ଝଟକିବ କେନ୍ଦୁଝର ପୁରୁଣା ସହର

କେନ୍ଦୁଝର,୭ା୫(ସ୍ବ.ପ୍ର.) ପୁରୀ ଭଳି କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ଓ ପୁରୁଣା ସହରର ବିକାଶ ହେବ। ମନ୍ଦିର ପରିସରର ବିକାଶ କାମ ଚାଲିଥିବା ବେଳେ ଶୁକ୍ରବାର ବଡ଼ଦାଣ୍ଡ, ଗୁଣ୍ଡିଚା ମନ୍ଦିର ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶ ପାଇଁ ଘୋଷଣା କରାଯାଇଛି। ଏହି ଦେବସ୍ଥଳର ଧାର୍ମିକ ତଥା ସାମାଜିକ ପରିବେଶର ବିକାଶ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲାପାଳ ଆଶୀଷ ଠାକ୍‌ରେ କହିଛନ୍ତି। ପୁରୁଣା ସହରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିକାଶ କାମ ସରିଲେ କେନ୍ଦୁଝର ସହରର ପୁରୁଣା ବଜାର ଝଟକିବ ଏବଂ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଏହା ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ା
୫୪୦ ମିଟର ଲମ୍ବ ବିଶିଷ୍ଟ ବଡ଼ଦାଣ୍ଡର ସାୈନ୍ଦର୍ଯୀକରଣ ସହ ଧାର୍ମିକ ବାତାବରଣ ସୃଷ୍ଟି ପାଇଁ ଶ୍ରୀଜୀଉଙ୍କ ବିଭିନ୍ନ ବେଶର ଚିତ୍ର, ଆଲୋକୀକରଣ ଓ ଯାତାୟତ ସୁବିଧା କରିବା ଲକ୍ଷ୍ୟ ରଖାଯାଇଛି ା ସେହିପରି ବଡ଼ଦାଣ୍ଡର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଭକ୍ତମାନଙ୍କ ବସିବା, ପାନୀୟ ଜଳ ଆଦି ବ୍ୟବସ୍ଥା କରାଯିବ। ବଡଦାଣ୍ଡ ପାର୍ଶ୍ୱରେ ଏକକ କଳାକୃତି ପ୍ରଦର୍ଶନ, ବ୍ୟବସାୟିକ ସୁବିଧା ପାଇଁ କ୍ଷୁଦ୍ର ଦୋକାନ ବ୍ୟବସ୍ଥା, ଶ୍ରୀ ଗୁଣ୍ଡିଚା ମନ୍ଦିର ଅଞ୍ଚଳର ବିକାଶ, ହାଡବନ୍ଧ ପୋଖରୀର ବିକାଶ, ମୁକ୍ତାକାଶ ଅବସର ବ୍ୟବସ୍ଥା ଆଦି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଭୂୟଁାପୀଢ ସର୍ଦ୍ଦାରମାନେ ଯୋଗଦେଇ ଏଭଳି ବିକାଶ ମୂଳକ ଉଦ୍ୟମକୁ ପ୍ରଶଂସା କରିଥିଲେ। ଶ୍ରୀ ବଳଦେବଜୀଉ ମନ୍ଦିର ପରିସରରେ ଭୋଗ ମଣ୍ଡପ, ଭଜନ ମଣ୍ଡପ ତଥା ସାୈନ୍ଦର୍ଯୀକରଣ କାମ ଚାଲିଥିବା ବେଳେ ବଡ଼ଦାଣ୍ଡ ଓ ଏହାର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ମନ୍ଦିର ନିକଟରେ ଥିବା ୭୨ ଫୁଟ ଉଚ୍ଚର ଶ୍ରୀ ଜୀଉଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଗିନିଜ ବୁକ୍ସ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ତଥା ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ବୋଚ୍ଚ ରଥ ଭାବରେ ମାନ୍ୟତା ପାଇଥିବା ନେଇ ଉପଜିଲାପାଳ ରାମଚନ୍ଦ୍ର କିସ୍କୁ ସୂଚନା ଦେଇଥିଲେ। ଏହି ଅବସରରେ ହାଡିବନ୍ଧ ପୋଖରୀ ଓ ପବ୍ଲିକ ଲାଇବ୍ରେରୀ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪: ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri