ଅବଧି ନ ଥିଲେ ବି ମୂଲ୍ୟ ଅଧିକ

ଅନୁଗୋଳ ଅଫିସ, ୪।୨: ଅନୁଗୋଳ ଜିଲାର କେତୋଟି ମଦ କାଉଣ୍ଟରରେ ବିକ୍ରି ହେଉଛି ଏକ୍ସପାଏରୀ ମଦ। କେଇମାସ ପୂର୍ବରୁ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବୋତଲରେ ନୂଆ ଷ୍ଟିକର ଲଗାଇ ବିକ୍ରି କରାଯାଉଛି। ଏପରି କି ପ୍ରିଣ୍ଟ ମୂଲ୍ୟଠାରୁ କିଛି ଟଙ୍କା ଅଧିକ ନିଆଯାଉଥିବା ଅଭିଯୋଗ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ଉପଜିଲାପାଳଙ୍କ ନେତୃତ୍ୱରେ ଗଢ଼ାଯାଇଥିବା ବିବିଧ ଶୃଙ୍ଖଳା ଟିମ୍‌ ଚଢ଼ାଉ କରି ଏ ନେଇ ତାଗିଦ୍‌ କରୁଥିଲେ ବି ସମ୍ପୃକ୍ତ ବ୍ୟବସାୟୀମାନେ ତାହାକୁ ଖାତିର କରୁ ନ ଥିବା ଦେଖାଯାଉଛି।
କରୋନା ସ୍ଥିତି ସୁଧୁରିବା ପରେ ଦୀର୍ଘଦିନ ଧରି ବନ୍ଦ ରହିଥିବା ମଦ କାଉଣ୍ଟରଗୁଡ଼ିକୁ ସରକାର ଖୋଲିବାକୁ ଅନୁମତି ଦେଇଥିଲେ। ଏଥିସହ ମୂଲ୍ୟ ମଧ୍ୟ ବଢ଼ାଇ ଦେଇଥିଲେ। ପୋଲିସ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୋକାନଗୁଡ଼ିକରେ ବିକ୍ରି କରାଯିବା ସହ ହୋମ୍‌ ଡେଲିଭରି ମଧ୍ୟ ଆରମ୍ଭ କରାଯାଇଥିଲା। ଏବେ ସେହି ଅବସ୍ଥା ଆଉ ନାହିଁ। କଟକଣା ସମ୍ପୂର୍ଣ୍ଣ କୋହଳ କରାଯାଇଥିବାରୁ ସକାଳୁ ରାତିଯାଏ କାଉଣ୍ଟରଗୁଡ଼ିକରେ ଏହି ନିଶା ପାନୀୟ ବିକ୍ରି ହେଉଛି। ଶଟ୍‌ଡାଉନ ଓ ଲକ୍‌ଡାଉନ୍‌ ଯୋଗୁ ବିକ୍ରି ହୋଇ ନ ପାରି ରହିଯାଇଥିବା ମଦ ବିକିବାକୁ ସରକାର ଅବଧି ସମୟକୁ ୬ ମାସରୁ ୯ ମାସକୁ ବୃଦ୍ଧି କରିଛନ୍ତି। ଏଥିସହ କେଉଁ ଦରରେ ବିକ୍ରି କରାଯିବ ତାହାର ମୂଲ୍ୟ ମଧ୍ୟ ବୋତଲ ଉପରେ ପ୍ରିଣ୍ଟ କରାଯାଇଛି। କିନ୍ତୁ ଅନୁଗୋଳ ଜିଲାର କେତେକ କାଉଣ୍ଟରରେ ସରକାର ଧାର୍ଯ୍ୟ କରିଥିବା ୯ ମାସ ସମୟ ପୂରଣ ହୋଇଥିଲେ ମଧ୍ୟ ବ୍ୟବସାୟୀମାନେ ତାହାକୁ ହଟାଇ ନ ଥିବା ବିବିଧ ଶୃଙ୍ଖଳା ଟିମ୍‌ ଦେଖିବାକୁ ପାଇଛି। ଗତମାସରେ ଜିଲାର ବିଭିନ୍ନ ବ୍ଲକ ଅଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକ ଯାଞ୍ଚ ବେଳେ ଏହି ଟିମ୍‌ ଏକ୍ସପାଏରୀ ନିଶା ପାନୀୟ ବିକ୍ରି ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିଥିଲା। ତୁରନ୍ତ ଏପରି କାରବାର ବନ୍ଦ କରିବାକୁ ତାଗିଦ୍‌ କରିବା ସହ ଜରିମାନା ମଧ୍ୟ ଆଦାୟ କରିଥିଲା। କିନ୍ତୁ ଲାଭଖୋର କେତେଜଣ ବ୍ୟବସାୟୀ ଏକ୍ସପାଏରୀ ହୋଇଯାଇଥିବା ମଦ ବୋତଲରେ ନୂଆ ଷ୍ଟିକର ଲଗାଇ ତାହାକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏହାଛଡ଼ା ପ୍ରିଣ୍ଟ ମୂଲ୍ୟଠାରୁ ଅଧିକ ଅର୍ଥ ସେଲ୍ସମ୍ୟାନମାନେ ଦାବି କରୁଛନ୍ତି। ଏ ନେଇ ଗରାଖ ପ୍ରଶ୍ନ କଲେ ସେମାନଙ୍କୁ ନାଲିଆଖି ଦେଖାଯାଉଛି ବୋଲି ଅନେକେ ଅଭିଯୋଗ କରୁଛନ୍ତି। ହେଲେ ଅବକାରୀ ବିଭାଗ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଏହି ନିଶା ପାନୀୟର ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।

ଧାର୍ଯ୍ୟଠାରୁ ଅଧିକ ମୂଲ୍ୟ ବେଆଇନ
ଅଳ୍ପଦିନ ହେଲା ଜିଲାର ଦାୟିତ୍ୱ ନେଇଛି। ପ୍ରିଣ୍ଟଥିବା ଦରଠାରୁ କୌଣସି ବ୍ୟବସାୟୀ ଅଧିକ ଅର୍ଥ ନେଇପାରିବେ ନାହିଁ। ଯଦି କେଉଁଠି ଅଧିକ ଅର୍ଥ ନିଆଯାଉଥିବ ଓ ଏକ୍ସପାଏରୀ ମଦ ବିକ୍ରି କରାଯାଉଥିବ ତା’ହେଲେ ସେଠାରେ ଚଢ଼ାଉ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ବିବେକାନନ୍ଦ ନାୟକ, ଅବକାରୀ ଏସ୍‌ପି, ଅନୁଗୋଳ

ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ
ଅବଧି ତାରିଖ ମଧ୍ୟରେ ମଦ ବିକ୍ରି କରାଯିବା କଥା। ସରକାରଙ୍କ ପକ୍ଷରୁ ଏକ୍ସପାରି ତାରିଖ ବଢ଼ାଯିବା ପରେ ଦୋକାନୀଙ୍କୁ ନୂଆ ଷ୍ଟିକର ମାରିବାକୁ କୁହାଯାଇଛି। କିନ୍ତୁ କେତେକ ସ୍ଥାନରେ ସରକାରୀ ଅବଧି ଶେଷ ହୋଇଥିଲେ ମଧ୍ୟ ମଦ ବିକ୍ରି କରାଯାଉଥିବା ବିବିଧ ଶୃଙ୍ଖଳା ଟିମ୍‌ ଦେଖିବାକୁ ପାଇ ତାଗିଦ୍‌ କରିଥିଲା। ଯଦି ଏହାକୁ ଅମାନ୍ୟ କରାଯାଉଛି, ତା’ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
-ବାସୁଦେବ ଶତପଥୀ, ଉପଜିଲାପାଳ, ଅନୁଗୋଳ

ବିଭାଗୀୟ କର୍ମଚାରୀଙ୍କ ସମ୍ପୃକ୍ତି ରହୁଛି
ଜିଲାର ବିଭିନ୍ନ ମଦ ଦୋକାନରେ ଭିନ୍ନ ଭିନ୍ନ ଦର ନିଆଯାଉଛି। ବୋତଲରେ ମୂଲ୍ୟ ଲେଖା ଥିଲେ ବି ତାହାଠାରୁ ଅଧିକ ଟଙ୍କା ଦାବି କରାଯାଉଛି। ଅବଧି ଶେଷ ହୋଇଥିବା ମଦ ବିକ୍ରି କରିବାକୁ ବ୍ୟବସାୟୀମାନେ ଭୟ କରୁନାହାନ୍ତି। ଅବକାରୀ ବିଭାଗର କେତେଜଣ କର୍ମଚାରୀଙ୍କ ସମ୍ପୃକ୍ତି ପାଇଁ ଏହି ବ୍ୟବସାୟୀମାନେ ଏପରି ବେଆଇନ କାରବାର କରୁଛନ୍ତି।
-ରଶ୍ମିରଞ୍ଜନ ସାହୁ, ଅନୁଗୋଳବାସୀ

ସରକାର ଦର ଧାର୍ଯ୍ୟ କରୁଛନ୍ତି
ମଦର ମୂଲ୍ୟ କେତେ ରହିବ ତାହା ସରକାର ଧାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ ବୋତଲ ଉପରେ ଦର ଉଲ୍ଲେଖ କରାଯାଉଛି। ଏହାଠାରୁ କେହି ଅଧିକ ମୂଲ୍ୟ ନେବା କଥା ନୁହେଁ। ତେବେ ଅନୁଗୋଳରେ କାହିଁକି ଏପରି କରାଯାଉଛି ସେ ନେଇ ଆମ ନିକଟରେ କୌଣସି ସୂଚନା ନଥାଏ। ଅବକାରୀ ବିଭାଗ ପକ୍ଷରୁ ଏହା ଯାଞ୍ଚ କରାଯିବା କଥା। ଆମେ କେବଳ ବିୟର ଦର ସମ୍ପର୍କରେ ସରକାର ଓ ଅବକାରୀ ବିଭାଗକୁ ଅବଗତ କରୁଛୁ।
-ନିନା ବେଉରା, ଶାଖା ମ୍ୟାନେଜର, ଓଡ଼ିଶା ପାନୀୟ ନିଗମ


Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେଉଥିଲେ RI, ମାଡ଼ି ବସିଲା ଭିଜିଲାନ୍ସ

ଭୁବନେଶ୍ୱର, ୫।୧୦: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର କେଶରୀ ନଗର ରାଜସ୍ୱ ନିରୀକ୍ଷକ (RI) ନିରଞ୍ଜନ ସିଂ। ସମ୍ପତ୍ତିର ମାଲିକାନାସ୍ୱତ୍ତ୍ୱ ପ୍ରଦାନ କରିବା…

ମନରେଗା ଜନଶୁଣାଣିରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ଗାଏବ: ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ

ଥୁଆମୂଳ ରାମପୁର,୫ା୧୦ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ମନରେଗା ଯୋଜନାର ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି…

Chanakya Niti: କେମିତି ନିବିଡ଼ ହେବ ସମ୍ପର୍କ, ଏହାକୁ ବଜାୟ ରଖିବାର ସହଜ କଳା…

ଭାରତୀୟ ସଂସ୍କୃତିରେ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ରର ବିଶେଷ ମହତ୍ତ୍ୱ ରହିଛି। ଚାଣକ୍ୟ କେବଳ ରାଜନୀତି କିମ୍ବା କୂଟନୀତି ନୁହନ୍ତି, ବରଂ ମାନବୀୟ ସମ୍ପର୍କକୁ କିପରି ସୁନ୍ଦର ଓ…

ମହାକାଳପଡ଼ାରେ ପୋଷଣ ମାସ: ଶିଶୁଙ୍କୁ ଭିଟାମିନ୍‌ଯୁକ୍ତ ଖାଦ୍ୟ ଦେବାକୁ ବିଡିଓଙ୍କ ଆହ୍ୱାନ

ମହାକାଳପଡ଼ା,୫ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମିଶନ ଶକ୍ତି ସଭାଗୃହଠାରେ ‘ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡ଼ିଶା’ ବାର୍ତ୍ତା ନେଇ ୯ମ ରାଷ୍ଟ୍ରୀୟ…

ଶୃଙ୍ଖଳା ନାଁରେ ବର୍ବରତା! ୮୨ ଛାତ୍ରଙ୍କୁ ଅଧାଲଣ୍ଡା କରିଦେଲେ ଶିକ୍ଷକ, ରାଜ୍ୟରେ ହଇଚଇ

ମୁମ୍ବାଇ,୫।୧୦: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିମୁର ତାଲୁକାର ଜାମ୍ଭୁଲଘାଟସ୍ଥିତ ଏକ ସରକାରୀ ମାଧ୍ୟମିକ ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୮୨ ଜଣ…

ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା: ଏବେ ଜେଲ୍‌ ହେବ ତାଙ୍କ ଠିକଣା

ଦେବଗଡ଼,୫ା୧୦(ଶଶାଙ୍କ ଶେଖର ଝାଙ୍କର): ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବକ ଗର୍ଭବତୀ କରିବା ଘଟଣା ତାଙ୍କୁ ମହଙ୍ଗା ପଡ଼ିଛି। ଉକ୍ତ ଘଟଣାରେ ପୋଲିସ ବାରକୋଟ ଥାନାର…

୨୦୨୭ ODI ବିଶ୍ୱକପ ପାଇଁ ଭାରତୀୟ ଟିମର ଅଧା ଅଂଶ କନଫର୍ମ! ଆକାଶ ଚୋପ୍ରା ବାଛିଛନ୍ତି ୬ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ,୫।୧୦: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତୀୟ ଦଳର ପ୍ରାୟ ଅଧା ଅଂଶ ବାସ୍ତବରେ ସ୍ଥିର ହୋଇସାରିଛି। ଆକାଶ ଚୋପ୍ରା ପ୍ରଥମ ଛଅଟି ବ୍ୟାଟିଂ ସ୍ଥାନ ପାଇଁ…

ଥାଲାସିମିଆ ରୋଗ କ’ଣ? ଗର୍ଭବତୀ ମହିଳାଙ୍କର ଏହି ସମସ୍ୟା ଥିଲେ କେମିତି କରାଯିବ ଚିକିତ୍ସା ଜାଣନ୍ତୁ…

ଥାଲାସିମିଆ ହେଉଛି ଏକ ବଂଶଗତ ରୋଗ । ଏହି ରୋଗରେ ଶରୀରରେ ସଠିକ୍ ପରିମାଣରେ ହିମୋଗ୍ଲୋବିନ୍ ଏବଂ ସୁସ୍ଥ ଲୋହିତ ରକ୍ତ କଣିକା ତିଆରି ହୋଇପାରେ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?