ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ: ମା’ ପେଟ ଛୁଆ ଉପରେ ଏବେ ୨୨ ହଜାର ଟଙ୍କାର ଋଣ

ଭୁବନେଶ୍ୱର,୨୬।୭(ବ୍ୟୁରୋ): ରାଜ୍ୟରେ ଋଣଭାରକୁ ନେଇ ବିଧାନସଭାରେ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏବେ ଋଣଭାର ୧ ଲକ୍ଷ ୨୭ ହଜାର କୋଟି ଟଙ୍କା ଟପିଲାଣି। ମା’ ପେଟର ଛୁଆ ଉପରେ ମୁଣ୍ଡପିଛା ଋଣ ୨୨ହଜାର ଟଙ୍କା ହେଲାଣି। ରାଜ୍ୟର ବିକାଶ ନାମରେ ବିନାଶ ହୋଇଛି ବୋଲି ମଙ୍ଗଳବାର ଗୃହରେ ବିରୋଧୀଙ୍କ ତୁମ୍ବିତୋଫାନ ଦେଖିବାକୁ ମିଳିଛି। ‘ଋଣଭାରରେ ବୁଡ଼ିଛି ଓଡ଼ିଶା’ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଣି ବିରୋଧୀ ସରକାରଙ୍କୁ ଘେରିଛନ୍ତି।

ମୁଲତବୀର ଜବାବରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଭାରତ ବର୍ଷରୁ ବିହାରକୁ ଛାଡ଼ିଦେଲେ ଅନ୍ୟ ରାଜ୍ୟ ତୁଳନାରେ ଆମର ସ୍ଥିତି ଭଲ ଅଛି। ପଡ଼ୋଶୀ ଛତିଶଗଡ଼ର ମୁଣ୍ଡପିଛା ଋଣ ୩୮ହଜାର ୭୩୧ ଥିବା ବେଳେ ପଶ୍ଚିମବଙ୍ଗର ୫୭ ହଜାର ୩୪୫, ପଞ୍ଜାବର ୯୩ ହଜାର ୨୩୫ ରହିଛି। ୨୦୨୦-୨୧ରେ ରାଜ୍ୟର ଋଣ ଭାର ୧ ଲକ୍ଷ ୪ ହଜାର ୪୫୨ କୋଟି ଥିବା ବେଳେ ୨୦୨୧ରେ ଏହା ୫୭ହଜାର ୨୦୫ କୋଟିକୁ କମିଛି। ଏଫ୍‌ଆର୍‌ବିଏମ୍‌ ଆଇନ୍‌ ଅନୁଯାୟୀ ଜିଏସ୍‌ବିପିର ୨୫% ମଧ୍ୟରେ ଋଣ ଭାର ରହିବା ଆବଶ୍ୟକ। ରାଜ୍ୟରେ ଋଣ ଭାର ଜିଏସ୍‌ବିପିର ୧୫.୨%ରେ ରହିଛି। ତେଣୁ ରାଜ୍ୟର ଋଣକୁ ନେଇ ବିରୋଧୀ ସଦସ୍ୟମାନେ କୌଣସି ଆଶଙ୍କା କରିବା ଉଚିତ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ଭାଜପା ଏବଂ କଂଗ୍ରେସର ସଦସ୍ୟମାନେ ବିଧାନସଭା କକ୍ଷଛାଡ଼ି ଚାଲିଯାଇଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

CM ବିଜୟଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ମୋଦି, କେନ୍ଦ୍ରରୁ ଯାହା….

ଚେନ୍ନାଇ,୧୧।୧୦: ତାମିଲନାଡୁକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବା ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇଦେବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରବିବାର ଚେନ୍ନାଇରେ…

‘ରକ୍ତ ଜମାଟ ବାନ୍ଧିବା ସମସ୍ୟା’: ନାନା ପାଟେକରଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି…

ମୁମ୍ବାଇ: ବିଶିଷ୍ଟ ବଲିଉଡ ଅଭିନେତା ନାନା ପାଟେକରଙ୍କର ଅକ୍ଟୋବର ୮,୨୦୨୬ ରେ ଗୋଆରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁ ପରେ, ଗୋଆର ପଣାଜୀ ପୋଲିସ ଏକ ଅସ୍ବାଭାବିକ…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ମାସିକ ୧୮ ହଜାର ଦରମାରେ କୋଟିପତି ହେବାକୁ ଚାହୁଁଛନ୍ତି କି? ୨୬ ବର୍ଷୀୟ ଯୁବକଙ୍କ କମାଲକୁ ନେଇ ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଦୃଢ଼ ଇଚ୍ଛାଶକ୍ତି, ନୂଆ କୌଶଳ ଶିଖିବାର ଆଗ୍ରହ ଏବଂ ନିୟମିତ ସଞ୍ଚୟ-ନିବେଶର ଅଭ୍ୟାସ ଜଣେ ଯୁବକଙ୍କ ଜୀବନକୁ କିପରି ବଦଳାଇପାରେ, ତାହାର ଉଦାହରଣ ହେଉଛନ୍ତି ମଧ୍ୟପ୍ରଦେଶ…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

Amitabh Bachchan Networth: କେତେ ଧନୀ ବିଗ ବି, ଗୋଟିଏ ବର୍ଷରେ ଆୟର ପରିମାଣ ଜାଣିଲେ…

ମୁମ୍ବାଇ: ବଲିଉଡର ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଅକ୍ଟୋବର ୧୧ ରେ ନିଜର ୮୪ତମ ଜନ୍ମଦିନ ପାଳନ କରୁଛନ୍ତି। ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ଚଳଚ୍ଚିତ୍ର ଜଗତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?