Posted inଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୨ା୭: ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌ର ଯାଞ୍ଚ କରିବ ନାହିଁ। ଏହି ପ୍ରସଙ୍ଗରେ ଯାଞ୍ଚ ପାଇଁ ସର୍ବସମ୍ମତ ସହମତି ପ୍ରକାଶ କରିବାରେ ପିଏସି ବୈଠକ ବିଫଳ ହୋଇଛି।
ପିଏସି ହେଉଛି ପାର୍ଲାମେଣ୍ଟର ଏକ ମହତ୍ତ୍ୱପୂର୍ଣ୍ଣ ପ୍ୟାନେଲ। ଏହା ଅଡିଟର ଜେନେରାଲଙ୍କ ପକ୍ଷରୁ ଉପସ୍ଥାପନ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟଗୁଡ଼ିକୁ ଯାଞ୍ଚ କରିଥାଏ। ଏହି କମିଟି ଅତୀତରେ ୨ଜି ସ୍ପେକ୍ଟ୍ରମ୍‌ ଦୁନୀତି ଭଳି ପ୍ରସଙ୍ଗ ଉଠାଇଥିଲା। ଶୁକ୍ରବାର ଅନୁଷ୍ଠିତ ବୈଠକରେ ପିଏସି ଅଧ୍ୟକ୍ଷ ତଥା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସଦସ୍ୟମାନଙ୍କୁ ଦେଶ ବିଷୟରେ ଚିନ୍ତାକରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକମତ ହେବା ପାଇଁ ଅପିଲ୍‌ କରିଥିଲେ। ତେବେ ପିଏସି ବୈଠକରେ ଉପସ୍ଥିତ ଭାଜପାର ସମସ୍ତ ସଦସ୍ୟ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପାଇଁ ଅଧୀର ଦେଇଥିବା ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ। ଭାଜପାକୁ ସବୁଠୁ ବଡ଼ ସମର୍ଥନ ମିଳିଛି ବିଜୁ ଜନତା ଦଳ (ବିଜେଡି) ନେତା ଭର୍ତ୍ତୃହରି ମହତାବଙ୍କଠାରୁ। ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ସଂଖ୍ୟାବଳ ଥିଲା। ଡିଏମ୍‌କେ ନେତା ଟି.ଆର୍‌. ବାଲୁ ବିପକ୍ଷର ପ୍ରସ୍ତାବକୁ ସମର୍ଥନ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ।
କେତେଜଣ ବିରୋଧୀ ନେତା ଦାବି କରିଛନ୍ତି ଯେ, ଭାଜପା କରୋନା ମହାମାରୀ ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ତଦନ୍ତକୁ ଏଡ଼ାଇବାକୁ ଚାହୁଁଛି। କାରଣ ଯାଞ୍ଚ କରାଗଲେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଉପରେ କଡ଼ା ନଜର ରଖାଯାଇପାରିବ। ପିଏମ୍‌ କେୟାର୍ସ ଫଣ୍ଡ୍‌ ସିଏଜିଙ୍କ ଅଧୀନରେ ମଧ୍ୟ ଆସୁନାହିଁ।
ସଂସଦୀୟ କମିଟିରେ ଭାଜପାର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପ୍ରସ୍ତାବକୁ ବିରୋଧ କରି କହିଥିଲେ, ଏହି ପାଣ୍ଠିର ଫଣ୍ଡିଂ ସଂସଦ ଦ୍ୱାରା ସ୍ବୀକୃତ ନୁହେଁ ଏବଂ ଏହି କାରଣରୁ କମିଟି ଏହି ପ୍ରସଙ୍ଗରେ ତଦନ୍ତ କରିପାରିବ ନାହିଁ। ଏହି ନିଷ୍ପତ୍ତି ଫଳରେ ପିଏସି ବିଶ୍ୱର ସବୁଠୁ ବଡ଼ ଲକ୍‌ଡାଉନ୍‌ ଓ କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକର ଯାଞ୍ଚ ଏବଂ ବିଶ୍ଳେଷଣ କରିପାରିବ ନାହିଁ। ତେବେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ଓ ଅନ୍ୟ ଭିତ୍ତିଭୂମି ଢାଞ୍ଚା ତଥା ସାମରିକ ବଳ ପାଇଁ ପୋଷାକ କିଣିବା ନେଇ ସମୀକ୍ଷା କରିବା ଉପରେ ରାଜି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ପ୍ରଚାର କରିପାରିବେନି ଏହି କଂଗ୍ରେସ ଏମପି

ନୂଆଦିଲ୍ଲୀ,୧୬।୪: କଂଗ୍ରେସର ଜଣେ ନେତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ନିର୍ବାଚନ କମିଶନର। ରାଜ୍ୟ ସଭା ଏମପି ରଣଦୀପ ସୂର୍ଯ୍ୟେୱାଲଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ବଡ଼ ଏନକାଉଣ୍ଟର, ୧୮ ମାଓବାଦୀ ମୃତ

ରାୟପୁର,୧୬।୪: ଛତିଶଗଡ଼ରେ ବଡ଼ ମାଓ ଅପରେଶନ। ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଛତିଶଗଡ଼ କାଙ୍କେର ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୧୮ ଜଣ ମାଓବାଦୀ। ଏମାନଙ୍କ...

‘କଂଗ୍ରେସ ଚାହେଁ ଭାଜପା ଜିତୁ’

ନୂଆଦିଲ୍ଲୀ,୧୬।୪: ‘ମୋତେ ଲାଗେ କଂଗ୍ରେସ ଚାହେଁ ଭାଜପା ବିଜୟୀ ହେଉ’ ଜମ୍ମୁ ଓ କଶ୍ମିରର ଡୋଡାରେ ଏକ ସାଧାରଣ ସଭାରେ ଏ କଥା କହିଛନ୍ତି ପୂର୍ବତନ...

ମଣିଷର ଶୋଇବା ଅଧିକାରକୁ କେହି ଛଡାଇ ନେଇ ପାରିବେ ନାହିଁ: ବମ୍ବେ ହାଇକୋର୍ଟ

ଶୋଇବା ଅଧିକାର ହେଉଛି ମଣିଷର ଏକ ମୌଳିକ ଆବଶ୍ୟକତା, ଏଥିରୁ ତା’କୁ କେହି ଛଡ଼ାଇ ନେଇପାରିବେ ନାହିଁ। ଏପରି କରିବା ମାନବିକ ଅଧିକାରର ଉଲ୍ଲଂଘନ ବୋଲି...

ଷ୍ଟାର ପ୍ରଚାରକଙ୍କ ନାଁ ଜାରି କଲା ଆପ୍‌, ତାଲିକାରେ କେଜରିଓ୍ବାଲଙ୍କ ନାଁ

ନୂଆଦିଲ୍ଲୀ,୧୬।୪: ଦିଲ୍ଲୀ ସରକାର ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ତିହାର ଜେଲରେ ବନ୍ଦୀ ଅଛନ୍ତି। ତେବେ ଜେଲରୁ ହିଁ ସରକାର ଚଲେଇବାକୁ କେଜରିଓ୍ବାଲ ଦାବି କରିଛନ୍ତି।...

‘ମୁଁ କେଜରିଓ୍ବାଲ, ଆତଙ୍କବାଦୀ ନୁହେଁ’ ତିହାରରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ,୧୬।୪: ଗୋଟିଏ ପଟେ ଲୋକ ସଭା ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ଅନ୍ୟପଟେ ଆମ ଆଦମୀ ପାର୍ଟି ଅବକାରୀ ଦୁର୍ନୀତିରେ ଛନ୍ଦି ହୋଇପଡିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ...

UPSC ସିଭିଲ ସିର୍ଭସ ପରୀକ୍ଷା ୨୦୨୩ ଫାଇନାଲ ରିଜଲ୍ଟ ଜାରି, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ,୧୬।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା ୨୦୨୩ ର ଫାଇନାଲ ଫଳାଫଳ ପ୍ରକାଶ ପାଇଛି। ଏହାର ୱେବସାଇଟ upsc.gov.in ରେ ଏହା ଯାଞ୍ଚ କରାଯାଇପାରିବ ।...

ସୁପ୍ରିମକୋର୍ଟରୁ ଆଜିବି ବାବା ରାମଦେବଙ୍କୁ ମିଳିଲାନି କ୍ଷମା

ନୂଆଦିଲ୍ଲୀ,୧୬।୪: ଯୋଗ ଗୁରୁ ବାବା ରାମଦେବ ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଠାରୁ ଏଲୋପାଥି (ଇଂରାଜୀ ଔଷଧ) ବିରୁଦ୍ଧରେ ବିଭ୍ରାନ୍ତିକର ବିଜ୍ଞାପନ ମାମଲାରେ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି। ପତଞ୍ଜଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri