ପାଇପ ଫାଟି ରାସ୍ତାରେ ଭାସୁଛି ପାଣି

ଲାଠୋର, ୨୦ା୧୦(ଡି.ଏନ.ଏ.) – ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଲାଠୋର ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ନିକଟରେ ଏକ ଜଳ ଯୋଗାଣ ପ୍ରକଳ୍ପ ରହିଛି। ଗ୍ରାମର ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ପ୍ରକଳ୍ପ ଉପରେ ନିର୍ଭର କରନ୍ତି। ହେଲେ ରକ୍ଷଣାବେକ୍ଷଣ ଅଭାବରୁ ପାଇପ ସବୁ ଫାଟି ପାଣି ମୁଖ୍ୟ ରାସ୍ତାରେ ଭାସୁଛି। ଏଥିଯୋଗୁ ପାଇପ ଭିତରକୁ ଦୂଷିତ ପାଣି ପଶୁଛି। ସେହି ପାଣିକୁ ଲୋକ ପାନୀୟ ଜଳଭାବେ ବ୍ୟବହାର କରୁଛନ୍ତି। ଦୂଷିତ ପାଣି ବ୍ୟବହାର ଯୋଗୁ ବିଭିନ୍ନ ରୋଗରେ ଲୋକେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଅପରପକ୍ଷେ ରାସ୍ତାରେ ପାଣି ଜମି ରହୁଥିବାରୁ ଯାତାୟାତରେ ବାଧା ସୃଷ୍ଟି ହେବା ସହ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ମାସ ମାସ ଧରି ପାଇପ ଫାଟି ରାସ୍ତାରେ ପାଣି ବୋହୁଥିଲେ ହେଁ ଏଥିପ୍ରତି କାହାର ନଜର ପଡୁନାହିଁ। ପଞ୍ଚାୟତ ହାତରୁ ଦାୟିତ୍ୱ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ନେବା ଦିନଠାରୁ ନାନା ସମସ୍ୟା ଉପୁଜୁ ଥିବା ଲୋକେ ଅଭିଯୋଗ କରିଛନ୍ତି। ଯେଉଁ କର୍ମଚାରୀମାନେ ଏହି ଦାୟିତ୍ୱରେ ଅଛନ୍ତି ସେମାନଙ୍କୁ ବାରମ୍ବାର ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଏଥିପ୍ରତି କର୍ଣ୍ଣପାତ କରାଯାଉ ନାହିଁ। ଏନେଇ ଖପ୍ରାଖୋଲ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ସରିତା କୁଜୁରଙ୍କୁ ପଚାରିବାରୁ ଘଟଣାସ୍ଥଳକୁ ଯାଇ ଦେଖିବା ପରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଇତିମଧ୍ୟରେ ୫ଦିନ ବିତି ଯାଇଥିଲେ ହେଁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତିରେ ଅଣଦେଖା, କମ୍ପାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଗଞ୍ଜାମ,୧୩ା୭(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚପୁର ପଞ୍ଚାୟତରେ ବିଭିନ୍ନ ସମସ୍ୟା ନେଇ ବୁଧବାର ଏକ ପ୍ରତିନିଧି ଦଳ ଗଞ୍ଜାମ ସହରରେ ରହିଥିବା ଗ୍ରାସୀମ କମ୍ପାନୀ କର୍ତ୍ତୃପକ୍ଷ...

ବ୍ରାହ୍ମଣୀ ବ୍ରହ୍ମପୁର ବାଲିଘାଟରୁ ବେଆଇନ ଉତ୍ତୋଳନ

କବାଟବନ୍ଧ,୧୬ା୫(ଡି.ଏନ.ଏ.): ଧର୍ମଶାଳା ତହସିଲ ଅନ୍ତର୍ଗତ ଜେନାପୁର ବ୍ରିଜ ନିକଟ ବ୍ରାହ୍ମଣୀ ନଦୀକୂଳ ପଠାରୁ ଅନୁମତି ନ ଥାଇ ବାଲି ଉଠାଣ ହେଉଛି। ଏନେଇ ନଦୀ ତଟବର୍ତ୍ତୀ...

୨୦ରେ ପାଟକୁରା ନିର୍ବାଚନ: ୨୪ରେ ଭୋଟଗଣତି

ଭୁବନେଶ୍ୱର,୪।୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ନିର୍ବାଚନ ଲାଗି ଗୁରୁବାର ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୦ ତାରିଖରେ ଏହି ଆସନ ଲାଗି ଭୋଟ...

ଭୁବନେଶ୍ୱରରେ ପହଞ୍ଚିଲେ ପିସିସି ପ୍ରଭାରୀ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ଓଡ଼ିଶା ଦାୟିତ୍ୱରେ ଥିବା ପିସିସି ପ୍ରଭାରୀ ଏ. ଚେଲ୍ଲାକୁମାର ମଙ୍ଗଳବାର ଭୁବନେଶ୍ୱରରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ଚେଲ୍ଲା...

ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗ: ଗୁହାରି ଶୁଣିବାକୁ ରାସ୍ତାକୁ ଓହ୍ଲାଇଲେ ଜିଲାପାଳ, ଏସ୍‌ପି

ନୂଆପଡା ଅଫିସ/କୋମନା,୧୭।୯(ଡି.ଏନ.ଏ.) ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଜିଲାବ୍ୟାପି ଅସନ୍ତୋଷ ଦୃଢୀଭୂତ ହେଉଥିବା ବେଳେ ଜିଲା ପ୍ରଶାସନ ଏହାର ଗୁରୁତ୍ୱକୁ ଉପଲବ୍ଧି କରିଛି । ନୂଆପଡ଼ା...

ତେଜୁଛି ରାଜନୈତିକ ବିବାଦ

ଭୁବନେଶ୍ୱର,୧୧ା୫(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଥମୁନାହିଁ। ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଏବଂ ଅନୁଧ୍ୟାନ...

ପରିବର୍ତ୍ତିତ ସଂକ୍ରମଣ ଉପରେ ନିର୍ଭର କରେ ତୃତୀୟ ଲହର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜ୍ୟରେ କେବଳ ସଂକ୍ରମଣ ହାର କମୁନାହିଁ, କୋଭିଡ୍‌-୧୯ ନମୁନାରେ ଭାଇରାଲ ଲୋଡ୍‌ ମଧ୍ୟ କମୁଛି। ଏ ନେଇ ସୋମବାର ଜୀବ ବିଜ୍ଞାନ ପ୍ରତିଷ୍ଠାନ...

ବଡ଼ଦିନରେ ଧଉଳିରେ ଦେଢ଼ଲକ୍ଷ ପର୍ଯ୍ୟଟକ

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.):ରବିବାର ବଡ଼ଦିନ ଅବସରରେ ଶାନ୍ତିସ୍ତୂପ ଧଉଳିରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ପର୍ଯ୍ୟଟକ ଶାନ୍ତିସ୍ତୂପ ବୁଲିବା ସହ ପାହାଡ଼ ପାଦଦେଶ ସମିତ ଚତୁପାର୍ଶ୍ୱରେ ଭୋଜି କରୁଥିବା...

Advertisement
Archives

Model This Week