ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାର ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା ଅଛି । ଏଥିସହିତ ରାଜନଗର ଓ ମହାକାଳପଡ଼ା ଥାନା ବି ଅଛି । ୫ ଥାନା ଓ ତଟସୁରକ୍ଷା ବାହିନୀ, ବନବିଭାଗର ନଜର ସତ୍ତ୍ୱେ ସମୁଦ୍ର ପଥ ଦେଇ କେନ୍ଦ୍ରାପଡ଼ାରୁ ବାଂଲାଦେଶ ପର୍ଯ୍ୟନ୍ତ ଅବାଧ ଯାତାୟତ ହେଉଛି । ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପଥ ଖୋଲା ଥିବାରୁ ମାତ୍ର ୮ରୁ ୧୦ ଘଣ୍ଟା ମଧ୍ୟରେ ଅନୁପ୍ରବେଶକାରୀ ଭାରତକୁ କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ପଶି ଆସୁଛନ୍ତି । ସେହିପରି ଏହି ଜିଲାରୁ ସାମୁଦ୍ରିକ ଓ ବନ୍ୟ ପ୍ରାଣୀର ଚୋରା ଚାଲାଣ ହେଉଛି। ସମୁଦ୍ରର ଶାମୁକା, କଙ୍କଡାଠାରୁ ଗୋମହିଷାଦି ଚାଲାଣ ଚାଲିଛି । ଅପରପକ୍ଷେ ଅନୁପ୍ରବେଶକାରୀ ଜଙ୍ଗଲ ଜମି ବ୍ୟବହାର କରି ସ୍ଥାନୀୟ ଅଧିବାସୀଙ୍କ ପରିଚୟ ହାସଲ ସହିତ ବିଭିନ୍ନ ଅପରାଧର ସାମିଲ ହେଉଛନ୍ତି। ବିଶେଷକରି ମହାକାଳପଡ଼ା ବ୍ଲକ ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି । ଗହିରମଥା ସାମୁଦ୍ରିକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ ବାବୁବାଲି, ଅଗରନାଶୀ, ଷୋଳମୁହାଣ, ମାଦଳୀ, ଲଞ୍ଚ ଘୋଲା ଆଦି ଦ୍ୱୀପପୁଞ୍ଜ ଅପରାଧୀଙ୍କ ମନ୍ତ୍ରଣାସ୍ଥଳ ଭାବେ ପରିଚିତି ପାଇଛି । ଏହା ଜିଲା ତଥା ଦେଶ ପାଇଁ କ୍ଷତିକାରକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ସ୍ଥାନୀୟ ବାସିନ୍ଦା ସୁନିଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଅରବିନ୍ଦ ରାଉତ ପ୍ରମୁଖ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ବର୍ଷ ଆରମ୍ଭରୁ ଅଦ୍ୟାବଧି ମହାକାଳପଡ଼ା ଓ ରାଜନଗର ବ୍ଲକର ୫ ଥାନାରେ ଶତାଧିକ ମହିଳା ଓ ଯୁବତୀଙ୍କ ନିଖୋଜ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୯୫ ପ୍ରତିଶତ ମାମଲାକୁ ପ୍ରେମ ବ୍ୟାପାର କହି ତଦନ୍ତ ହେଉ ନ ଥିବା ବେଳେ ବାସ୍ତବରେ ଶ୍ରମିକ ଚାଲାଣ ପରି ଘଟଣା ପରବର୍ତ୍ତୀ କାଳରେ ଜଣାପଡୁଛି । ପର୍ଯ୍ୟାପ୍ତ ଜଙ୍ଗଲ ଜମିକୁ ଜିଲା ପ୍ରଶାସନ ପକ୍ଷରୁ ତନଖି କରାଯାଉ ନ ଥିବାରୁ ଜବରଦଖଲ ବଢ଼ିବା ସହିତ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ହେଉଛି। ଏହାକୁ ନେଇ ବହୁବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଗୁଳିମାଡ଼ ହୋଇଛି। ଏପରିକି ୨୦୦୧ ବନିପାଳରେ ଏକ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଘଟଣା ଜଣା ପଡିଥିଲା । ୨୦୦୨ରେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ଗୁଳି ମାରି କେତେଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳରେ ଅନୁପ୍ରବେଶ ଏକ ସମସ୍ୟା ହୋଇଛି । ଖୋଲାମେଲା ସମୁଦ୍ର ତଟ ପାଇଁ ଅପରାଧିମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ୩ ସାମୁଦ୍ରିକ ଥାନାରେ ବୋଟ୍‌ ଓ କର୍ମଚାରୀ ଅଭାବ ତଟ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତି ଥାନାରେ ୮୧ କର୍ମଚାରୀ ଓ ଉଚ୍ଚ ଇଞ୍ଜିନଯୁକ୍ତ ବୋଟ ନ ଥିବାରୁ ଅନୁପ୍ରବେଶକୁ ରୋକା ଯାଇ ପାରୁ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଏସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି, ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । କର୍ମଚାରୀ ଅଭାବକୁ ପୂରଣ କରାଯାଉଛି। ସାମୁଦ୍ରିକ ଥାନାଗୁଡିକର କ୍ଷମତା ବୃଦ୍ଧି ନିମନ୍ତେ ଉଚ୍ଚ ଅଶ୍ୱ ଶକ୍ତିବିଶିଷ୍ଟ ବୋଟ୍‌ ପାଇଁ ଚିଠି ଲେଖା ଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri