ପୋଲିସ-ଜନତା ଦୂରତ୍ୱ କମିବ

ଅନୁଗୋଳ ଅଫିସ, ୨୦।୩ କଟକ-ଭୁବନେଶ୍ୱର ପରି ଏଣିକି ଅନୁଗୋଳ ଜିଲା ସଦର ମହକୁମାରେ ମିଳିବ ତ୍ୱରିତ ପୋଲିସ ସେବା। କୌଣସି ଅସୁବିଧାଜନକ ସ୍ଥିତିରେ କେହି ୧୧୨କୁ ଡାଏଲ କରିବା ମାତ୍ରେ ଜିପିଏସ୍‌ ପଦ୍ଧତିରେ ଠିକଣା ଠାବ କରି ପୋଲିସ ପହଞ୍ଚିବା ସହ ଜରୁରୀ ସେବା ଯୋଗାଇ ଦେବ। ଆବଶ୍ୟକସ୍ଥଳେ ଅଗ୍ନିଶମ ଓ ଆମ୍ବୁଲାନ୍ସ ମଧ୍ୟ ସେହି ଫୋନ୍‌ କଲ୍‌ ମାଧ୍ୟମରେ ପହଞ୍ଚିପାରିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଶୁକ୍ରବାରଠାରୁ ଏହି ଇଆର୍‌ଏସ୍‌ଏସ୍‌ (ଏମରଜେନ୍ସି ରେସପନ୍ସ ସର୍ପୋଟ ସିଷ୍ଟମ) ସେବାର ଉଦ୍‌ଘାଟନ କରାଯାଇଛି।

ଏ ନେଇ ଅନୁଗୋଳ ଜିଲା ପୋଲିସ ମୁଖ୍ୟାଳୟରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏସ୍‌ପି ଜଗମୋହନ ମୀନା ଏହାର ଆୟୋଜନ ସହ ଅନୁଗୋଳ ଥାନା ଅଧିକାରୀଙ୍କୁ ମିଶାଇ ୬ ଜଣ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଜରୁରୀ ସ୍ଥିତିରେ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ପୋଲିସକୁ ୨ଟି ପିସିଆର ଭ୍ୟାନ ଓ ୨ଟି ବାଇକ୍‌ ଦିଆଯାଇଛି। ଉକ୍ତ ଭ୍ୟାନ୍‌ରେ ଜିପିଏସ୍‌ ବ୍ୟବସ୍ଥା ଥିବା ଦୁଇଟି ଟାବ୍‌ଲେଟ୍‌ ଲଗାଯାଇଛି। ବାଇକ୍‌ରେ ଯିବାକୁ ଥିବା ପୋଲିସ ଅଧିକାରୀଙ୍କୁ ଟାବଲେଟ୍‌ ପ୍ରଦାନ କରାଯାଇଛି। ୧୧୨କୁ କେହି କଲ୍‌ କଲେ ତାହା ଭୁବନେଶ୍ୱରର କଲ୍‌ ସେଣ୍ଟରକୁ ଯିବ। ସେଠାରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀ ତୁରନ୍ତ କଲ୍‌ କରିଥିବା ବ୍ୟକ୍ତଙ୍କ ଉପସ୍ଥିତି ଜିପିଏସ୍‌ ମାଧ୍ୟମରେ ଠାବ କରି ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌କୁ ପଠାଇବେ। ଉକ୍ତ ସୂଚନା ଆଧାରରେ ଇଆର୍‌ଏସ୍‌ଏସ୍‌ ଗାଡ଼ି ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବେ। ଗାଡ଼ିରେ ଲାଗିଥିବା ଟାବଲେଟ୍‌ରେ ସହାୟତା ଚାହଁୁଥିବା ବ୍ୟକ୍ତିଙ୍କ ସ୍ଥାନ, ଫୋନ୍‌ ନମ୍ବର ଓ ରାସ୍ତା ପୋଲିସ ଦେଖିପାରିବ। ସେଠାରେ ପହଞ୍ଚତ୍ ସମସ୍ୟା ସମ୍ପର୍କରେ ପୋଲିସ ଅଧିକାରୀ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରିବେ। ଏଥିସହ ଘଟଣାସ୍ଥଳରେ କିଭଳି ଭାବେ ଲୋକଙ୍କୁ ସେବା ଯୋଗାଇ ହେବ, ସେ ନେଇ ନିଷ୍ପତ୍ତି ମଧ୍ୟ ନେବେ। ଏହି ତ୍ୱରିତ ସେବା ଦ୍ୱାରା ପୋଲିସ ଜନସାଧାରଣଙ୍କ ଅଧିକ ନିକଟତର ହୋଇପାରିବ ବୋଲି ପୋଲିସ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।

ଲୋକଙ୍କ ବିଶ୍ୱାସ ବଢ଼ିବ
ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ତୁରନ୍ତ ଥାନାକୁ ଦୌଡ଼ିବାକୁ ପଡ଼ିବ ନାହିଁ। ୧୧୨ରେ ଅଭିଯୋଗ ଆସିବା ପରେ ତତ୍‌କ୍ଷଣାତ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବେ। ଏହାଦ୍ୱାରା ଲୋକମାନେ ତ୍ୱରିତ ପୋଲିସ ସେବା ପାଇ ପାରିବେ। ଫଳରେ ପୋଲିସ ଉପରେ ସହରବାସୀ ଅଧିକ ବିଶ୍ୱାସ କରିପାରିବେ।
-ଜଗମୋହନ ମୀନା, ଅନୁଗୋଳ ଏସ୍‌ପି

ବ୍ୟବସ୍ଥାର ସୁଫଳ ମିଳିବା ଦରକାର
ସରକାର ଅନେକ ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବେଳେ ବେଳେ ତାହାର ସୁଫଳ ଲୋକଙ୍କ ନିକଟରେ ଠିକ୍‌ ଭାବେ ପହଞ୍ଚିପାରୁ ନାହିଁ। ତେଣୁ ଏହି ଇଆର୍‌ଏସ୍‌ଏସ୍‌ ବ୍ୟବସ୍ଥାର ଉଦ୍ଦେଶ୍ୟ ପୋଲିସ ପ୍ରଶାସନ ବୁଝିବା ସହ ଆବଶ୍ୟକସ୍ଥଳେ ଜନସାଧାରଣଙ୍କ ନିକଟରେ ତତ୍କାଳ ପହଞ୍ଚି ସେବା ଯୋଗାଇଦେବା ଦରକାର।
-ପ୍ରଦୀପ ଦେବତା, ଆଇନଜୀବୀ

ମହିଳାମାନେ ରାସ୍ତାରେ ଭୟଭୀତ ହେବେ ନାହିଁ
ଅନୁଗୋଳରେ ଆରମ୍ଭ ହୋଇଥିବା ଏହି ଇଆର୍‌ଏସ୍‌ଏସ୍‌ ଏକ ଉତ୍ତମ ବ୍ୟବସ୍ଥା। ଜରୁରୀ ସ୍ଥିତିରେ ପୋଲିସ, ଆମ୍ବୁଲାନ୍ସ ଓ ଅଗ୍ନିଶମ ସେବା ସହରବାସୀଙ୍କୁ ତ୍ୱରିତ ମିଳିପାରିବ। ବିଶେଷକରି ରାସ୍ତାରେ ଯାତାୟାତ ବେଳେ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ୁଥିବା ମହିଳାମାନେ ଭୟଭୀତ ନ ହୋଇ ପୋଲିସର ସହାୟତା ନେଇପାରିବେ।
-ଲିପିକା ପରିଡ଼ା, ଅନୁଗୋଳ

ଅସାମାଜିକଙ୍କ ମଧ୍ୟରେ ଭୟ ବଢ଼ିବ
ଇଆର୍‌ଏସ୍‌ଏସ୍‌ ସେବା ଅସାମାଜିକଙ୍କ ମଧ୍ୟରେ ଭୟ ବଢ଼ାଇଦେବ। ଲୁଟ୍‌, ଚୋରି, ଡକାୟତି ବେଳେ ଲୋକମାନଙ୍କ ନିକଟରେ ପୋଲିସ ପହଞ୍ଚିବାରେ ବିଳମ୍ବ ହେବ ନାହିଁ। କିଛିମାସ ହେଲା ଅନୁଗୋଳ ସହରରେ ଯେଉଁଭଳି ଭାବେ ଲୁଟ୍‌ ଓ ଛିନ୍‌ତାଇ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି, ଏହି ସେବା ସେମାଙ୍କୁ ସାବାଡ଼ କରିପାରିବ।
-କାଞ୍ଚନ ସିଂହ, ଅନୁଗୋଳ

 


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ବିଦ୍ୟୁତ୍‌ କାର୍ଯ୍ୟାଳୟରେ ପଡ଼ିଲା ତାଲା

କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି…

ବଣୁଆ ହାତୀ ହେଲା ଲୋକଙ୍କ ସାଥୀ, ୬ ମାସ ହେଲା ଘରଘର ବୁଲି ଖାଉଛି ଖାଦ୍ୟ

ଜମନକିରା,୩।୧୦(ରବୀନ୍ଦ୍ର ପ୍ରସାଦ ଦାନୀ): ଜଙ୍ଗଲର ବଣୁଆ ଦନ୍ତା ଏବେ ଗାଁ ଲୋକଙ୍କ ଆପଣାର ପାଲଟିଛି। ଗତ ୬ ମାସରୁ ଅଧିକ ସମୟ ଧରି ସମ୍ବଲପୁର ଜିଲା ଜମନକିରା…

ଖେଳାଳି ଚୟନରେ ଅନିୟମିତତା ଅଭିଯୋଗ, ସୁବର୍ଣ୍ଣପୁରରେ ଜୋର ଧରିଲା ଚର୍ଚ୍ଚା…

ଅମରପାଲି,୩।୧୦(ପୀତାମ୍ବର ସାହୁ): ଜିଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭାଗ ନ ନେଇ ଜଣେ ଖେଳାଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଅଭିଯୋଗ । ଏହାକୁ ନେଇ ସୁବର୍ଣ୍ଣପୁର…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ଓଡ଼ିଶାରେ ପ୍ରତିଷ୍ଠା ହେବ ପାଲି ଭାଷା ଅଧ୍ୟୟନ କେନ୍ଦ୍ର

କୋରାପୁଟ,୩।୧୦(ଅମିତାଭ ବେହେରା): ଶାସ୍ତ୍ରୀୟ ଭାଷା ପାଲିର ଅଧ୍ୟୟନ, ଗବେଷଣା ଓ ସଂରକ୍ଷଣକୁ ଗୁରୁତ୍ୱ ଦେଇ କୋରାପୁଟର ସୁନାବେଡ଼ାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ‘ସେଣ୍ଟର ଅଫ ଏକ୍ସିଲେନ୍ସ’ ପ୍ରତିଷ୍ଠା ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?