ତେଣୁ ପାଣିପାଗ ବିଚିତ୍ର ହୁଏ ଓ ଚରମ ସୀମା ଛୁଏଁ। ବିଷାକ୍ତ ବାୟୁମଣ୍ଡଳ ଯୋଗୁ ଶ୍ୱାସକ୍ରିୟା ବିପଜ୍ଜନକ। ତା’ର ଅଭ୍ୟନ୍ତରରେ ପ୍ରବେଶ କଲେ ଚାପ ଓ ତାପର ବୃଦ୍ଧି ସ୍ପଷ୍ଟ ହୁଏ। କେନ୍ଦ୍ରରେ ଜଳ, ଆମୋନିଆ ଓ ମିଥେନର ଉତ୍ତପ୍ତ, ସାନ୍ଧ୍ର, ତରଳ ମିଶ୍ରଣ ଦେଖିବାକୁ ମିଳେ। ବାୟୁମଣ୍ଡଳରେ ଉପଲବ୍ଧ କାର୍ବନ ଅତିଶୟ ଚାପ ଯୋଗୁ ହୀରା – ବୃଷ୍ଟି ସମ୍ଭବ ହୁଏ। ତା’ର ଚୁମ୍ବକୀୟ କ୍ଷେତ୍ର ଘୂର୍ଣ୍ଣନ ଅକ୍ଷଠାରୁ ୬୦ ଡିଗ୍ରୀ ଢଳି ଥିବାରୁ ଏହା ଅଜବ ଆଚରଣ କରେ। ତତ୍‌ସହ ସୂର୍ଯ୍ୟାଲୋକର ଅସମାନତାରୁ ମେରୁ ଅପେକ୍ଷା ବିଷୁବ ରେଖା (ଇକ୍ୱେଟର) ଅଧିକ ଉଷ୍ଣ ଏବଂ ଘଣ୍ଟା ପ୍ରତି ୯୦୦ କିଲୋମିଟର ଯାଏ ଗତିରେ ବାୟୁ ପ୍ରବାହିତ ହୁଏ।
ନେପଚ୍ୟୁନ : ସୌର ଗ୍ରହମାନଙ୍କ ମଧ୍ୟରେ ସୂର୍ଯ୍ୟଠାରୁ ସର୍ବାଧିକ ଦୂରବର୍ତ୍ତୀ ନୂ୍ୟନତମ ତାପମାତ୍ରା ମାଇନସ ୨୧୪ ଡିଗ୍ରୀ ସେଣ୍ଟିଗ୍ରେଡ଼। ସୌର ଶକ୍ତି ପ୍ରାୟତଃ ଅନୁପସ୍ଥିତ। ଅସହନୀୟ ବାୟୁମଣ୍ଡଳୀୟ ଚାପ। ଗ୍ୟାସୀୟ ଆଇସ (ବରଫ ଦାନବ ହୋଇଥିବାରୁ) କଠିନ ସ୍ଥଳର ସମ୍ପୂର୍ଣ୍ଣ ଅଭାବ। ଏଠାରେ ବାୟୁର ବେଗ ଚରମ। ଘଣ୍ଟା ପ୍ରତି ୨୧୦୦ କିମି। ଏହି ଗ୍ରହଟିର ବିଶେଷତ୍ୱ ହେଉଛି ଯେ ଏହା ଏକାଧାରରେ ଗ୍ୟାସୀୟ ଓ ବର୍ଫିଳ। ଏହି ଗ୍ରହର ଉପର ଭାଗ ଗ୍ୟାସୀୟ (ହାଇଡ୍ରୋଜେନ ଓ ହିଲିଅମ), ମଧ୍ୟଭାଗ ସାନ୍ଧ୍ର ଜଳ, ଆମୋନିଆ, ମିଥେନ (ଫ୍ଲୁଇଡ, ତରଳ ଓ ଗ୍ୟାସ) ଏବଂ କେନ୍ଦ୍ର ଭାଗ କଠିନ (ଶିଳା ଓ ଧାତୁ ପରି)। ଫଳରେ ଏହାକୁ ବାସୋପଯୋଗୀ କରିବା ବା ସୁଧାରିବା କଷ୍ଟସାଧ୍ୟ।
ମୋଟାମୋଟି ଭାବେ ପୃଥିବୀ ବ୍ୟତୀତ ଅନ୍ୟ ସୌର ଗ୍ରହମାନେ ଆମ ବସତି ପାଇଁ ନାନା ପ୍ରକାର ପ୍ରାକୃତିକ ପ୍ରତିବନ୍ଧକ ଦ୍ୱାରା ପରିପୂର୍ଣ୍ଣ। ଉପରୋକ୍ତ ବିବରଣୀରୁ ପୁଷ୍ଟ ହୁଏ ଯେ, ଏଇ ଅସୁବିଧାମାନଙ୍କ ମଧ୍ୟରୁ ମୁଖ୍ୟ ହେଉଛି ଆମ ଚର୍ମ ପାଇଁ ବିପଜ୍ଜନକ ସୌର ବିକିରଣ ତଥା ଡିଏନ୍‌ର କ୍ଷତି କରୁଥିବା ଉଚ୍ଚ ଶକ୍ତିସମ୍ପନ୍ନ ମହାଜାଗତିକ ରଶ୍ମି, ତାପମାତ୍ରାରେ ଘନ ଘନ ଚରମ ଉତ୍‌ଥାନ ଓ ପତନ, ବିଷାକ୍ତ ମୃତ୍ତିକା, ଅନୁକୂଳ ମାଧ୍ୟାକର୍ଷଣ ବଳର ଅଭାବ, ବିଚିତ୍ର ମୌସୁମୀ, ଶ୍ୱାସକ୍ରିୟା ପାଇଁ ଆବଶ୍ୟକ ସ୍ବାସ୍ଥ୍ୟକର ବାୟୁହୀନତା ପତଳା ବାୟୁମଣ୍ଡଳ, ଦୁଷ୍ପ୍ରାପ୍ୟ ପାନୀୟ ଜଳ, ଧୂଳିଝଡ଼ର ପ୍ରକୋପ ଇତ୍ୟାଦି ଏକାଧିକ ପ୍ରାକୃତିକ କାରଣ ଓ ଘଟଣା। ଏତଦ୍‌ବ୍ୟତୀତ ନୂତନ ପରିବେଶରେ ସେଠାରେ ରହିବାକୁ ଥିବା ବ୍ୟକ୍ତି ପାଇଁ ଶାରୀରିକ ସମସ୍ୟା, ନିଃସଙ୍ଗତା, ସାମାଜିକ ପ୍ରାଣୀ ଭାବେ ମଣିଷ ପାଖରେ ଥିବା ସହଜାତ ପ୍ରବୃତ୍ତିର ଅପୂର୍ଣ୍ଣତା ଯୋଗୁ ବିଷାଦ ପରି ନାନାପ୍ରକାର ବ୍ୟକ୍ତିଗତ ସମସ୍ୟା ଅସହନୀୟ ଭାବେ ଯନ୍ତ୍ରଣାଦାୟକ ହେବ। (କ୍ରମଶଃ…)

ଡ. ନିଖିଳାନନ୍ଦ ପାଣିଗ୍ରାହୀ
-ବଡ଼ଖେମୁଣ୍ଡି ବଙ୍ଗଳା,
ଉତ୍କଳ ଆଶ୍ରମ ମାର୍ଗ, ବ୍ରହ୍ମପୁର
ମୋ : ୯୦୭୮୭୪୩୮୪୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଏମ.ଏସ. ଧୋନିଙ୍କ ଯୋଗୁ ଟିମ ଇଣ୍ଡିଆ ତୃତୀୟ ଦିନିକିଆ ମ୍ୟାଚ ହାରିଗଲା; ଐତିହାସିକ ବିଜୟ ପରେ ଏକ ବଡ଼ ରହସ୍ୟ ଖୁଲାସା କଲେ…

ନୂଆଦିଲ୍ଲୀ,୪।୧୦: ଶନିବାର ନୂଆ ଚଣ୍ଡିଗଡ଼ରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ୱେଷ୍ଟଇଣ୍ଡିଜ ଠାରୁ ପରାଜିତ ହୋଇଛି। ଶାଇ ହୋପଙ୍କ ଚମତ୍କାର ଶତକ ବଳରେ…

IND vs WI:‘ବର୍ତ୍ତମାନ ପରୀକ୍ଷା-ନିରୀକ୍ଷା କରିବାର ସମୟ ନୁହେଁ’ ରୋହିତ ଶର୍ମା, ବିରାଟ କୋହଲିଙ୍କୁ ନେଇ ବଡ଼ କଥା କହିଲେ ଶୁବମନ ଗିଲ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ, ବିଶେଷକରି ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ୱକପରେ…

ଡବଲ ପର୍ସନାଲିଟିର ଶିକାର ହୋଇଛନ୍ତି ବୈଭବ ସୂର୍ଯ୍ୟବଂଶୀ! ଶ୍ରେୟସ ଆୟର ଖୋଲିଲେ ବିସ୍ଫୋରକ ବ୍ୟାଟରଙ୍କ ରାଜ

ନୂଆଦିଲ୍ଲୀ,୪।୧୦: ଯୁବ ଭାରତୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଧୂଆଁଧାର ବ୍ୟାଟିଂ ପାଇଁ ଜଣାଶୁଣା; ଯେତେବେଳେ ସେ ଲୟକୁ ଆସନ୍ତି, ସେତେବେଳେ ତାଙ୍କ ପ୍ରଭାବ ସାରା ବିଶ୍ୱରେ…

Chanakya Niti: ସ୍ତ୍ରୀଙ୍କ ପାଖରେ ସବୁବେଳେ ସ୍ବାମୀ ଏହି ୫ କଥା ଲୁଚାଇ ରଖିବା ଜରୁରୀ, ନଚେତ୍‌…

ସଫଳ ଏବଂ ସୁଖମୟ ଜୀବନ ବିତାଇବା ପାଇଁ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅତ୍ୟନ୍ତ ମାର୍ଗଦର୍ଶକ ସାବ୍ୟସ୍ତ ହୋଇଥାଏ। ନିଜର ଆତ୍ମସମ୍ମାନ, ସମ୍ପର୍କ ଏବଂ ସାମାଜିକ ପ୍ରତିଷ୍ଠାକୁ ବଜାୟ…

ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା

ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି…

ଶେଖ ହାସିନା କେବେ ବାଂଲାଦେଶ ଫେରିବେ? ଉତ୍ତର ଦେଲା ଭାରତ

ନୂଆଦିଲ୍ଲୀ/ଢାକା,୪।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତର ଦେଇ ଭାରତ କହିଛି ଯେ ତାଙ୍କ ଫେରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା…

ଆଟଲାଣ୍ଟିକ ମହାସାଗର ଉପରେ ରହସ୍ୟଜନକ ଭାବେ ନିଖୋଜ ହେଲା ବିମାନ, ସାମ୍ନାକୁ ଆସିଲା ପାଇଲଟ୍‌ଙ୍କ ଶେଷ କଲ୍‌

ନୂଆଦିଲ୍‌ଲୀ,୪।୧୦: ଆଟଲାଣ୍ଟିକ ମହାସାଗର ଉପରେ ଉଡ଼ାଣ ଭରୁଥିବା ଏକ ବିମାନ ନିଖୋଜ ହୋଇଯାଇଛି, ଯାହା ଏକ ମେଡିକାଲ ଜେଟ ଅର୍ଥାତ ଏୟାର ଆମ୍ୱୁଲାନ୍ସ ଅଟେ। ଏଥିରେ ୬…

ମଶାଣି ଗୃହ ନଥିବାରୁ ହଟହଟା ଗ୍ରାମବାସୀ: ନିଜ ପାଇଁ ନିଜେ ଶ୍ମଶାନ ଜମି ସଫେଇ କଲା ଗ୍ରାମ୍ୟ କମିଟି

ଦାରିଙ୍ଗବାଡ଼ି, ୪/୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତର ଗ୍ରାମ୍ୟ କମିଟି ପକ୍ଷରୁ ନିଜ ଗାଁ ଶ୍ମଶାନ ଜମିକୁ ନିଜେ ସଫେଇ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?