ବ୍ରହ୍ମପୁର ପୌର ନିର୍ବାଚନ ପାଇଁ ହୋଇନି ପ୍ରାର୍ଥୀ ଚୟନ

ବ୍ରହ୍ମପୁର ଅଫିସ,୩ା୩: ବ୍ରହ୍ମପୁର ମହାନଗର ନିଗମ ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ବୁଧବାର ଆରମ୍ଭ ହୋଇଛି। ଉପଜିଲାପାଳଙ୍କୁ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି। ପ୍ରଥମ ଦିନ ଜଣେ ବି ପ୍ରାର୍ଥତ୍ପତ୍ର ଦାଖଲ କରି ନ ଥିବା ଜଣାପଡ଼ିଛି। ତେବେ କର୍ପୋରେଟର ନିମନ୍ତେ ୫୮ ଏବଂ ମେୟର ପାଇଁ ୨ଟି ଫର୍ମ ବିକ୍ରି ହୋଇଛି। ଅପରପକ୍ଷରେ ବିଜେଡି, କଂଗ୍ରେସ ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଚୟନ କରାଯାଇ ନ ଥିବାରୁ ଉଭୟ ପଦ ଲାଗି ଆଶାୟୀଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ମେୟର ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଶାସକ ଦଳର ଆଶାୟୀଙ୍କ ସଂଖ୍ୟା ଲମ୍ବିଛି। କାହାକୁ ମନୋନୀତ କରାଯିବ ତାହା ସମସ୍ୟା
ସୃଷ୍ଟି କରିଛି।
ଗଞ୍ଜାମ ଜିଲାରେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ସମେତ ହିଞ୍ଜିଳିକାଟୁ ମ୍ୟୁନିସିପାଲିଟି ଏବଂ ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି ଆଦି ୧୬ ଏନ୍‌ଏସି ରହିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିଛି ଓ ଭୋଟ ଫଳାଫଳ ପ୍ରକାଶ ପାଇଛି। ଏବେ ଜିଲାର ୧୮ ସହରାଞ୍ଚଳ ରାଜନୀତି ସରଗରମ ହୋଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡିର ସୁନାମି ଦେଖି ବିରୋଧୀ ଦଳ ଛାନିଆ ହୋଇଯାଇଛନ୍ତି ଏବଂ ଉଭୟ କଂଗ୍ରେସ ଓ ଭାଜପାରୁ ପ୍ରାର୍ଥୀ ହେବାକୁ ଅଧିକାଂଶ ପଛଘୁଞ୍ଚା ହେଉଥିବା ବିଭିନ୍ନ ଖଟିରେ ଚର୍ଚ୍ଚା କରାଯାଉଛି।
ମହାନଗରରେ ୨୦୧୩ ପୌର ନିର୍ବାଚନ ବେଳେ ୪୦ ୱାର୍ଡ ଥିଲା। ମେୟର ପଦ ନିମନ୍ତେ ପରୋକ୍ଷ ଭୋଟ ହୋଇଥିଲା। ଚଳିତ ନିର୍ବାଚନରେ ଦୁଇଟି ୱାର୍ଡ ବଢ଼ି ୪୨ ହୋଇଛି। ସହରାଞ୍ଚଳ ଭୋଟରଙ୍କ ସଂଖ୍ୟା ମଧ୍ୟ ୨୦ ହଜାରରୁ ଅଧିକ ବୃଦ୍ଧି ପାଇଛି। ମେୟର ପାଇଁ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବାରୁ ସବୁ ଦଳର ମହିଳା ପ୍ରାର୍ଥୀଙ୍କ ନିମନ୍ତେ ଚ୍ୟାଲେଞ୍ଜ ହେବାର ସ୍ପଷ୍ଟ ହୋଇଛି।
ବିଜେଡି ନେତାଙ୍କ ସୂଚନାନୁସାରେ କାହାକୁ ମେୟର ପ୍ରାର୍ଥୀ କରାଯିବ ତାହା ରାଜ୍ୟ ସଂଗଠନ ବା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। କର୍ପୋରେଟର ପ୍ରାର୍ଥୀ ବିଧାୟକ ବିକ୍ରମ ପଣ୍ଡା ମନୋନୀତ କରିବେ ବୋଲି ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି। ୪୨ ୱାର୍ଡରୁ ଅର୍ଦ୍ଧେକ ମହିଳାଙ୍କ ନିମନ୍ତେ ସଂରକ୍ଷିତ ଥିବାରୁ ଅନେକ ପୂର୍ବତନ ପୁରୁଷ କର୍ପୋରେଟର ଭୋଟ ଲଢ଼େଇରୁ ବଞ୍ଚିତ ହେବେ। କେତେକ ନିଜ ସ୍ତ୍ରୀଙ୍କୁ ପ୍ରୋଜେକ୍ଟ କରୁଥିଲେ ମଧ୍ୟ ଟିକେଟ ମିଳିବାର ଗ୍ୟାରେଣ୍ଟି ନ ଥିବାରୁ ସେମାନେ ବିଦ୍ରୋହୀ ସାଜି ଦଳ ପାଇଁ ସମସ୍ୟା ସୃଷ୍ଟି କରିବାର ଆଶଙ୍କା କରାଯାଉଛି।
ବିଜେଡିର କର୍ପୋରେଟର ତାଲିକା ପ୍ରକାଶ ପରେ ଭାଜପା ପ୍ରାର୍ଥୀ ମନୋନୀତ କରାଯିବ ବୋଲି ବରିଷ୍ଠ ନେତା ତଥା ସାଧାରଣ ନିର୍ବାଚନର ଦଳୀୟ ପ୍ରାର୍ଥୀ କାହ୍ନୁ ଚରଣ ପତି ବୁଧବାର ସୂଚାଇଛନ୍ତି। ୪୨ ୱାର୍ଡ ନିମନ୍ତେ ଭାଜପାରୁ ପ୍ରାର୍ଥୀ ହେବାକୁ ଦେଢ଼ ଶହରୁ ଅଧିକ ଆବେଦନ କରିଥିବା ସେ ଦର୍ଶାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ନିମନ୍ତେ ସ୍ବତନ୍ତ୍ର ବୈଠକ ବୁଧବାର ସନ୍ଧ୍ୟାରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିବା ଜଣେ କର୍ମକର୍ତ୍ତା କହିଛନ୍ତି। ୩ ପ୍ରମୁଖ ଦଳର ମହିଳା ମେୟର ପ୍ରାର୍ଥୀ କେଉଁମାନେ ହେବେ ମହାନଗରରେ ଚର୍ଚ୍ଚା ଜୋର ଧରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍‌...

ମାର୍କଣ୍ଡିର ଦୁଃଖ ଅସମ୍ପୂର୍ଣ୍ଣ ବ୍ରିଜ୍‌

ବ୍ରହ୍ମପୁର ଅଫିସ୍‌,୩୦ା୧୦- ରଙ୍ଗେଇଲୁଣ୍ଡା ବ୍ଲକ ମାର୍କଣ୍ଡି ପଞ୍ଚାୟତର ଦୁଃଖ ପାଲଟିଛି ଅସଂପୂର୍ଣ୍ଣ ବ୍ରିଜ୍‌। ଏହି ବ୍ରିଜ୍‌ର କାମ ସମ୍ପୂର୍ଣ୍ଣ କରିବା ପାଇଁ ଜନପ୍ରତିନିଧି ଠାରୁ ପ୍ରଶାସକ...

ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ...

କାଉ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୯ ଅଭିଯୁକ୍ତ ନିର୍ଦ୍ଦୋଷ ସାବ୍ୟସ୍ତ

ବ୍ରହ୍ମପୁର ଅଫିସ,୭।୧୨: ଗଞ୍ଜାମ ଜିଲା ଅତିରିକ୍ତ ଦୌରାଜଜ୍‌ – ୧ (ଏଡିଜେ) ପ୍ରସନ୍ନ କୁମାର ପଣ୍ଡା ଶନିବାର କାଉ ଓରଫ ଧର୍ମେନ୍ଦ୍ର ଦାସ ହତ୍ୟା ମାମଲାର...

ମମିତା ହତ୍ୟା ମାମଲା: ଭାଜପା କର୍ମୀ-ପୋଲିସ ଧସ୍ତାଧସ୍ତି

ଛତ୍ରପୁର,୨୮ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରରେ ଭାଜପା ସାଙ୍ଗଠନିକ ଘୁମୁସର ଜିଲା ଯୁବମୋର୍ଚ୍ଚା ପକ୍ଷରୁ ବିଶାଳ ରାଲି କରାଯାଇଛି। ମମିତା ପରିବାରକୁ ନ୍ୟାୟ ଦାବିରେ ଗଞ୍ଜାମ ଏସ୍‌ପିଙ୍କ...

ତାରାତାରିଣୀ ମନ୍ଦିର ପ୍ରଶାସନ, ସେବାୟତଙ୍କ ଖବରଦାତା ସମ୍ମିଳନୀ: ଦକ୍ଷିଣା ଲାଗି ଖଣ୍ଡାରେ ହାଣିବା ଅଭିଯୋଗ ମିଥ୍ୟା

ପୁରୁଷୋତ୍ତମପୁର,୧୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦକ୍ଷିଣା ଲାଗି ଭକ୍ତଙ୍କୁ ସେବାୟତ ଖଣ୍ଡାରେ ହାଣି ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି...

ଡଙ୍କଲପାଡୁରେ ବସ୍‌ ଟ୍ରାଜେଡି: ଦ୍ରୌପଦୀଙ୍କୁ ସହାୟତା ପ୍ରତିଶ୍ରୁତି ଦେଲେ ଜିଲାପାଳ

ଗୋପାଳପୁର,୧୨ା୨-ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ଡଙ୍କଲପାଡୁ ରାସ୍ତାରେ ଗତ ରବିବାର ନିର୍ବନ୍ଧ ପାଇଁ ଯାଉଥିବା ଏକ ବସ୍‌ ୧୧ କେଭି ବିଦ୍ୟୁତ୍‌ ତାରରେ ଲାଗିଯିବାରୁ ୧୦...

‘ସମ୍ବିଧାନର ମୌଳିକ ନୀତିର ସୁରକ୍ଷା ପାଇଁ ପ୍ରତ୍ୟେକ ନାଗରିକ ବଦ୍ଧପରିକର ହୁଅନ୍ତୁ’

ବ୍ରହ୍ମପୁର ଅଫିସ,୨୬।୧: ଗଞ୍ଜାମ ଜିଲା ଖଲିକୋଟ କଲେଜ ଖେଳ ପଡ଼ିଆ ପରିସରରେ ଉପଖଣ୍ଡସ୍ତରୀୟ ୭୧ତମ ସାଧାରଣତନ୍ତ୍ର ଦିବସ ରବିବାର ପାଳିତ ହୋଇଯାଇଛି। ଏଥିରେ ଦକ୍ଷିଣାଞ୍ଚଳ ଆରଡିସି...

Advertisement
Archives

Model This Week