Posted inଖେଳ

ଆଜି ଫ୍ରାନ୍ସରେ ପ୍ରବେଶ କରିବ ଅଲିମ୍ପିକ୍ସ ମଶାଲ

ପ୍ୟାରିସ୍‌, ୮ା୫ : ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ର ଅଲିମ୍ପିକ୍ସ ମଶାଲ ଶେଷରେ ଫ୍ରାନ୍ସରେ ପ୍ରବେଶ କରିବାକୁ ଯାଉଛି। ବୁଧବାର ଫ୍ରାନ୍ସର ଦକ୍ଷିଣ ପଟରେ ଥିବା ମାର୍ସେଲେ ସହରରେ ଏହି ମଶାଲ ପ୍ରବେଶ କରିବ। ଏପ୍ରିଲ ୧୬ ତାରିଖରେ ଦକ୍ଷିଣ ଗ୍ରୀସ୍‌ର ଏଥେନ୍ସରେ ଥିବା ପୁରାତନ ଗେମ୍ସ ଭେନ୍ୟୁରେ ମଶାଲରେ ଅଗ୍ନି ସଂଯୋଗ କରାଯାଇଥିଲା। ଏହାପରେ ବେଲେମ ନାମକ ଜାହାଜରେ ଏହାକୁ ପ୍ୟାରିସ୍‌ ଅଭିମୁଖେ ପ୍ରେରଣ କରାଯାଇଥିଲା। ଆଧୁନିକ ଅଲିମ୍ପିକ୍ସ ଉତ୍ପତ୍ତି ସମୟରେ ପ୍ରଥମ ଥର ବେଲେମକୁ ୧୮୯୬ ମସିହାରେ ବ୍ୟବହାର କରାଯାଇଥିଲା। ୧୦୦୦ ନୌକା ସହ ପରେଡ୍‌ କରି ଏହି ଜାହାଜଟି ମାର୍ସେଲେରେ ପହଞ୍ଚିବ। ପରବର୍ତ୍ତୀ ଦିନରେ ମଶାଲ ବାହକମାନେ ମାର୍ସେଲେ ସହରରେ ଏହାର ପରିକ୍ରମା କରାଇବେ। ମାର୍ସେଲେର ଫୁଟବଲ ଫ୍ୟାନଙ୍କ ପାଇଁ ଦ ଫେମ୍‌ଡ ଷ୍ଟେଡ ଭେଲୋଡ୍ରୋମର ଛାତ ଉପରେ ଏହାକୁ ସ୍ଥାନ ଦିଆଯିବ। ମାର୍ସେଲେ ଛାଡିବା ପରେ ବିଭିନ୍ନ ସ୍ଥାନ ଦେଇ ଶେଷରେ ଜୁଲାଇ ୨୭ରେ ଏହା ପ୍ୟାରିସ୍‌ରେ ପହଞ୍ଚିବ।
ମଶାଲ ଯାତ୍ରାର ଗତିପଥ:
ମଣ୍ଟ-ସେଣ୍ଟ-ମିଚେଲ: ମଶାଲ ଶୋଭାଯାତ୍ରା ପ୍ରସିଦ୍ଧ ମଣ୍ଟ-ସେଣ୍ଟ-ମିଚେଲରେ ମେ’ ୩୧ ତାରିଖରେ ପହଞ୍ଚିବ। ୧୯୭୯ରେ ୟୁନେସ୍କୋ ଦ୍ୱାରା ବିଶ୍ୱ ଐତିହ୍ୟର ମାନ୍ୟତା ପାଇଥିବା ଏହି ଦୁର୍ଗଟି ଏକ ଦ୍ୱୀପ ମଧ୍ୟରେ ଅବସ୍ଥିତ। ୧୩୩୭-୧୪୫୩ ମଧ୍ୟରେ ଇଂଲଣ୍ଡ ଓ ଫ୍ରାନ୍ସ ଯୁଦ୍ଧର ମୂକସାକ୍ଷୀ ଏହି ସ୍ଥାନକୁ ପରବର୍ତ୍ତୀ ସମୟରେ ଏକ କାରାଗାରରେ ପରିଣତ କରାଯାଇଥିଲା।
ସମୁଦ୍ର: ମଶାଲ ଶୋଭାଯାତ୍ରାକୁ ଫ୍ରାନ୍ସର ଉପକୂଳରେ ରହିଥିବା ସମୁଦ୍ର ମଧ୍ୟଦେଇ ନିଆଯିବ। ଏହାର ନାମ ରେଲାଇସ ଡେସ୍‌ ଓସେନ୍‌ସ ବା ସମୁଦ୍ର ମଶାଲ ଶୋଭାଯାତ୍ରା ରଖାଯାଇଛି। ଆଟଲାଣ୍ଟିକ, ପ୍ରଶାନ୍ତ ମହାସାଗର ଓ ଭାରତ ମହାସାଗର ଦେଇ ଏହା ଫ୍ରେଞ୍ଚ ଗୟାନାରେ ଜୁନ୍‌ ୯ରେ ପହଞ୍ଚିବ। ପରେ ୧୧ ତାରିଖରେ ଏହା ନ୍ୟୁ କାଲେଡୋନିଆ ଦେଇ ସେଣ୍ଟ ଡେନିସ୍‌ରେ ପହଞ୍ଚିବ। ଜୁନ୍‌ ୧୮ରେ ନାଇସ୍‌ ସହର ଦେଇ ମଶାଲ ପୁନର୍ବାର ଫ୍ରାନ୍ସକୁ ପ୍ରତ୍ୟାବର୍ତ୍ତନ କରିବ।
ଆଲ୍ପସ ପର୍ବତମାଳା: ଫ୍ରାନ୍ସରେ ପ୍ରବେଶ କରିବା ପରେ ମଶାଲ ଶୋଭାଯାତ୍ରା ୨୩ ତାରିଖରେ ଆଲ୍ପସ ପର୍ବତମାଳା ନିକଟସ୍ଥ ଚାମୋନିକ୍ସ ମଣ୍ଟ ବ୍ଲାଙ୍କ ଗସ୍ତ କରିବ। ଏହି ସମୟରେ ହାଉଟେ ସେଭୋଇ ଅଞ୍ଚଳ ଦେଇ ମଧ୍ୟ ମଶାଲ ଶୋଭାଯାତ୍ରା ଯିବାର କାର୍ଯ୍ୟକ୍ରମ ରହିଛି।
ଭେର୍ଡୁନ୍‌: ସାଭୋଇ ପରେ ମଶାଲ ଶୋଭାଯାତ୍ରା ପୂର୍ବ ଫ୍ରାନ୍ସର ଭେର୍ଡୁନ୍‌ ସହରରେ ୩ ଦିନ ପରେ ପ୍ରବେଶ କରିବ। ଏହା ମଧ୍ୟରେ ଆଲସେସ୍‌ ଓ ଷ୍ଟ୍ରାସବର୍ଗ ସହର ଦେଇ ଏହା ଅତିକ୍ରମ କରିବ। ୧୯୧୬ରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଭେର୍ଡୁନ ସହରରେ ୭ ଲକ୍ଷରୁ ଅଧିକ ଫରାସୀ ଓ ଜର୍ମାନୀ ସୈନ୍ୟ ପ୍ରାଣ ହରାଇଥିଲେ ବା ଆହତ ହୋଇଥିଲେ।
ବାଷ୍ଟାଇଲ ଡେ: ପ୍ୟାରିସର ରାଜରାସ୍ତାରେ ଏହି ମଶାଲ ଶୋଭାଯାତ୍ରା ଜୁଲାଇ ୧୪ ତାରିଖରେ ପ୍ରବେଶ କରିବ। ସମାନ ଦିନରେ ବାଷ୍ଟାଇଲ ଡେ ବା ଫ୍ରାନ୍ସର ଜାତୀୟ ଦିବସ ପାଳନ କରାଯାଇଥାଏ। ଫ୍ରାନ୍ସରେ ଭ୍ରମଣ ପରେ ମଶାଲ ଫ୍ରାନ୍ସ ରାଜ ପରିବାକୁ ନିଆଯିବ। ଜୁଲାଇ ୨୪ରେ ନାନଟେରେ ଓ ୨୫ରେ ସେଣ୍ଟ ଡେନିସ୍‌କୁ ମଶାଲକୁ ନିଆଯିବ। ପୁନର୍ବାର ୨୬ ତାରିଖରେ ପ୍ୟାରିସ୍‌ ଆସିବା ସହ ୮୦ଟି ନୌକାରେ ଏହାକୁ ସିଏନ୍‌ ନଦୀରେ ପରେଡ୍‌ କରାଯିବ। ୪ ଘଣ୍ଟାର ସମାରୋହ ପରେ ମଶାଲକୁ ଏଇଫିଲ ଟାଓ୍ବାର ଓ ଲୌର୍ଭେ ମ୍ୟୁଜିୟମ ବାହାରେ ରଖାଯିବ। ପ୍ରଥମ ଥର ପାଇଁ ଏହି ମଶାଲରେ ପ୍ରୋପେନ୍‌ ପରିବର୍ତ୍ତେ ବାୟୋ ଗ୍ୟାସର ବ୍ୟବହାର କରାଯାଇଛି। ସେହିପରି ୨୦୦୦ ମଶାଲର ବ୍ୟବହାର କରାଯାଇଥିବା କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?