Posted inଜାତୀୟ

ପିଏମ୍‌ କେୟାର୍ସ ଫଣ୍ଡ ଯାଞ୍ଚ ହେବ ନାହିଁ

ନୂଆଦିଲ୍ଲୀ,୧୨ା୭: ପାର୍ଲାମେଣ୍ଟର ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ପବ୍ଲିକ୍‌ ଆକାଉଣ୍ଟସ କମିଟି (ପିଏସି) କୋଭିଡ୍‌-୧୯ ପରିଚାଳନା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଓ ଏହି ସଙ୍କଟର ମୁକାବିଲା ଲାଗି ଗଠିତ ପ୍ରାଇମ୍‌ ମିନିଷ୍ଟର୍ସ ସିଟିଜେନ୍‌ ଆସିଷ୍ଟାନ୍ସ ଆଣ୍ଡ ରିଲିଫ୍‌ ଇନ୍‌ ଏମର୍ଜେନ୍ସି ସିଚୁଏଶନ୍ସ (ପିଏମ୍‌ କେୟାର୍ସ) ଫଣ୍ଡ୍‌ର ଯାଞ୍ଚ କରିବ ନାହିଁ। ଏହି ପ୍ରସଙ୍ଗରେ ଯାଞ୍ଚ ପାଇଁ ସର୍ବସମ୍ମତ ସହମତି ପ୍ରକାଶ କରିବାରେ ପିଏସି ବୈଠକ ବିଫଳ ହୋଇଛି।
ପିଏସି ହେଉଛି ପାର୍ଲାମେଣ୍ଟର ଏକ ମହତ୍ତ୍ୱପୂର୍ଣ୍ଣ ପ୍ୟାନେଲ। ଏହା ଅଡିଟର ଜେନେରାଲଙ୍କ ପକ୍ଷରୁ ଉପସ୍ଥାପନ କରାଯାଉଥିବା ଗୁରୁତ୍ୱପୂର୍ଣ୍ଣ ରିପୋର୍ଟଗୁଡ଼ିକୁ ଯାଞ୍ଚ କରିଥାଏ। ଏହି କମିଟି ଅତୀତରେ ୨ଜି ସ୍ପେକ୍ଟ୍ରମ୍‌ ଦୁନୀତି ଭଳି ପ୍ରସଙ୍ଗ ଉଠାଇଥିଲା। ଶୁକ୍ରବାର ଅନୁଷ୍ଠିତ ବୈଠକରେ ପିଏସି ଅଧ୍ୟକ୍ଷ ତଥା ଲୋକ ସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସଦସ୍ୟମାନଙ୍କୁ ଦେଶ ବିଷୟରେ ଚିନ୍ତାକରି ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଏକମତ ହେବା ପାଇଁ ଅପିଲ୍‌ କରିଥିଲେ। ତେବେ ପିଏସି ବୈଠକରେ ଉପସ୍ଥିତ ଭାଜପାର ସମସ୍ତ ସଦସ୍ୟ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପାଇଁ ଅଧୀର ଦେଇଥିବା ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ। ଭାଜପାକୁ ସବୁଠୁ ବଡ଼ ସମର୍ଥନ ମିଳିଛି ବିଜୁ ଜନତା ଦଳ (ବିଜେଡି) ନେତା ଭର୍ତ୍ତୃହରି ମହତାବଙ୍କଠାରୁ। ପ୍ରସ୍ତାବ ସପକ୍ଷରେ ବିରୋଧୀଙ୍କ ସଂଖ୍ୟାବଳ ଥିଲା। ଡିଏମ୍‌କେ ନେତା ଟି.ଆର୍‌. ବାଲୁ ବିପକ୍ଷର ପ୍ରସ୍ତାବକୁ ସମର୍ଥନ ଦେଇଥିବା ସଦସ୍ୟଙ୍କ ମଧ୍ୟରୁ ଅନ୍ୟତମ।
କେତେଜଣ ବିରୋଧୀ ନେତା ଦାବି କରିଛନ୍ତି ଯେ, ଭାଜପା କରୋନା ମହାମାରୀ ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପର ତଦନ୍ତକୁ ଏଡ଼ାଇବାକୁ ଚାହୁଁଛି। କାରଣ ଯାଞ୍ଚ କରାଗଲେ ପିଏମ୍‌ କେୟାର୍ସ ଫଣ୍ଡ୍‌ ଉପରେ କଡ଼ା ନଜର ରଖାଯାଇପାରିବ। ପିଏମ୍‌ କେୟାର୍ସ ଫଣ୍ଡ୍‌ ସିଏଜିଙ୍କ ଅଧୀନରେ ମଧ୍ୟ ଆସୁନାହିଁ।
ସଂସଦୀୟ କମିଟିରେ ଭାଜପାର ନେତୃତ୍ୱ ନେଉଥିବା ବରିଷ୍ଠ ନେତା ଭୂପେନ୍ଦ୍ର ଯାଦବ ପିଏମ୍‌ କେୟାର୍ସ ଫଣ୍ଡ୍‌ର ଯାଞ୍ଚ ପ୍ରସ୍ତାବକୁ ବିରୋଧ କରି କହିଥିଲେ, ଏହି ପାଣ୍ଠିର ଫଣ୍ଡିଂ ସଂସଦ ଦ୍ୱାରା ସ୍ବୀକୃତ ନୁହେଁ ଏବଂ ଏହି କାରଣରୁ କମିଟି ଏହି ପ୍ରସଙ୍ଗରେ ତଦନ୍ତ କରିପାରିବ ନାହିଁ। ଏହି ନିଷ୍ପତ୍ତି ଫଳରେ ପିଏସି ବିଶ୍ୱର ସବୁଠୁ ବଡ଼ ଲକ୍‌ଡାଉନ୍‌ ଓ କରୋନା ଭାଇରସ୍‌ ମୁକାବିଲା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକର ଯାଞ୍ଚ ଏବଂ ବିଶ୍ଳେଷଣ କରିପାରିବ ନାହିଁ। ତେବେ ଭାରତ-ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ନିର୍ମାଣାଧୀନ ରାସ୍ତା ଓ ଅନ୍ୟ ଭିତ୍ତିଭୂମି ଢାଞ୍ଚା ତଥା ସାମରିକ ବଳ ପାଇଁ ପୋଷାକ କିଣିବା ନେଇ ସମୀକ୍ଷା କରିବା ଉପରେ ରାଜି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

ନୂଆଁଖାଇରେ ମାଟିପାତ୍ରର ମହକ; ବଲାଙ୍ଗୀର ହାଟରେ ବିକ୍ରି ହେଲାଣି କୁରେପତ୍ର ସାଙ୍ଗକୁ ଖଲିଦନା

ବଲାଙ୍ଗୀର,୧୪ା୯(ସୁନିଲ କୁମାର ମହାନ୍ତି): ରାତି ପାହିଲେ ନୂଆଁଖାଇ । ପ୍ରକୃତି ସହ ଓତପ୍ରୋତ ଭାବେ ଜଡ଼ିତ ନୂଆଁଖାଇ । ଏହି ଦିନ ପ୍ରଥମ ଅନ୍ନ ପ୍ରସ୍ତୁତିରେ ମାଟିପାତ୍ରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?