ପାଇକ ସଂଗ୍ରହାଳୟ ଏବେ ଭୂତକୋଠି

ଖୋର୍ଦ୍ଧା ଅଫିସ,୬ା୮: ଗୋଟିଏ ଜାତି ତା’ର ବୀରତ୍ୱ, କଳା, ସଂସ୍କୃତି, ଭାସ୍କର୍ଯ୍ୟକୁ ନେଇ ପରିଚୟ ବହନ କରେ। ସଂସ୍କୃତି ଓ ପରମ୍ପରା ବିଲୁପ୍ତ ହେଲେ ସେହି ଜାତିର ସମୃଦ୍ଧି ନଷ୍ଟ ହେବା ସହ ଅଧଃପତନ ଘଟିଥାଏ ବୋଲି କୁହାଯାଏ। ଯେଉଁ ପାଇକ ପୁଅ ଦିନେ ଇଂରେଜଙ୍କୁ ଧୂଳି ଚଟାଇଥିଲେ ସେହି ବୀର ସନ୍ତାନଙ୍କ କୀର୍ତ୍ତି ଓ କାହାଣୀ ଆଜି କେବଳ ଇତିହାସ ପୃଷ୍ଠାରେ ରହିଯାଇଛି। ଦେଶ ସ୍ବାଧୀନ ହେବା ପରେ ଖୋର୍ଦ୍ଧା ପାଇକ ବୀରଙ୍କ ବୀରତ୍ୱ କାହାଣୀ ଓ ସ୍ମୃତିକୁ ସାଉଁଟିବା ସକାଶେ ରାଜ୍ୟ ସରକାର ଖୋର୍ଦ୍ଧାରେ ଏକ ପାଇକ ସଂଗ୍ରହାଳୟ ନିର୍ମାଣ କରିଥିଲେ। ରକ୍ଷଣାବେକ୍ଷଣ ଅଭାବରୁ ଏହି କୋଠା ଏବେ ଏକପ୍ରକାର ଭୂତକୋଠି ପାଲଟିଛି। କୋଠା ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଇଂରେଜଙ୍କ ସହିତ ଲଢେଇ କରି ପ୍ରାଣବଳି ଦେଇଥିବା ପାଇକଙ୍କ ବୀରତ୍ୱର ଗାଥା, ସେମାନଙ୍କ ତୈଳଚିତ୍ର, ସେମାନେ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର, ଖଣ୍ଡା, ବର୍ଚ୍ଛା, ଢାଲ ସମେତ ପ୍ରାଚୀନ କୀର୍ତ୍ତିରାଜି ପ୍ରଭୃତି ଏହି ସଂଗ୍ରହାଳୟରେ ସ୍ଥାନ ପାଇବ ବୋଲି ସ୍ଥିର ହୋଇଥିଲା। ଆଗାମୀ ପୀଢ଼ିିଙ୍କୁ ପାଇକ ବୀରଙ୍କ ବୀରତ୍ୱ ସମ୍ପର୍କରେ ଅବଗତ କରାଇବା ତଥା ଏହି ଜାତିର ଗୌରବକୁ ସମାଜରେ ପ୍ରତିଷ୍ଠିତ କରାଇବା ପାଇକ ସଂଗ୍ରାହଳୟର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ତେବେ ସେହି ମହତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସାକାର ହୋଇପାରିନାହିଁ।
ଖୋର୍ଦ୍ଧ ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ପରିସରରେ ସଂଗ୍ରହାଳୟ କୋଠା ରହିଛି। ୨୦୧୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସଂଗ୍ରହାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଶହୀଦ ସ୍ତମ୍ଭ ଉଦ୍‌ଘାଟନ କରିଥିଲେ। ଜିଲା ପ୍ରଶାସନ ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ସଂଗ୍ରହାଳୟ ନିର୍ମାଣ କରାଯାଇଥିଲା। ତେବେ କୌଣସି କାରଣରୁ ଏହି ସଂଗ୍ରହାଳୟ ଏପର୍ଯ୍ୟନ୍ତ ଉଦ୍‌ଘାଟନ ହୋଇପାରିନାହିଁ। କୋଠାରେ ତାଲା ଝୁଲୁଛି। ରକ୍ଷଣାବେକ୍ଷଣ ଅଭାବରୁ ଏହାର ଛାତ, କାନ୍ଥ ଫାଟଥିବାବେଳେ ଝରକା କାଚ ଭାଙ୍ଗିଗଲାଣି। ଲୁହାଫାଟକରେ କଳଙ୍କି ଧରିଲାଣି। କୋଠା ଓ ଶହୀଦ ସ୍ତମ୍ଭ ଚାରିପଟେ ଅନାବନା ଗଛଲତା ମାଡ଼ିଗଲାଣି। ଏଠାରେ ସରୀସୃପ ରହୁଥିବାବେଳେ ଫନୀ ବାତ୍ୟାରେ କୋଠା ନଷ୍ଟ ହୋଇଯାଇଛି। ଦେଶ ମାତୃକା ଲାଗି ପ୍ରାଣବଳି ଦେଇଥିବା ବୀର ପୁରୁଷଙ୍କ ନାଫଳକ ଶହୀଦ ସ୍ତମ୍ଭରେ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ତାହା ମଧ୍ୟ ଆଜିପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ।
ଐତିହ୍ୟ ଗବେଷକ ପ୍ରାଧ୍ୟାପକ ଗୋପାଳକୃଷ୍ଣ ଦାସ କହିଛନ୍ତି, ଭାରତୀୟ ମୁକ୍ତି ସଂଗ୍ରାମରେ ଖୋର୍ଦ୍ଧା ପାଇକ ବୀରଙ୍କ ଅବଦାନ ଅତୁଳନୀୟ। ପାଇକ ବିଦ୍ରୋହକୁ ସ୍ବାଧିନୋତ୍ତର ଭାରତର ପ୍ରଥମ ମୁକ୍ତି ସଂଗ୍ରାମ ମାନ୍ୟତା ମିଳିଛି। ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ପିଣ୍ଡିକି ବାହୁବଳେନ୍ଦ୍ର, ମାଧବ ଚନ୍ଦ୍ର ରାଉତରାୟ, କୃତ୍ତିିବାସ ପାଟଶାଣୀ ପ୍ରମୁଖଙ୍କ ଅବଦାନ ଚିର ସ୍ମରଣୀୟ। ଯେଉଁ ପାଇକଙ୍କ ବୀରତ୍ୱ ଆଗରେ ବିଟ୍ରିଶ ସରକାର ମଥା ନୁଆଁଇଥିଲେ, ସେହି ଲାଲମାଟିର ଗଡ଼ ଖୋର୍ଦ୍ଧା ଆଜି ଅବହେଳିତ। ସେହିପରି ନ୍ୟୁ ଥିଙ୍କିଙ୍ଗ ଫୋରମ ସଭାପତି ନରେନ୍ଦ୍ର ପୃଷ୍ଟି କହିଛନ୍ତି, ୨୦୧୯ ଡିସେମ୍ବର ୮ରେ ବରୁଣେଇ ପାହାଡ଼ ପାଦଦେଶରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପାଇକ ସ୍ମାରକୀ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସ୍ମାରକୀ ଲାଗି ଆବଶ୍ୟକ ଜମି ଜବରଦଖଲରେ ରହିଛି। ବାରମ୍ବାର ଦାବି ସତ୍ତ୍ୱେ ଜବରଦଖଲ ଉଚ୍ଛେଦ କରାଯାଇନାହିଁ। ଏପର୍ଯ୍ୟନ୍ତ ପ୍ରସ୍ତାବିତ ସ୍ଥାନରେ ଇଟା ଖଣ୍ଡେ ପଡ଼ିନାହିଁ। ସେହିପରି ବରୁଣେଇ ପାଦଦେଶରେ ରହିଥିବା ଆଉ ଏକ ଶହୀଦ ସ୍ତମ୍ଭ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ରହିଛି। ଏହାକୁ ପୁନରୁଦ୍ଧାର କରାଯାଉନାହିଁ। ଅନ୍ୟପକ୍ଷରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦିଗନ୍ତ ରାଉତରାୟ କହିଛନ୍ତି, ଏହି ସଂଗ୍ରହାଳୟର ପୁନରୁଦ୍ଧାର ଲାଗି ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?