ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌: ଜମ୍ମୁରୁ ଓଡ଼ିଆ ଛାତ୍ରୀଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା

ଶ୍ରୀନଗର,୯ା୫: ଭାରତ-ପାକିସ୍ତାନ ସାମରିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ପରେ ଜମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। କେନ୍ଦ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନିଆଯାଇଛି। ଏନେଇ ଓଡ଼ିଶା ସରକାର ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛନ୍ତି। ଦିଲ୍ଲୀସ୍ଥିତ ଓଡ଼ିଶା ନିବାସରେ ଛାତ୍ରୀଛାତ୍ରଙ୍କ ପାଇଁ ଏହି କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ଏହି ନମ୍ବରଗୁଡ଼ିକ ହେଲା-୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧। ଏହି ନମ୍ବରରେ ଯୋଗାଯୋଗ କରିବାକୁ ପରିବାରବର୍ଗଙ୍କୁ ସରକାରଙ୍କ ପକ୍ଷରୁ ନିବେଦନ କରାଯାଇଛି। ଏଥିସହିତ ସ୍ବତନ୍ତ୍ର ଟିମ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ୫ଟି ଟିମ୍‌ କରି ଅଧିକାରୀଙ୍କୁ ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।

ସୂଚନା ଥାଉକି, ଗୁରୁବାର ରାତିର ପାକିସ୍ତାନର ଡ୍ରୋନ ମାଡ଼ ପରେ ବିଶ୍ବବିଦ୍ୟାଳୟ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ବୁଧବାର ବିଳମ୍ବିତ ରାତି ଓ ଗୁରୁବାର ଭୋର ସମୟ ମଧ୍ୟରେ ପାକିସ୍ତାନ ପଟୁ ଜମ୍ମୁ-କଶ୍ମୀର, ପଞ୍ଜାବ ଓ ଗୁଜରାଟର ୧୫ଟି ସହରକୁ ଟାର୍ଗେଟ କରି ମିଶାଇଲ ଛାଡ଼ିଥିଲା। ତେବେ ଭାରତୀୟ ବାୟୁସେନା ଏହାକୁ ନିଷ୍ପ୍ରଭ କରିଦେଇଥିଲା। ରୁଷିଆ ନିର୍ମିତ ଏସ୍‌-୪୦୦ ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍‌ ‘ସୁଦର୍ଶନ ଚକ୍ର’ ବ୍ୟବହାର କରି ଭାରତ ପାକିସ୍ତାନୀ କ୍ଷେପଣାସ୍ତ୍ରଗୁଡ଼ିକୁ ଖସାଇ ଦେଇଛି। ଭାରତ ପକ୍ଷରୁ ଇସ୍ରାଏଲ ନିର୍ମିତ ହାର୍ପି ଡ୍ରୋନ୍‌ ଜରିଆରେ ପାକିସ୍ତାନର ଏକାଧିକ ସ୍ଥାନକୁ ଟାର୍ଗେଟ୍‌ କରାଯାଇଛି। ଏହାଦ୍ୱାରା ଲାହୋରର ଏୟାର ଡିଫେନ୍ସ ସିଷ୍ଟମ୍‌ ଏଚ୍‌କ୍ୟୁ-୯ ଧ୍ୱସ୍ତ ହୋଇଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ ସୂଚନା ଦିଆଯାଇଛି। ଭାରତର ଡ୍ରୋନ୍‌ ଆକ୍ରମଣରେ ରାଓ୍ବଲପିଣ୍ଡିସ୍ଥିତ କ୍ରିକେଟ୍‌ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଚୁପ୍‌ ନ ରହି ଭାରତୀୟ ସହରଗୁଡ଼ିକୁ ପୁଣି ଆକ୍ରମଣ ଉଦ୍ୟମ କରିବାରୁ ଏହାକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବଳର ମିଳିତ ଅପରେଶନ୍‌ରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦ ସମେତ ଲାହୋର, କରାଚୀ, ସିଆଲକୋଟ୍‌, ବାହଓ୍ବଲପୁରରେ ମିଶାଇଲ୍‌ ଆକ୍ରମଣ କରାଯାଇଛି। ଆରବ ସାଗରରୁ ଭାରତୀୟ ନୌସେନାର ବିଧ୍ୱଂସକ ଯୋଦ୍ଧା ବିକ୍ରାନ୍ତ ମଧ୍ୟ ବନ୍ଦର ସହର କରାଚୀକୁ ମିଶାଇଲ ମାଡ଼ କରିଛି।
କଶ୍ମୀର ପହଲଗ୍ରାମ୍‌ ଆକ୍ରମଣରେ ୨୬ ହିନ୍ଦୁ ପର୍ଯ୍ୟଟକଙ୍କ ପ୍ରାଣହାନିର ପ୍ରତିଶୋଧ ସ୍ବରୂପ ଭାରତୀୟ ସଶସ୍ତ୍ରବଳ ମିଳିତ ଜବାବୀ କାର୍ଯ୍ୟାନୁଷ୍ଠାନରେ ୧୦୦ରୁ ଊର୍ଦ୍ଧ୍ୱ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ସର୍ବଦଳୀୟ ବୈଠକରେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଭାରତ ଶାନ୍ତି ଚାହେଁ। କିନ୍ତୁ ଭାରତ ଉପରେ ଶତ୍ରୁରାଷ୍ଟ୍ର କୌଣସି ପ୍ରକାର ଦୁଃସାହସିକ ପଦକ୍ଷେପ ନେବାକୁ ଉଦ୍ୟମ କଲେ ତାହାର କଡ଼ା ଜବାବ ଦେବା ପାଇଁ ଆମେ ପ୍ରସ୍ତୁତ ଅଛୁ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri