ପ୍ରଧାନମନ୍ତ୍ରୀ ଗଲେ

ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଶେଷରେ ୯ ମେ’ରେ ପଦରୁ ଇସ୍ତଫା ଦେଇଛନ୍ତି। ଶ୍ରୀଲଙ୍କାରେ ସଙ୍କଟ ଦେଖାଦେବାଠାରୁ ଦେଶବାସୀ ପ୍ରଧାନମନ୍ତ୍ରୀ ମହିନ୍ଦା ଓ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କ ଇସ୍ତଫା ଲାଗି ଅଡ଼ି ବସିଥିଲେ। ଦ୍ୱିତୀୟ ଥର ଲାଗି ଶ୍ରୀଲଙ୍କାରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଲାଗୁ କରାଯିବା ପରେ ଦେଶବ୍ୟାପୀ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏଥିରେ ୭୬ ଜଣ ଆହତ ହୋଇଛନ୍ତି ଓ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିବାରୁ ପ୍ରବଳ କ୍ଷତି ଘଟିଛି। ଦେଶ ଅରାଜକତା ଆଡ଼କୁ ଗତି କରୁଥିବା ଦେଖି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ଇସ୍ତଫା ଦେଇଥିବା କୁହାଯାଉଛି।
ରାଜପାକ୍ସେ ପରିବାର ଦେଶର ସମୁଦାୟ ଶାସନକୁ ଗୋଟିଏ ଜାଗାରେ ଠୁଳକରି ଦେଇଥିବାରୁ ଅସନ୍ତୋଷ ବୃଦ୍ଧି ପାଇଆସିଛି। ଅନେକ ମାସ ଧରି ଲୋକେ ଖାଦ୍ୟ ଓ ରନ୍ଧନ ସାମଗ୍ରୀ ଏବଂ ଔଷଧପତ୍ର ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବିଦେଶରୁ ଆଣିଥିବା ଋଣର ୭ ବିଲିୟନ ଡଲାର କେବଳ ଚଳିତ ବର୍ଷ ଶୁଝିବାକୁ ଥିବା ବେଳେ ଶ୍ରୀଲଙ୍କା ଅକ୍ଷମତା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ ଯେ, ୨୦୨୬ ସୁଦ୍ଧା ଦେଶ ୨୫ ବିଲିୟନ ଡଲାର ବିଦେଶୀ ଋଣ ଶୁଝିବାକୁ ଅଛି। ନିଜ ଦେଶକୁ ଚଳାଇବାରେ ସକ୍ଷମ ହେଉ ନ ଥିବା ଶ୍ରୀଲଙ୍କା ବାହ୍ୟ ଋଣ ଶୁଝିବା ସ୍ଥିତିରେ ନ ଥିବାରୁ ଏହି ଦ୍ୱୀପରାଷ୍ଟ୍ର ଏକ ପ୍ରକାର ଦେବାଳିଆ ହୋଇଯାଇଛି। କୋଭିଡ୍‌-୧୯ ପରେ ଏହାର ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ଭାବେ ମାଡ଼ ଖାଇଯାଇଥିଲା। କଲମ୍ବୋ ଦୁଃଖ ବଢ଼ାଇ ଦେଇଥିଲା ସେଠାକାର କୃଷି ନୀତି। ସରକାର ସମ୍ପୂର୍ଣ୍ଣ ଭାବେ ଜୈବିକ ଚାଷକୁ ଲମ୍ଫ ପ୍ରଦାନ କରିବାରୁ ଏହାର ଖାଦ୍ୟ ଉତ୍ପାଦନ ଉପରେ ଚଡ଼କ ପଡ଼ିଲା। ଚାଷ ଜମିରେ ରାସାୟନିକ ସାର ବ୍ୟବହାର କରାଯାଉଥିବାରୁ ଉତ୍ପାଦନ ବୃଦ୍ଧି ପାଉଥିଲା ଓ ସେଠାକାର ଲୋକଙ୍କୁ ଖାଦ୍ୟ ନିରାପତ୍ତା ମିଳିପାରୁଥିଲା। ଏକାଥରକେ ଏକ ନୂଆ ପରୀକ୍ଷଣ କରିବାକୁ ଯାଇ ଶ୍ରୀଲଙ୍କା ସରକାର ଜୈବିକ ଚାଷକୁ ବାଧ୍ୟତାମୂଳକ କରିଦେଇଥିଲେ। ଫଳରେ ଖାଦ୍ୟସାମଗ୍ରୀ କମିଗଲା ଓ ଲୋକେ ଖାଇବାକୁ ପାଇଲେ ନାହିଁ। ଏହି ଚାହିଦା ମେଣ୍ଟାଇବା ସକାଶେ ସରକାରଙ୍କ ନିକଟରେ ଅର୍ଥ ନ ଥିବାରୁ ଖାଦ୍ୟଶସ୍ୟ ଆମଦାନୀ କରାଯାଇପାରୁ ନାହିଁ। ଏଥିସହିତ ରାଜପାକ୍ସେ ପରିବାର ରାଜକୋଷକୁ ଲୁଟି ନେଇଥିବା ଅଭିଯୋଗ ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି।
ଗୋଟେ ସରକାର ଦେବାଳିଆ ସ୍ଥିତିକୁ ଆସିବାରେ ଏହାର ଶାସକ ମୁଖ୍ୟତଃ ଦାୟୀ। ଶ୍ରୀଲଙ୍କାରେ ରାଜପାକ୍ସେ ପରିବାରର ତିନି ଭାଇଙ୍କ ସମେତ ଅନ୍ୟ ସମ୍ପର୍କୀୟ ରାଷ୍ଟ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଅକ୍ତିଆର କରିନେଇଥିଲେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭଳି ପଦବୀ ଯେଉଁ ପରିବାର ନିକଟରେ ଠୁଳ ହୁଏ, ସେଠାରେ ପ୍ରଶାସନ ଦେଶ ପରିବର୍ତ୍ତେ ପରିବାର ସ୍ବାର୍ଥକୁ ଦେଖେ। ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଆଦୌ ଗ୍ରହଣୀୟ ନୁହେଁ। ଇଂଲିଶରେ ପ୍ରବାଦ ରହିଛି-‘ପାଓ୍ବାର କରପ୍ଟସ, ଆବସଲ୍ୟୁଟ ପାଓ୍ବାର କରପ୍ଟସ ଆବସଲ୍ୟୁଟଲି’। ଅର୍ଥାତ୍‌ କ୍ଷମତା ଆଣେ ଦୁର୍ନୀତି ଓ ସମ୍ପୂର୍ଣ୍ଣ କ୍ଷମତା ସମ୍ପୂର୍ଣ୍ଣ ଭାବେ ଦୁର୍ନୀତିଗ୍ରସ୍ତ କରିଦିଏ। ସମ୍ଭବତଃ ରାଜପାକ୍ସେ ପରିବାର ଏହି ଆପ୍ତବାକ୍ୟ ପାଇଁ ପ୍ରଯୁଜ୍ୟ। ଏବେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ଇସ୍ତଫା ଦେବା ଦେଶବାସୀଙ୍କ ଅସନ୍ତୋଷର ପ୍ରତିଫଳନ।
ଆଜିର ପୃଥିବୀରେ ଅନେକ ଗଣତାନ୍ତ୍ରିକ ଦେଶରେ ଭୋଟ ମାଧ୍ୟମରେ ଏକଚ୍ଛତ୍ରବାଦୀ ନେତା ନିର୍ବାଚିତ ହୋଇ ମନମୁଖି କାର୍ଯ୍ୟ କରୁଛନ୍ତି। ଶ୍ରୀଲଙ୍କାର ରାଜପାକ୍ସେ, ଫିଲିପାଇନ୍ସର ରୋଡ୍ରିଗୋ ଡୁଟେର୍ଟେ, ବ୍ରାଜିଲର ଜୈର ବୋଲସେନାରୋ ଏବଂ ରୁଷିଆର ଭ୍ଲାଡିମିର ପୁଟିନ୍‌ଙ୍କ ଭଳି ନେତା ଏବେ ବିଶ୍ୱବ୍ୟାପୀ ମାଳମାଳ। ଭୋଟରେ ଜିତିଗଲେ ସେମାନଙ୍କ ସବୁ କୁକର୍ମକୁ ତାଙ୍କର ସମର୍ଥକମାନେ ଜୋରଜବରଦସ୍ତ କରି ଘୋଡ଼ାଇ ଦେଉଛନ୍ତି। ଜନସାଧାରଣ ନୀରବ ରହିଯିବା ଫଳରେ ଏହିଭଳି ନେତାମାନଙ୍କର ମନଇଚ୍ଛା ଦୁଷ୍ଟ କାର୍ଯ୍ୟ ବୃଦ୍ଧି ପାଇବାରେ ଲାଗୁଛି। ଏମାନଙ୍କ ଦ୍ୱାରା ନିଜ ଦେଶର ଅର୍ଥନୈତିକ ଓ ସାମାଜିକ କ୍ଷତି ଅଭୂତପୂର୍ବ ରୂପ ଧାରଣ କରୁଛି। ଏହି ନେତାମାନଙ୍କୁ ପରବର୍ତ୍ତୀ ସମୟରେ ବିଦା କରିଦେଲେ ମଧ୍ୟ ସେମାନଙ୍କ ଦ୍ୱାରା ଘଟାଯାଇଥିବା ଦେଶ ପ୍ରତି ଦୁଷ୍କର୍ମର ପ୍ରତିକାର କରାଇବା ଅତ୍ୟନ୍ତ କଷ୍ଟକର ହେବ।

ଶ୍ରୀଲଙ୍କାରେ ରାଜପାକ୍ସେ ପରିବାରର ତିନି ଭାଇଙ୍କ ସମେତ ଅନ୍ୟ ସମ୍ପର୍କୀୟ ରାଷ୍ଟ୍ରର ସମ୍ପୂର୍ଣ୍ଣ କ୍ଷମତାକୁ ଅକ୍ତିଆର କରିନେଇଥିଲେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଭଳି ପଦବୀ ଯେଉଁ ପରିବାର ନିକଟରେ ଠୁଳ ହୁଏ, ସେଠାରେ ପ୍ରଶାସନ ଦେଶ ପରିବର୍ତ୍ତେ ପରିବାର ସ୍ବାର୍ଥକୁ ଦେଖେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?