Posted inଖେଳ

ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ ମହିଳା ଖୋ ଖୋ ଅଧିନାୟିକା ସାରିକା କାଲେ। ଦିନ ଥିଲା ପରିବାରର ଆର୍ଥିକ ସମସ୍ୟା ଯୋଗୁ ୧୦ବର୍ଷ ଧରି ତାଙ୍କୁ କେବଳ ଗୋଟେ ଓଳି ଖାଇବାକୁ ମିଳୁଥିଲା। ବର୍ତ୍ତମାନ ସେ କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଜଣେ କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏକ ଭର୍ଚୁଆଲ ଉତ୍ସବରେ ସାରିକାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ସାରିକା କହିଛନ୍ତି, ସେ ଯଦିଓ ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ତାଙ୍କର ଖୋ ଖୋ ଖେଳୁଥିବା ସମୟର ଅନୁଭୁତି ମନେ ପଡୁଛି, ଯେତେବେଳେ ତାଙ୍କୁ ୧୦ ବର୍ଷ ଧରି ଗୋଟିଏ ଓଳି ଖାଇବାକୁ ମିଳୁଥିଲା। ୨୦୧୬ରେ ଅନୁଷ୍ଠିତ ୧୨ତମ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌)ରେ ସାରିକାଙ୍କ ନେତୃତ୍ୱରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ସେ କହିଛନ୍ତି ପାରିବାରିକ ଅବସ୍ଥାକୁ ନେଇ ଖେଳ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଖେଳ ତାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି। ବର୍ତ୍ତମାନ ସେ ଓସମାନାବାଦ ଜିଲାରେ ଜଣେ କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟରତ। ୨୭ ବର୍ଷୀୟା ସାରିକା କହିଛନ୍ତି, ତାଙ୍କ ମାମୁଁ ମହାରାଷ୍ଟ୍ରର ଓସମାନାବାଦ ଜିଲାରେ ଖେଳିଥାନ୍ତି। ସେ ତାଙ୍କୁ ପ୍ରଥମେ ପଡ଼ିଆକୁ ନେଇଥିଲେ ଯେତେବେଳେ ମୋତେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା। ତା’ପରଠାରୁ ମୁଁ ଖେଳ ଜାରି ରଖିଥିଲି। ସାରିକା କହିଛନ୍ତି, ତାଙ୍କ ମା ସିଲାଇ ମେଶିନରେ କାର୍ଯ୍ୟକରି କିଛି ରୋଜଗାର କରିଥାନ୍ତି। ଶାରୀରିକ ସମସ୍ୟା ଯୋଗୁ ପିତାଙ୍କର ଆୟ ମଧ୍ୟ ସୀମିତ। ମୋଟ ଉପରେ କହିବାକୁ ଗଲେ ମୋ ଜେଜେବାପାଙ୍କ ଉପାର୍ଜନ ଉପରେ ଆମ ପରିବାର ନିର୍ଭରଶୀଳ ଥିଲା। ସେତେବେଳେ ମୋତେ ଦିନକୁ ଥରେ ମାତ୍ର ପେଟପୂରା ଖାଇବାକୁ ମିଳୁଥିଲା। ପ୍ରତିଯୋଗିତା ପାଇଁ କ୍ୟାମ୍ପରେ ଯୋଗ ଦେବାବେଳେ ମୋତେ ସ୍ପେଶାଲ ଖାଦ୍ୟ ମିଳିଥାଏ। ନାନା ସମସ୍ୟା ସତ୍ତ୍ୱେ ବିଭିନ୍ନ ଟୁର୍ନାମେଣ୍ଟରେ ଖେଳିବା ଲାଗି ତାଙ୍କ ପରିବାର କେବେ ବାରଣ କରି ନ ଥିବା ସାରିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Rule Change From 1st August: ପହିଲାରୁ ବଦଳିବ ଏହି ୫ ବଡ଼ ନିୟମ! LPG, ବ୍ୟାଙ୍କ ଠାରୁ ନେଇ ଟ୍ରେନ୍ ଟିକେଟ୍ ପର୍ଯ୍ୟନ୍ତ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ, ୨୮।୭: ଜୁଲାଇ ମାସ ଶେଷ ହେବାକୁ ଯାଉଛି, ଏବଂ ଚାରି ଦିନ ପରେ ଅର୍ଥାତ୍ ଅଗଷ୍ଟ ମାସ ଆରମ୍ଭ ହେବା ସହ ଅନେକ ବଡ଼ ପରିବର୍ତ୍ତନ…

ମହାକାଶରୁ ପାକିସ୍ତାନରେ ଦେଖାଗଲା ଭୟଙ୍କର ଦୃଶ୍ୟ! ବୈଜ୍ଞାନିକ କହିଲେ ୬ କୋଟି ବର୍ଷ ହେଲା…

ନୂଆଦିଲ୍‌ଲୀ,୨୮।୭: ପାକିସ୍ତାନରେ ଏକ ବିଶାଳ ବିଞ୍ଚଣା ଭଳି ଆକୃତି ରହିଛି, ଯାହା ମହାକାଶରୁ ମଧ୍ୟ ସ୍ପଷ୍ଟ ଦେଖାଯାଏ। ନାସାର ଟେରା ସାଟେଲାଇଟ୍ (Terra Satellite) ଏହି ଆକୃତିର…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

କୃତିମ ସୂର୍ଯ୍ୟ ତିଆରି କରୁଛି ଚାଇନା, ବିଶ୍ୱର ସବୁଠାରୁ ଶକ୍ତିଶାଳୀ ମ୍ୟାଗନେଟ୍‌ର ପରୀକ୍ଷଣ ସଫଳ

ନୂଆଦିଲ୍‌ଲୀ,୨୮।୭: ପୃଥିବୀରେ ଶକ୍ତିର ସନ୍ଧାନ ମଧ୍ୟରେ ଚୀନ୍ ଏକ ବଡ଼ ସଫଳତା ହାସଲ କରିଛି। ଚୀନ୍ ବିଶ୍ୱର ସବୁଠାରୁ ବଡ଼ ସୁପରକଣ୍ଡକ୍ଟିଂ ଫ୍ୟୁଜନ୍ ମ୍ୟାଗନେଟ୍ (Superconducting Fusion…

ଭଦ୍ରକରେ ବୁଧବାର ସମସ୍ତ ସ୍କୁଲ-ଅଙ୍ଗନବାଡ଼ି ଛୁଟି

ଭଦ୍ରକ,୨୮।୭: ପ୍ରବଳ ବର୍ଷା ଏବଂ ଖରାପ ପାଗକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆସନ୍ତାକାଲି ଅର୍ଥାତ ବୁଧବାର ଜିଲାର…

ଟ୍ରେନ ଆଗକୁ ଡେଇଁ ପଡ଼ିଲେ ମହିଳା, ଆଉ ତା’ପରେ…

ବଲାଙ୍ଗୀର,୨୮।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଖୁଜେନପାଲି କବାଟପଡ଼ା ରେଳ ଲାଇନ୍‌ ନିକଟରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ରେଳବାଇ ପୋଲିସ ଉଦ୍ଧାର କରିଛି। ମହିଳାଙ୍କ ପରିଚୟ ମିଳି…

ବିପଦ ସଂକେତ ଉପରେ ବୁଢ଼ାବଳଙ୍ଗ: ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ, ଏସ୍‌ପି

ବୈଶିଙ୍ଗା,୨୮।୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ପୋଲ ନିକଟରେ ମଙ୍ଗଳବାର ଦ୍ୱିପ୍ରହର ସୁଦ୍ଧା ଜଳସ୍ତର ବିପଦ…

ପାଲଲହଡ଼ା-ବାଉଁଶଯୋଡ଼ା ବ୍ରିଜରେ ୫ ଫୁଟ ବନ୍ୟା ପାଣି

ଭୁବନେଶ୍ୱର,୨୮।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଯୋଗୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁ ପାଲଲହଡ଼ା-ବାଉଁଶଯୋଡ଼ା ନଦୀ ବ୍ରିଜ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri