Odisha Elections 2024
Posted inଖେଳ

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ ସହରରେ ଏହି ମଶାଲ ପ୍ରବେଶ କରିବ। ଏପ୍ରିଲ ୧୬ ତାରିଖରେ ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ବେଲେମ ନାମକ ଜାହାଜରେ ଏହାକୁ ପ୍ୟାରିସ୍‌ ଅଭିମୁଖେ ପ୍ରେରଣ କରାଯାଇଥିଲା। ଆଧୁନିକ ଅଲିମ୍ପିକ୍ସ ଉତ୍ପତ୍ତି ସମୟରେ ପ୍ରଥମ ଥର ବେଲେମକୁ ୧୮୯୬ ମସିହାରେ ବ୍ୟବହାର କରାଯାଇଥିଲା। ୧୦୦୦ ନୌକା ସହ ପରେଡ୍‌ କରି ଏହି ଜାହାଜଟି ମାର୍ସେଲେରେ ପହଞ୍ଚିବ। ପରବର୍ତ୍ତୀ ଦିନରେ ମଶାଲ ବାହକମାନେ ମାର୍ସେଲେ ସହରରେ ଏହାର ପରିକ୍ରମା କରାଇବେ। ମାର୍ସେଲେର ଫୁଟବଲ ଫ୍ୟାନଙ୍କ ପାଇଁ ଦ ଫେମ୍‌ଡ ଷ୍ଟେଡ ଭେଲୋଡ୍ରୋମର ଛାତ ଉପରେ ଏହାକୁ ସ୍ଥାନ ଦିଆଯିବ। ମାର୍ସେଲେ ଛାଡିବା ପରେ ବିଭିନ୍ନ ସ୍ଥାନ ଦେଇ ଶେଷରେ ଜୁଲାଇ ୨୭ରେ ଏହା ପ୍ୟାରିସ୍‌ରେ ପହଞ୍ଚିବ।
ମଶାଲ ଯାତ୍ରାର ଗତିପଥ:
ମଣ୍ଟ-ସେଣ୍ଟ-ମିଚେଲ: ମଶାଲ ଶୋଭାଯାତ୍ରା ପ୍ରସିଦ୍ଧ ମଣ୍ଟ-ସେଣ୍ଟ-ମିଚେଲରେ ମେ’ ୩୧ ତାରିଖରେ ପହଞ୍ଚିବ। ୧୯୭୯ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟର ମାନ୍ୟତା ପାଇଥିବା ଏହି ଦୁର୍ଗଟି ଏକ ଦ୍ୱୀପ ମଧ୍ୟରେ ଅବସ୍ଥିତ। ୧୩୩୭-୧୪୫୩ ମଧ୍ୟରେ ଇଂଲଣ୍ଡ ଓ ଫ୍ରାନ୍ସ ଯୁଦ୍ଧର ମୂକସାକ୍ଷୀ ଏହି ସ୍ଥାନକୁ ପରବର୍ତ୍ତୀ ସମୟରେ ଏକ କାରାଗାରରେ ପରିଣତ କରାଯାଇଥିଲା।
ସମୁଦ୍ର: ମଶାଲ ଶୋଭାଯାତ୍ରାକୁ ଫ୍ରାନ୍ସର ଉପକୂଳରେ ରହିଥିବା ସମୁଦ୍ର ମଧ୍ୟଦେଇ ନିଆଯିବ। ଏହାର ନାମ ରେଲାଇସ ଡେସ୍‌ ଓସେନ୍‌ସ ବା ସମୁଦ୍ର ମଶାଲ ଶୋଭାଯାତ୍ରା ରଖାଯାଇଛି। ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଦେଇ ଏହା ଫ୍ରେଞ୍ଚ ଗୟାନାରେ ଜୁନ୍‌ ୯ରେ ପହଞ୍ଚିବ। ପରେ ୧୧ ତାରିଖରେ ଏହା ନ୍ୟୁ କାଲେଡୋନିଆ ଦେଇ ସେଣ୍ଟ ଡେନିସ୍‌ରେ ପହଞ୍ଚିବ। ଜୁନ୍‌ ୧୮ରେ ନାଇସ୍‌ ସହର ଦେଇ ମଶାଲ ପୁନର୍ବାର ଫ୍ରାନ୍ସକୁ ପ୍ରତ୍ୟାବର୍ତ୍ତନ କରିବ।
ଆଲ୍ପସ ପର୍ବତମାଳା: ଫ୍ରାନ୍ସରେ ପ୍ରବେଶ କରିବା ପରେ ମଶାଲ ଶୋଭାଯାତ୍ରା ୨୩ ତାରିଖରେ ଆଲ୍ପସ ପର୍ବତମାଳା ନିକଟସ୍ଥ ଚାମୋନିକ୍ସ ମଣ୍ଟ ବ୍ଲାଙ୍କ ଗସ୍ତ କରିବ। ଏହି ସମୟରେ ହାଉଟେ ସେଭୋଇ ଅଞ୍ଚଳ ଦେଇ ମଧ୍ୟ ମଶାଲ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି।
ଭେର୍ଡୁନ୍‌: ସାଭୋଇ ପରେ ମଶାଲ ଶୋଭାଯାତ୍ରା ପୂର୍ବ ଫ୍ରାନ୍ସର ଭେର୍ଡୁନ୍‌ ସହରରେ ୩ ଦିନ ପରେ ପ୍ରବେଶ କରିବ। ଏହା ମଧ୍ୟରେ ଆଲସେସ୍‌ ଓ ଷ୍ଟ୍ରାସବର୍ଗ ସହର ଦେଇ ଏହା ଅତିକ୍ରମ କରିବ। ୧୯୧୬ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭେର୍ଡୁନ ସହରରେ ୭ ଲକ୍ଷରୁ ଅଧିକ ଫରାସୀ ଓ ଜର୍ମାନୀ ସୈନ୍ୟ ପ୍ରାଣ ହରାଇଥିଲେ ବା ଆହତ ହୋଇଥିଲେ।
ବାଷ୍ଟାଇଲ ଡେ: ପ୍ୟାରିସର ରାଜରାସ୍ତାରେ ଏହି ମଶାଲ ଶୋଭାଯାତ୍ରା ଜୁଲାଇ ୧୪ ତାରିଖରେ ପ୍ରବେଶ କରିବ। ସମାନ ଦିନରେ ବାଷ୍ଟାଇଲ ଡେ ବା ଫ୍ରାନ୍ସର ଜାତୀୟ ଦିବସ ପାଳନ କରାଯାଇଥାଏ। ଫ୍ରାନ୍ସରେ ଭ୍ରମଣ ପରେ ମଶାଲ ଫ୍ରାନ୍ସ ରାଜ ପରିବାକୁ ନିଆଯିବ। ଜୁଲାଇ ୨୪ରେ ନାନଟେରେ ଓ ୨୫ରେ ସେଣ୍ଟ ଡେନିସ୍‌କୁ ମଶାଲକୁ ନିଆଯିବ। ପୁନର୍ବାର ୨୬ ତାରିଖରେ ପ୍ୟାରିସ୍‌ ଆସିବା ସହ ୮୦ଟି ନୌକାରେ ଏହାକୁ ସିଏନ୍‌ ନଦୀରେ ପରେଡ୍‌ କରାଯିବ। ୪ ଘଣ୍ଟାର ସମାରୋହ ପରେ ମଶାଲକୁ ଏଇଫିଲ ଟାଓ୍ବାର ଓ ଲୌର୍ଭେ ମ୍ୟୁଜିୟମ ବାହାରେ ରଖାଯିବ। ପ୍ରଥମ ଥର ପାଇଁ ଏହି ମଶାଲରେ ପ୍ରୋପେନ୍‌ ପରିବର୍ତ୍ତେ ବାୟୋ ଗ୍ୟାସର ବ୍ୟବହାର କରାଯାଇଛି। ସେହିପରି ୨୦୦୦ ମଶାଲର ବ୍ୟବହାର କରାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ...

ଏବେ ତୁମେ କେମିତି ଅନୁଭବ କରୁଛ ମା’? ଶେଷ ଓଭର ପରେ ଘରକୁ ଫୋନ କଲେ ୟଶ ଦୟାଲ

ନୂଆଦିଲ୍ଲୀ,୧୯।୫: କେବଳ ଜଣେ ମା’ ନିଜ ସନ୍ତାନର ଅସହାୟତା ଏବଂ ସୁଖକୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଅନୁଭବ କରିପାରନ୍ତି। ୪୦୫ ଦିନ ପୂର୍ବେ, ରିଙ୍କୁ ସିଂ...

ହରଭଜନଙ୍କ ଭବିଷ୍ୟବାଣୀ: ଏହି ଦୁଇ ଟିମ ମଧ୍ୟରେ ଖେଳାଯିବ IPL 2024 ଫାଇନାଲ ମ୍ୟାଚ

ନୂଆଦିଲ୍ଲୀ,୧୯।୫: ପୂର୍ବତନ ଭାରତୀୟ ଅଫ ସ୍ପିନର ହରଭଜନ ସିଂ ଆଇପିଏଲ ୨୦୨୪ର ଫାଇନାଲିଷ୍ଟ ଦଳ ଚୟନ କରିଛନ୍ତି। ହରଭଜନ ସିଂ ବିଶ୍ୱାସ କରନ୍ତି ଯେ ଆଇପିଏଲ...

ସିଏସ୍‌କେ ହାରିବା ପରେ ଭୋ ଭୋ ହୋଇ କାନ୍ଦିଲେ ରାୟୁଡୁ, ପରଦିନ ଆର୍‌ସିବିକୁ କହିଲେ ବଡ଼ କଥା; VIDEO

ବାଙ୍ଗାଲୁରୁ,୧୯।୫: ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳାଯାଇଥିଲା। କୋହଲିଙ୍କ ଟିମ୍‌ ଧୋନୀଙ୍କ ଦଳକୁ ୨୭ ରନ୍‌ରେ...

CSKର ପରାଜୟକୁ ହଜମ କରିପାରିଲେନି ରାୟୁଡୁ, ଅଧାରୁ ଛାଡିଲେ ମାଇକ…

ନୂଆଦିଲ୍ଲୀ,୧୯।୫: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଦଳ। ଏହି ଦଳ ପାଞ୍ଚ ଥର ଟାଇଟଲ ଜିତିଛି ଏବଂ ପ୍ଲେ ଅଫରେ ସର୍ବାଧିକ...

IPLରେ ମଧ୍ୟ ଆରକ୍ଷଣ ବ୍ୟବସ୍ଥା ହେଉ, କେବଳ ନାଁ ରଖିଦେବା ଦୁର୍ଭାଗ୍ୟର କଥା: କଂଗ୍ରେସ ନେତା କଲେ ଏଭଳି ଦାବି 

ନୂଆଦିଲ୍ଲୀ,୧୯।୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୬ତମ ସିଜନ୍‌ ଏବେ ଅନ୍ତିମ ସୋପାନରେ ପହଞ୍ଚିଛି। କେଉଁ କେଉଁ ଟିମ୍‌ ପ୍ଲେ ଅଫ୍‌ ଖେଳିବ ତାହା ସ୍ପଷ୍ଟ ହୋଇଛି।...

”କହିଲା ପରେ ବି ଶୁଣିଲେନି”, ଷ୍ଟାର ସ୍ପୋର୍ଟସ ଉପରେ ବର୍ଷିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୯।୫: ନିକଟରେ ଏକ ଆଇପିଏଲ ମ୍ୟାଚ୍ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଖେଳାଳି ଧାୱଲ କୁଲକର୍ଣ୍ଣି ଏବଂ ଅନ୍ୟମାନଙ୍କ ସହ ତାଙ୍କ କଥା ହେବାର ଅଡିଓ...

ହାରିବା ପରେ ଡ୍ରେସିଂ ରୁମ୍‌ରେ ଏକା ବସିଲେ ଧୋନୀ, କାହା ସହ ମିଳାଇଲେନି ହାତ,ଭାଇରାଲ ହେଉଛି ଭିଡିଓ…

ବେଙ୍ଗାଲୁରୁ,୧୯ା୫: ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ହରାଇ ପ୍ଲେ ଅଫ୍‌ରେ ପ୍ରବେଶ କରିଛି। କ୍ରମାଗତ ୬ଟି ମ୍ୟାଚ ଜିତି ବିରାଟ କୋହଲିଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri