ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗୋଦାବରୀଶ ନଗରର ଚତୁର୍ଥ ଗଳିରେ ଥିବା ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା। ଦୀର୍ଘବର୍ଷ ଧରି ସମ୍ପୃକ୍ତ ମହିଳାଙ୍କୁ ବଳାକତ୍ାର କରାଯାଇଥିବା ନେଇ ସେ କାହ୍ନୁ ଚରଣ ପାଣିଗ୍ରାହୀଙ୍କ ବିରୋଧରେ ୨୦୨୨ ଫେବୃୟାରୀ ୧୭ରେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ.୪୩/୨୨ରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରିବାର ଲୋକେ ଗ୍ରହଣ ନ କରିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସେ ଏବେ ସ୍ବଧାର ଗୃହରେ ଅଛନ୍ତି। ଘଟଣାର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଅନ୍ୟପଟେ ଅପରାଧୀ ଜଣକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ପୀଡ଼ିତା କହିଛନ୍ତି। କାହ୍ନୁ ମୋ ଜୀବନକୁ ଏବେ ନର୍କଠାରୁ ଅଧିକ ଖରାପ କରିଦେଲେଣି। ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛି। କେତେବେଳେ ନିର୍ବାଚନ ଆଳ ଦେଖାଇ ବ୍ୟସ୍ତ ରହୁଥିବା ବେଳେ କେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ଥିବା ଦର୍ଶାଉଛି। ଏହି ନୀରବଦ୍ରଷ୍ଟା ମୋ ଜୀବନ ପାଇଁ ଅଧିକ ବିପଦ ହୋଇପଡ଼ିଛି ବୋଲି ପୀଡିତା କହିଛନ୍ତି।
ପୀଡିତା ଘଟଣା ସମ୍ପର୍କରେ ମହିଳା କମିଶନଙ୍କୁ ଜଣାଇଛନ୍ତି। ଏଣୁ ମୋତେ ସରକାର, ଆଇନଜୀବୀ, ସାମାଜିକ କର୍ମୀ ଓ ଖବରଦାତାମାନେ ନ୍ୟାୟ ପ୍ରଦାନ ପାଇଁ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ୨୦୧୨ରେ ମୋ ବାହାଘର ହୋଇଥିଲା। ହେଲେ ଶ୍ୱଶୁର ଘର ପକ୍ଷରୁ ନିର୍ଯାତନା ଯୋଗୁ ମୁଁ ବାହାଘରର ୩ଦିନ ପରେ ବାପଘରକୁ ଚାଲି ଆସିଥିଲି। ପିଉସୀ ପୁଅ ଭାଇ କାହ୍ନୁ ୨୦୧୨ ଜୁଲାଇ ୨୦ରେ ମୋ ବାପାଙ୍କ ଘର ନିକଟକୁ ଏକ କାର ପଠାଇ ମତେ ବାଲୁଗଁା ନେଇଥିଲେ। ସେଠାରୁ ପୁରୀ ଓ ପରେ ଭୁବନେଶ୍ୱରର ଏକ ଲେଡିଜ୍‌ ହଷ୍ଟେଲରେ ରଖିଥିଲେ। ୨୦୧୨ ଅଗଷ୍ଟରେ କାହ୍ନୁ ଭୁବନେଶ୍ୱର ନୀଳାଦ୍ରିବିହାରରେ ଏକ ଘର ଭଡ଼ା ନେଇ ମୋତେ ରଖିଥିଲେ। ସେଠାରେ ସେ ଭୟଭୀତ କରି ମୋତେ ବଳପୂର୍ବକ ବଳାକତ୍ାର କରି ଆସୁଥିଲେ। ଏମିତିକି ମୋ ଗର୍ଭନଷ୍ଟ ମଧ୍ୟ କରିଥିଲେ। ଏହି ଘଟଣା ପରେ ମୁଁ ସମ୍ପୂର୍ଣ୍ଣ ରୂପେ ଭୟଭୀତ ଥିଲି। ସେହି ସମୟରେ ମୋର ମା’ଙ୍କ ମୃତ୍ୟୁ ଘଟିଥିଲା। ମୁଁ ବାପ ଘରକୁ ଯିବା ପାଇଁ କାହ୍ନୁଙ୍କୁ ଅନୁରୋଧ କରିଥିଲି। ମୋ ଜୀବନ ପ୍ରତି ବିପଦ ଥିବା କହି କାହ୍ନୁ ମୋ ବାପଘରକୁ ଛାଡି ନ ଥିଲେ। ୨୦୧୯ ନଭେମ୍ବର ୭ରେ ମୁଁ କୌଶଳକ୍ରମେ ସେହି ଘର ଛାଡ଼ି ରାଜସ୍ଥାନର ଜୟପୁର ଚାଲି ଯାଇଥିଲି ଏବଂ ସେଠାରେ ମୁଁ ଏକ ନୂଆ ଜୀବନ ଆରମ୍ଭ କରିବି ବୋଲି ସ୍ବପ୍ନ ଦେଖିଥିଲି। କିଛିମାସ ପରେ କାହ୍ନୁ ମୋ ନଁାରେ ଭୁବନେଶ୍ୱରରେ ମିଥ୍ୟା ମାମଲା ରୁଜୁ କରିଥିଲେ। ପୋଲିସ ଜୟପୁରରେ ପହଞ୍ଚତ୍ ମୋତେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା। ପରେ କାହ୍ନୁ ଫୋନ କରି ମୋତେ କହିଥିଲେ ଯେ ତୁ ବ୍ରହ୍ମପୁର ଆସିଯା, ମୁଁ ତତେ ଏଠାରେ କାମ କରାଇଦେବି। ତାଙ୍କ କଥାରେ ବିଶ୍ୱାସ କରି ବ୍ରହ୍ମପୁର ଆସିଥିଲି। ସେ ତାଙ୍କ ଗୋଦାବରୀଶନଗର ଘରକୁ ନେଇଥିଲେ। ସେଠାରେ ସେ ମୋର ହାତ ଗୋଡ଼ ବାନ୍ଧି ବଳାତ୍କାର କରୁଥିଲେ।
ଶେଷରେ ପୀଡ଼ିତା ଜଣକ ଗୃହବନ୍ଦୀ ରହି ବଳାତ୍କାରର ଶିକାର ହେଉଥିବା ନେଇ ଏକ ବାର୍ତ୍ତା ଟୁଇଟରରେ ପୋଷ୍ଟ କରିଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜିପି, ବ୍ରହ୍ମପୁର ଏସ୍‌ପି ଓ ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିଲା। ପରେ ବୈଦ୍ୟନାଥପୁର ଥାନା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ଏଯାବତ୍‌ ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଥିବା ପୀଡ଼ିତା ଜଣକ କହିଛନ୍ତି। ଏନେଇ ବୈଦ୍ୟନାଥପୁର ଥାନାଧିକାରୀ ରାମ କୁମାର ମୁର୍ମୁଙ୍କୁ ପଚାରିବାରୁ ପୋଲିସ କେବେ ବି ଅପରାଧୀଙ୍କୁ ଘଣ୍ଠ ଘୋଡ଼ାନ୍ତି ନାହିଁ। ଖବର ମିଳିବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅପରାଧୀକୁ ଧରିବା ପାଇଁ ତାଙ୍କ ଫୋନ ନମ୍ବର ଟ୍ରାକିଂ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri