ଲକ୍ଷ୍ନୌ,୨୭।୮: ଉତ୍ତର ପ୍ରଦେଶର କାନପୁରରେ ଏକ ବଡ଼ଧରଣର ବିମାନ ଦୁର୍ଘଟଣା ଘଟିଛି। ଗଙ୍ଗା ବ୍ୟାରେଜ ନିକଟରେ ଏକ ତାଲିମ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଉଭୟ ପାଇଲଟଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁଯାୟୀ, ଗଙ୍ଗା ବ୍ୟାରେଜ ନିକଟସ୍ଥ ନଥପୁରୱା ଗାଁରେ ଏହି ଘଟଣା ଘଟିଛି। ଯୁଗ୍ମ ଇଞ୍ଜିନ ତାଲିମ ବିମାନଟି ଏକ କ୍ଷେତରେ ଖସି ପଡ଼ିଥିଲା, ଯାହା ଫଳରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।
ଘଟଣା ପରେ ଘଟଣାସ୍ଥଳରେ ଗ୍ରାମବାସୀଙ୍କ ଏକ ବଡ଼ ଭିଡ଼ ଜମା ହୋଇଥିଲା। ରିପୋର୍ଟରୁ ଜଣାପଡିଛି ଯେ, ପାଇଲଟ ସଚିନ ଭାଟିଆ ଗୁଜରାଟର ଥିଲେ। ସହ-ପାଇଲଟ ଅଭିଷେକ କର୍ନାଟକର ଥିଲେ। ଦୁର୍ଘଟଣା ପ୍ରାୟ ୧୧.୫୦ ସମୟରେ ଘଟିଥିଲା। ବିମାନଟି ଚାରି ଆସନ ବିଶିଷ୍ଟ ଥିଲା।
Dharitri – Odisha’s No.1 Odia Daily

