ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌: ଜମ୍ମୁରୁ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା

ଶ୍ରୀନଗର,୯ା୫: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍‌ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।

ସୂଚନା ଥାଉକି, ଗୁରୁବାର ରାତିର ପାକିସ୍ତାନର ଡ୍ରୋନ ମାଡ଼ ପରେ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ବିଳମ୍ବିତ ରାତି ଓ ଗୁରୁବାର ଭୋର ସମୟ ମଧ୍ୟରେ ପାକିସ୍ତାନ ପଟୁ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରି ମିଶାଇଲ ଛାଡ଼ିଥିଲା। ତେବେ ଭାରତୀୟ ବାୟୁସେନା ଏହାକୁ ନିଷ୍ପ୍ରଭ କରିଦେଇଥିଲା। ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ‘ସୁଦର୍ଶନ ଚକ୍ର’ ବ୍ୟବହାର କରି ଭାରତ ପାକିସ୍ତାନୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେଇଛି। ଭାରତ ପକ୍ଷରୁ ଇସ୍ରାଏଲ ନିର୍ମିତ ହାର୍ପି ଡ୍ରୋନ୍‌ ଜରିଆରେ ପାକିସ୍ତାନର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରାଯାଇଛି। ଏହାଦ୍ୱାରା ଲାହୋରର ଏୟାର ଡିଫେନ୍ସ ସିଷ୍ଟମ୍‌ ଏଚ୍‌କ୍ୟୁ-୯ ଧ୍ୱସ୍ତ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି। ଭାରତର ଡ୍ରୋନ୍‌ ଆକ୍ରମଣରେ ରାଓ୍ବଲପିଣ୍ଡିସ୍ଥିତ କ୍ରିକେଟ୍‌ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଚୁପ୍‌ ନ ରହି ଭାରତୀୟ ସହରଗୁଡ଼ିକୁ ପୁଣି ଆକ୍ରମଣ ଉଦ୍ୟମ କରିବାରୁ ଏହାକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବଳର ମିଳିତ ଅପରେଶନ୍‌ରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁରରେ ମିଶାଇଲ୍‌ ଆକ୍ରମଣ କରାଯାଇଛି। ଆରବ ସାଗରରୁ ଭାରତୀୟ ନୌସେନାର ବିଧ୍ୱଂସକ ଯୋଦ୍ଧା ବିକ୍ରାନ୍ତ ମଧ୍ୟ ବନ୍ଦର ସହର କରାଚୀକୁ ମିଶାଇଲ ମାଡ଼ କରିଛି।
କଶ୍ମୀର ପହଲଗ୍ରାମ୍‌ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କ ପ୍ରାଣହାନିର ପ୍ରତିଶୋଧ ସ୍ବରୂପ ଭାରତୀୟ ସଶସ୍ତ୍ରବଳ ମିଳିତ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ଶାନ୍ତି ଚାହେଁ। କିନ୍ତୁ ଭାରତ ଉପରେ ଶତ୍ରୁରାଷ୍ଟ୍ର କୌଣସି ପ୍ରକାର ଦୁଃସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କଲେ ତାହାର କଡ଼ା ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂଙ୍କୁ ବଳାତ୍କାର ଉଦ୍ୟମ, ଦେଢ଼ଶୂର ଗିରଫ

ପାଣିକୋଇଲି,୧୭ା୫(ବିକାଶ ମଲ୍ଲିକ): ଯାଜପୁର ଜିଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳାତ୍କାର ଉଦ୍ୟମ କରିଛନ୍ତି। ଏନେଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ଶନିବାର ଅଭିଯୁକ୍ତଙ୍କୁ...

ଲକ୍ଷ୍ମୀ ବସ୍‌- କାର ମୁହାଁମୁହିଁ ଧକ୍କା: କାର ଚାଳକ ମୃତ, ୧୫ ଗୁରୁତର

ଖଲ୍ଲିକୋଟ,୧୭।୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କନ୍ଦିଗାଁ କାକୁଡ଼ିଆ ବନ୍ଧ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ...

କରୋନାକୁ ନେଇ କୌଣସି ଭୟଭୀତ ହେବାର କାରଣ ନାହିଁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୭।୫: ଏସିଆ ମହାଦେଶର ଥାଇଲାଣ୍ଡ, ହଂକଂ ଏବଂ ସିଙ୍ଗାପୁରରେ ପୁଣି ଥରେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି। ଏହି ସ୍ଥାନଗୁଡିକରେ ନୂତନ କରୋନା ରୋଗୀ ଚିହ୍ନଟ...

ଆସିଲା କଂଗ୍ରେସ ପଦାଧିକାରୀଙ୍କ ତାଲିକା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ…

ଭୁବନେଶ୍ୱର,୧୭।୫: ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ପକ୍ଷରୁ ଶନିବାର ରାଜ୍ୟର ବିଭିନ୍ନ ପଦାଧିକାରୀଙ୍କ ତାଲିକା ଜାରି କରାଯାଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କୋଷାଧ୍ୟକ୍ଷ ଭାବେ...

ଜଣେ ନୁହେଁ ଦୁଇଦୁଇ ଜଣ ସରକାରୀ ଅଧିକାରିଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର/ବାସୁଦେବପୁର,୧୭।୫(କାଳିପଦ ରାୟ): ଲାଞ୍ଚ ନେଇ ଭିଜିଲାନ୍ସ ଦ୍ବାରା ୨ ସରକାରୀ ଅଧିକାରୀ ଗିରଫ। ବାସୁଦେବପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ ୧୦,୦୦୦ ଟଙ୍କା ଲାଞ୍ଚ...

ବିଜେଡି ଓପରେ ଫିଡିକିଲେ ଶଶି: କେବଳ ଏହି ଗୋଟିଏ କାରଣ ପାଇଁ, ଯିଏ ନିର୍ବାଚନ ପରିଚାଳନା କରୁଥିଲେ…

ଭୁବନେଶ୍ୱର,୧୭।୫: ବିଜେଡିକୁ ନେଇ ପୁଣି ବଡ଼ ବୟାନ ଦେଲେ ପୂର୍ବତନ ବିଜେଡି ବିଧାୟକ ଶଶିଭୂଷଣ ବେହେରା। ଦଳରେ ବରିଷ୍ଠଙ୍କୁ ଅଣଦେଖା କରାଯାଉଥିବା କହିଲେ ଶଶିଭୂଷଣ। ଦଳରେ...

ଭତ୍ତାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ: ବିଡିଓଙ୍କୁ ଘେରିଲେ…

ପୁରୁଷତ୍ତମପୁର,୧୭ା୫(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି। ଗରିବ, ବୟସାଧିକ ହିତାଧିକାରୀମାନେ ଭତ୍ତା ପାଉ ନ...

ଚାଞ୍ଚଲ୍ୟକର ବୟାନ ଦେଲେ ଲବ ହାଁସଦାଙ୍କ ଭାଇ, କହିଲେ ସେ ପୂର୍ବରୁ ବିବାହିତ…

ଭୁବନେଶ୍ୱର,୧୭ା୫: ବିବାଦରେ ବହୁ ଚର୍ଚ୍ଚିତ ୟୁଟ୍ୟୁବର ଲବ ହାଁସଦା । ତାଙ୍କ ନାଁରେ ରୁଜୁ ହୋଇଛି ସାଂଘାତିକ ମାମଲା। ପ୍ରେମିକାଙ୍କ ଆତ୍ମହତ୍ୟା ଘଟଣାରେ ଗୁରୁତର ଭାବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri