ଝଟକିବ କେନ୍ଦୁଝର ପୁରୁଣା ସହର

କେନ୍ଦୁଝର,୭ା୫(ସ୍ବ.ପ୍ର.) ପୁରୀ ଭଳି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ସହରର ବିକାଶ ହେବ। ମନ୍ଦିର ପରିସରର ବିକାଶ କାମ ଚାଲିଥିବା ବେଳେ ଶୁକ୍ରବାର ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଘୋଷଣା କରାଯାଇଛି। ଏହି ଦେବସ୍ଥଳର ଧାର୍ମିକ ତଥା ସାମାଜିକ ପରିବେଶର ବିକାଶ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ଆଶୀଷ ଠାକ୍‌ରେ କହିଛନ୍ତି। ପୁରୁଣା ସହରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିକାଶ କାମ ସରିଲେ କେନ୍ଦୁଝର ସହରର ପୁରୁଣା ବଜାର ଝଟକିବ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ା
୫୪୦ ମିଟର ଲମ୍ବ ବିଶିଷ୍ଟ ବଡ଼ଦାଣ୍ଡର ସାୈନ୍ଦର୍ଯୀକରଣ ସହ ଧାର୍ମିକ ବାତାବରଣ ସୃଷ୍ଟି ପାଇଁ ଶ୍ରୀଜୀଉଙ୍କ ବିଭିନ୍ନ ବେଶର ଚିତ୍ର, ଆଲୋକୀକରଣ ଓ ଯାତାୟତ ସୁବିଧା କରିବା ଲକ୍ଷ୍ୟ ରଖାଯାଇଛି ା ସେହିପରି ବଡ଼ଦାଣ୍ଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭକ୍ତମାନଙ୍କ ବସିବା, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯିବ। ବଡଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ପ୍ରଦର୍ଶନ, ବ୍ୟବସାୟିକ ସୁବିଧା ପାଇଁ କ୍ଷୁଦ୍ର ଦୋକାନ ବ୍ୟବସ୍ଥା, ଶ୍ରୀ ଗୁଣ୍ଡିଚା ମନ୍ଦିର ଅଞ୍ଚଳର ବିକାଶ, ହାଡବନ୍ଧ ପୋଖରୀର ବିକାଶ, ମୁକ୍ତାକାଶ ଅବସର ବ୍ୟବସ୍ଥା ଆଦି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଭୂୟଁାପୀଢ ସର୍ଦ୍ଦାରମାନେ ଯୋଗଦେଇ ଏଭଳି ବିକାଶ ମୂଳକ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଭୋଗ ମଣ୍ଡପ, ଭଜନ ମଣ୍ଡପ ତଥା ସାୈନ୍ଦର୍ଯୀକରଣ କାମ ଚାଲିଥିବା ବେଳେ ବଡ଼ଦାଣ୍ଡ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମନ୍ଦିର ନିକଟରେ ଥିବା ୭୨ ଫୁଟ ଉଚ୍ଚର ଶ୍ରୀ ଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଗିନିଜ ବୁକ୍ସ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ତଥା ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ବୋଚ୍ଚ ରଥ ଭାବରେ ମାନ୍ୟତା ପାଇଥିବା ନେଇ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ହାଡିବନ୍ଧ ପୋଖରୀ ଓ ପବ୍ଲିକ ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?