କୁଆଡେଗଲେ ପୁରୁଷୋତ୍ତମପୁର ବ୍ଲକ ଜିଆରଏସ ସ୍ବାଗତ ପଣ୍ଡା: ଚାରିଦିନପରେ ବି ଖୋଜଖବର ମିଳୁନି 

ପୁରୁଷୋତ୍ତମପୁର,୧୧/୮(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ନିଖୋଜ ହେବାର ଚାରିଦିନ ବିତିଥିଲେବି ତାଙ୍କର କୌଣସି ଖୋଜଖବର  ମିଳିପାରୁନାହିଁ। ଏହାକୁ ନେଇ ଏଠାରେ ନାନା ପ୍ରକାରର ସଂଦେହ ଘନୀଭୂତ ହୋଇ କଳ୍ପନାଜଳ୍ପନା ଦେଖାଦେଇଛି।

ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟୁସ ରଞ୍ଜନ ଛୋଟରାୟ ଘଟଣାକୁ ଅତି ଗୁରୁତର ସହନେଇ ଦୁଇଗୋଟି ଟିମ ଗଠନକରି ଜିଲାର ବିଭିନ୍ନ ସ୍ଥାନକୁ ଯାଇ ଖୋଜାଖୋଜି କରିବାରେ ଲାଗିଥିବା ବେଳେ ବିଭିନ୍ନ ଥାନା ମାନଙ୍କୁ ମଧ୍ୟ ମେସେଜ ଦେଇ ଜିଆରଏସଙ୍କୁ ଉଦ୍ଧାର କରିବା ସକାଶେ ଲାଗି ପଡିଛନ୍ତି। ଏହାସହ ପୁରୁଷୋତ୍ତମପୁର ସହରର  ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବାରେ ଲାଗିଥିବା ବେଳେ ସେ ଅନ୍ଧାର ରାତ୍ରରେ ଏକାକି ଚାଲିଚାଲି ଯାଉଥିବାର ସିସିଟିଭି ଫୁଟେଜରୁ କଏଦ ମଧ୍ୟ ହୋଇଛି।

ସୁଚନା ଯୋଗ୍ୟ ଯେ ସୋମବାର ରାତ୍ର ପ୍ରାୟ ୯.୨୦ ସମୟରେ ବ୍ଲକକୁ ଯାଉଛି ପାଞ୍ଚ  ମିନିଟ୍ ସମୟ ମଧ୍ୟରେ ଚାଲି ଆସିବି ବୋଲି ପତ୍ନୀ ଲିଜାରାଣି ପଣ୍ଡା ଙ୍କୁ କହି ଘରୁ ଯାଇଥିବା ବେଳେ ଆଉ ଫେରିନାହାନ୍ତି। ଇତି ମଧ୍ୟରେ ଖୋଜା ଖୋଜି ବେଳେ ରାସ୍ତାର ଗଡସାହି ନିକଟରୁ ବାଇକ ଓ ହାଡିସାହି ଛକଠାରୁ ମୋବାଇଲଟି ମିଳିଥିଲା। ଜିଆରଏସ ସ୍ବାଗତ ପଣ୍ଡା ଜଣେ ଭଲ କର୍ମଚାରୀ ଭାବେ ପୂର୍ବରୁ କାର୍ଯ୍ୟ କରୁଥିବା ପ୍ରତାପୁର ପଞ୍ଚାୟତ ଓ ବର୍ତ୍ତମାନର କାର୍ଯ୍ୟ ସ୍ଥଳ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜନସାଧାରଣଙ୍କ ବିଭିନ୍ନକାର୍ଯ୍ୟମାନ କରି ପ୍ରିୟପାତ୍ର ହୋଇଥିବା ହେତୁ ଜନସାଧାରଣ ମଧ୍ୟ ଖୋଜାଖୋଜିରେ ଲାଗିପଡିଛନ୍ତି। ହେଲେ ତାଙ୍କର ପତା ପାଇପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri