ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା

ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବୁଡ଼ାପଡ଼ା ଗ୍ରାମ ରକ୍ସାପାଲିର ସୁବାସି ସିଂନାଏକ(୬୨)। ଏ ସମ୍ପର୍କରେ ଖବରପାଇ ରେଞ୍ଜର ବ୍ରଜ ମୋହନ ପଟ୍ଟନାୟକ, ଫରେଷ୍ଟର ବୁଦ୍ଧୁରାମ ରୋହିଦାସ ପ୍ରମୁଖ ବନ ବିଭାଗ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଦନ୍ତାକୁ ଜଙ୍ଗଲକୁ ଘଉଡ଼ାଇଥିଲେ। ରେଞ୍ଜର ନିକଟସ୍ଥ ବାଗଡିହି ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦ୍ୱିବେଦୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଗୁରୁବାର  ବ୍ୟବଚ୍ଛେଦ ପାଇଁ ଝାରସୁଗୁଡ଼ା ପଠାଇଛନ୍ତି । ଏନେଇ ଲଇକେରା ପୋଲିସ କେସ୍‌ ନଂ ୧୫/୨୨ରେ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ, ବୃଦ୍ଧା ଜଣଙ୍କ ବାହାରକୁ ଶୌଚ ପାଇଁ ଯାଇଥିବାବେଳେ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ଦନ୍ତା ତାଙ୍କୁ ଦଳିଦେଇଥିଲା। ଏଭଳି ସ୍ଥିତିରେ ବନବିଭାଗ ତରଫର ମୃତକଙ୍କ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ପାଇଁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିଶୃଙ୍ଖଳାରେ ସାନି ମତଦାନ ଲାଗି ପୂର୍ବାଞ୍ଚଳ ଡିଆଇଜିଙ୍କୁ ଭେଟିଲେ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

ବାଲେଶ୍ୱର ଅଫିସ,୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ୧୮୭ ଓ ୧୮୯ ନମ୍ବର ବୁଥ୍‌ରେ ମତଦାନରେ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଜିଲା ନିର୍ବାଚନ...

କରୋନା ଚକ୍ରବ୍ୟୁହରୁ ବାହାରିଲେ ଅଭିମନ୍ୟୁ

ଛତ୍ରପୁର,୨୯।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର କୁକୁଡାଖଣ୍ଡି ବ୍ଲକ ଦକ୍ଷିଣପୂର ପଞ୍ଚାୟତର ଜଣେ ୮୫ ବର୍ଷୀୟ ବୃଦ୍ଧ ଅଭିମନ୍ୟୁ ସାହୁ କରୋନାକୁ ହରାଇ ଘରକୁ ଫେରିଛନ୍ତି। ହସ୍ପିଟାଲରୁ ଡିସ୍‌ଚାର୍ଜ...

ମହିଳାଙ୍କୁ ନିର୍ଯାତନା,ବଳାତ୍କାର ଅଭିଯୋଗ: ସ୍ବାମୀ, ଦିଅର ଗଲେ ଜେଲ

ଜଗନ୍ନାଥପ୍ରସାଦ,୨୬ା୯(ଡି.ଏନ.ଏ.)-ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ବଳାତ୍କାର ଅଭିଯୋଗରେ ମଙ୍ଗଳବାର ପୋଲିସ ସ୍ବାମୀ, ଦିଅରଙ୍କୁ କୋର୍ଟ ଚାଲାଣ କରିଛି। ଗିରଫ ଦିଅର ହେଲେ...

ତିନି ବନ୍ଧର ପୁନରୁଦ୍ଧାର ଲାଗି ପ୍ରୟାସ

ସଜନାଗଡ଼, ୨୪।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଗରଡିହି, ତେଲିପାଳ ଓ ଜାମୁଡ଼ିହା ପଞ୍ଚାୟତର ଚାଷୀମାନେ ବହୁଦିନ ଧରି ବାଙ୍ଗିରିବନ୍ଧ, ପୁଟିବନ୍ଧ ଓ ଚୁଡ଼ାଖିଆ ବନ୍ଧର...

ମିଶନ ଶକ୍ତି ଗୃହ ନିର୍ମାଣରେ ବିଳମ୍ବ

ବାଲିଆ, ୧୭।୧:ବିରିଡି ବ୍ଲକ ଅଞ୍ଚଳରେ ୨୩୪ଟି ପ୍ରକଳ୍ପ ନିର୍ମାଣ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟବରାଦ...

ଅଟୋ ଉପରେ ମାଡ଼ିଗଲା ଟ୍ରକ୍‌: ୩ ଜଣଙ୍କ ଜୀବନ ଗଲା

କୋରାପୁଟ,୨୮ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ ଦୟାନିଧିଗୁଡ଼ା ନିକଟରେ ଏକ ଅଟୋ ଉପରେ ଟ୍ରକ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ...

ମିଲରଙ୍କଠାରୁ ଚାଉଳ ସଂଗ୍ରହରେ ମୁନମୁଖି କାର୍ଯ୍ୟ: ତଦନ୍ତ ନିର୍ଦ୍ଦେଶ ଦେଲେ ସିସିଆଇ

କଟକ ଅଫିସ, ୨୩ା୧୧: ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଏବଂ ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ମନମୁଖି କାର୍ଯ୍ୟର ତଦନ୍ତ ପାଇଁ...

‘ଚାକିରି କରି ଭୁଲ୍‌ କରିଛି, ମୋତେ ଭିକ୍ଷା ଦିଅନ୍ତୁ ’

ଜଳେଶ୍ୱର, ୧୮।୧୧(ଡି.ଏନ୍‌.ଏ.) ମୁଁ ଚାକିରି କରି ଭୁଲ୍‌ କରିଛି, ମୋତେ ଭିକ୍ଷା ଦିଅନ୍ତୁ ବୋଲି କହି ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତଙ୍କ ନିକଟରେ ନେହୁରା ହେଉଛନ୍ତି...

Advertisement
Archives

Model This Week