ଟ୍ରକ୍‌ ପଛରେ ପିଟିହେଲା ଯାତ୍ରୀବାହୀ ବସ୍‌: ୧୫ରୁ ଊର୍ଦ୍ଧ୍ୱ ଆହତ

ଛେଣ୍ଡିପଦା,୧୦ା୧୧(ଡି.ଏନ୍‌.ଏ.): ଛେଣ୍ଡିପଦା-ଅନୁଗୋଳ ୬୩ ନଂ ରାଜ୍ୟ ରାଜପଥର ନିଶା ଶିଳ୍ପାଞ୍ଚଳ ଥାନାର ଜିନ୍ଦଲ ଫାଟକ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ନିଶାସ୍ଥିତ ଜିନ୍ଦଲ କମ୍ପାନୀର ମ୍ୟାଟେରିଆଲ ଗେଟ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଏକ କୋଇଲା ଟ୍ରକ ପଛରେ ଶିବଶଙ୍କର ନାମକ ଯାତ୍ରୀବାହୀ ବସ୍‌ ପିଟି ହୋଇଥିଲା। ଦେବଗଡ଼ରୁ ଏହି ବସ୍‌ଟି ମଙ୍ଗଳବାର ବିଳମ୍ବିତ ରାତିରେ ଭୁବନେଶ୍ବର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ବସ୍‌ର ହେଲପର ଗୁରୁତର ହୋଇଥିବା ବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଖବର ପାଇ ନିଶା ଶିଳ୍ପାଞ୍ଚଳ ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ସେପଟେ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ପୋଲିସ ଜବତ କରି ଘଟଣାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କୋଟିପତି ଯନ୍ତ୍ରୀ

ପୁରୀ ଅଫିସ/ନିମାପଡ଼ା, (ଡି.ଏନ.ଏ)୧୭-୯:ନିମାପଡ଼ା ଜଳସମ୍ପଦ ବିଭାଗର କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ଲକ୍ଷ୍ମୀଧର ବିଶ୍ୱାଳ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ...

ମା’ ଝାରି କୁଆଁଦେଈଙ୍କ ବାର୍ଷିକ ଯାତ୍ରା

ଛେଣ୍ଡିପଦା,୧୭।୪(ସ୍ବ.ପ୍ର): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଚାଙ୍ଗୁଡ଼ିଆ ପଞ୍ଚାୟତ ବଡ଼ବେରେଣା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଝାରି କୁଅଁାଦେଈ ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅନୁଷ୍ଠିତ ହୋଇଛି। ପୀଠ...

ଚାନ୍ଦବାଲି ଆରଆଇଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ଭଦ୍ରକ ଅଫିସ/ ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସଦର ଆରଆଇ ସୁବ୍ରତ ମଳିକଙ୍କୁ ମଙ୍ଗଳବାର ଭଦ୍ରକ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆରଆଇ ସୁବ୍ରତ...

୨ରେ ଲଘୁଚାପ, ଅଧିକ ବର୍ଷିବ ନାହିଁ

ଭୁବନେଶ୍ୱର, ୨୯।୮(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କେତେକ...

ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ, ୬।୭-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ବାରବାଟିଆ ଗ୍ରାମର ଜନାର୍ଦ୍ଦନ ଉଚ୍ଚବିଦ୍ୟାଳୟର ଦୁଇ ଶିକ୍ଷକଙ୍କ ବଦଳିକୁ ବିରୋଧ କରି ଛାତ୍ରୀଛାତ୍ର ଓ ଅଭିଭାବକମାନେ ଶୁକ୍ରବାର...

ଗଞ୍ଜାମକୁ ୨ଟି ବସ୍‌ରେ ସୁରଟରୁ ଫେରିଲେ ୧୩୫ ପ୍ରବାସୀ: ୬ଜଣଙ୍କ ସ୍ବାବ୍‌ ଟେଷ୍ଟିଂ ପାଇଁ ପଠାଗଲା ବ୍ରହ୍ମପୁର

ଛତ୍ରପୁର, ୩।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଛତ୍ରପୁର ବ୍ଲକକୁ ସୁରଟରୁ ୨ଟି ବସ୍‌ରେ ୧୩୫ ଜଣ ପ୍ରବାସୀ ଆସି ପହଞ୍ଚିଛନ୍ତି। ଛତ୍ରପୁର ବ୍ଲକ ବଡମାଧପୁରରେ ଶନିବାର ବିଳମ୍ବିତ...

ଷ୍ଟାଡିୟମ୍‌ରୁ ଭୟଙ୍କର ସଂକ୍ରମଣ ଆଶଙ୍କା

ଭୁବନେଶ୍ୱର, ୩।୪(ବ୍ୟୁରୋ): ଛତିଶଗଡ଼ର ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରୁ ସାରା ଦେଶକୁ ବ୍ୟାପିଗଲା ସଂକ୍ରମଣ, ଯାହା ଏବେ ଭୟଙ୍କର ରୂପ ନେଇଛି। ସେହିଠାରୁ...

ପ୍ରଧାନଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ, ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ଝାରସୁଗୁଡ଼ା ଅଫିସ/ଲଖନପୁର,୧।୧୧(ଡି.ଏନ୍‌.ଏ.): ଝାରସୁଗୁଡ଼ା ଜିଲା ବାଲିଯୋରୀ ଉଚ୍ଚ ପ୍ରାଥମିକ ଉନ୍ନିତ ସ୍କୁଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍କୁଲ ପ୍ରଧାନଶିକ୍ଷକଙ୍କ ମାଡ଼ରେ ଜଣେ ୫ମ...

Advertisement
Archives

Model This Week