ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ, କୁକୁର ପାଇଁ ବଞ୍ଚିଗଲେ ଆଉ ଦୁଇଜଣ

କେନ୍ଦୁଝର,୧ା୪(ସ୍ବ.ପ୍ର.): ହରିଚନ୍ଦନପୁର ଥାନା ଅନ୍ତର୍ଗତ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଶନିବାର ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣ କରିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକଙ୍କ ନାମ ହେଲା ବାମି ନାଏକ(୬୦)। ତାଙ୍କ ଘର ଘଟଗାଁ ବ୍ଲକ ବିନିଦା ପଞ୍ଚାୟତ ଫୁଲଝର ଗ୍ରାମରେ ବୋଲି ଜଣାପଡ଼ିଛି। ଆଜି ସକାଳେ ବାମି ଏବଂ ତାଙ୍କ ସ୍ତ୍ରୀ ସୁବା ନାଏକ (୫୭) ସୁବାଙ୍କ ସମ୍ପର୍କୀୟ ଯାଆ ପୁକ ନାଏକ (୫୬)ଙ୍କ ସହିତ ଜଙ୍ଗଲକୁ ଚରିବାକୁ ଯାଇ ହଜିଥିବା ଗୋରୁ ଆଣିବାକୁ ଗତକାଲି ଯାଇଥିଲେ। ରାତିରେ ରହି ଆଜି ସକାଳେ ଗୋରୁ ଧରି ଫେରୁଥିବା ବେଳେ ଦଳେଇବନ୍ଧ ଜଙ୍ଗଲ ରାସ୍ତାରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଥିଲେ। ଗୋଠ ଛଡ଼ା ଦନ୍ତାଟି ବାମିଙ୍କୁ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ଏହା ପରେ ହାତୀଟି ବୁଲି ପଡ଼ି ଅନ୍ୟ ଦୁଇ ଜଣଙ୍କୁ ଆକ୍ରମଣ କରିବାକୁ ଧାଇଁ ଆସିଥିଲା। ଏହି ସମୟରେ ସେମାନଙ୍କ ସହିତ ଯାଇଥିବା ଏକ କୁକୁର ଭୁକିବାରୁ ହାତୀ ସେମାନଙ୍କୁ ଛାଡ଼ି କୁକୁରକୁ ଗୋଡ଼ାଇଥିଲା। ଫଳରେ ୨ ଜଣ ମୃତ୍ୟୁମୁଖ୍ୟରୁ ବର୍ତ୍ତି ଯାଇଥିଲେ। ଏହି ସମୟରେ ପାଟି ତୁଣ୍ଡ ଶୁଣି ଆଖପାଖରେ ଥିବା ଲୋକମାନେ ଧାଇଁ ଆସିଥିଲେ। ଗୁରୁତର ଅବସ୍ଥାରେ ବାମିଙ୍କୁ ପ୍ରଥମ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ପରେ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ସଦର ରେଞ୍ଜର ବିଜୟ କୁମାର ମହାନ୍ତ ଓ ଅନ୍ୟ ବନ କର୍ମଚାରୀମାନେ ପହଞ୍ଚି ହରିଚନ୍ଦନପୁର ପୋଲିସକୁ ଜଣାଇ ବ୍ୟବଚ୍ଛେଦ କରାଯାଇଥିଲା। ଘଟଗାଁ ରେଞ୍ଜ ପକ୍ଷରୁ ମୃତକ ସ୍ତ୍ରୀ ସୁବା ନାଏକଙ୍କୁ ଅନ୍ତେଷ୍ଟିକ୍ରିୟା ପାଇଁ ଅଗ୍ରୀମ ୪୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ତଦନ୍ତ ପରେ ଅବଶିଷ୍ଟ ୩ ଲକ୍ଷ ୬୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଘଟଗାଁ ରେଞ୍ଜର ପ୍ରଭାତ କୁଅଁର ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?