ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ଉପେକ୍ଷିତ: ଅଧିସୂଚନାରେ ଉଦ୍ୟମ ସୀମିତ

ଯାଜପୁର ଅଫିସ,୨୮ା୬: ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟର କାର୍ଯ୍ୟ ଓଡ଼ିଆ ଭାଷାରେ କରିବା ପାଇଁ ଉଦ୍ୟମ କରାଯିବ। ଏନେଇ ୨୨ା୯ା୨୦୧୬ରେ ଓଡ଼ିଶା ସରକାରୀ ଭାଷା ସଂଶୋଧିତ ଅଧିନିୟମ ୨୦୧୬ର ଧାରା-୨ର ଉପଧାରା(୨) ଅନୁଯାୟୀ ଅଧିସୂଚନା ଜାରି ହୋଇଥିଲା। ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏହି ଅଧିସୂଚନା କେବଳ ଉଦ୍ୟମରେ ସୀମିତ ରହିଛି। ଆଜିବି ଅଧିକାଂଶ ସରକାରୀ କାର୍ଯ୍ୟ କେବଳ ଇଂଲିଶରେ ହେଉଥିବା ଦେଖିବାକୁ ମିଳିଛି। ରାଜ୍ୟରେ ବିଭିନ୍ନ ମହଲରେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି। କିନ୍ତୁ ସରକାର ନିଜେ ଜାରି କରିଥିବା ଅଧିସୂଚନାକୁ ଭୁଲିଯାଇଛନ୍ତି। ଫଳରେ ଆମେ ଓଡ଼ିଆ ହୋଇ ଓଡ଼ିଆ ଭାଷା ପାଇଁ ସଂଗ୍ରାମ କରୁଛେ ବୋଲି କ୍ଷୋଭ ପ୍ରକାଶ ପାଉଛି।
ଅଧିସୂଚନାରେ ଆହୁରି ଦର୍ଶାଯାଇଥିଲା ଯେ, ସମସ୍ତ ବିଭାଗରେ ଓଡ଼ିଆରେ ହସ୍ତଗତ ହେଉଥିବା ଦରଖାସ୍ତ/ପତ୍ରର ଫଏସଲା କରାଯାଇ ଆବେଦନକାରୀଙ୍କୁ ଓଡ଼ିଆରେ ଜଣାଇ ଦିଆଯିବ। ବିଧାନସଭା ସଂକ୍ରାନ୍ତୀୟ ସମସ୍ତ ବିଲ୍‌ ଉଭୟ ଇଂଲିଶ ଏବଂ ଓଡ଼ିଆରେ କରାଯିବ। ଅଧିସୂଚନା ପୂର୍ବରୁ ୧୭ା୮ା୨୦୧୬ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ସରକାରୀ ଭାଷା କମିଟିର ପ୍ରଥମ ବୈଠକ ବସିଥିଲା। ସରକାରୀସ୍ତରରେ ବ୍ୟବହାର ହେଉଥିବା ସମସ୍ତ ନିମନ୍ତ୍ରଣ ପତ୍ର, ନାମଫଳକ ଓଡ଼ିଆ ଅଥବା ଉଭୟ ଇଂଲିଶ୍‌ ଏବଂ ଓଡ଼ିଆରେ କରିବା, ସାଧାରଣ ପ୍ରଶାସନ ବିଭାଗରେ ଓଡ଼ିଆ ଭାଷା ପ୍ରଭାଗର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ପଦବୀ ସୃଷ୍ଟି ନିମନ୍ତେ ଅର୍ଥ ବିଭାଗକୁ ଅନୁରୋଧ କରିବା ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ବର୍ଷ ଏପ୍ରିଲ ୧ରୁ ୭ ଯାଏ ଓଡ଼ିଆ ସପ୍ତାହ ପାଳନ କରାଯିବ। ଏଥିନିମନ୍ତେ ସମସ୍ତ ବିଭାଗ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରି କୃତୀ ବ୍ୟକ୍ତିଙ୍କୁ ପୁରସ୍କୃତ କରିବାକୁ ପରାମର୍ଶ ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଆଜି ଯାଏ ଓଡ଼ିଆ ସପ୍ତାହ ପାଳନ ହୋଇପାରିନାହିଁ କିମ୍ବା ସମସ୍ତ ବିଭାଗରେ ଓଡ଼ିଆ ଭାଷା ଉପଯୁକ୍ତ ଭାବେ ବ୍ୟବହାର ହୋଇ ପାରି ନ ଥିବା ଅଭିଯୋଗ ହେଉଛି। ସାହିତି୍ୟକ ହରେକୃଷ୍ଣ ପଣ୍ଡା କୁହନ୍ତି, ସରକାରଙ୍କ ଘୋଷଣାକୁ କାର୍ଯ୍ୟକାରୀ କରିବାରେ ଅମଲାମାନଙ୍କ ଆନ୍ତରିକତା ପ୍ରକାଶ ପାଉନାହିଁ। ଅନ୍ୟ ରାଜ୍ୟରେ ନିଜ ଭାଷା ପ୍ରତି ଥିବା ଆଦର ଆମ ରାଜ୍ୟରେ ନାହିଁ। ପ୍ରଶାସନିକ ବ୍ୟବସ୍ଥା ଓଡ଼ିଆ ଭାଷା ପ୍ରତି ଯନତ୍ବାନ ନୁହଁ ବୋଲି ମନେହେଉଛି।
ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳମହାପାତ୍ର କହିଛନ୍ତି, ଆମ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଆଶା କରାଯାଉଥିଲା ଏ ଭାଷାର ବିକାଶ ସହ ଏହାର ସାହିତ୍ୟର ଯଥେଷ୍ଟ ଉନ୍ନତି ସାଧନ ହେବ। ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଏ ଭାଷାରେ ପ୍ରକାଶିତ ପୁସ୍ତକର ଆଦର ଓ ଚାହିଦା ବଢ଼ିବ। ମାତ୍ର ୭ ବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଆମେ ଏବେବି ‘ଯଥା ପୂର୍ବଂ ତଥା ପରଂ’ ସ୍ଥିତିରେ ଅଛୁ। ଭାଷାର ବିକାଶ ପାଇଁ ସ୍ବତନ୍ତ୍ର ଭାବେ ପ୍ରତିଷ୍ଠିତ ଓଡ଼ିଆ ଭାଷା ବିଶ୍ୱବିଦ୍ୟାଳୟର ପ୍ରଗତି ମଧ୍ୟ ଆଖିଦୃଶିଆ ନୁହେଁ। ଗୋଟିଏ ଜାତି ବଞ୍ଚେ ତା’ର ଭାଷାକୁ ନେଇ। ଓଡ଼ିଶାର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଭାରତର ଏକ ମାତ୍ର ରାଜ୍ୟ ଯିଏ ଭାଷା ଭିତ୍ତିରେ ଗଠିତ ହୋଇଛି। ମାତ୍ର କେତେଦିନ ଯାଏ ଆମେ ସେଇ କଥାକୁ ପୁଞ୍ଜିକରି ଚଳିପାରିବା। ତେଣୁ ପ୍ରତ୍ୟେକ ଭାଷାପ୍ରେମୀ ଓ ବୁଦ୍ଧିଜୀବୀଙ୍କର ଦାୟିତ୍ୱ ହେଉଛି ଏ ଭାଷାକୁ ବଞ୍ଚାଇବା ସହ ଏହାର ପ୍ରଚାର, ପ୍ରସାର ଓ ବିକାଶରେ ଭାଗୀଦାରି ହେବା।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏହି ଆସନରେ ପ୍ରାର୍ଥୀ ବଦଳାଇଲା ଭାଜପା: କର୍ମୀଙ୍କ ମଧ୍ୟରେ ଖୁସିର ମାହୋଲ

