କାର୍ଯ୍ୟକାରୀ ହେଲାନି ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୟାଗଡ,୨୩।୬(ଲୋକନାଥ ମିଶ୍ର): ନୟାଗଡ ଜିଲା ନୂଆଗାଁ ତହସିଲ ସାନହମରା ମୌଜାର ଏକ ଜମିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀ ଧାନ ନ ବୁଣି ପାରି ଗୁରୁବାର ଫେରିଛନ୍ତି। ନୂଆଗଁା ତହସିଲଦାର ଓ ମହିପୁର ଆରଆଇଙ୍କ ବାରଣ, ବିଲ ମୁଣ୍ଡରେ ଆଦିବାସୀ ଲୋକ ମାରଣାସ୍ତ୍ର ଧରି ଜଗି ବସିଥିବାରୁ ନିରାଶ ହୋଇ ଚାଷୀ ଫେରିଛନ୍ତି ବୋଲି ଅଭିଯୋଗ ହୋଇଛି।
ସାନହମରା ମୌଜାରେ ହାଇକୋର୍ଟଙ୍କ ସ୍ଥିତାବସ୍ଥା ରହିଥିବା ଏକ ଜମି ଉପରେ ନୂଆଗାଁ ତହସିଲ ଓ ବନବିଭାଗ ପକ୍ଷରୁ କିଛି ଦିନ ତଳେ ନାଲି ପତାକା ମରାଯାଇଥିଲା। ନାଲି ପତାକା ମରାଯିବା ପରେ ଜମି ଦଖଲରେ ଥିବା କଣ୍ଟାବଣିଆ ଗାଁର ରାଘବ ନାୟକ ଅସନ୍ତୋଷ ବ୍ୟକ୍ତ କରି ନୟାଗଡ଼ ଜିଲାପାଳଙ୍କୁ ଫେରାଦ୍‌ ହୋଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ସହ ଅନ୍ୟ କାଗଜାତ ଦାଖଲ କରିଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁଧ୍ୟାନ କରିବା ପରେ ଜିଲାପାଳ ଏନେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରଙ୍କ ପାଖକୁ ପଠାଇଥିଲେ। ତେବେ ରାଘବ ଧାନ ବୁଣି ଫେରିବା ପରେ ପୁଣି ହାଇକୋର୍ଟକୁ ଯିବେ ବୋଲି ଜଣାପଡିଛି। ଅଭିଯୋଗ ଅନୁସାରେ କଣ୍ଟାବଣିଆ ଗାଁର ରାଘବ ନାୟକଙ୍କ ପରିବାର ବାପା ଜେଜେବାପା ଅମଳରୁ ସାନହମରା ମୌଜାରେ ଖାତା ନଂ. ୭୩, ପ୍ଲଟ ନଂ. ୧୬୧ ଓ ୧୫୩ରେ ୧.୪୭ ଏକର ଜମି ୮୦ ବର୍ଷ ହେଲା ଦଖଲ କରି ଆସଛନ୍ତି। ସେଟେଲମେଣ୍ଟ ପୂର୍ବରୁ ଜମିର କିସମ ପତିତ ଥିଲା। ସେଟେଲମେଣ୍ଟ ସମୟରେ ଜମି ନିଜ ନାଁରେ  ରେକର୍ଡ କରାଇ ପାରି ନ ଥିଲେ। ଏନେଇ ଉପଜିଲାପାଳଙ୍କ କୋର୍ଟରେ ଏକ ମାମଲା କ଼ରିବା ପରେ ରାଘବଙ୍କ ନାଁରେ ରେକର୍ଡ କରିବାକୁ ଉପଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ତହସିଲଦାର ରାଘବଙ୍କ ନାଁରେ ରେକର୍ଡ ନ କରି ହାଲ ସେଟେଲମେଣ୍ଟରେ ପତିତ କିସମ ପରିବର୍ତ୍ତନ କରି ମେଲା ଜଙ୍ଗଲ କିସମରେ ବଦଳାଇ ଦେଲେ। ପରବର୍ତ୍ତି ପର୍ଯ୍ୟାୟରେ ୨୦୨୧ରେ ସାନହାମରା ଗ୍ରାମବାସୀଙ୍କ ଅଭିଯୋଗକୁ ଭିତ୍ତି କରି ନୂଆଗାଁ ତହସିଲଦାର ଓ ଖେଡପଡା ଫରେଷ୍ଟର ଜମିକୁ ମାପଚୁପ କରି ନାଲିପତାକା ପୋତିଦେଲେ। ଏନେଇ ରାଘବ ହାଇକୋର୍ଟ ଯିବା ପରେ ସ୍ଥିତାବସ୍ଥା ଜାରି ରହିଛି। ହାଇକୋର୍ଟରେ କେଶ ସ୍ଥଗିତାଦେଶ ଥିବାବେଳେ ପୁଣି ନୂଆଗାଁ ତହସିଲଦାର ଓ ଖେଡପଡା ଫରେଷ୍ଟର ଜମିକୁ ମାପଚୁପ କରି ନାଲିପତାକା ପୋତି ସାନହାମରା ଗାଁଲୋକଙ୍କୁ ଜମି ହସ୍ତାନ୍ତର କରିଛନ୍ତି। ମହିପୁର ଆରଆଇ ଅଶୋକ ପଢ଼ିଆରୀ କୁହନ୍ତି, ତହସିଲଦାରଙ୍କ ନିର୍ଦ୍ଦେଶ ଅନୁସାରେ ଚାଷୀଙ୍କୁ ଧାନ ବୁଣିବାକୁ ମନା କରାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପରବର୍ତ୍ତି ପଦକ୍ଷେପ ନିଆଯିବ। ଅଯଥାରେ ବିବାଦ ନ ଲାଗିବାକୁ ପରାମର୍ଶ ପରେ ଚାଷୀ ଫେରି ଯାଇଛନ୍ତି। ରାଘବ ନାୟକ କୁହନ୍ତି, ମୁଁ କୋର୍ଟଙ୍କୁ ସମ୍ମାନ ଦେଇ ଆସିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଖାଇବା ପରେ ନ୍ୟାୟ ନ ମିଳିବାରୁ କୋର୍ଟକୁ ପୁଣି ଯିବି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶରେ ବ୍ୟାଙ୍କ ହଡ଼ତାଳ, ହେଲେ ଖୋଲା ରହିବ ଏହି ବ୍ୟାଙ୍କ

ନୂଆଦିଲ୍ଲୀ,୨୬।୯: ସେପ୍ଟେମ୍ବର ୨୮ରୁ ୩୦ ତାରିଖ ପର୍ଯ୍ୟନ୍ତ ସରକାରୀ କ୍ଷେତ୍ରର ବ୍ୟାଙ୍କଗୁଡ଼ିକର ଦେଶବ୍ୟାପୀ ୩ ଦିନିଆ ହଡ଼ତାଳ ଡାକ ମଧ୍ୟରେ ସାଧାରଣ ଲୋକ ଓ ଗ୍ରାମାଞ୍ଚଳର ଖାତାଧାରୀଙ୍କ…

ଅଭ୍ୟାସ ବେଳେ ହଠାତ୍‌ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ…

ପାରାଦୀପକୁ ମେଗା ବନ୍ଦର ମାନ୍ୟତା: ସାମୁଦ୍ରିକ ଅଭିଳାଷକୁ ମିଳିବ ଅଧିକ ପ୍ରୋତ୍ସାହନ

ପାରାଦୀପ,୨୬।୯(ଶରତ ରାଉତ): ଭାରତ ସରକାର ଶୁକ୍ରବାର ଦେଶର ୪ଟି ପ୍ରମୁଖ ବନ୍ଦରକୁ ଆନୁଷ୍ଠାନିକ ଭାବେ ମେଗା ବନ୍ଦର ମାନ୍ୟତା ଦେଇଛନ୍ତି। ସେଥିମଧ୍ୟରେ ଓଡ଼ିଶାର ପାରାଦୀପ ବନ୍ଦର ରହିଛି।…

୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର କୃଷି-ବନୀକରଣ ୭୦% ହ୍ରାସ ଘଟିପାରେ

ନୂଆଦିଲ୍ଲୀ, ୨୬ା୯: କ୍ରମାଗତ ଜଳବାୟୁ ଉଷ୍ମତା ଯୋଗୁ ୨୦୫୦ ସୁଦ୍ଧା ଉତ୍ତରାଖଣ୍ଡର ଛୋଟ ଛୋଟ କୃଷି-ବନୀକରଣ ଅଞ୍ଚଳରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଦେଇପାରେ ଏବଂ ବଡ଼…

୩୦ରେ ହେବ ଓଏସ୍‌ଏସ୍‌ଟିଇଟି

କଟକ,୨୬ା୯(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଏଲିଜିବିଲିଟି ଟେଷ୍ଟ-୨୦୨୬ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସେପ୍ଟେମ୍ବର ୩୦ରେ…

ସ୍ପଷ୍ଟୀକରଣ ମାଗିଲେ ଏନ୍‌ଡିଏର ୩ ସହଯୋଗୀ

ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବିବାଦ ଚାଲିଆସିଛି। ନିକଟରେ ନିର୍ବାଚନ କମିଶନ (ଇସି)ର ଦୁଇ ସଦସ୍ୟଙ୍କ ସମ୍ମତି…

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?