ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ନୀରବଦ୍ରଷ୍ଟା

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଗୋଦାବରୀଶ ନଗରର ଚତୁର୍ଥ ଗଳିରେ ଥିବା ଏକ ଅର୍ଦ୍ଧନିର୍ମିତ ଘରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲା। ଦୀର୍ଘବର୍ଷ ଧରି ସମ୍ପୃକ୍ତ ମହିଳାଙ୍କୁ ବଳାକତ୍ାର କରାଯାଇଥିବା ନେଇ ସେ କାହ୍ନୁ ଚରଣ ପାଣିଗ୍ରାହୀଙ୍କ ବିରୋଧରେ ୨୦୨୨ ଫେବୃୟାରୀ ୧୭ରେ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ନଂ.୪୩/୨୨ରେ ପୋଲିସ ମାମଲା ରୁଜୁ କରିଛି। ପୋଲିସ ପୀଡ଼ିତାଙ୍କୁ ଉଦ୍ଧାର କରି ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରି ତାଙ୍କ ବୟାନ ରେକର୍ଡ କରାଯାଇଥିଲା। ପରିବାର ଲୋକେ ଗ୍ରହଣ ନ କରିବାରୁ କୋର୍ଟଙ୍କ ନିର୍ଦ୍ଦେଶରେ ସେ ଏବେ ସ୍ବଧାର ଗୃହରେ ଅଛନ୍ତି। ଘଟଣାର ପ୍ରାୟ ୧୫ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ଅନ୍ୟପଟେ ଅପରାଧୀ ଜଣକ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ବୋଲି ପୀଡ଼ିତା କହିଛନ୍ତି। କାହ୍ନୁ ମୋ ଜୀବନକୁ ଏବେ ନର୍କଠାରୁ ଅଧିକ ଖରାପ କରିଦେଲେଣି। ପୋଲିସ ଏହାକୁ ହାଲୁକା ଭାବେ ଗ୍ରହଣ କରୁଛି। କେତେବେଳେ ନିର୍ବାଚନ ଆଳ ଦେଖାଇ ବ୍ୟସ୍ତ ରହୁଥିବା ବେଳେ କେତେବେଳେ ଆଇନଶୃଙ୍ଖଳା ପରିସ୍ଥିତି ଥିବା ଦର୍ଶାଉଛି। ଏହି ନୀରବଦ୍ରଷ୍ଟା ମୋ ଜୀବନ ପାଇଁ ଅଧିକ ବିପଦ ହୋଇପଡ଼ିଛି ବୋଲି ପୀଡିତା କହିଛନ୍ତି।
ପୀଡିତା ଘଟଣା ସମ୍ପର୍କରେ ମହିଳା କମିଶନଙ୍କୁ ଜଣାଇଛନ୍ତି। ଏଣୁ ମୋତେ ସରକାର, ଆଇନଜୀବୀ, ସାମାଜିକ କର୍ମୀ ଓ ଖବରଦାତାମାନେ ନ୍ୟାୟ ପ୍ରଦାନ ପାଇଁ ସହଯୋଗର ହାତ ବଢ଼ାନ୍ତୁ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ୨୦୧୨ରେ ମୋ ବାହାଘର ହୋଇଥିଲା। ହେଲେ ଶ୍ୱଶୁର ଘର ପକ୍ଷରୁ ନିର୍ଯାତନା ଯୋଗୁ ମୁଁ ବାହାଘରର ୩ଦିନ ପରେ ବାପଘରକୁ ଚାଲି ଆସିଥିଲି। ପିଉସୀ ପୁଅ ଭାଇ କାହ୍ନୁ ୨୦୧୨ ଜୁଲାଇ ୨୦ରେ ମୋ ବାପାଙ୍କ ଘର ନିକଟକୁ ଏକ କାର ପଠାଇ ମତେ ବାଲୁଗଁା ନେଇଥିଲେ। ସେଠାରୁ ପୁରୀ ଓ ପରେ ଭୁବନେଶ୍ୱରର ଏକ ଲେଡିଜ୍‌ ହଷ୍ଟେଲରେ ରଖିଥିଲେ। ୨୦୧୨ ଅଗଷ୍ଟରେ କାହ୍ନୁ ଭୁବନେଶ୍ୱର ନୀଳାଦ୍ରିବିହାରରେ ଏକ ଘର ଭଡ଼ା ନେଇ ମୋତେ ରଖିଥିଲେ। ସେଠାରେ ସେ ଭୟଭୀତ କରି ମୋତେ ବଳପୂର୍ବକ ବଳାକତ୍ାର କରି ଆସୁଥିଲେ। ଏମିତିକି ମୋ ଗର୍ଭନଷ୍ଟ ମଧ୍ୟ କରିଥିଲେ। ଏହି ଘଟଣା ପରେ ମୁଁ ସମ୍ପୂର୍ଣ୍ଣ ରୂପେ ଭୟଭୀତ ଥିଲି। ସେହି ସମୟରେ ମୋର ମା’ଙ୍କ ମୃତ୍ୟୁ ଘଟିଥିଲା। ମୁଁ ବାପ ଘରକୁ ଯିବା ପାଇଁ କାହ୍ନୁଙ୍କୁ ଅନୁରୋଧ କରିଥିଲି। ମୋ ଜୀବନ ପ୍ରତି ବିପଦ ଥିବା କହି କାହ୍ନୁ ମୋ ବାପଘରକୁ ଛାଡି ନ ଥିଲେ। ୨୦୧୯ ନଭେମ୍ବର ୭ରେ ମୁଁ କୌଶଳକ୍ରମେ ସେହି ଘର ଛାଡ଼ି ରାଜସ୍ଥାନର ଜୟପୁର ଚାଲି ଯାଇଥିଲି ଏବଂ ସେଠାରେ ମୁଁ ଏକ ନୂଆ ଜୀବନ ଆରମ୍ଭ କରିବି ବୋଲି ସ୍ବପ୍ନ ଦେଖିଥିଲି। କିଛିମାସ ପରେ କାହ୍ନୁ ମୋ ନଁାରେ ଭୁବନେଶ୍ୱରରେ ମିଥ୍ୟା ମାମଲା ରୁଜୁ କରିଥିଲେ। ପୋଲିସ ଜୟପୁରରେ ପହଞ୍ଚତ୍ ମୋତେ ଘଟଣା ସମ୍ପର୍କରେ ପଚାରି ବୁଝିଥିଲା। ପରେ କାହ୍ନୁ ଫୋନ କରି ମୋତେ କହିଥିଲେ ଯେ ତୁ ବ୍ରହ୍ମପୁର ଆସିଯା, ମୁଁ ତତେ ଏଠାରେ କାମ କରାଇଦେବି। ତାଙ୍କ କଥାରେ ବିଶ୍ୱାସ କରି ବ୍ରହ୍ମପୁର ଆସିଥିଲି। ସେ ତାଙ୍କ ଗୋଦାବରୀଶନଗର ଘରକୁ ନେଇଥିଲେ। ସେଠାରେ ସେ ମୋର ହାତ ଗୋଡ଼ ବାନ୍ଧି ବଳାତ୍କାର କରୁଥିଲେ।
ଶେଷରେ ପୀଡ଼ିତା ଜଣକ ଗୃହବନ୍ଦୀ ରହି ବଳାତ୍କାରର ଶିକାର ହେଉଥିବା ନେଇ ଏକ ବାର୍ତ୍ତା ଟୁଇଟରରେ ପୋଷ୍ଟ କରିଥିଲେ। ଏହା ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଡିଜିପି, ବ୍ରହ୍ମପୁର ଏସ୍‌ପି ଓ ଜିଲାପାଳଙ୍କ ନିକଟରେ ପହଞ୍ଚତ୍ଥିଲା। ପରେ ବୈଦ୍ୟନାଥପୁର ଥାନା ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ହେଲେ ଏଯାବତ୍‌ ପୋଲିସ ଅପରାଧୀଙ୍କୁ ଗିରଫ କରିବା ପରିବର୍ତ୍ତେ ଘଣ୍ଟ ଘୋଡ଼ାଉଥିବା ପୀଡ଼ିତା ଜଣକ କହିଛନ୍ତି। ଏନେଇ ବୈଦ୍ୟନାଥପୁର ଥାନାଧିକାରୀ ରାମ କୁମାର ମୁର୍ମୁଙ୍କୁ ପଚାରିବାରୁ ପୋଲିସ କେବେ ବି ଅପରାଧୀଙ୍କୁ ଘଣ୍ଠ ଘୋଡ଼ାନ୍ତି ନାହିଁ। ଖବର ମିଳିବା ପରେ ପୋଲିସ ଉକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲା। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଅପରାଧୀକୁ ଧରିବା ପାଇଁ ତାଙ୍କ ଫୋନ ନମ୍ବର ଟ୍ରାକିଂ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଖୁବଶୀଘ୍ର ଅପରାଧୀକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ଖେମୁଣ୍ଡି କଲେଜ ଛାତ୍ର ସଂସଦ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୪ ପ୍ରାର୍ଥୀ , ଦ୍ବିି – ମୁଖି ପ୍ରତିଦ୍ବନ୍ଦିତା

ଦିଗପହଣ୍ଡି,୧୦|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜ ରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ ଛାତ୍ରୀ ଛାତ୍ର ଙ୍କ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

ତାରାତାରିଣୀ କଲେଜରେ ତ୍ରିମୁଖୀ ଲଢ଼େଇ: ନାମାଙ୍କନ ପ୍ରତ୍ୟାହାର କଲେ ସଭାପତି ପ୍ରାର୍ଥୀ ଅଙ୍କିତ ପ୍ରଧାନ, ମଇଦାନରେ ଅଛନ୍ତି…

ପୁରୁଷୋତ୍ତମପୁର,୧୦ା୧୦(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସରେ ରାଜନୈତିକ ଉଷ୍ଣତା ବଢ଼ିଛି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ଦିବସରେ ସଭାପତି…

ବାଇକ୍ ଧକ୍କାରେ ବୃଦ୍ଧ ଗୁରୁତରଚିକିତ୍ସା ଦାବିରେ ରାସ୍ତାରୋକ

ଚିକିଟି, ୧୦/୦୯/୨୦୨୬ (ପ୍ରକାଶ ଚନ୍ଦ୍ର ସାହୁ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ କେ. ନୂଆଗାଁ ଥାନା ଅଧୀନ ଚିକିଟି ଫାଣ୍ଡି ଅଞ୍ଚଳର ଓଳପୁର ଛକ ନିକଟରେ ଶନିବାର…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

ଶହୀଦ ଭଗତ ସିଂ କଲେଜରେ ପ୍ରଥମଥର ଛାତ୍ର ସଂସଦ ନିର୍ବାଚନ: ୮ ପଦବୀ ପାଇଁ ୧୫ ପ୍ରାର୍ଥୀ

ଗଞ୍ଜାମ, ୧୦।୧୦ (ଅନାଥ ତରାଇ): ଦୀର୍ଘବର୍ଷର ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ଗଞ୍ଜାମ ବ୍ଲକର ଖଣ୍ଡଦେଉଳିସ୍ଥିତ ଶହୀଦ ଭଗତ ସିଂ କଲେଜରେ ଆସନ୍ତା ୧୫ ତାରିଖରେ ପ୍ରଥମଥର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?