ପୋଲିସ-ଜନତା ଦୂରତ୍ୱ କମିବ

ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ ଡାଏଲ କରିବା ମାତ୍ରେ ଜିପିଏସ୍‌ ପଦ୍ଧତିରେ ଠିକଣା ଠାବ କରି ପୋଲିସ ପହଞ୍ଚିବା ସହ ଜରୁରୀ ସେବା ଯୋଗାଇ ଦେବ। ଆବଶ୍ୟକସ୍ଥଳେ ଅଗ୍ନିଶମ ଓ ଆମ୍ବୁଲାନ୍ସ ମଧ୍ୟ ସେହି ଫୋନ୍‌ କଲ୍‌ ମାଧ୍ୟମରେ ପହଞ୍ଚିପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ଏହି ଇଆର୍‌ଏସ୍‌ଏସ୍‌ (ଏମରଜେନ୍ସି ରେସପନ୍ସ ସର୍ପୋଟ ସିଷ୍ଟମ) ସେବାର ଉଦ୍‌ଘାଟନ କରାଯାଇଛି।

ଏ ନେଇ ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ଜଗମୋହନ ମୀନା ଏହାର ଆୟୋଜନ ସହ ଅନୁଗୋଳ ଥାନା ଅଧିକାରୀଙ୍କୁ ମିଶାଇ ୬ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜରୁରୀ ସ୍ଥିତିରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସକୁ ୨ଟି ପିସିଆର ଭ୍ୟାନ ଓ ୨ଟି ବାଇକ୍‌ ଦିଆଯାଇଛି। ଉକ୍ତ ଭ୍ୟାନ୍‌ରେ ଜିପିଏସ୍‌ ବ୍ୟବସ୍ଥା ଥିବା ଦୁଇଟି ଟାବ୍‌ଲେଟ୍‌ ଲଗାଯାଇଛି। ବାଇକ୍‌ରେ ଯିବାକୁ ଥିବା ପୋଲିସ ଅଧିକାରୀଙ୍କୁ ଟାବଲେଟ୍‌ ପ୍ରଦାନ କରାଯାଇଛି। ୧୧୨କୁ କେହି କଲ୍‌ କଲେ ତାହା ଭୁବନେଶ୍ୱରର କଲ୍‌ ସେଣ୍ଟରକୁ ଯିବ। ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତୁରନ୍ତ କଲ୍‌ କରିଥିବା ବ୍ୟକ୍ତଙ୍କ ଉପସ୍ଥିତି ଜିପିଏସ୍‌ ମାଧ୍ୟମରେ ଠାବ କରି ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌କୁ ପଠାଇବେ। ଉକ୍ତ ସୂଚନା ଆଧାରରେ ଇଆର୍‌ଏସ୍‌ଏସ୍‌ ଗାଡ଼ି ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବେ। ଗାଡ଼ିରେ ଲାଗିଥିବା ଟାବଲେଟ୍‌ରେ ସହାୟତା ଚାହଁୁଥିବା ବ୍ୟକ୍ତିଙ୍କ ସ୍ଥାନ, ଫୋନ୍‌ ନମ୍ବର ଓ ରାସ୍ତା ପୋଲିସ ଦେଖିପାରିବ। ସେଠାରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ପୋଲିସ ଅଧିକାରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଏଥିସହ ଘଟଣାସ୍ଥଳରେ କିଭଳି ଭାବେ ଲୋକଙ୍କୁ ସେବା ଯୋଗାଇ ହେବ, ସେ ନେଇ ନିଷ୍ପତ୍ତି ମଧ୍ୟ ନେବେ। ଏହି ତ୍ୱରିତ ସେବା ଦ୍ୱାରା ପୋଲିସ ଜନସାଧାରଣଙ୍କ ଅଧିକ ନିକଟତର ହୋଇପାରିବ ବୋଲି ପୋଲିସ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ଲୋକଙ୍କ ବିଶ୍ୱାସ ବଢ଼ିବ
ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ୧୧୨ରେ ଅଭିଯୋଗ ଆସିବା ପରେ ତତ୍‌କ୍ଷଣାତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବେ। ଏହାଦ୍ୱାରା ଲୋକମାନେ ତ୍ୱରିତ ପୋଲିସ ସେବା ପାଇ ପାରିବେ। ଫଳରେ ପୋଲିସ ଉପରେ ସହରବାସୀ ଅଧିକ ବିଶ୍ୱାସ କରିପାରିବେ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ବ୍ୟବସ୍ଥାର ସୁଫଳ ମିଳିବା ଦରକାର
ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବେଳେ ବେଳେ ତାହାର ସୁଫଳ ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚିପାରୁ ନାହିଁ। ତେଣୁ ଏହି ଇଆର୍‌ଏସ୍‌ଏସ୍‌ ବ୍ୟବସ୍ଥାର ଉଦ୍ଦେଶ୍ୟ ପୋଲିସ ପ୍ରଶାସନ ବୁଝିବା ସହ ଆବଶ୍ୟକସ୍ଥଳେ ଜନସାଧାରଣଙ୍କ ନିକଟରେ ତତ୍କାଳ ପହଞ୍ଚି ସେବା ଯୋଗାଇଦେବା ଦରକାର।
-ପ୍ରଦୀପ ଦେବତା, ଆଇନଜୀବୀ

ମହିଳାମାନେ ରାସ୍ତାରେ ଭୟଭୀତ ହେବେ ନାହିଁ
ଅନୁଗୋଳରେ ଆରମ୍ଭ ହୋଇଥିବା ଏହି ଇଆର୍‌ଏସ୍‌ଏସ୍‌ ଏକ ଉତ୍ତମ ବ୍ୟବସ୍ଥା। ଜରୁରୀ ସ୍ଥିତିରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ସହରବାସୀଙ୍କୁ ତ୍ୱରିତ ମିଳିପାରିବ। ବିଶେଷକରି ରାସ୍ତାରେ ଯାତାୟାତ ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ୁଥିବା ମହିଳାମାନେ ଭୟଭୀତ ନ ହୋଇ ପୋଲିସର ସହାୟତା ନେଇପାରିବେ।
-ଲିପିକା ପରିଡ଼ା, ଅନୁଗୋଳ

ଅସାମାଜିକଙ୍କ ମଧ୍ୟରେ ଭୟ ବଢ଼ିବ
ଇଆର୍‌ଏସ୍‌ଏସ୍‌ ସେବା ଅସାମାଜିକଙ୍କ ମଧ୍ୟରେ ଭୟ ବଢ଼ାଇଦେବ। ଲୁଟ୍‌, ଚୋରି, ଡକାୟତି ବେଳେ ଲୋକମାନଙ୍କ ନିକଟରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବ ନାହିଁ। କିଛିମାସ ହେଲା ଅନୁଗୋଳ ସହରରେ ଯେଉଁଭଳି ଭାବେ ଲୁଟ୍‌ ଓ ଛିନ୍‌ତାଇ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି, ଏହି ସେବା ସେମାଙ୍କୁ ସାବାଡ଼ କରିପାରିବ।
-କାଞ୍ଚନ ସିଂହ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା ଆସୁଛନ୍ତି ଅମିତ ଶାହା, କରିବେ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର,୨୪।୪: ଗୁରୁବାର ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। କାଲିଠୁ ଭାଜପାର ବିଧିବଦ୍ଧ ଭାବେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଅପରାହ୍ଣ ସାଢ଼େ...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪: ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ ଜନସାଧାରଣଙ୍କୁ...

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରାଜ୍ୟରେ ଆଣ୍ଟି ଟିବି ଔଷଧ ଅଭାବ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ): ଜାତୀୟ ଯକ୍ଷ୍ମା ବିଲୋପ କାର୍ଯ୍ୟକ୍ରମ(ଏନ୍‌ଟିଇପି) ହେଉଛି ଏକ ଫ୍ଲାଗ୍‌ଶିପ କାର୍ଯ୍ୟକ୍ରମ। ଏଥିରେ ଯକ୍ଷ୍ମା ବା ଟିବି ରୋଗର ଶୀଘ୍ର ଚିହ୍ନଟ, ଚିକିତ୍ସା...

ପଦପଦବୀ ଅପେକ୍ଷା ସମ୍ମାନ, ବିଶ୍ୱାସ ବଡ଼

ଖୋର୍ଦ୍ଧା,୨୪ା୪(ପ୍ରଭାତ ପାଣିଗ୍ରାହୀ): ପାଖେଇ ଆସୁଛି ସାଧାରଣ ନିର୍ବାଚନ। ଭୁବନେଶ୍ୱର ଲୋକ ସଭା ଆସନ ପାଇଁ ବିଜେଡି ମନ୍ମଥ ରାଉତରାୟ, ଭାଜପା ଅପରାଜିତା ଷଡ଼ଙ୍ଗୀ ଏବଂ କଂଗ୍ରେସ...

ବିଜେଡିର ୩୪ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ୧୨ ବିଧାୟକଙ୍କ ସ୍ତ୍ରୀ

ଭୁବନେଶ୍ୱର,୨୪ା୪(ଅନିଲ ଦାସ):ବିଜୁ ଜନତା ଦଳ ସପ୍ତମ ପର୍ଯ୍ୟାୟ ସୁଦ୍ଧା ୧୪୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସେମାନଙ୍କ ମଧ୍ୟରେ ୩୪ ଜଣ ମହିଳାଙ୍କୁ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri