କାମ କରୁନି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ

କେନ୍ଦୁଝର, ୧୧।୩ (ସ୍ବ.ପ୍ର.) କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଲକ୍ଷାଧିକ ଟଙ୍କା ବ୍ୟୟରେ ବସିଥିବା ଅକ୍ସିଜେନ ଜେନେରେଟର କାମରେ ଲାଗୁନି। ଏହା କାର୍ଯ୍ୟକ୍ଷମ ହେବା ଦିନ ଠାରୁ ଅକ୍ସିଜେନ ଲିକ ହେଉଥିବାରୁ ବ୍ୟବହାର ହୋଇପାରୁନାହିଁ। ଫଳରେ ଏହାକୁ ନେଇ ରୋଗୀ ମାନେ ସେବା ପାଇବାରୁ ବଞ୍ଚିତ ରହିଥିବା ବେଳେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱରେ ଥିବା କର୍ମଚାରୀ ବସି ବସି ଦରମା ନେଉଥିବାରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ଅଯଥା ଖର୍ଚ୍ଚ ହେଉଛି।
ପ୍ରକାଶ ଯେ, ଜିଲା ମୁଖ୍ୟ ଡାକ୍ତରଖାନାର ସେଣ୍ଟେନାରୀ ବିଲଡିଙ୍ଗ (ମୁଖ୍ୟ କୋଠା)କୁ ଅନବରତ ଅକ୍ସିଜେନ ଯୋଗାଣ ପାଇଁ ୯୬୦ ଲିଟର ପ୍ରତି ମିନିଟ କ୍ଷମତା ବିଶିଷ୍ଟ ଏହି ଅକ୍ସିଜେନ ଜେନେରେଟର ପ୍ଲାଣ୍ଟ ଗତ ୬ ମାସ ହେଲା ଅକ୍ଟୋବର ମାସରେ ସ୍ଥାପନ କରାଯାଇଥିଲା। ଏହାକୁ ଏକ କମ୍ପାନୀ ସ୍ଥାପନ କରିଥିଲା। ଏହାର ରକ୍ଷଣାବେକ୍ଷଣ ପାଇଁ ଆଉଟ୍‌ସୋର୍ସିଂରୁ ଟେକ୍ନିକାଲ କର୍ମଚାରୀ ନିଯୁକ୍ତି କରାଯାଇଛି। ଏସବୁ ବାବଦକୁ ଅର୍ଥ ସିଏସ୍‌ଆର ପାଣ୍ଠିରୁ ଦିଆଯାଉଛି। ତେବେ ତ୍ରୁଟିପୂର୍ଣ୍ଣ ପ୍ଲାଣ୍ଟ ଯୋଗୁ
ଏହା ଠିକ ଭାବେ କାମ କରୁନାହିଁ। ଫଳରେ ଅକ୍ସିଜେନ ଲିକ ହେଉଥିବାରୁ ଏହାକୁ ବ୍ୟବହାର କରାଯାଇପାରୁ ନାହିଁ। ଏଣୁ ଆପାତ୍ତକାଳୀନ ଅକ୍ସିଜେନର ଆବଶ୍ୟକତା ହେଲେ ପୂର୍ବଭଳି କାମ ଚଳା ଅକ୍ସିଜେନ ଯୋଗାଣ କରାଯାଉଛି ବୋଲି ମତପ୍ରକାଶ ପାଉଛି। ଅନେକ ସମୟରେ ଅକ୍ସିଜେନ ପାଇଁ ରୋଗୀଙ୍କୁ ହଇରାଣ ହେବାକୁ ପଡୁଛି। ଏହି ଅକ୍ସିଜେନ ଅନବରତ ଭାବେ ମୁଖ୍ୟ ଡାକ୍ତରଖାନାର ସର୍ଜରୀ, ମେଡିସିନ, ଅସ୍ଥିଶଲ୍ୟ, କାଜୁଆଲିଟି ଆଦି ଅର୍ନ୍ତବିଭାଗ ଓ୍ବାର୍ଡକୁ ଯୋଗାଇଦେବା ପାଇଁ ସ୍ଥାପନ କରାଯାଇଥିଲା। ସେହିପରି କୋଭିଡ ସମୟରେ ଅକ୍ସିଜେନର ଅଧିକ ଆବଶ୍ୟକତା ଦୃଷ୍ଟିରୁ ଏଭଳି ବ୍ୟୟ ବହୁଳ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲେ ହେଁ ନିମ୍ନମାନର ଯନ୍ତ୍ରପାତି ବ୍ୟବହାର ହୋଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି। ଏସମ୍ପର୍କରେ ହସ୍ପିଟାଲ ମାନେଜର ସୂଚିସ୍ମୀତା ଦାଶ କହିଛନ୍ତି ଯେ ଏହା ଗତ ଅକ୍ଟୋବର ମାସରେ ସ୍ଥାପନ କରାଯାଇଛି। ଅଦ୍ୟାବଧି କାର୍ଯ୍ୟକ୍ଷମ ହୋଇ ନାହିଁ। ଏନେଇ ସିଡିଏମଓ ଡ. ସୁଜାତା ରାଣୀ ମିଶ୍ର କହିଛନ୍ତି ବାରମ୍ବାର ପ୍ଲାଣ୍ଟ ବସାଇଥିବା କମ୍ପାନୀକୁ ଚିଠି ଲେଖିବା ସହ ସରକାରଙ୍କୁ ଚିଠି କରାଯାଇଛି। କିନ୍ତୁ ଏହାର ମରାମତି ପାଇଁ କେହି ଆସୁନାହାନ୍ତି। କୌଣସି ଅଘଟଣ ଘଟିବା ଆଶଙ୍କା କରି ଅକ୍ସିଜେନ ଯୋଗାଣ ବନ୍ଦ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର,୮।୫: ରାଜ୍ୟରେ ଅନେକ ସ୍ଥାନରେ କାଳବୈଶାଖୀ ଯୋଗୁଁ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ କାଳବୈଶାଖୀର ପ୍ରଭାବ ରହିବ ଏବଂ ଦିନ...

ନେଟ୍‌ଓ୍ବର୍କ ନାହିଁ ତ ଭୋଟ୍‌ ନାହିଁ ଲେଖି ଗାଁରେ ପୋଷ୍ଟର ମାରିଲେ ଗ୍ରାମବାସୀ

ଖଲ୍ଲିକୋଟ,୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା ଗ୍ରାମରେ ନାହିଁ ମୋବାଇଲ ନେଟ୍‌ଓ୍ବର୍କ। ଆଜିର ସମୟରେ ସାଧାରଣ ଜୀବନରେ ମୋବାଇଲ ଅପରିହାର୍ଯ୍ୟ...

ବିଳମ୍ବରେ ଆସିଲେ କଟିବ ଦରମା, କଠୋର ହେଲା BMC

ଭୁବନେଶ୍ୱର,୮ା୫: ଏଣିକି ବିଳମ୍ବରେ ଆସିଲେ କର୍ମଚାରୀ ମାନଙ୍କର ଦରମା କାଟିବ ଭୁବନେଶ୍ୱର ମହାନଗର ନିଗମ(ବିଏମସି)। ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ପ୍ରତି କଠୋର ହୋଇଛି ବିଏମସି।...

ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି, ୮ା୫(ଦୁଯେର୍ର୍‌ୟାଧନ ପାତ୍ର):  ଛତିଶଗଡ଼ ଦାନ୍ତେୱାଡା ଜିଲା ପୋଲିସ ନିକଟରେ ୩ ମାଓବାଦୀ ବୁଧବାର ଆତ୍ମସମର୍ପଣ କରିଛନ୍ତି। ସୂଚନାନୁଯାୟୀ, ହିଂସାର ବାଟ ଛାଡି ସମାଜର ମୁଖ୍ୟ...

୧୫ ମିନିଟ୍‌ ଅନ୍ଧାରରେ ରହିଲା ଶ୍ରୀମନ୍ଦିର

ପୁରୀ,୮ା୫: ଶ୍ରୀମନ୍ଦିର ବୁଧବାର ରାତିରେ ୧୫ ମିନିଟ୍‌ ପର୍ଯ୍ୟନ୍ତ ଅନ୍ଧକାରରେ ରହିଥିଲା। ପାଓ୍ବାର କଟ୍‌ ହେବାରୁ ୧୫ରୁ ୨୦ ମିନିଟ୍‌ ଧରି ଶ୍ରୀମନ୍ଦିର ଅନ୍ଧାର ହୋଇଯାଇଥିଲା।...

ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍: ଧର୍ମେନ୍ଦ୍ର ପ୍ରଧାନ

ଦେବଗଡ଼,୮ା୫(ଶଶାଙ୍କ ଶେଖର ଝାଙ୍କର): ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ମଦ ଉପରେ ଲାଗିବ ବ୍ୟାନ୍। ବୁଧବାର ଦେବଗଡ ଜିଲାର ତିଲେଇବଣି ଖେଳ ପଡିଆଠାରେ ଆୟୋଜିତ ଭାଜପାର...

Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଭାଜପାର କେନ୍ଦ୍ରୀୟ ହେଭିୱେଟ୍ ବନାମ ବିଜେଡିର ଦୁଇ ହେଭିୱେଟ୍, କିଏ କାହା ଉପରେ ପଡ଼ିବେ ଭାରି ?

ଭୁବନେଶ୍ୱର,୮ା୫: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ କେଇଟା ଦିନ ବାକି ଥିବା ବେଳେ ପ୍ରଚାର ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳ। ଭାରତୀୟ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri