Posted inଜାତୀୟ

୬୪ ଆଇଟିବିପି ପ୍ରାଣୀ ପରିବହନ କନଷ୍ଟେବଳଙ୍କୁ ମିଳିଲା ପ୍ରଥମ ଥର ପାଇଁ ପଦୋନ୍ନତି…

ନୂଆଦିଲ୍ଲୀ, ୧୮।୯ : ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପକ୍ଷରୁ ରବିବାର ଏହାର ୬୪ ଜଣ କନଷ୍ଟେବଳଙ୍କୁ ପଦୋନ୍ନତି ପ୍ରଦାନ କରାଯାଇଛି। ଆଇଟିବିପି ଦ୍ୱାରା ଜାରି ବିବୃତ୍ତି ଅନୁଯାୟୀ ପ୍ରାଣୀ ପରିବହନ କ୍ୟାଡରର ଏହି କନଷ୍ଟେବଳଙ୍କୁ ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ଆଧାରରେ ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (ଏସ୍‌ଆଇ) ପଦବୀକୁ ପଦୋନ୍ନତି ଦିଆଯାଇଛି। ଆଇଟିବିପି ପ୍ରାଣୀ ପରିବହନ କନଷ୍ଟେବଳଙ୍କୁ ପ୍ରଥମ ଥର ପାଇଁ ଏହି ପଦୋନ୍ନତି ମିଳିଥିବା କୁହାଯାଉଛି।

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ଫୋର୍ସ କହିଛି ଯେ ସମସ୍ତ ହେଡ କନଷ୍ଟେବଳ ବର୍ତ୍ତମାନ ଅଧିନସ୍ଥ ଅଫିସର (ଏସ୍‌ଓ) ହୋଇଯିବେ। ସେମାନେ ଆଇଟିବିପିରେ ୨୫ରୁ ୩୦ ବର୍ଷ କାର୍ଯ୍ୟ କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଚଳିତ ବର୍ଷ ଜୁଲାଇରେ ଏଏସଆଇ / ଏଟି ପଦବୀ ପାଇଁ ନିଯୁକ୍ତି ନିୟମ ନେଇ ବିଜ୍ଞପ୍ତି ଜାରି କରିଥିଲେ। ଏହି ଫାଷ୍ଟ-ଟ୍ରାକ ଅଧୀନରେ ଡିପିସିରେ ନିଶ୍ଚିତ ହୋଇଥିଲା ଯେ ପଦୋନ୍ନତି କାର୍ଯ୍ୟକାରୀ ହେବାରେ ଯେପରି କୌଣସି ବିଳମ୍ବ ନଘଟେ।
ଆଇଟିବିପି ମୁଖପାତ୍ର ବିବେକ ପାଣ୍ଡେ କହିଛନ୍ତି, ଆଇଟିବିପି ପ୍ରାଣୀ ପରିବହନ କ୍ୟାଡର ଅଧୀନରେ କନଷ୍ଟେବଳଙ୍କ ପଦୋନ୍ନତି ଦୀର୍ଘ ସମୟ ଧରି ବିଚାରାଧୀନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ଏକ୍‌ଜିଟ ପୋଲକୁ ନେଇ ବଡ଼ ଦାବି କଲା ଭାଜପା, କଂଗ୍ରେସ କହିଲା ସର୍ଭେ ଉପରେ ଭରସା ନାହିଁ

ନୂଆଦିଲ୍ଲୀ, ୧।୧୨: ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲଙ୍ଗାନା ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ସରିଛି। ବର୍ତ୍ତମାନ ଡିସେମ୍ବର ୩ରେ ଭୋଟ ଗଣନାକୁ ଅପେକ୍ଷା...

‘କେବଳ ମୁଖ୍ୟମନ୍ତ୍ରୀଙ୍କ ହସ୍ତାକ୍ଷର ପ୍ରମୋଶନ ପାଇଁ ଯଥେଷ୍ଟ ନୁହେଁ’, କର୍ନାଟକ ହାଇକୋର୍ଟ

ବେଙ୍ଗଲୁରୁ,୩୦।୧୧: କର୍ନାଟକ ହାଇକୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ହୋଇଥିବା ଟ୍ରାନ୍ସଫର ଅର୍ଡରର ବୈଧତା ନାହିଁ ଯଦି ଏହା ନିମ୍ନ କ୍ୟାଡର ଅଧିକାରୀଙ୍କୁ ଉଚ୍ଚ...

ନିର୍ବାଚନ ୫ ରାଜ୍ୟରୁ ଜବତ ହେଲା ୧,୭୬୬ କୋଟି

ନୂଆଦିଲ୍ଲୀ,୩୦ା୧୧: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ମିଜୋରାମ, ତେଲଙ୍ଗାନା ଆଦି ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହୋଇଛି। ହେଲେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ମାଗଣା...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଟନେଲରୁ ଉଦ୍ଧାର ହୋଇଥିବା ୪୦ ଶ୍ରମିକ

ରିଷିକେଶ,୩୦।୧୧: ଉତ୍ତରାଖଣ୍ଡର ସିଲକ୍ୟାରା ଟନେଲରୁ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସରେ କରାଯାଇଛି। ହସ୍ପିଟାଲ ପ୍ରଶାସନ ୪୧ଜଣ ଶ୍ରମିକଙ୍କ ମଧ୍ୟରୁ ୪୦ଜଣଙ୍କୁ କ୍ଲିୟରାନ୍ସ ଦେଇଛନ୍ତି...

ଚନ୍ଦ୍ରଶେଖର ଆଜାଦଙ୍କ ଦଳର ନେତାଙ୍କୁ ଘରେ ପଶି ଗୁଳି କଲେ ଦୁର୍ବୁତ୍ତ

କନ୍ନୌଜ,୩୦।୧୧: ଉତ୍ତର ପ୍ରଦେଶର କନ୍ନୌଜରେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଦଳ ଆଜାଦ ସମାଜ ପାର୍ଟିର ସାଧାରଣ ସମ୍ପାଦକଙ୍କୁ ଅତି ନିର୍ମମ ଭାବେ ହତ୍ୟା...

ତେଲଙ୍ଗାନା କାହାର? ବିଆରଏସ, କଂଗ୍ରେସ ନା ଭାଜପା, ଏକ୍‌ଜିଟ ପୋଲ କହୁଛି ଏଭଳି…

ହାଇଦ୍ରାବାଦ,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗୁରୁବାର ଶେଷ ହୋଇଛି। ଏହା ସହିତ ୨୦୨୪ ଲୋକ ସଭ ନିର୍ବାଚନ ପୂର୍ବରୁ ୫ଟି ରାଜ୍ୟରେ ମତଦାନ...

ସପ୍ତାହେ ହେଲା ରାଜପଥରେ ଛିଡ଼ାହୋଇ ରହିଛନ୍ତି ହାତୀପଲ

ରାଞ୍ଚି,୩୦।୧୧: ଝାଡ଼ଖଣ୍ଡର ଦ୍ୱାରସେନି ଘାଟିରେ ଏକ ହାତୀପଲ ସପ୍ତାହେ ହେଲା ଛିଡ଼ାହୋଇ ରହିଛନ୍ତି। ଫଳରେ ପାଲାମୁ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଦେଇ ଯାଇଥିବା ୯ ନମ୍ବର...

ଜ୍ଞାନବାପି ମାମଲାରେ ଏଏସ୍‌ଆଇକୁ ମିଳିଲା ଆଉ ୧୦ ଦିନ ସମୟ, ବାରାଣସୀ କୋର୍ଟର ନିଷ୍ପତ୍ତି

ବାରାଣସୀ,୩୦୧୧: ଜ୍ଞାନବାପି ମସ୍‌ଜିଦ୍‌ କମ୍ପ୍ଲେକ୍ସର ବିସ୍ତୃତ ବିଜ୍ଞାନସମ୍ମତ ସର୍ଭେ ରିପୋର୍ଟ ଦାଖଲ କରିବା ଲାଗି ବାରାଣସୀ ଜିଲା କୋର୍ଟ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri