ଦର୍ଶକଙ୍କ ଭାଗୀଦାରିତା ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ

ଯେଉଁଠି ଦିନେ ନାଟକ ଶିକ୍ଷା ନେଇଥିଲେ ଆଜି ସେହି ଅନୁଷ୍ଠାନର ନିର୍ଦ୍ଦେଶକ ହୋଇଛନ୍ତି ଅଭିନେତା ଚିତ୍ତରଞ୍ଜନ ତ୍ରିପାଠୀ। ଓଡ଼ିଆ ଏବଂ ହିନ୍ଦୀ ସିନେମା ଜଗତରେ ଖୁବ୍‌ ଜଣାଶୁଣା ଚେହେରା ଚିତ୍ତରଞ୍ଜନ ଏବେ ପ୍ରଥମ ଓଡ଼ିଆ ଭାବେ ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା(ଏନ୍‌ଏସ୍‌ଡି)ର ନିର୍ଦ୍ଦେଶକ ଭାବେ ଗୁରୁଦାୟିତ୍ୱ ବହନ କରି ଓଡ଼ିଶା ପାଇଁ ଗର୍ବ ପାଲଟିଛନ୍ତି। ଭଦ୍ରକ ଜିଲା ଚାନ୍ଦବାଲି ଏନ୍‌ଏସି ଅଧୀନ ବାଲିଗାଁରେ ଜନ୍ମିତ ତ୍ରିପାଠୀ ଓଡ଼ିଆ ଚଳଚ୍ଚିତ୍ର ଧଉଳୀ ଏକ୍ସପ୍ରେସ୍‌, ମୁଖ୍ୟମନ୍ତ୍ରୀ, ନେଟ୍‌ଫ୍ଲିକ୍ସରେ ପ୍ରସାରିତ ୱେବ୍‌ସିରିଜ୍‌ ସାକ୍ରେଡ୍‌ ଗେମ୍ସ, ହିନ୍ଦୀ ଫିଲ୍ମ ତେରା ମେରା ତେଢା ମେଢ଼ା, ଇନ୍ଦୁ କି ଜୱାନୀ, ଛପକ୍‌, ଏ ମନସୁନ୍‌ ଡେଟ୍‌, ସିରିଜ୍‌ ଝୋଲାଛାପ୍‌ ଭଳି ଅନେକ ଫିଲ୍ମ, ସିରିଜ୍‌ରେ ଦମ୍‌ଦାର ଅଭିନୟ କରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନୂଆଦିଲ୍ଲୀରେ ସୂତ୍ରଧର ନାମକ ଏକ ନାଟକ ସଂସ୍ଥା ଗଠନ କରି ଦୀର୍ଘ ୨୬ବର୍ଷ ହେବ ନାଟକ ଯାତ୍ରା ଜାରି ରଖିଛନ୍ତି। ତାଙ୍କ ସହ ଏଥରର ଧରିତ୍ରୀ ଆଳାପ।

ଏନ୍‌ଏସ୍‌ଡିର ପ୍ରଥମ ଓଡ଼ିଆ ନିର୍ଦ୍ଦେଶକ। ଏହି ଗୁରୁଦାୟିତ୍ୱକୁ କିପରି ସମ୍ପାଦନ କରିବେ?
କ୍ରିଏଟିଭିଟି, କ୍ରିଏଟିଭ୍‌ ଇନ୍‌ପୁଟ୍‌ସ, ଟ୍ରେନିଙ୍ଗ, ଫିଲ୍ଡ ଏକ୍ସପେରିଏନ୍ସ, କ୍ରିଏଟିଭ୍‌ ଫ୍ରିଡମ୍‌ ଏବଂ ନୀତିନିୟମ ହିସାବରେ ସବୁ କ୍ଷେତ୍ରକୁ ନ୍ୟାୟ ଦେବାକୁ ଚେଷ୍ଟା କରିବି। ଏନ୍‌ଏସ୍‌ଡିର ଯେଉଁ ଲିଗାସି ଅଛି, ତା’ଛଡ଼ା ବର୍ତ୍ତମାନର ଟେକ୍ନୋଲୋଜିର ଡେଭଲପ୍‌ମେଣ୍ଟକୁ ନେଇ କିପରି ଦର୍ଶକଙ୍କ ପାଇଁ ନାଟକ କ୍ଷେତ୍ର ଅଧିକ ବ୍ୟାପକ ତଥା ଫଳପ୍ରଦ ହୋଇପାରିବ ତାହାକୁ ଗୁରୁତ୍ୱ ଦେବି।
ଓଡ଼ିଶା ପାଇଁ କିଛି କରିବାକୁ ଚିନ୍ତା କରିଛନ୍ତି କି?
ଏହା ନ୍ୟାଶନାଲ୍‌ ସ୍କୁଲ ଅଫ୍‌ ଡ୍ରାମା। ଏହି ଜାତୀୟ ପ୍ରତିଷ୍ଠାନଟି କୌଣସି ଏକ ରାଜ୍ୟ ପାଇଁ ନୁହେଁ, ପୂରା ଦେଶ ଲାଗି ପ୍ରତିଷ୍ଠା ହୋଇଛି। ଜଣେ ଓଡ଼ିଆ ନିର୍ଦ୍ଦେଶକ ଭାବେ ଯେ ମୁଁ ପକ୍ଷପାତିତା କରି ୫ଜଣଙ୍କୁ ନେଇ ଆସିବି ତାହା ହେବ ନାହିଁ। ହଁ ଓଡ଼ିଶାରେ ନାଟକ ଶିକ୍ଷା ପାଇଁ ୱାର୍କଶପ୍‌ ସଭଳି କିଛି କାର୍ଯ୍ୟକ୍ରମ କରାଯାଇପାରିବ। କାରଣ ଏନ୍‌ଏସ୍‌ଡି ପକ୍ଷରୁ ଆମ ରାଜ୍ୟରେ ଯେତିକି କାମ ହେବା କଥା ଅନ୍ୟ ରାଜ୍ୟ ତୁଳାନାରେ ହୋଇନାହିଁ। ମାତ୍ର ସମସ୍ତଙ୍କ ପ୍ରତି ସମାନ ମନୋଭାବ ରଖି ନିୟମ ଭିତରେ ହିଁ ମୋତେ ଏହାର ସୁପରିଚାଳନା କରିବାକୁ ପଡ଼ିବ।
ଓଡ଼ିଶାରେ ନାଟ୍ୟ ଶିକ୍ଷା ପରିସର ସମ୍ପର୍କରେ କ’ଣ କହିବେ?
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ କୁହନ୍ତୁ କି ଅନ୍ୟ ଅନୁଷ୍ଠାନଗୁଡିକ ପ୍ରଶିକ୍ଷଣ ଦେଉଛନ୍ତି। ଏକ୍ସପର୍ଟ ମଧ୍ୟ ଆସୁଛନ୍ତି। ପ୍ରକୃତ ଘଟଣା ହେଉଛି, କଳାକାରଙ୍କୁ ସାମ୍ନାକୁ ଆସିବାକୁ ସମାଜ ତରଫରୁ ଭାଗିଦାରୀର ଆବଶ୍ୟକତା ରହିଛି। ଯେ ପର୍ଯ୍ୟନ୍ତ କଳାକାରଟିଏ ସିନେମାରେ ଆସି ପରଦାରେ ଚମ୍‌କି ନାହିଁ, ସେଯାଏ ତାଙ୍କୁ ଆମେ ଅବହେଳା କରନ୍ତି। ତା’ଛଡ଼ା ଲୋକମାନେ ନାଟକ ପ୍ରତି ଉତ୍ସାହିତ ହେବା ଆବଶ୍ୟକ। ଯାହା ବି ନାଟକ ଆସୁଛି ଦେଖିବାକୁ ଯିବା ଦରକାର। କଣ୍ଟେଣ୍ଟ ଭଲ ହୋଇ ନ ଥିଲେ ମଧ୍ୟ ସୁପର୍‌ଷ୍ଟାରଙ୍କୁ ଦେଖି ଲୋକ ଆସନ୍ତି ନାଟକ ଦେଖିବାକୁ। ଆମେ ଚିରାଚରିତ ଢଙ୍ଗରେ ଖାଲି ସମାଲୋଚନା କରିଦେଉ। ସେମିତି ନୁହେଁ ଯେ, କିଛି ହେଉନି। ଲୋକେ ମରିମରି, ତିଳତିଳ ଜଳିଜଳି କାମ କରୁଛନ୍ତି, ମାତ୍ର ତାଙ୍କୁ ସେମିତି ରେସପନ୍ସ ମିଳୁନି। ତେଣୁ ଏ କ୍ଷେତ୍ରରେ ସମାଜର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦର୍ଶକଙ୍କ ସହଯୋଗ ବା ଭାଗୀଦାରିତା ହିଁ ନାଟକ କ୍ଷେତ୍ରକୁ ଉତ୍ସାହିତ କରିବ।
୨/୪ଟି ଓଡ଼ିଆ ନାଟକରେ ଦର୍ଶକ ହାଉସ୍‌ଫୁଲ୍‌ ହୋଇଛନ୍ତି। କିନ୍ତୁ ସବୁ ନାଟକ କ୍ଷେତ୍ରରେ ଏପରି କାହିଁକି ହେଉନାହିଁ?
ଭଲ ପ୍ରଶ୍ନ ଟିଏ। ଆପଣ ଯଦି ସେ ନାଟକର ପରଦା ପଛର ମଣିଷକୁ ଦେଖିବେ, ଜାଣିପାରିବ ତାହା କାହିଁକି ହାଉସ୍‌ଫୁଲ୍‌। ଗୋଟିଏ କର୍ପୋରେଟ୍‌ ସଂସ୍ଥା ନାଟକ କରୁ କିମ୍ବା ସେଲିବ୍ରିଟିଙ୍କୁ ନେଇ ନାଟକ ହେଉ, ସେ ସବୁକୁ ଲୋକେ ଦେଖିବାକୁ ନିହାତି ଆସିବେ। ସମସ୍ତେ ତ ସେଭଳି ନାଟକ କରିପାରୁ ନାହାନ୍ତି। ମାସରେ ଥରେ ବି ତ ସେଭଳି ହାଉସ୍‌ଫୁଲ୍‌ ନାଟକ ହୋଇପାରୁନି। ସେମାନଙ୍କୁ ସାଧୁବାଦ ଏଭଳି ଇନଭେଷ୍ଟ କରି ନାଟକ କରିପାରିଛନ୍ତି। ମାତ୍ର ଯେଉଁମାନେ ଅନେକ କଷ୍ଟକରି ଦୀର୍ଘବର୍ଷ ହେବ କାମ କରୁଛନ୍ତି ସେମାନଙ୍କୁ ଲୋକଙ୍କ ତରଫରୁ ସେଭଳି ଉତ୍ସାହ ମିଳିପାରୁନାହିଁ।
ଏନ୍‌ଏସ୍‌ଡିରେ ଓଡ଼ିଆ ପିଲାଙ୍କ ସଂଖ୍ୟା କମ୍‌ କାହିଁକିି?
ଯେ ଯେମିତି ପରିଶ୍ରମ କଲା, ଟ୍ୟାଲେଣ୍ଟ ଦେଖାଇଲା, ସେ ସେମିତି ସୁଯୋଗ ପାଇଲା। ଓଡ଼ିଶାରୁ ବୋଲି ଯେ ସୁଯୋଗ ପାଉନାହାନ୍ତି ସେମିତି ନୁହେଁ। ଯେହେତୁ ଏହା ଏକ ରାଷ୍ଟ୍ରୀୟ ସ୍ତରର ଅନୁଷ୍ଠାନ ସେମିତି ପ୍ରଦର୍ଶନ ମଧ୍ୟ ରଖିବା ଆବଶ୍ୟକ।
ନାଟକ ପଢ଼ିଥିବା ପିଲା ସିନେମା କ୍ଷେତ୍ରରେ କାହିଁକି ଅଧିକ ପରିଚୟ ପାଉଛନ୍ତି?
ନାଟକ ହେଉ କି ସିନେମା, ପିଲାଟିଏ ସେଠାକୁ ଯାଇ ସେହି ଅଭିନୟ ହିଁ କରୁଛି। ଯିଏ ବି ନାଟକରେ ପାଠପଢି ଯାଉଛି, ସେ ତ ଆଗ ଷ୍ଟାର୍‌ ହୋଇ ଯାଉନାହିଁ ନା। ୧୦/୧୫ବର୍ଷ ପରେ ସେ ଯେତେବେଳେ ସିନେମାକୁ ଆସୁଛନ୍ତି, ସେତେବେଳେ ଲୋକେ କୁହନ୍ତି ଆରେ ସିଏ ସିନେବାକୁ ପଳାଇ ଆସିଲେ। ମାତ୍ର ସେହି ୧୫ବର୍ଷରେ ସେ କ’ଣ କରିଛନ୍ତି, ତାହାର ହିସାବ କାହା ପାଖରେ ନ ଥିବ। କାରଣ ତାହା ନନ୍‌ ଗ୍ଲାମର୍ସ ଦୁନିଆ। ତେଣୁ ସମାଜ ଆଖିରେ ଯେ ପର୍ଯ୍ୟନ୍ତ କିଛି ହୋଇନ, ତୁମ ବିଷୟରେ କେହି କଥା ହେବେନାହିଁ। ଆଜିକାଲି ଘରେ ଘରେ ଓଟିଟି ପହଞ୍ଚତ୍ଲାଣି। ଯଦି ମୋ ପାଖରେ ଦକ୍ଷତା ଅଛି ତ ମୁଁ ଚାହିଁବି ନା ଲୋକଙ୍କ ଆଗକୁ ଆସିବାକୁ। ସେମିତି ନୁହଁ ଯେ, ନାଟକ ପଢ଼ିଥିବା କେହିଜଣେ ନାଟକ କରୁନାହାନ୍ତି। ବହୁତ ଜଣ କରୁଛନ୍ତି, ମାତ୍ର ସେମାନଙ୍କୁ ଜାଣିବାକୁ କାହା ପାଖରେ ଆଗ୍ରହ ନାହିଁ।
ପିଲାବେଳୁ ଏହି କ୍ଷେତ୍ରରେ ଆସିବାକୁ ଇଚ୍ଛା ରଖିଥିଲେ କି?
ଛୋଟବେଳୁ ନାଟକରେ ଅଭିନୟ କରିବାକୁ ଭଲ ଲାଗୁଥିଲା। ମାତ୍ର ସାହସ ନ ଥିଲା କହିବାକୁ। ମନେ ମନେ ଭାବୁଥିଲି ମୁଁ ଦିନେ ଏଇସବୁ କରନ୍ତି କି।
ପ୍ରିୟ ଖାଦ୍ୟ?
ଭାତ, ଡାଲି, ଆଳୁ ଭଜା ନ ହେଲେ ଆଳୁ ଚକଟା
ଅବସର ସମୟରେ କ’ଣ କରନ୍ତି?
ପରିବାର ପାଇଁ ସମୟ ଦିଏ।
– ସାକ୍ଷାତ୍‌: ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ସନାତନ ଧର୍ମକୁ ଅପମାନ ବିରୋଧରେ ବଲାଙ୍ଗୀରରେ ଗର୍ଜିଲା ରାଷ୍ଟ୍ରୀୟ ହିନ୍ଦୁ ପରିଷଦ: ଉଦୟନିଧି ଷ୍ଟାଲିନଙ୍କ ଗିରଫଦାରୀ ଦାବି

ବଲାଙ୍ଗୀର,୨୩।୫(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ସଂଧ୍ୟାରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା, ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ବିକ୍ଷୋଭ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri