ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ

ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ ଅଧିନିୟମ ୨୦୧୬ର ଧାରା-୨ର ଉପଧାରା(୨) ଅନୁଯାୟୀ ଅଧିସୂଚନା ଜାରି ହୋଇଥିଲା। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏହି ଅଧିସୂଚନା କେବଳ ଉଦ୍ୟମରେ ସୀମିତ ରହିଛି। ଆଜିବି ଅଧିକାଂଶ ସରକାରୀ କାର୍ଯ୍ୟ କେବଳ ଇଂଲିଶରେ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବିଭିନ୍ନ ମହଲରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି। କିନ୍ତୁ ସରକାର ନିଜେ ଜାରି କରିଥିବା ଅଧିସୂଚନାକୁ ଭୁଲିଯାଇଛନ୍ତି। ଫଳରେ ଆମେ ଓଡ଼ିଆ ହୋଇ ଓଡ଼ିଆ ଭାଷା ପାଇଁ ସଂଗ୍ରାମ କରୁଛେ ବୋଲି କ୍ଷୋଭ ପ୍ରକାଶ ପାଉଛି।
ଅଧିସୂଚନାରେ ଆହୁରି ଦର୍ଶାଯାଇଥିଲା ଯେ, ସମସ୍ତ ବିଭାଗରେ ଓଡ଼ିଆରେ ହସ୍ତଗତ ହେଉଥିବା ଦରଖାସ୍ତ/ପତ୍ରର ଫଏସଲା କରାଯାଇ ଆବେଦନକାରୀଙ୍କୁ ଓଡ଼ିଆରେ ଜଣାଇ ଦିଆଯିବ। ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ବିଲ୍‌ ଉଭୟ ଇଂଲିଶ ଏବଂ ଓଡ଼ିଆରେ କରାଯିବ। ଅଧିସୂଚନା ପୂର୍ବରୁ ୧୭ା୮ା୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଭାଷା କମିଟିର ପ୍ରଥମ ବୈଠକ ବସିଥିଲା। ସରକାରୀସ୍ତରରେ ବ୍ୟବହାର ହେଉଥିବା ସମସ୍ତ ନିମନ୍ତ୍ରଣ ପତ୍ର, ନାମଫଳକ ଓଡ଼ିଆ ଅଥବା ଉଭୟ ଇଂଲିଶ୍‌ ଏବଂ ଓଡ଼ିଆରେ କରିବା, ସାଧାରଣ ପ୍ରଶାସନ ବିଭାଗରେ ଓଡ଼ିଆ ଭାଷା ପ୍ରଭାଗର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପଦବୀ ସୃଷ୍ଟି ନିମନ୍ତେ ଅର୍ଥ ବିଭାଗକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ୭ ଯାଏ ଓଡ଼ିଆ ସପ୍ତାହ ପାଳନ କରାଯିବ। ଏଥିନିମନ୍ତେ ସମସ୍ତ ବିଭାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତୀ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାକୁ ପରାମର୍ଶ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଜି ଯାଏ ଓଡ଼ିଆ ସପ୍ତାହ ପାଳନ ହୋଇପାରିନାହିଁ କିମ୍ବା ସମସ୍ତ ବିଭାଗରେ ଓଡ଼ିଆ ଭାଷା ଉପଯୁକ୍ତ ଭାବେ ବ୍ୟବହାର ହୋଇ ପାରି ନ ଥିବା ଅଭିଯୋଗ ହେଉଛି। ସାହିତି୍ୟକ ହରେକୃଷ୍ଣ ପଣ୍ଡା କୁହନ୍ତି, ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ଅମଲାମାନଙ୍କ ଆନ୍ତରିକତା ପ୍ରକାଶ ପାଉନାହିଁ। ଅନ୍ୟ ରାଜ୍ୟରେ ନିଜ ଭାଷା ପ୍ରତି ଥିବା ଆଦର ଆମ ରାଜ୍ୟରେ ନାହିଁ। ପ୍ରଶାସନିକ ବ୍ୟବସ୍ଥା ଓଡ଼ିଆ ଭାଷା ପ୍ରତି ଯନତ୍ବାନ ନୁହଁ ବୋଲି ମନେହେଉଛି।
ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର କହିଛନ୍ତି, ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଆଶା କରାଯାଉଥିଲା ଏ ଭାଷାର ବିକାଶ ସହ ଏହାର ସାହିତ୍ୟର ଯଥେଷ୍ଟ ଉନ୍ନତି ସାଧନ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏ ଭାଷାରେ ପ୍ରକାଶିତ ପୁସ୍ତକର ଆଦର ଓ ଚାହିଦା ବଢ଼ିବ। ମାତ୍ର ୭ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଆମେ ଏବେବି ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତିରେ ଅଛୁ। ଭାଷାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠିତ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରଗତି ମଧ୍ୟ ଆଖିଦୃଶିଆ ନୁହେଁ। ଗୋଟିଏ ଜାତି ବଞ୍ଚେ ତା’ର ଭାଷାକୁ ନେଇ। ଓଡ଼ିଶାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଭାରତର ଏକ ମାତ୍ର ରାଜ୍ୟ ଯିଏ ଭାଷା ଭିତ୍ତିରେ ଗଠିତ ହୋଇଛି। ମାତ୍ର କେତେଦିନ ଯାଏ ଆମେ ସେଇ କଥାକୁ ପୁଞ୍ଜିକରି ଚଳିପାରିବା। ତେଣୁ ପ୍ରତ୍ୟେକ ଭାଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କର ଦାୟିତ୍ୱ ହେଉଛି ଏ ଭାଷାକୁ ବଞ୍ଚାଇବା ସହ ଏହାର ପ୍ରଚାର, ପ୍ରସାର ଓ ବିକାଶରେ ଭାଗୀଦାରି ହେବା।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri