Posted inରାଜ୍ୟ

ଗ୍ୟାସ୍‌ ଦର ୨୦୦ ଟଙ୍କା ହ୍ରାସକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର, ୩୧।୮(ସୁନିତ୍‌ ମିଶ୍ର): ‘ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା’ରେ ଅତିରିକ୍ତ ୭୫ ଲକ୍ଷ ମାଆ ଭଉଣୀଙ୍କୁ ଯେଡ଼ାଯିବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି। ଏହା ଫଳରେ ଓଡ଼ିଶାର ଆନୁମାନିକ ପ୍ରାୟ ୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ସାମିଲ କରାଯିବ। ଏହି ନିଷ୍ପତ୍ତି ଦ୍ୱାରା ପରିବାରରେ ଖୁସି ଆସିବ ଏବଂ ନାଗରିକଙ୍କ ଜୀବନ ଆହୁରି ସହଜ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ତେବେ ଗ୍ୟାସ୍‌ ଦର ୨୦୦ ଟଙ୍କା ହ୍ରାସ ହେବା ନେଇ ବିଜେଡି ଓ କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗ୍ୟାସ୍‌ ଦର ଆହୁରି ହ୍ରାସ ପାଇବା ଦରକାର ବୋଲି ବିଜେଡି କହିଥିବା ବେଳେ ନିର୍ବାଚନ ଆସିବାରୁ ଏହା ରାଜନୀତି ବୋଲି କଂଗ୍ରେସ କହିଛି।

ତେବେ ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଏବଂ ସଶକ୍ତୀକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ। ମଙ୍ଗଳବାର ଓଡ଼ିଶାର ମାତୃଶକ୍ତିର କଲ୍ୟାଣ ପାଇଁ ରାଖୀ ଅବସରରେ ପ୍ରଧାନମନ୍ତ୍ରୀ ବଡ଼ ଉପହାର ସ୍ବରୂପ ରୋଷେଇ ଗ୍ୟାସ୍‌ର ମୂଲ୍ୟ ୨୦୦ ଟଙ୍କା ହ୍ରାସ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ। ଏହି ନିଷ୍ପତ୍ତି ଯୋଗୁ ଓଡ଼ିଶାର ୯୬ ଲକ୍ଷ ହିତାଧିକାରୀ ରୋଷେଇ ଗ୍ୟାସ୍‌ର ନିର୍ଦ୍ଧାରିତ ମୂଲ୍ୟଠାରୁ ୨୦୦ ଟଙ୍କା କମ୍‌ ମୂଲ୍ୟରେ ଗ୍ୟାସ୍‌ ପାଇବେ। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଅନ୍ତର୍ଭୁକ୍ତ ୫୩ ଲକ୍ଷରୁ ଅଧିକ ହିତାଧିକାରୀ ନିର୍ଦ୍ଧାରିତ ମୂଲ୍ୟରୁ ୪୦୦ ଟଙ୍କା କମ୍‌ ମୂଲ୍ୟରେ ଗ୍ୟାସ୍‌ ପାଇ ଉପକୃତ ହେବେ। ୨୦୧୪ରେ ଓଡ଼ିଶାରେ ୧ କୋଟି ଘର ମଧ୍ୟରୁ ୨୦ ଲକ୍ଷଙ୍କ ଘରେ ଗ୍ୟାସ୍‌ ସଂଯୋଗ ଥିଲା। ମୋଦି ସରକାରରେ ଏହି ସଂଖ୍ୟା ବଢି ୯୬ ଲକ୍ଷରେ ପହଞ୍ଚିଛି। ଦେଶ ଏବଂ ରାଜ୍ୟର ମହିଳାମାନେ ପ୍ରଧାନମନ୍ତ୍ରୀଙ୍କ ସହ ଅଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି।

ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର କହିଛନ୍ତି, ଦେଶରେ ସବୁ ଜିନିଷର ଦରଦାମ୍‌ ବୃଦ୍ଧି ହୋଇଛି। ତା’ ଭିତରେ ଗ୍ୟାସ୍‌ ଦର ମଧ୍ୟ ବହୁ ମାତ୍ରାରେ ବୃଦ୍ଧି ପାଇଥିଲା, ଯାହା ସାଧାରଣ ଲୋକଙ୍କୁ ବାଧୁଥିଲା। ଏବେ ସେଥିରୁ ୨୦୦ ଟଙ୍କା ହ୍ରାସ କରିଛନ୍ତି, ହେଲେ ଆହୁରି କମିବାର ଥିଲା। ସେମାନେ ମାଗଣା ଗ୍ୟାସ୍‌ ବୋଲି କହୁଥିଲେ। ଯଦି ବି ମାଗଣା ନ କଲେ ଗ୍ୟାସ୍‌ ଦର ଆହୁରି କମିବାର ଆବଶ୍ୟକତା ଥିଲା। ମହିଳାମାନେ ଦୀର୍ଘବର୍ଷ ହେଲା ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପଛରେ ଅଛନ୍ତି। ମହିଳାଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଯାହା କେହି କରୁଥିଲେ ସେ କ୍ଷେତ୍ରରେ ଆଗୁଆ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି ବୋଲି ଦେବୀ କହିଛନ୍ତି।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ନିର୍ବାଚନକୁ ଆଖି ଆଗରେ ରଖି ଗ୍ୟାସ୍‌ ଦର କମାଇଲେ ମଧ୍ୟ ଲୋକମାନେ ଆଉ ବିଶ୍ୱାସକୁ ନେବେ ନାହିଁ। ଦେଶର ମା, ଭଉଣୀଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଲୁଟିି ଖାଇଲା ପରେ ଏବେ ୨୦୦ ଟଙ୍କା କମାଇଲେ କ’ଣ ହେବ। ଏମାନେ ଗ୍ୟାସ୍‌ ୪୫୦ ଟଙ୍କାରେ ଦେବେ କି ବୋଲି ତାରା ପ୍ରଶ୍ନ କରିବା ସହ ମହିଳା ଭୋଟ ବିଜେଡି କି ଭାଜପା କାହା ସହିତ ରହିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

ଦିନ ଦ୍ୱିପ୍ରହରରେ ବିଚ୍‌ ରାସ୍ତାରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ବାରିପଦା,୧୩ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ଟାଉନ ଥାନା ଅନ୍ତର୍ଗତ ବାଗଡିହା ଛକ ନିକଟରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ବେକକୁ ଏକ…

ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ: ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦ୍‌ଘାଟନ କରି ବିଧାୟକ କହିଲେ…

ଭଞ୍ଜନଗର,୧୩ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଜିଲୁଣ୍ଡିପଲ୍ଲୀସ୍ଥିତ ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ଶନିବାର ବିଦ୍ୟାଳୟ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ…

ଗାଜଲବାଡ଼ି ଘାଟିରେ ବାରମ୍ବାର ଘଟୁଛି ଦୁର୍ଘଟଣା: ଓଲଟିଲା କଣ୍ଟେନର, ସମ୍ପ୍ରସାରଣରେ ବିଳମ୍ବକୁ ନେଇ ତେଜୁଛି ଅସନ୍ତୋଷ

ଦାରିଙ୍ଗବାଡ଼ି/ସୋରଡ଼ା,୧୩ା୯(ଅରୁଣ ସାହୁ/ରଜନୀ ମହାପାତ୍ର): ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ଗାଜଲବାଡ଼ି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଗୋଟିଏ ସପ୍ତାହରେ ୨ଟି ଘଟଣା…

ବସ୍‌ ଚକାତଳେ ଚାଲିଗଲା ଶିଶୁକନ୍ୟାର ଜୀବନ

ସୋରଡ଼ା,୧୩ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ବଡ଼ଗଡ଼ ଥାନା ଢଉପଦା ଗ୍ରାମ ନିକଟରେ ବସ୍‌ଚକା ତଳେ ଚାପି ହୋଇ ଜଣେ ଶିଶୁକନ୍ୟାର ଜୀବନ ଚାଲିଯାଇଛି। ମୃତକ ଜଣକ ସେହି…

ପୁଣି ୪ ଗେଟ୍‌ ଖୋଲିଲା ହୀରାକୁଦ

ସମ୍ବଲପୁର,୧୩ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ବର୍ଷା ପରିମାଣ ବୃଦ୍ଧି ଯୋଗୁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ପରିମାଣର ବୃଦ୍ଧି ପାଇଛି। ଏହାସହ ଜଳଭଣ୍ଡାରର…

ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ, ସନ୍ଦେହ ଘେରରେ ଘରମାଲିକ

ତୁମୁଡ଼ିବନ୍ଧ,୧୩ା୯(ଦୀପକ କୁମାର ପରାସେଠ): ପାଇଖାନା ଗର୍ତ୍ତରେ ଭାସୁଛି ନବଜାତ ଶିଶୁର ମୃତଦେହ। ଏପରି ଏକ ସମ୍ବେଦନଶୀଳ ତଥା ଅମାନୁଷିକ ଘଟଣା କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ…

ୟୁଏଇରୁ ଫେରିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ପାଇଁ ଆଣିଛନ୍ତି ଖୁସିଖବର, କହିଲେ ଏଥର ଆମ…

ଭୁବନେଶ୍ୱର,୧୩ା୯: ସଂଯୁକ୍ତ ଆରବ ଏମିରେଟ୍ସ ଗସ୍ତ ସାରି ରବିବାର ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଓଡ଼ିଶା ନିବେଶକ ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?