ବିମାନକୁ ପର୍ତ୍ତୁଗାଲ ଯିବାର ଥିଲା, କିନ୍ତୁ ପହଞ୍ଚିଲା ସ୍ପେନ୍‌ରେ, ଆଉ ତା’ ପରେ…

ଡବଲିନ୍‌,୧୮ା୯: ୟୁରୋପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଏକ ବିମାନ ପର୍ତ୍ତୁଗାଲ ଯିବାକୁ ଥିଲା, କିନ୍ତୁ ଏହି ବିମାନ ସ୍ପେନରେ ପହଞ୍ଚିଥିଲା। ପରେ ବହୁ କଷ୍ଟରେ ଯାତ୍ରୀମାନଙ୍କୁ ବସ୍‌ ଯୋଗେ ସୀମା ପାର ହେବା ପରେ ପର୍ତ୍ତୁଗାଲକୁ ପଠାଯାଇଥିଲା। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏହି ପୂରା ଘଟଣାଟି ବିମାନରେ ଥିବା ଯାତ୍ରୀ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ବ୍ୟାରି ମାଷ୍ଟରସନ ନାମକ ଜଣେ ଯାତ୍ରୀ କହିଛନ୍ତି, ତାଙ୍କୁ ପର୍ତ୍ତୁଗାଲର ଫାରୋରେ ଅବତରଣ କରିବାକୁ ପଡ଼ିବ। କିନ୍ତୁ ବାସ୍ତବରେ ସେ ସ୍ପେନର ମଲାଗାରେ ପହଞ୍ଚିଥିଲେ। ଏହା ଯାତ୍ରୀଙ୍କ ଦୋଷ ନ ଥିଲା କି ସେ ହଠାତ୍‌ ଅନ୍ୟ ଏକ ବିମାନରେ ଚଢ଼ିଗଲେ। ବରଂ ଏହା ବିମାନର ଦୋଷ ଥିଲା।

ବ୍ୟାରି କହିଛନ୍ତି, ଏହି ବିମାନ ଡବଲିନରୁ ଚାଲିଯାଇଥିଲା। କିନ୍ତୁ ଆଶା କରାଯାଉଥିବା ଫାରୋରେ ଏହା ଅବତରଣ କରି ନ ଥିଲା। ଏହା ପରେ ସମସ୍ତ ୧୫୭ ଜଣ ଯାତ୍ରୀଙ୍କୁ ଏକ ବସ୍‌ରେ ପଠାଯାଇଥିଲା। ୫ ଘଣ୍ଟାର ଯାତ୍ରା ପରେ ଯାତ୍ରୀମାନଙ୍କୁ ପର୍ତ୍ତୁଗାଲକୁ ସ୍ଥାନାନ୍ତର କରାଯାଇଥିଲା। କେବଳ ଏତିକି ନୁହେଁ, ସୀମାରେ ଥିବା ଅନ୍ୟ ଏକ ବସ୍‌ରେ ବସିବା ପାଇଁ ସମସ୍ତଙ୍କୁ କୁହାଯାଇଥିଲା।

କାହିଁକି ଏପରି ବିଶୃଙ୍ଖଳା ଘଟିଲା ସେନେଇ ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଏହି ଅନୁଯାୟୀ, ଫ୍ରାନ୍ସର ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ର ଷ୍ଟ୍ରାଇକ୍‌ ଯୋଗୁ ବିମାନକୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ବାହାରେ ବୋଲି ଏୟାରଲାଇନ୍ସ କହିଛି। କୁହାଯାଉଛି, ୧୬ ସେପ୍ଟେମ୍ବରରେ ହୋଇଥିବା ଏହି ଧର୍ମଘଟ ଯୋଗୁ ଅନେକ ବିମାନକୁ ଅନ୍ୟ ସହରକୁ ପଠାଇବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖ ଖାନଙ୍କ ପାଇଁ ତରଳିଲା ପାକିସ୍ତାନୀଙ୍କ ହୃଦୟ

ଇସଲାମାବାଦ,୨୬।୧୦:ବଲିଉଡର ପ୍ରସିଦ୍ଧ ଅଭିନେତା ଶାହରୁଖ ଖାନଙ୍କ ପ୍ରଶଂସକମାନେ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଅଛନ୍ତି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ୟନ ଖାନ ଆଜିକାଲି...

ପ୍ରଥମ ପ୍ରେମିକାଙ୍କଠାରୁ ନିର୍ବନ୍ଧ ମୁଦି ଚୋରି କରି ଦ୍ୱିତୀୟ ପ୍ରେମିକାକୁ ପ୍ରପୋଜ କଲେ ଯୁବକ

ଫ୍ଲୋରିଡା: ପ୍ରେମିକାକୁ ଖୁସି କରିବା ପାଇଁ ପ୍ରେମିକମାନେ କିଛି ବି କରିପାରନ୍ତି। ଦ୍ୱିତୀୟ ପ୍ରେମିକାଙ୍କୁ ଖୁସି କରିବାକୁ ଯାଇ ପ୍ରଥମ ପ୍ରେମିକାଙ୍କୁ ଧୋକା ଦେଇଛନ୍ତି ଫ୍ଲୋରିଡ଼ାର...

ଶକ୍ତି ପ୍ରଦର୍ଶନ ସଂଖ୍ୟା ଗଣିତରେ ୨୪ ପଛୁଆ ଇମ୍ରାନ୍‌…

ଇସଲାମାବାଦ, ୩୦।୩ : ପାକିସ୍ତାନର ପ୍ରାୟ ଚାରି ବର୍ଷ ପୁରୁଣା ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସରକାରଙ୍କ ବିଦାୟ ପ୍ରାୟ ନିଶ୍ଚିତ ହୋଇଛି। ଏହା ସହିତ ଦେଶରେ...

ସୋମାଲିଆ ହୋଟେଲରେ ଆତ୍ମଘାତୀ ବିସ୍ଫୋରଣ:୨୬ ମୃତ, ୫୬ ଆହତ

ମୋଗାଡିସୁ,୧୩।୭: ସୋମାଲିଆର ଦକ୍ଷିଣରେ ଥିବା ବନ୍ଦର ସହର କିସମାୟୋରେ ଶନିବାର ଆତ୍ମଘାତୀ ବିସ୍ଫୋରଣ ଓ ଅଜ୍ଞାତ ବ୍ୟକ୍ତିଙ୍କ ଗୁଳିମାଡ଼ରେ ୨୬ ଜଣଙ୍କ ମୃତ୍ୟୁ ହେବା ସହ...

ଜାଣନ୍ତି କରୋନା ମହାମାରୀ ସମୟରେ କେତେଥର ହାତ ଧୋଇବା ଉଚିତ୍‌, ନଚେତ୍‌…

ଓ୍ବାଶିଂଟନ,୮।୫: ଭାରତରେ କରୋନାର ଦ୍ୱିତୀୟ ଲହର ଜାରି ରହିଛି। ଏହି ସମୟରେ ମୁହଁରେ ମାସ୍କ ବାନ୍ଧିବା ସହିତ ହାତ ଧୋଇବା ଅଭ୍ୟାସ ସହ ସାମାଜିକ ଦୂରତା...

୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କଲା ପାକିସ୍ତାନ ସରକାର

ଇସ୍ଲାମାବାଦ,୨୦।୧୨ : ମିଛ ପ୍ରମାଣପତ୍ର ଦେଇଥିବା ୫୦ ପାଇଲଟଙ୍କ ଲାଇସେନ୍ସ ବାତିଲ କରିଛି ପାକିସ୍ତାନ ସରକାର। ସେମାନେ କେଉଁଭଳି ଭାବେ ମିଛ ପ୍ରମାଣପତ୍ର ହାସଲ କଲେ,...

ଦକ୍ଷିଣ ଆଫ୍ରିକାରେ କରୋନାର ମାରାତ୍ମକ ଭାରିଏଣ୍ଟ, ଇଂଲଣ୍ଡ-ଇସ୍ରାଏଲ ଲଗାଇଲେ ପ୍ରତିବନ୍ଧକ, ଭାରତ ସରକାର ସଜାଗ

ଜୋହାନସର୍ଗ,୨୬ ।୧୧: ଦକ୍ଷିଣ ଆଫ୍ରିକାରେ କରୋନା ଭାଇରସ ସଂକ୍ରମଣର ସବୁଠାରୁ ମାରାତ୍ମକ ଭାରିଏଣ୍ଟ ଦେଖାଦେଇଛି । ଯାହା ସାରା ଦେଶକୁ ଚିନ୍ତାରେ ପକାଇ ଦେଇଛି ।...

ରୁଷିଆ‌କୁ ଘାରିଛି ଜୈବିକ ଅସ୍ତ୍ର ନିଶା: ପୁରାତନ ଜୀବାଶ୍ମରୁ ସଂଗ୍ରହ କରୁଛି ଭୂତାଣୁ

ମସ୍କୋ,୧୭।୨: ପୃଥିବୀରେ କରୋନା ମହାମାରୀ ଆତଙ୍କ ଥମିନି। ଏପରିସ୍ଥଳେ ରୁଷିଆର ଗବେଷକ ପୁରାତନ ଭୂତାଣୁ ବିଷୟରେ ଗବେଷଣା ଆରମ୍ଭ କରିଛନ୍ତି। ସେମାନେ ୫୦ ବର୍ଷ ପୁରାତନ...

Advertisement
Archives

Model This Week