ପଟ୍ଟାଙ୍ଗି,୧୬।୦୪(ଶରତ ଧଳ): କୋରାପୁଟ ଲୋକ ସଭା ଅଧିନସ୍ଥ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀକୁ ହାତେଇବା ପାଇଁ ତିନି ଦଳ ମଧ୍ୟରେ ଆଗଭର ଦେଖାଦେଇଛି। ଏଥିପାଇଁ ଦଳୀୟ କର୍ମୀଙ୍କ...

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ସାଙ୍ଗରେ ପ୍ରଚାର କରୁଛନ୍ତି ଅରୂପ, ରୁଦ୍ର

ପୁରୀ,୧୬।୪: ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ନେତାଙ୍କ ପ୍ରଚାର ମଧ୍ୟ ଜୋର ଧରିଛି। ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସୋମବାର ପୁରୀ ନିର୍ବାଚନମଣ୍ଡଳୀରେ ପ୍ରଚାରକୁ...

ସିରିଜ ଦୁର୍ଘଟଣା: ୨ ମୃତ, ଜଣେ ଗୁରୁତର

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଏନଏଚ ୨୦ର ଧୃପଦା ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ...

ସହରରେ ପଶିଲା ବାର୍‌ହା, ବଢିଲା ଭୟ

କେନ୍ଦୁଝର,୧୬।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ଜିଲା କୋର୍ଟ ନିକଟ ମାର୍କେଟ କମ୍ପ୍ଲେକ୍ସର ଆପୋଲ ମେଡିସିନ ଦୋକାନ ଭିତରେ ମଙ୍ଗଳବାର ଏକ ବଣୁଆ ବାର୍‌ହା ହଠାତ୍‌...

ଜଙ୍ଗଲ ଜମିରୁ ମୋରମ ଲୁଟ୍‌

କୋରେଇ,୧୬।୪(ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ରଗ ଅଞ୍ଚଳରେ ଦିନକୁ ଦିନ ରାଜସ୍ବ ଲୁଟ୍‌ ବୃଦ୍ଧି ପାଉଛି । ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ...

ସ୍କ୍ବାଡ୍‌ ଗଠନ ହୋଇଛି, ପ୍ରଶାସନିକ ଚଢ଼ାଉ ନାହିଁ

କେନ୍ଦ୍ରାପଡ଼ା, ୧୬ା୪ (ଜଗନ୍ନାଥ ଧଳ):କେନ୍ଦ୍ର ସରକାରଙ୍କ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ରିପୋର୍ଟକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଆରମ୍ଭ ହୋଇଛି। ଜାତୀୟ ହାର ତୁଳନାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri