ରାତି ହେଲେ ଅବକାରୀ ଥାନା ବନ୍ଦ: ଡିସ୍‌ପ୍ଲେ ବୋର୍ଡ ଜଳୁଛି, କାର୍ଯ୍ୟାଳୟରେ ତାଲା ଝୁଲୁଛି

ଲୋଇସିଂହା,୪।୪(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ଅବକାରୀ ଥାନାରେ ରାତି ସମୟରେ କେହି ଷ୍ଟାଫ ରହୁ ନ ଥିବା ଅଭିଯୋଗ ହେଉଛି ା ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟର ଡିସପ୍ଲେ ବୋର୍ଡ ଲାଇଟ ଜଳୁଥିବା ବେଳେ କାର୍ଯ୍ୟାଳୟ ମୁଖ୍ୟ ଦ୍ୱାରରେ ତାଲା ପଡିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଅବକାରୀ ବିଭାଗର ଏପରି ଖାମଖିଆଲି ମନୋଭାବ ଚୋରା ମଦ ଓ ଗଞ୍ଜେଇ କାରବାରଙ୍କୁ ବେଶ ସୁହାଉଥିବା ସାଧାରଣରେ ଆଲୋଚନା ହେଉଛି। ଲୋଇସିଂହା ଓ ଆଗଲପୁର ବ୍ଲକକୁ ନେଇ ଲୋଇସିଂହା ଅବକାରୀ ଥାନା କାର୍ଯ୍ୟ କରୁଛି। ଦୀର୍ଘବର୍ଷ ଧରି ଏହି କାର୍ଯ୍ୟାଳୟ ଏକ ଭଡା ଘରେ ଚାଲିଥିଲା। ଗତ କିଛି ବର୍ଷ ହେବ ଲୋଇସିଂହା-ସୁଜିଆ ରାସ୍ତାରେ ୨ ମହଲା ବିଶିଷ୍ଟ ଅବକାରୀ ଥାନା କାର୍ଯ୍ୟ କରୁଛି। ଏଠାରେ ଜଣେ ଏସ୍‌ଆଇ,ଏଏସ୍‌ଆଇ, କନଷ୍ଟେବଳ ଅଛନ୍ତି। ଲୋଇସିଂହା ବ୍ଲକର ୨୦ ଓ ଆଗଲପୁର ବ୍ଲକର ୨୦ ଏପରି ମୋଟ ୪୦ ପଞ୍ଚାୟତ ରହିଛି। ତେବେ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ ଏହି ଅଞ୍ଚଳ ଚୋରା ମଦ ଓ ଗଞ୍ଜେଇ କାରବାରର ପେଣ୍ଠସ୍ଥଳ ପାଲଟିଛି। ଲୋଇସିଂହା ଓ ଆଗଲପୁର ବ୍ଲକ ଦେଇ ବେଧଡକ ଭାବେ ରନ୍ଧା ମଦ ଓ ଗଞ୍ଜେଇ ଜିଲା ତଥା ରାଜ୍ୟ ବାହରକୁ ଚାଲାଣ ହେଉଛି। ବୁର୍ଡା-ସୋନପୁର, ବଲାଙ୍ଗୀର-ବରଗଡ ୨୬ ନଂ ଜାତୀୟ ରାଜପଥ, ଲୋଇସିଂହା-ପଦ୍ମପୁର, କୁମୁଣ୍ଡେ-ଛେଲବାହାଲ-ଗୋପାଳପୁର, ଲୁହୁରାପାଲି-ବୁର୍ଡା, ବୁର୍ଡା-ବାଞ୍ଜିପାଲି, ସାଲେଭଟା-କୁଟାସିଂହା, ସାଲେଭଟା-ଆଗଲପୁର ରାସ୍ତା ଦେଇ ବେଧଡକ ଭାବେ ଚୋରାଚାଲାଣ କରାଯାଉଛି। କର୍ମଚାରୀ ଅଭାବ ଦେଖାଇ ଅବକାରୀ ବିଭାଗ ପକ୍ଷରୁ ଉପରୋକ୍ତ ରାସ୍ତାଗୁଡିକରେ ଯାଞ୍ଚ ହେଉନାହିଁ। ମଝିରେ ମଝିରେ ପୋଲିସ ପକ୍ଷରୁ ଧରପଗଡ କରାଯାଉଛି। କିଛି ମାସ ପୂର୍ବରୁ ସାଲେଭଟା-କୁଟାସିଂହା ରାସ୍ତାର ମୁରଶୁଣ୍ଢି ନିକଟରେ ଏକ କାର୍‌କୁ ପିଛା କରି ବିପୁଳ ପରିମାଣର ଗଞ୍ଜେଇ ଲୋଇସିଂହା ପୋଲିସ ଜବତ କରିଥିଲା। କିନ୍ତୁ ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସେପରି ତତ୍ପରତା ଦେଖିବାକୁ ମିଳୁନାହିଁ। ଅପରପକ୍ଷେ ଗାଁ ଗାଁରେ ବହୁ ସଂଖ୍ୟକ କୁଚିଆ ମଦ କୋଠି ଖୋଲି ରନ୍ଧା ଓ ଦେଶୀ ମଦ ବେଆଇନ ଭାବେ ବିକ୍ରି ହେଉଛି। ଏହାକୁ ମଧ୍ୟ ଅବକାରୀ ବିଭାଗ ରୋକିବାରେ ବିଫଳ ହୋଇଛି। ଫଳରେ ଗାଁଗୁଡିକରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟରେ ତାଲା ପଡିବା ସମ୍ପର୍କରେ ପ୍ରତିକ୍ରିୟା ନେବା ପାଇଁ ଏସ୍‌ଆଇ ମାନସିଂ ମୁଣ୍ଡାଙ୍କୁ ଫୋନ ଯୋଗେ ଯୋଗାଯୋଗ ଲାଗି ଚେଷ୍ଟା କରାଯାଇଥିଲେ ହେଁ ସମ୍ଭବ ହୋଇପାରିନାହିଁ କାର୍ଯ୍ୟାଳୟର ଜଣେ କର୍ମଚାରୀ କହିଛନ୍ତି, ସାର୍‌ ମେଡିକାଲ କାମରେ ଛୁଟିରେ ଅଛନ୍ତି ା ସେ ନିଜେ ଜିଲା କାର୍ଯ୍ୟାଳୟକୁ ଏକ କାମରେ ଯାଇଥିବା କହିଥିଲେ। କାର୍ଯ୍ୟାଳୟରେ ୪ରୁ ୫ ଜଣ ଷ୍ଟାଫ୍‌ ଅଛନ୍ତି। ଅବକାରୀ ଥାନା ହୋଇଥିବାରୁ ଏହା ୨୪ ଘଣ୍ଟା ଖୋଲା ରହିବା ସହ କେହି ଜଣେ ଷ୍ଟାଫ ରହିବା କଥା। ତେବେ ନିୟମିତ ଭାବରେ ଏହି କାର୍ଯ୍ୟାଳୟ ଏପରି ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜିଲା ଅବକାରୀ ଅଧୀକ୍ଷକଙ୍କ ତରଫରୁ ଏହାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲା ସରକାର, ବଦଳିଲେ ବିଧାୟକ, ହେଲେ ବଦଳିଲାନି ହିରାପାଲି ଗ୍ରାମବାସୀଙ୍କ ଦୁର୍ଦ୍ଦଶା, ଆଜି ବି…

ଅମରପାଲି,୨୪ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ କେନଝିରିଆପାଲି ପଞ୍ଚାୟତର ହିରାପାଲି ଗ୍ରାମରେ ସରକାର ଓ ବିଧାୟକ ବଦଳିଥିଲେ ବି ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଦଳିନାହିଁ। ବଳିପାଲିରୁ ହିରାପାଲି…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଭଡ଼ାଘରେ ଝୁଲିପଡ଼ିଲେ ବିଟେକ୍‌ ଛାତ୍ର

ଗୁଣପୁର,୨୪।୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବରୁଣ ନଗର ଲେନ – ୧ ରେ ଭଡା ଘରେ ଥିବା ଜଣେ ବିଟେକ ଛାତ୍ରଙ୍କ ଝୁଲନ୍ତା ମୃତଦେହ…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri