
ପାଟଣା,୯ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦେଇପୋଷି ବିଟ୍ କେନ୍ଦେଇପୋଷି ଶନି ମନ୍ଦିର ନିକଟ କାଜୁ ବଗିଚାରେ ଏକ ଗୋଠ ଛଡ଼ା ଦନ୍ତାହାତୀ ଆକ୍ରମଣରେ ଶୁକ୍ରବାର ପୂର୍ବାହ୍ନରେ ଜଣେ ୬୫ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତ ମୁରୁସୁଆଁ ପଞ୍ଚାୟତ ଭାଲୁପାହାଡ଼ି ତନୁ ସାହିର ଗଣେଶ୍ୱର ମହାନ୍ତ। ହାତୀ ଦେଖିବାକୁ ଆସିଥିବା ଗଣେଶ୍ୱରଙ୍କୁ ଦନ୍ତା ଶୁଣ୍ଢରେ ଟେକି କଚାଡ଼ି ଦେବାରୁ ତାଙ୍କ ପେଟ ଫୁଲ ଗୁରୁତର ହୋଇଥିଲେ। ତାଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।