ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା

କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାର ଜମ୍ବୁ, ତାଳଚୁଆ, ତନ୍ତିଆପାଳ ସାମୁଦ୍ରିକ ଥାନା ଅଛି । ଏଥିସହିତ ରାଜନଗର ଓ ମହାକାଳପଡ଼ା ଥାନା ବି ଅଛି । ୫ ଥାନା ଓ ତଟସୁରକ୍ଷା ବାହିନୀ, ବନବିଭାଗର ନଜର ସତ୍ତ୍ୱେ ସମୁଦ୍ର ପଥ ଦେଇ କେନ୍ଦ୍ରାପଡ଼ାରୁ ବାଂଲାଦେଶ ପର୍ଯ୍ୟନ୍ତ ଅବାଧ ଯାତାୟତ ହେଉଛି । ବାଂଲାଦେଶ ପର୍ଯ୍ୟନ୍ତ ସମୁଦ୍ର ପଥ ଖୋଲା ଥିବାରୁ ମାତ୍ର ୮ରୁ ୧୦ ଘଣ୍ଟା ମଧ୍ୟରେ ଅନୁପ୍ରବେଶକାରୀ ଭାରତକୁ କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ପଶି ଆସୁଛନ୍ତି । ସେହିପରି ଏହି ଜିଲାରୁ ସାମୁଦ୍ରିକ ଓ ବନ୍ୟ ପ୍ରାଣୀର ଚୋରା ଚାଲାଣ ହେଉଛି। ସମୁଦ୍ରର ଶାମୁକା, କଙ୍କଡାଠାରୁ ଗୋମହିଷାଦି ଚାଲାଣ ଚାଲିଛି । ଅପରପକ୍ଷେ ଅନୁପ୍ରବେଶକାରୀ ଜଙ୍ଗଲ ଜମି ବ୍ୟବହାର କରି ସ୍ଥାନୀୟ ଅଧିବାସୀଙ୍କ ପରିଚୟ ହାସଲ ସହିତ ବିଭିନ୍ନ ଅପରାଧର ସାମିଲ ହେଉଛନ୍ତି। ବିଶେଷକରି ମହାକାଳପଡ଼ା ବ୍ଲକ ଅଞ୍ଚଳ ଏବେ ଅପରାଧୀଙ୍କ ଗଡ଼ ପାଲଟିଛି । ଗହିରମଥା ସାମୁଦ୍ରିକ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା ସତ୍ତ୍ୱେ ବାବୁବାଲି, ଅଗରନାଶୀ, ଷୋଳମୁହାଣ, ମାଦଳୀ, ଲଞ୍ଚ ଘୋଲା ଆଦି ଦ୍ୱୀପପୁଞ୍ଜ ଅପରାଧୀଙ୍କ ମନ୍ତ୍ରଣାସ୍ଥଳ ଭାବେ ପରିଚିତି ପାଇଛି । ଏହା ଜିଲା ତଥା ଦେଶ ପାଇଁ କ୍ଷତିକାରକ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି ।

ସ୍ଥାନୀୟ ବାସିନ୍ଦା ସୁନିଲ କୁମାର ଗନ୍ତାୟତ, ପ୍ରତାପ କୁମାର ତ୍ରିପାଠୀ, ଅରବିନ୍ଦ ରାଉତ ପ୍ରମୁଖ ଏ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି, ବର୍ଷ ଆରମ୍ଭରୁ ଅଦ୍ୟାବଧି ମହାକାଳପଡ଼ା ଓ ରାଜନଗର ବ୍ଲକର ୫ ଥାନାରେ ଶତାଧିକ ମହିଳା ଓ ଯୁବତୀଙ୍କ ନିଖୋଜ ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୯୫ ପ୍ରତିଶତ ମାମଲାକୁ ପ୍ରେମ ବ୍ୟାପାର କହି ତଦନ୍ତ ହେଉ ନ ଥିବା ବେଳେ ବାସ୍ତବରେ ଶ୍ରମିକ ଚାଲାଣ ପରି ଘଟଣା ପରବର୍ତ୍ତୀ କାଳରେ ଜଣାପଡୁଛି । ପର୍ଯ୍ୟାପ୍ତ ଜଙ୍ଗଲ ଜମିକୁ ଜିଲା ପ୍ରଶାସନ ପକ୍ଷରୁ ତନଖି କରାଯାଉ ନ ଥିବାରୁ ଜବରଦଖଲ ବଢ଼ିବା ସହିତ ବେଆଇନ ଚିଙ୍ଗୁଡି ଘେରି ନିର୍ମାଣ ହେଉଛି। ଏହାକୁ ନେଇ ବହୁବାର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ସହ ଗୁଳିମାଡ଼ ହୋଇଛି। ଏପରିକି ୨୦୦୧ ବନିପାଳରେ ଏକ ନକଲି ରେଡିଓ ଷ୍ଟେଶନ ନିର୍ମାଣ ଘଟଣା ଜଣା ପଡିଥିଲା । ୨୦୦୨ରେ ଫରେଷ୍ଟ ଗାର୍ଡ ଶ୍ୟାମ ସିଂହଙ୍କୁ ଗୁଳି ମାରି କେତେଜଣ ଦୁର୍ବୃତ୍ତ ହତ୍ୟା କରିଥିଲେ । ସେହିପରି ସ୍ଥାନୀୟ ଅଞ୍ଚଳରେ ଅନୁପ୍ରବେଶ ଏକ ସମସ୍ୟା ହୋଇଛି । ଖୋଲାମେଲା ସମୁଦ୍ର ତଟ ପାଇଁ ଅପରାଧିମାନେ ଏଠାରେ ଆଡ୍ଡା ଜମାଇଛନ୍ତି। ୩ ସାମୁଦ୍ରିକ ଥାନାରେ ବୋଟ୍‌ ଓ କର୍ମଚାରୀ ଅଭାବ ତଟ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରତି ଥାନାରେ ୮୧ କର୍ମଚାରୀ ଓ ଉଚ୍ଚ ଇଞ୍ଜିନଯୁକ୍ତ ବୋଟ ନ ଥିବାରୁ ଅନୁପ୍ରବେଶକୁ ରୋକା ଯାଇ ପାରୁ ନ ଥିବା ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି।

ଏସମ୍ପର୍କରେ ଏସ୍‌ପି ମଡକର ସମ୍ବିତ ସମ୍ପଦ କହିଛନ୍ତି, ସାମୁଦ୍ରିକ ଥାନାର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ପ୍ରକ୍ରିୟା ଜାରି ରହିଛି । କର୍ମଚାରୀ ଅଭାବକୁ ପୂରଣ କରାଯାଉଛି। ସାମୁଦ୍ରିକ ଥାନାଗୁଡିକର କ୍ଷମତା ବୃଦ୍ଧି ନିମନ୍ତେ ଉଚ୍ଚ ଅଶ୍ୱ ଶକ୍ତିବିଶିଷ୍ଟ ବୋଟ୍‌ ପାଇଁ ଚିଠି ଲେଖା ଯାଇଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?