ନାଟକ ‘ବିଡ଼ମ୍ବନା’ ମଞ୍ଚସ୍ଥ

ଭୁବନେଶ୍ୱର,୯।୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଭକ୍ତର ସମ୍ମାନରକ୍ଷା ପାଇଁ ଭଗବାନ ସବୁବେଳେ ସଚେତନ। ଭକ୍ତ ରଘୁନାଥ ଜଣେ ଏକନିଷ୍ଠ ଜଗନ୍ନାଥ ଭକ୍ତ। ପିତା ଜମିଦାର କୃଷ୍ଣ ମହାପାତ୍ରଙ୍କର ଅକାଳ ବିୟୋଗ ପରେ ଜମିଦାରି ନିଲାମ ହୋଇଯାଏ। ରଘୁନାଥ ଚାଲିଯାଆନ୍ତି ଶ୍ରୀକ୍ଷେତ୍ର। ସେଠାରେ ଠାକୁରଙ୍କୁ ଡାକି ଦିନ କାଟିଦିଅନ୍ତି। ତାଙ୍କ ଶ୍ୱଶୁର ମହାଜନ ଗଙ୍ଗାଧର ଜ୍ବାଇଁଙ୍କ ଏ ଅବସ୍ଥା ଦେଖି ଝିଅର ଅନ୍ୟତ୍ର ବିବାହ ବ୍ୟବସ୍ଥା କରନ୍ତି। କିନ୍ତୁ ଜଗନ୍ନାଥଙ୍କ ଲୀଳା ଦ୍ୱାରା ବେତାଳ ରଘୁନାଥଙ୍କୁ ତାଙ୍କ ଶ୍ୱଶୁର ଘରେ ଛାଡ଼ିଦିଏ। ସ୍ବାମୀ-ସ୍ତ୍ରୀ ଦୁହେଁ ମିଶି ଶ୍ରୀକ୍ଷେତ୍ରକୁ ବାହାରନ୍ତି। ଶ୍ରୀକ୍ଷେତ୍ରରେ ଦୁଃଖକଷ୍ଟରେ ଜୀବନ କାଟନ୍ତି। ମାତ୍ର ପ୍ରଭୁ ଜଗନ୍ନାଥ ଭକ୍ତଙ୍କର ଏ ଅବସ୍ଥା ଦେଖି ଗଜପତିଙ୍କୁ ସ୍ବପ୍ନାଦେଶ ଦିଅନ୍ତି ଯେ ମୋ ଭକ୍ତ ରଘୁନାଥର ରହିବା ଖାଇବା ବ୍ୟବସ୍ଥା କର। ଗଜପତି ରଘୁନାଥଙ୍କୁ ନେଇ ମଠରେ ରଖି ତାଙ୍କର ଖାଇବା ପିଇବା ବନ୍ଦୋବସ୍ତ କରନ୍ତି। ଏହିଭଳି ବିଭିନ୍ନ ଦ୍ବନ୍ଦ୍ବ ମଧ୍ୟରେ ନାଟକ ‘ବିଡ଼ମ୍ବନା’ ରବିବାର ବିଜୁ ନାଟ୍ୟ କେନ୍ଦ୍ରଠାରେ ମଞ୍ଚସ୍ଥ ହୋଇଯାଇଛି। ନାଟକରେ ବିଭୂତି, ଚନ୍ଦ୍ର, ରାଜେନ୍ଦ୍ର, କାଳୀପ୍ରସନ୍ନ, ଜିତେନ୍ଦ୍ର, ଅନିଲ, ଅଶୋକ, ଦେବାଶିଷ, ମଳୟ, ରାଜ, ସାନୁ, ବିଧାଂଶୁ, ତୋଫାନ, ମମତା, କଳ୍ପନା, ମୋନିଦୀପା ପ୍ରମୁଖ ଅଭିନୟ କରିଛନ୍ତି। ଶତାବ୍ଦୀର କଳାକାର ପକ୍ଷରୁ ନାଟକଟି ପ୍ରଯୋଜିତ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ ଦେଇଛନ୍ତି। କଥାକାର ଡ. ଗୌରହରି ଦାସଙ୍କ ସଭାପତିତ୍ୱରେ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ପ୍ରଯୋଜକ ଓ ନିର୍ଦ୍ଦେଶକ ବିରଞ୍ଚତ୍ ନାରାୟଣ ପଣ୍ଡା, ନାଟ୍ୟକାର ବିଜୟ କୁମାର ଦାସ ଉପସ୍ଥିତ ଥିଲେ। ଧୀର ମଲ୍ଲିକ ସଭା ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋହନ ସରକାରଙ୍କ ବଡ଼ ଘୋଷଣା: ୫.୧୨ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୨।୧୦ (ରବିନାରାୟଣ ଜେନା):ଦୀର୍ଘଦିନ ଧରି ସରକାରଙ୍କୁ ଭତ୍ତା ଗଣ୍ଡିଏ ପାଇବା ପାଇଁ ଚାହିଁ ରହିଥିବା ବୃଦ୍ଧା/ବୃଦ୍ଧ ଓ ଅନ୍ୟାନ୍ୟ ବର୍ଗଙ୍କ ଅପେକ୍ଷାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

ଅଘୋଷିତ ବିଦ୍ୟୁତ୍ କାଟ: ଯନ୍ତ୍ରୀଙ୍କୁ ସ୍ମାରକପତ୍ର, ସୁଧାର ନ ଆସିଲେ ବଡ଼ ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ଭୀଷ୍ମଗିରି ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଲଗାତର ଅଘୋଷିତ ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ…

ହିଞ୍ଜିଳିରେ ହଲଚଲ! ଏହି ନେତାଙ୍କୁ ଚେତାବନୀ ଦେଲେ ନବୀନ, ‘ସବୁ ଜାଣିଛି, ଆକ୍ସନ ନେବି…’,

ଭୁବନେଶ୍ବର,୧ା୧୦: ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ବଡ଼ ବୟାନ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ ବୈଠକ ସମୟରେ ବିଶୃଙ୍ଖଳାକାରୀ ନେତାମାନଙ୍କୁ…

ବିଭିନ୍ନ ଦାବିରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବିକ୍ଷୋଭ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଜାତୀୟ ଦାବି ଦିବସ ଅବସରରେ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ୧୨ ଦଫା ଦାବି ହାସଲ ପାଇଁ…

‘ସ୍ୱଚ୍ଛତା ହିଁ ସେବା’ର ନଗ୍ନ ଚିତ୍ର: ଝାଡ଼ୁରେ ଲୋକଦେଖାଣିଆ, ରାସ୍ତାରେ ଅବହେଳା

ପୁରୁଷୋତ୍ତମପୁର,୧ା୧୦(ସବିତା ମିଶ୍ର): ‘ସ୍ୱଚ୍ଛତା ହିଁ ସେବା’ ନାଁରେ ସ୍ୱଚ୍ଛତାର ବାର୍ତ୍ତା ଦେଉଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସ୍‌ସିର ଅସଲ ଚିତ୍ର ଗୁରୁବାର ସାମ୍ନାକୁ ଆସିଛି। ପୂର୍ବରୁ ସଫାସୁତରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?