କାମ କରୁନି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ

କେନ୍ଦୁଝର, ୧୧।୩ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସିଥିବା ଅକ୍ସିଜେନ ଜେନେରେଟର କାମରେ ଲାଗୁନି। ଏହା କାର୍ଯ୍ୟକ୍ଷମ ହେବା ଦିନ ଠାରୁ ଅକ୍ସିଜେନ ଲିକ ହେଉଥିବାରୁ ବ୍ୟବହାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ରୋଗୀ ମାନେ ସେବା ପାଇବାରୁ ବଞ୍ଚିତ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ବସି ବସି ଦରମା ନେଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଅଯଥା ଖର୍ଚ୍ଚ ହେଉଛି।
ପ୍ରକାଶ ଯେ, ଜିଲା ମୁଖ୍ୟ ଡାକ୍ତରଖାନାର ସେଣ୍ଟେନାରୀ ବିଲଡିଙ୍ଗ (ମୁଖ୍ୟ କୋଠା)କୁ ଅନବରତ ଅକ୍ସିଜେନ ଯୋଗାଣ ପାଇଁ ୯୬୦ ଲିଟର ପ୍ରତି ମିନିଟ କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ ଗତ ୬ ମାସ ହେଲା ଅକ୍ଟୋବର ମାସରେ ସ୍ଥାପନ କରାଯାଇଥିଲା। ଏହାକୁ ଏକ କମ୍ପାନୀ ସ୍ଥାପନ କରିଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ଆଉଟ୍‌ସୋର୍ସିଂରୁ ଟେକ୍ନିକାଲ କର୍ମଚାରୀ ନିଯୁକ୍ତି କରାଯାଇଛି। ଏସବୁ ବାବଦକୁ ଅର୍ଥ ସିଏସ୍‌ଆର ପାଣ୍ଠିରୁ ଦିଆଯାଉଛି। ତେବେ ତ୍ରୁଟିପୂର୍ଣ୍ଣ ପ୍ଲାଣ୍ଟ ଯୋଗୁ
ଏହା ଠିକ ଭାବେ କାମ କରୁନାହିଁ। ଫଳରେ ଅକ୍ସିଜେନ ଲିକ ହେଉଥିବାରୁ ଏହାକୁ ବ୍ୟବହାର କରାଯାଇପାରୁ ନାହିଁ। ଏଣୁ ଆପାତ୍ତକାଳୀନ ଅକ୍ସିଜେନର ଆବଶ୍ୟକତା ହେଲେ ପୂର୍ବଭଳି କାମ ଚଳା ଅକ୍ସିଜେନ ଯୋଗାଣ କରାଯାଉଛି ବୋଲି ମତପ୍ରକାଶ ପାଉଛି। ଅନେକ ସମୟରେ ଅକ୍ସିଜେନ ପାଇଁ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି। ଏହି ଅକ୍ସିଜେନ ଅନବରତ ଭାବେ ମୁଖ୍ୟ ଡାକ୍ତରଖାନାର ସର୍ଜରୀ, ମେଡିସିନ, ଅସ୍ଥିଶଲ୍ୟ, କାଜୁଆଲିଟି ଆଦି ଅର୍ନ୍ତବିଭାଗ ଓ୍ବାର୍ଡକୁ ଯୋଗାଇଦେବା ପାଇଁ ସ୍ଥାପନ କରାଯାଇଥିଲା। ସେହିପରି କୋଭିଡ ସମୟରେ ଅକ୍ସିଜେନର ଅଧିକ ଆବଶ୍ୟକତା ଦୃଷ୍ଟିରୁ ଏଭଳି ବ୍ୟୟ ବହୁଳ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲେ ହେଁ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ହସ୍ପିଟାଲ ମାନେଜର ସୂଚିସ୍ମୀତା ଦାଶ କହିଛନ୍ତି ଯେ ଏହା ଗତ ଅକ୍ଟୋବର ମାସରେ ସ୍ଥାପନ କରାଯାଇଛି। ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ନାହିଁ। ଏନେଇ ସିଡିଏମଓ ଡ. ସୁଜାତା ରାଣୀ ମିଶ୍ର କହିଛନ୍ତି ବାରମ୍ବାର ପ୍ଲାଣ୍ଟ ବସାଇଥିବା କମ୍ପାନୀକୁ ଚିଠି ଲେଖିବା ସହ ସରକାରଙ୍କୁ ଚିଠି କରାଯାଇଛି। କିନ୍ତୁ ଏହାର ମରାମତି ପାଇଁ କେହି ଆସୁନାହାନ୍ତି। କୌଣସି ଅଘଟଣ ଘଟିବା ଆଶଙ୍କା କରି ଅକ୍ସିଜେନ ଯୋଗାଣ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?