ଯନ୍ତ୍ରଣା ଲାଗି ରହିବ

ଗତ ମାସରେ ଜାତିସଂଘ ସାଧାରଣ ସଭାରେ ବ୍ରିଟେନ୍‌, କାନାଡା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଏବଂ ପର୍ତ୍ତୁଗାଲ ସମେତ ୧୫୦ରୁ ଅଧିକ ଦେଶ ପାଲେଷ୍ଟାଇନ୍‌କୁ ଏକ ଦେଶ ଭାବେ ସ୍ବୀକୃତି ଦେଇଥିଲେ। ଏହି ପଦକ୍ଷେପ ସହିତ ୭ ଅକ୍ଟୋବର ୨୦୨୩ରେ ହମାସ୍‌ ଆକ୍ରମଣ ପରେ ଗାଜାରେ ଇସ୍ରାଏଲର ଆକ୍ରମଣାତ୍ମକ କାର୍ଯ୍ୟକାଳପକୁ ନେଇ ବିଶ୍ୱର ନେତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, ଯାହା ଯୁକ୍ତିଯୁକ୍ତ ମନେହୁଏ। ଇସ୍ରାଏଲ ସରକାର ବିଶେଷକରି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଅନ୍ତର୍ଜାତୀୟ ମାନବୀୟ ଆଇନକୁ ଉଲ୍ଲଂଘନ କରିଛି। କିନ୍ତୁ ପାଲେଷ୍ଟାଇନ୍‌ର ସାର୍ବଭୌମତ୍ୱ ପାଇଁ ସାଙ୍କେତିକ ସମର୍ଥନ ଇସ୍ରାଏଲକୁ ଉତ୍ତରଦାୟୀ କରାଇବା ପାଇଁ ଯଥେଷ୍ଟ ହେବ ନାହିଁ। ସେହିଭଳି ଅନ୍ତର୍ଜାତୀୟ ନିୟମକୁ ଇସ୍ରାଏଲର ଖୋଲାଖୋଲି ଉଲ୍ଲଂଘନ କରି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଇସ୍ରାଏଲ କରିଥିବା କ୍ଷତିକୁ ବିଶ୍ୱର ବିଭିନ୍ନ ଦେଶର ସରକାର ଭରଣା କରିବା ଦରକାର। ଯଦି ଏହା କରିବାରେ ବିଫଳ ହୁଅନ୍ତି, ତେବେ ଭବିଷ୍ୟତରେ ଯୁଦ୍ଧ ପାଇଁ ଏହା ଏକ ବିପଜ୍ଜନକ ଦୃଷ୍ଟାନ୍ତ ହୋଇ ରହିଯିବ।
ଦୁଇ ବର୍ଷରୁ ଅଧିକ ସମୟ ହେଲା ଇସ୍ରାଏଲ୍‌ ଗାଜାରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଆକ୍ରମଣ କରିଛି ଏବଂ ଓ୍ବେଷ୍ଟ ବ୍ୟାଙ୍କରେ କିଛି ମାତ୍ରାରେ ଏହା ଘଟିଛି। ଜଣେ ଜରୁରିକାଳୀନ ମେଡିସିନ ଡାକ୍ତର ତଥା ବିଶ୍ୱ ସ୍ବାସ୍ଥ୍ୟ ଗବେଷକ ଭାବେ ମୁଁ ଏହି ସ୍ଥିତିକୁ ଅତି ନିକଟରୁ ଅନୁଧ୍ୟାନ କରିଛି। ୭ ଅକ୍ଟୋବର ୨୦୨୩ରୁ ୩୦ ଜୁନ୍‌ ୨୦୨୪ ମଧ୍ୟରେ ମୋ ସହ-ଗବେଷକ ଏବଂ ମୁଁ ଗାଜାରେ ସ୍ବାସ୍ଥ୍ୟସେବା ଉପରେ ହୋଇଥିବା ୮୦୦ରୁ ଅଧିକ ଆକ୍ରମଣ ଏବଂ ଆକ୍ରମଣସ୍ଥଳ ନିକଟବର୍ତ୍ତୀ ହସ୍ପିଟାଲଗୁଡ଼ିକ ଉପରେ ଅନୁଧ୍ୟାନ କରିଥିଲୁ। ଗାଜାରେ ହୋଇଥିବା ମୋଟ ଆକ୍ରମଣର ୫୦.୪%ରେ ଚିକିତ୍ସା ଭିତ୍ତିଭୂମି କ୍ଷତି ହୋଇଥିବାବେଳେ ୪୯.୬% ଆକ୍ରମଣରେ ସ୍ବାସ୍ଥ୍ୟସେବା କର୍ମଚାରୀଙ୍କ କ୍ଷତି ଘଟିଛି। ଇସ୍ରାଏଲ୍‌ର ଅନେକ ଆକ୍ରମଣ ଗାଜାର ତିନୋଟି ବୃହତ୍‌ ହସ୍ପିଟାଲ ଯଥା ଖାନ୍‌ ୟୁନିସର ନାସର ହସ୍ପିଟାଲ, ଗାଜା ସିଟିରେ ଅଲ୍‌-ସିଫା ହସ୍ପିଟାଲ ଏବଂ ଜବାଲିଆରେ ଅଲ୍‌-ଓ୍ବଦା ହସ୍ପିଟାଲ ଚାରିପାଖରେ କେନ୍ଦ୍ରିତ ଥିଲା। ଅଗଷ୍ଟରେ ନାସର ହସ୍ପିଟାଲରେ ହୋଇଥିବା ଆକ୍ରମଣର ବହୁଳ ପ୍ରସାରିତ ଭିଡିଓ ହେଉଛି ଏହାର ଜ୍ୱଳନ୍ତ ପ୍ରମାଣ। ପ୍ରଥମ ପରେ ଦ୍ୱିତୀୟଥର ଆକ୍ରମଣରେ ଯେଉଁମାନଙ୍କର ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ ଥିଲେ ଅନେକ ସାମ୍ବାଦିକ ଏବଂ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ, ଯାହାକୁ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଏକ ‘ଦୁଃଖଦ ଦୁର୍ଘଟଣା’ ବୋଲି କହିଛନ୍ତି।
ଯୁଦ୍ଧର ପରିଣାମ ଅତ୍ୟନ୍ତ ବିଧ୍ୱଂସକ ହୋଇଛି। ଗାଜାରେ ଥିବା ହସ୍ପିଟାଲଗୁଡ଼ିକ ମଧ୍ୟରୁ ଅଧାରୁ ସାମାନ୍ୟ ଅଧିକ ଆଂଶିକ କାମ କରୁଛି। ଏଯାବତ୍‌ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଉପରେ ଇସ୍ରାଏଲ୍‌ର ଆକ୍ରମଣ ଯୋଗୁ ୨୦୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ଘଟିଛି କିମ୍ବା ଆହତ ହୋଇଛନ୍ତି। ଏହା ବ୍ୟତୀତ ଇସ୍ରାଏଲ୍‌ ସେନା ଅନ୍ୟାୟ ଭାବେ ଅଟକ ରଖିଥିବା ଅତିକମ୍‌ରେ ୪୦୫ ପାଲେଷ୍ଟିନୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ନିର୍ଯାତନା ଦିଆଯାଇଥିବା ଜଣାପଡ଼ିଛି। ଯୁଦ୍ଧ ବିରତି ହେଲେ ମଧ୍ୟ ତଥାପି ଗାଜାର ସ୍ବାସ୍ଥ୍ୟସେବା ବ୍ୟବସ୍ଥାର ପୁନର୍ଗଠନ ପାଇଁ ଅନେକ ଦଶନ୍ଧି ଲାଗିଯିବ। ଜଣେ ଡାକ୍ତର ଭାବେ ମୁଁ ଜାଣେ ଯେ, ନିର୍ଯାତନାର କୌଣସି ସ୍ତର ନାହିଁ। ହସ୍ପିଟାଲ ଓ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନେଉଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କ ସୁରକ୍ଷା ପାଇଁ ସ୍ପଷ୍ଟ ଭାବେ ଅନ୍ତର୍ଜାତୀୟ ଆଇନ ରହିଛି। ତେବେ ସେମାନଙ୍କ ମୃତ୍ୟୁ ଆକ୍ରମଣ ଯୋଗୁ ଘଟିନାହିଁ ବୋଲି କହିବା ଆମ ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଅନ୍ତର୍ଜାତୀୟ ନିୟମ ଅନୁଯାୟୀ, ଶତ୍ରୁର କ୍ଷତି କରିବା ଭଳି ସେନା କାର୍ଯ୍ୟକଳାପ ପାଇଁ ଯଦି ହସ୍ପିଟାଲକୁ ବ୍ୟବହାର କରାଯାଏ, ତେବେ ହସ୍ପିଟାଲ ତାହାର ସୁରକ୍ଷିତ ସ୍ଥିତିକୁ ହରାଇଥାଏ। ମେଡିକାଲ ସଂସ୍ଥାଗୁଡ଼ିକ ଉପରେ ଆକ୍ରମଣକୁ ଯୁକ୍ତିଯୁକ୍ତ ଦର୍ଶାଇବା ପାଇଁ ଇସ୍ରାଏଲ ଏହି ଯୁକ୍ତି ଉପରେ ବିଶ୍ୱାସ କରି ଦାବି କରିଛି ଯେ, ସେଗୁଡ଼ିକ ହମାସ୍‌ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଛି। କିନ୍ତୁ ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଳୟ (ଆଇସିସି)ର ପୂର୍ବତନ ପ୍ରୋସିକ୍ୟୁଟର ପାଲେଷ୍ଟାଇନ କ୍ଷତିର ତଦନ୍ତ ସମୀକ୍ଷା କରୁଥିବା ଆଣ୍ଡ୍ର୍ୟୁ କେଲେଙ୍କ ମତରେ ଏହିସବୁ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଇସ୍ରାଏଲ୍‌ ତା’ ଦାବିକୁ ସିଦ୍ଧ କରିବା ପାଇଁ ପ୍ରମାଣକୁ ସ୍ବାଧୀନ ଭାବେ ଯାଞ୍ଚ ନ କରି ହସ୍ପିିଟାଲକୁ ମାଟିରେ ମିିଶାଇଦେବା ଏବଂ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ତା’ ଅଧିକାର ବାହାରେ।
ବିଶ୍ୱର ନେତାମାନେ ଅନ୍ତର୍ଜାତୀୟ ମାନବୀୟ ଆଇନ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ନିଶ୍ଚିତ କରିବା ଦରକାର। ୨୦୨୪ରେ ଆଇସିସି ୭ ଅକ୍ଟୋବର ଆକ୍ରମଣ ଓ ତା’ ପରବର୍ତ୍ତୀ ଗାଜାରେ ଯୁଦ୍ଧ ଅପରାଧର ତଦନ୍ତ ପରେ ହମାସ୍‌ ଓ ଇସ୍ରାଏଲ୍‌ ନେତାମାନଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି କରିଥିଲା। ଜାତିସଂଘ ସୁରକ୍ଷା ପରିଷଦ ଗାଜାର ସ୍ବାସ୍ଥ୍ୟସେବା ଉପରେ ଇସ୍ରାଏଲ୍‌ ଆକ୍ରମଣ ଉପରେ ତଦନ୍ତ ଓ ବିଚାର ପାଇଁ ଆଇସିସିକୁ ସୁପାରିସ କରିଥିଲା। ସୁରକ୍ଷା ପରିଷଦର ଏହି ସୁପାରିସ୍‌କ୍ରମେ ଆଇସିସିର ଅଣ-ସଦସ୍ୟ ଦେଶ ଭାବେ ଇସ୍ରାଏଲ୍‌ର ତଦନ୍ତ ଓ ବିଚାର ପାଇଁ କୋର୍ଟର ନ୍ୟାୟିକ କ୍ଷେତ୍ର ରହିଛି, ଯାହା ୨୦୧୧ରେ ଡାର୍‌ଫୁର ଓ ଲିବ୍ୟା କ୍ଷେତ୍ରରେ ଘଟିଥିଲା। ହେଲେ ଏହି ବାଟରେ ବାଧା ଉପୁଜିଛି। କାରଣ ଇସ୍ରାଏଲ୍‌କୁ ନେଇ ଆଇସିସି କରିଥିବା ସୁପାରିସ ଉପରେ ଆମେରିକା ଭିଟୋ ପ୍ରୟୋଗ କରିବାର ସମ୍ଭାବନା ରହିଛି। ଏହା ବ୍ୟତୀତ ବିଶ୍ୱସ୍ତରରେ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣଗୁଡ଼ିକୁ ନିନ୍ଦା କରି ଏକ ପ୍ରସ୍ତାବ ଅଣାଗଲେ ତାହା ରାଜନୈତିକ ଗତିରୋଧକୁ ହଟାଇପାରିବ ଏବଂ ଅନ୍ତର୍ଜାତୀୟ ଆଇନକୁ ନିଶ୍ଚିତ କରିବା ଲାଗି ଏକ ଲମ୍ବା ପଥ ପ୍ରସ୍ତୁତ କରିପାରିବ। ୨୦୧୬ରେ ଏହି ସମସ୍ୟାର ସମାଧାନ ପାଇଁ ସୁରକ୍ଷା ପରିଷଦରେ ଶେଷ ପ୍ରସ୍ତାବ ପାସ୍‌ ହୋଇଥିଲା। ତା’ପରଠାରୁ ମିଲିଟାରି ଟେକ୍‌ନୋଲୋଜିରେ ବିକାଶ ଘଟିଛି ଏବଂ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣ ତୀବ୍ର ହୋଇଛି, ଯାହା ନିକଟରେ ୟୁକ୍ରେନ୍‌, ସୁଦାନ ଏବଂ ସିରିଆରେ ଘଟିଛି। ନାଗରିକଙ୍କ ମୃତ୍ୟୁକୁ ସକ୍ରିୟ ଭାବେ ସନ୍ଧାନ କରି ତାହାକୁ ଇନ୍‌ସିକ୍ୟୁରିଟି ଇନ୍‌ସାଇଟ ଓ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଦ୍ୱାରା ଯାଞ୍ଚ କରାଯାଉଛି। ଆମ ସମକ୍ଷ ଅନ୍ୟ ଗବେଷକଙ୍କ ଗବେଷଣା, ସାଟେଲାଇଟ ଛବିର ବିଶ୍ଳେଷଣ ଏବଂ ଯୁଦ୍ଧ ସମୟରେ କାର୍ଯ୍ୟରତ ଡାକ୍ତରମାନଙ୍କ ସାକ୍ଷ୍ୟ ଏବକାର ଯୁଦ୍ଧ ପ୍ରପୀଡ଼ିତ ଅଞ୍ଚଳର ବାସ୍ତବତାକୁ ପ୍ରତିପାଦିତ କରୁଥିବା ଏକ ପ୍ରସ୍ତାବ ପାଇଁ ଅତ୍ୟନ୍ତ ଆବଶ୍ୟକ।
ପ୍ରମାଣକୁ ସ୍ବୀକାର କରାଯିବା ଦରକାର ଏବଂ ଏହାକୁ ଭୁଲ୍‌ ପ୍ରମାଣିତ କରାଯାଇ ନପାରେ। ଗାଜା ଏବଂ ଏହା ବାହାରେ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଗୁଳି କରାଯାଇଛି। ନିରପେକ୍ଷ ଚିକିତ୍ସା ସେବା ଯୋଗାଇ ଦେବା ଯେଭଳି ଡାକ୍ତରଙ୍କ ନୈତିକ ଦାୟିତ୍ୱ, ସେହିଭଳି ଯୁଦ୍ଧର ନିୟମଗୁଡ଼ିକୁ ପାଳନ କରିବା ବିଶ୍ୱ ନେତାଗଣଙ୍କ ଦାୟିତ୍ୱ। ବିଶ୍ୱରେ ଯୁଦ୍ଧରେ ସ୍ବାସ୍ଥ୍ୟସେବା ଉପରେ ଆକ୍ରମଣ କରାଯାଉଥିବାରୁ ବନ୍ଧୁକ ନୀରବିଗଲା ପରେ ମଧ୍ୟ ଯନ୍ତ୍ରଣା ଦୀର୍ଘଦିନ ଧରି ଲାଗି ରହିବ।

ତୁଷାରା ସୁରପାନେନି

ଏମର୍ଜେନ୍ସି ମେଡିସିନ୍‌ ଫିଜିକ୍ସିଆନ ଆଣ୍ଡ୍‌ ଇନ୍‌ଷ୍ଟ୍ରକ୍ଟର,
ୟେଲ୍‌ ସ୍କୁଲ ଅଫ୍‌ ମେଡିସିନ, ଆମେରିକା

 

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୀତିର ଠିକାଦାର

ସନ୍ଧ୍ୟାରେ ଜଣେ ଯୁବତୀ ଓ ଯୁବକ ରାସ୍ତାକଡ଼ରେ ଠିଆ ହୋଇ କଥା ହେଉଥିଲେ। ହଠାତ୍‌ କିଛି ଲୋକ ସେମାନଙ୍କୁ ଘେରିଗଲେ। ପ୍ରଶ୍ନ ଆରମ୍ଭ- କିଏ ତୁମେ? ଏଠାରେ…

ବିଜ୍ଞାନର ଆଧ୍ୟାତ୍ମିକତା

ଅନେକ ଶତାବ୍ଦୀ ଧରି ମାନବ ସଭ୍ୟତା ବିଜ୍ଞାନ ଏବଂ ଆଧ୍ୟାତ୍ମିକତାକୁ ଦୁଇଟି ପରସ୍ପର ବିରୋଧୀ ମାର୍ଗ ଭାବରେ ଦେଖିଆସିଛି। ଗୋଟିଏ ପଟେ ବିଜ୍ଞାନ, ଯାହା ପ୍ରମାଣ, ପରୀକ୍ଷା,…

ବୈଦିକ ଭୂମିରେ ହିନ୍ଦୁଧର୍ମ

ସିନ୍ଧୁ ନଦୀର ଶାଖାନଦୀଗୁଡ଼ିକ ଦ୍ୱାରା ପ୍ଳାବିତ ପଞ୍ଜାବ ମୂଳ ବୈଦିକ ଭୂମି ଥିଲା। ହେଲେ ଏବେ ଯମୁନା-ଗଙ୍ଗା ଧୋୟାଞ୍ଚଳ ସହିତ ବେଦକୁ ଅଧିକ ଜଡ଼ିତ କରାଯାଉଥିବାବେଳେ ଅନ୍ୟପକ୍ଷରେ…

ବ୍ୟକ୍ତିନୀତି-ଗଣନୀତି-ଦୈବୀନୀତି

ପ୍ରାକ୍‌ ସ୍ବାଧୀନତା କାଳରେ ରାଜନୀତିର ସଂଜ୍ଞା ଓ ସ୍ବରୂପ ନିରୂପଣ କରିବା ଆଦୌ କଠିନ ନ ଥିଲା, ବରଂ ଅତ୍ୟନ୍ତ ସହଜ ସାଧ୍ୟ ଥିଲା। ମାତ୍ର ସ୍ବାଧୀନତା…

ମାନବଜାତିର ଭବିଷ୍ୟତ ପାଇଁ ଶିକ୍ଷାର ଭୂମିକା

ଶିକ୍ଷା ହେଉଛି ମାନବ ସଭ୍ୟତାର ଅତୀତ ଓ ଭବିଷ୍ୟତକୁ ଯୋଡ଼ିଥିବା ସବୁଠାରୁ ଦୃଢ଼ ସେତୁ। ପ୍ରାଚୀନ କାଳରେ ଯେତେବେଳେ ଶ୍ରେଣୀକକ୍ଷର କୌଣସି ନିର୍ଦ୍ଦିଷ୍ଟ କାନ୍ଥ ନ ଥିଲା,…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?