ପ୍ରଧାନମନ୍ତ୍ରୀଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌, ପଠାଇଥିଲେ ଏମିତି ମେସେଜ

ଲଣ୍ଡନ,୧୭ା୬: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ହ୍ବାଟ୍ସଆପ୍‌ ଚାଟ୍‌ ଲିକ୍‌ ହୋଇଥିବା ସାମ୍ନାକୁ ଆସିଛି। ଏହି ଚାଟ୍‌କୁ ବୋରିସ୍‌ଙ୍କ ପୂର୍ବତନ ବରିଷ୍ଠ ପରାମର୍ଶଦାତା ଡୋମିନକ୍‌ କମିଙ୍ଗ୍‌ସ ଲିକ୍‌ କରିଦେଇଛନ୍ତି।

ଏହି ଚାଟ୍‌ରେ ବୋରିସ୍‌ ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ ହାନକକ୍‌ଙ୍କ ବିଷୟରେ କରିଥିବା ଦେଖିବାକୁ ମିଳିଛି। କମିଙ୍ଗ୍‌ସ ଏକ ଲମ୍ବା ବ୍ଲଗ୍‌ ପୋଷ୍ଟରେ ଏହି ଅଭିଯୋଗ କରିଛନ୍ତି ଯେ, ମ୍ୟାଟ୍‌ କରୋନା ସମୟର ବିଫଳତା ବିଷୟରେ ମିଛ କହିଥିଲେ। କମିଙ୍ଗ୍‌ସ ଏହି ହ୍ବାଟ୍ସଆପ୍‌ ଚାଟ୍‌ର ଏକ ସ୍କ୍ରିନ୍‌ଶଟ୍‌ ବି ଶେୟାର କରିଛନ୍ତି। କମିଙ୍ଗ୍‌ସଙ୍କ ଅନୁଯାୟୀ, ଏହି ସ୍କ୍ରିନ୍‌ଶଟ୍‌ ଗତବର୍ଷ ମାର୍ଚ୍ଚ ୨୬ର। ଏଥିରେ କମିଙ୍ଗ୍‌ସ ଏବଂ ବୋରିସ୍‌ ବ୍ରିଟେନର କୋଭିଡ୍‌ ପରୀକ୍ଷା କ୍ଷମତା ବିଷୟରେ କଥାବାର୍ତ୍ତା ହୋଇଛନ୍ତି। ଏହି ଚାଟ୍‌ ସମୟରେ ବୋରିସ୍‌ ଅତି ନିରାଶ ହୋଇ କହିଛନ୍ତି ଯେ, ସ୍ବାସ୍ଥ୍ୟ ସଚିବ ମ୍ୟାଟ୍‌ଙ୍କୁ କୌଣସି ଭରସା ନାହିଁ। ସେହିପରି ଏପ୍ରିଲ ୨୭ର ଏକ ଚାଟ୍‌କୁ ମଧ୍ୟ କମିଙ୍ଗ୍‌ସ ଲିକ୍‌ କରିଛନ୍ତି। ଏହି ଚାଟ୍‌ରେ ବୋରିସ୍‌ ସ୍ପଷ୍ଟ କହିଛନ୍ତି ଯେ, ପିପିଇ କିଟ୍‌ ପାଇଁ ମ୍ୟାଟ୍‌ ହିଁ ଦାୟୀ। ଏହି ଦାୟିତ୍ୱ ତାଙ୍କ ସ୍ଥାନରେ କ୍ୟାବିନେଟ୍‌ କାର୍ଯ୍ୟାଳୟ ମନ୍ତ୍ରୀ ମାଇକେଲ୍‌ ଗୋଭ୍‌ଙ୍କୁ ଦିଆଯିବା ଉଚିତ୍‌।

ଏହି ଚାଟ୍‌ ଆଧାରରେ କମିଙ୍ଗ୍‌ସ ବୋରିସଙ୍କୁ ଟାର୍ଗେଟ କରିଛନ୍ତି। ସେ ତାଙ୍କ ବ୍ଲଗ୍‌ ପୋଷ୍ଟରେ ଲେଖିଛନ୍ତି, ମ୍ୟାଟ୍‌ କରୋନା ସମୟରେ ପରୀକ୍ଷା କରୁଛନ୍ତି। ପିପିଇ କିଟ୍‌ ନେଇ ସମ୍ପୂର୍ଣ୍ଣ ବିଫଳ ବୋଲି ପ୍ରମାଣିତ ହୋଇଛି। ଏହାକୁ ବୋରିସ୍‌ କଡ଼ା ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri