ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଭାର ସମ୍ଭାଳିଲେ ଓଡ଼ିଆ ପୁଅ

ଭୁବନେଶ୍ୱର୍‌,୧୧।୧(ବ୍ୟୁରୋ): ୧୯୯୨ ବ୍ୟାଚର ଆଇଏଏସ୍‌ ଅଧିକାରୀ ସୁବ୍ରତ ସାହୁ ଅତିରିକ୍ତ ଭାବେ ଛତିଶଗଡ଼ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଅଛନ୍ତି। ତେଣୁ ତାଙ୍କ ସ୍ଥାନରେ ସୁବ୍ରତଙ୍କୁ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗର ସରକାରୀ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ସୁବ୍ରତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ କାର୍ଯ୍ୟାଳୟର ଦାୟୀତ୍ୱ ସହ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ଓ ଜେଲ ପ୍ରଶାସନ, ଶକ୍ତି ଇଲେକ୍ଟ୍ରୋନିକ୍ସ, ଆଇଟି, ବାଣିଜ୍ୟ, ଶିଳ୍ପ ଆଦି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଏହା ପୂର୍ବରୁ ସେ ଛତିଶଗଡ଼ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦକ୍ଷତାର ସହ ନିର୍ବାଚନ ପରିଚାଳନା କରି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କଠାରୁ ପୁରଷ୍କୃତ ହୋଇଛନ୍ତି। ସୂଚନା ଯୋଗ୍ୟ, ସୁବ୍ରତଙ୍କ ବାପା ସହଦେବ ସାହୁ ପୂର୍ବରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଥିଲେ। ବାପାଙ୍କ ଭଳି ସୁବ୍ରତ ବି’ ଜଣେ ଲେଖକ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri