Posted inଖେଳ

ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର

ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ ମହିଳା ଖୋ ଖୋ ଅଧିନାୟିକା ସାରିକା କାଲେ। ଦିନ ଥିଲା ପରିବାରର ଆର୍ଥିକ ସମସ୍ୟା ଯୋଗୁ ୧୦ବର୍ଷ ଧରି ତାଙ୍କୁ କେବଳ ଗୋଟେ ଓଳି ଖାଇବାକୁ ମିଳୁଥିଲା। ବର୍ତ୍ତମାନ ସେ କିନ୍ତୁ ମହାରାଷ୍ଟ୍ର ସରକାରଙ୍କ ଅଧୀନରେ ଜଣେ କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏକ ଭର୍ଚୁଆଲ ଉତ୍ସବରେ ସାରିକାଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯିବ। ସାରିକା କହିଛନ୍ତି, ସେ ଯଦିଓ ଚଳିତ ବର୍ଷର ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ତାଙ୍କର ଖୋ ଖୋ ଖେଳୁଥିବା ସମୟର ଅନୁଭୁତି ମନେ ପଡୁଛି, ଯେତେବେଳେ ତାଙ୍କୁ ୧୦ ବର୍ଷ ଧରି ଗୋଟିଏ ଓଳି ଖାଇବାକୁ ମିଳୁଥିଲା। ୨୦୧୬ରେ ଅନୁଷ୍ଠିତ ୧୨ତମ ଦକ୍ଷିଣ ଏସୀୟ କ୍ରୀଡ଼ା (ସାଗ୍‌)ରେ ସାରିକାଙ୍କ ନେତୃତ୍ୱରେ ଭାରତୀୟ ଦଳ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ସେ କହିଛନ୍ତି ପାରିବାରିକ ଅବସ୍ଥାକୁ ନେଇ ଖେଳ ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ଖେଳ ତାଙ୍କ ଜୀବନଶୈଳୀକୁ ବଦଳାଇ ଦେଇଛି। ବର୍ତ୍ତମାନ ସେ ଓସମାନାବାଦ ଜିଲାରେ ଜଣେ କ୍ରୀଡ଼ା ଅଧିକାରୀ ଭାବେ କାର୍ଯ୍ୟରତ। ୨୭ ବର୍ଷୀୟା ସାରିକା କହିଛନ୍ତି, ତାଙ୍କ ମାମୁଁ ମହାରାଷ୍ଟ୍ରର ଓସମାନାବାଦ ଜିଲାରେ ଖେଳିଥାନ୍ତି। ସେ ତାଙ୍କୁ ପ୍ରଥମେ ପଡ଼ିଆକୁ ନେଇଥିଲେ ଯେତେବେଳେ ମୋତେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା। ତା’ପରଠାରୁ ମୁଁ ଖେଳ ଜାରି ରଖିଥିଲି। ସାରିକା କହିଛନ୍ତି, ତାଙ୍କ ମା ସିଲାଇ ମେଶିନରେ କାର୍ଯ୍ୟକରି କିଛି ରୋଜଗାର କରିଥାନ୍ତି। ଶାରୀରିକ ସମସ୍ୟା ଯୋଗୁ ପିତାଙ୍କର ଆୟ ମଧ୍ୟ ସୀମିତ। ମୋଟ ଉପରେ କହିବାକୁ ଗଲେ ମୋ ଜେଜେବାପାଙ୍କ ଉପାର୍ଜନ ଉପରେ ଆମ ପରିବାର ନିର୍ଭରଶୀଳ ଥିଲା। ସେତେବେଳେ ମୋତେ ଦିନକୁ ଥରେ ମାତ୍ର ପେଟପୂରା ଖାଇବାକୁ ମିଳୁଥିଲା। ପ୍ରତିଯୋଗିତା ପାଇଁ କ୍ୟାମ୍ପରେ ଯୋଗ ଦେବାବେଳେ ମୋତେ ସ୍ପେଶାଲ ଖାଦ୍ୟ ମିଳିଥାଏ। ନାନା ସମସ୍ୟା ସତ୍ତ୍ୱେ ବିଭିନ୍ନ ଟୁର୍ନାମେଣ୍ଟରେ ଖେଳିବା ଲାଗି ତାଙ୍କ ପରିବାର କେବେ ବାରଣ କରି ନ ଥିବା ସାରିକା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri