Posted inଖେଳ

ୟୁଏଇରେ ଆଇପିଏଲ୍‌ ସମ୍ଭାବନା

ନୂଆଦିଲ୍ଲୀ, ୨୧ା୭ (ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ସମ୍ଭାବନା ଅଧିକ ବୋଲି କହିଛନ୍ତି ଏହି ଟି୨୦ ଟୁର୍ନାମେଣ୍ଟର ଗଭର୍ନିଂ କାଉନ୍‌ସିଲ ଚେୟାରମ୍ୟାନ ବ୍ରିଜେଶ ପଟେଲ। ଏକ ସପ୍ତାହରୁ ୧୦ ଦିନ ମଧ୍ୟରେ ଗଭର୍ନିଂ କାଉନ୍‌ସିଲ ବୈଠକ ବସିବ। ଏଥିରେ ଆଇପିଏଲ ପାଇଁ ଯୋଜନା ପ୍ରସ୍ତୁତ କରାଯିବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ନେଇଛି। ପଟେଲ କହିଛନ୍ତି, ବର୍ତ୍ତମାନ ଯାହା ଯୋଜନା ରହିଛି ୬୦ଟି ଗେମ୍‌ ସହ ଆଇପିଏଲ ପୂରାମାତ୍ରାରେ ଆୟୋଜନ କାର୍ଯ୍ୟକ୍ରମ ରହିଛି। ସାକ୍ଷାତ୍‌କାର ବେଳେ ସେ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ କୌଣସି ଇଭେଣ୍ଟ ଆୟୋଜନ କରିବା ନିହାତି ଏକ ବଡ଼ ଚ୍ୟାଲେଞ୍ଜ। ହେଲେ ନିଜ ଦେଶ ହେଉ ଅବା ବିଦେଶରେ ବିନା ଦର୍ଶକରେ ଟୁର୍ନାମେଣ୍ଟ ଆୟୋଜନ କରିବା ସେତେଟା ସମସ୍ୟା ରହିବ ନାହିଁ। ଏପରିକି ଆଇସିସିର ଘୋଷଣା ପୂର୍ବରୁ ଫ୍ରାଞ୍ଚାଇଜ୍‌ଗୁଡ଼ିକ ଆଇପିଏଲ ପାଇଁ ସେମାନଙ୍କ ଯୋଜନା ଅନୁସାରେ କାର୍ଯ୍ୟ ଆରମ୍ଭ କରିସାରିଛନ୍ତି। ମହାମାରୀ ଯୋଗୁ ଅଧିକାଂଶ ଭାରତୀୟ ଖେଳାଳି ପଡ଼ିଆର ସୁବିଧା ପାଉ ନାହାଁନ୍ତି। ମ୍ୟାଚ୍‌ ଲାଗି ପ୍ରସ୍ତୁତି ସକାଶେ ସେମାନଙ୍କୁ ଅତି କମ୍‌ରେ ୩ରୁ ୪ ସପ୍ତାହ ସମୟ ଦରକାର। ବିଦେଶୀ ଖେଳାଳିମାନେ ସେମାନଙ୍କ ଦେଶରୁ ସିଧାସଳଖ ଯାଇ ୟୁଏଇରେ ପହଞ୍ଚତ୍ବେ। ବିସିସିଆଇ ତାରିଖ ଧାର୍ଯ୍ୟ କରିବା ପରେ ଆମେ ଆମର ସମସ୍ତ ଯୋଜନା ଚୂଡ଼ାନ୍ତ କରିବୁ ବୋଲି ପଟେଲ କହିଛନ୍ତି। ଅନ୍ୟପକ୍ଷରେ ଆଇପିଏଲ ପରେ ୪ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ଲାଗି ଅଷ୍ଟ୍ରେଲିଆ ଟୁର୍‌ରେ ଯିବ ଭାରତ। ଏଥିପାଇଁ ଟେଷ୍ଟ ଖେଳାଳିଙ୍କ ଟ୍ରେନିଂ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ହନୁମା ବିହାରୀଙ୍କ ଭଳି ଖେଳାଳି ଆଇପିଏଲ୍‌ରେ ଭାଗ ନେବେ ନାହିଁ। ଆଇପିଏଲ୍‌ ବେଳେ ସିରିଜ ପାଇଁ ସେମାନେ ନବୀକରଣ କରାଯାଇଥିବା ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଜୈବ ସୁରକ୍ଷିତ ପରିବେଶ ମଧ୍ୟରେ ଟ୍ରେନିଂ ନେବେ। ଭାରତୀୟ ଟିମ୍‌ର ସପୋର୍ଟ ଷ୍ଟାଫ୍‌ଙ୍କ ସହ ଆଇ କେତେଜଣ ଖେଳାଳି ମୋଟେରାରେ ସେମାନଙ୍କ ସହିତ ଟ୍ରେନିଂ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?